ସୈଫଙ୍କ ପସନ୍ଦ ଆସିଲାନି ଝିଅ ସାରାଙ୍କ ଫିଲ୍ମ ଟ୍ରେଲର

ସାରା ଅଲ୍ଲୀ ଖାନ୍‌ ଏବଂ କାର୍ତ୍ତିକ ଆର୍ୟନଙ୍କ ଅଭିନୀତ ଫିଲ୍ମ‘ଲଭ୍‌ ଆଜ୍‌ କଲ୍‌’ର ଟ୍ରେଲର ରିଲିଜ୍‌ ହୋଇସାରିଛି। ଏହା ପରେ ପ୍ରଶଂସକଙ୍କ ପ୍ରତିକ୍ରିୟା ଦେଖିବାକୁ ମିଳିଛି। କିଛି ପ୍ରଶଂସକ ସାରା-କାର୍ତ୍ତିକଙ୍କ ଅଭିନୟକୁ ପ୍ରଶଂସା କରୁଥିବା ବେଳେ ଆଉ କିଛି ଟ୍ରୋଲ୍‌ ବି କରିଛନ୍ତି। ଖୋଦ୍‌ ସାରାଙ୍କ ପିତା ସୈଫ୍‌ ଅଲ୍ଲୀ ଖାନ୍‌ ଫିଲ୍ମର ଟ୍ରେଲର ଦେଖି ନାପସନ୍ଦ କରିଛନ୍ତି। ଏଥିରେ ସାରାଙ୍କ ଅଭିନୟ ତାଙ୍କ ମନକୁ ଯାଇ ନ ଥିବା କହିଛନ୍ତି। ସେ ନିଜ ଫିଲ୍ମର ଟ୍ରେଲରକୁ ଅଧିକ ପସନ୍ଦ କରିଛନ୍ତି। ଏକ ସାକ୍ଷାତକାରରେ ସୈଫ୍‌ କହିଛନ୍ତି, ସେ ପୂର୍ବରୁ ଅଭିନୟ କରିଥିବା ଫିଲ୍ମ ‘ଲଭ୍‌ ଆଜ୍‌ କଲ୍‌’ର ଶୁଟିଂ ଆଜିପର୍ଯ୍ୟନ୍ତ ମନେ ଅଛି। ସାରାକୁ ଶୁଭକାମନା ଜଣାଉଛି। କାରଣ ସାରା ମୋ’ ଝିଅ। କିନ୍ତୁ ମୋ’ ଫିଲ୍ମର ଟ୍ରେଲରକୁ ମୁଁ ବେଶି ପସନ୍ଦ କରେ।
କହିରଖୁଛୁ, ୨୦୦୯ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଲଭ୍‌ ଆଜ୍‌ କଲ୍‌’ର ସ୍ବିକେଲ୍‌ ହେଉଛି ଆସନ୍ତା ଫେବୃୟାରୀ ୧୪ରେ ରିଲିଜ୍‌ ହେବାକୁ ଥିବା ‘ଲଭ୍‌ ଆଜ୍‌ କଲ୍‌’। ଏହି ଫିଲ୍ମରେ ସୈଫ ଏବଂ ଦୀପିକା ପାଦୁକୋନ୍‌ ଅଭିନୟ କରିଥିଲେ। ବର୍ତ୍ତମାନର ଟ୍ରେଲରକୁ ଦେଖି ଲୋକେ ପୁରୁଣା ଲଭ୍‌ ଆଜ୍‌ କଲ୍‌କୁ ମନେ ପକାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦର୍ଶକଙ୍କ ପାଇଁ ଉଦାହରଣ ସାଜିଥିଲେ ମାନବ, ଅର୍ଚ୍ଚନା

ସିରିଏଲ୍‌ ଜଗତରୁ ଚଳଚ୍ଚିତ୍ରକୁ ଆସିଥିଲେ ସୁଶାନ୍ତ ସିଂ ରାଜପୁତ୍‌। ଜୁନ୍‌ ୧୪ରେ ସେ ତାଙ୍କ ବାନ୍ଦ୍ରାସ୍ଥିତ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଏହି ଖବର...

ରାନୁଙ୍କ ଉପରେ ନିର୍ମାଣ ହେବ ବାୟୋପିକ୍‌, ଫେବୃୟାରୀରେ ପରଦାକୁ ଆସିବ

ମୁମ୍ବାଇ: ରେଳଷ୍ଟେଶନରେ ଗୀତ ଗାଇ ଗୁଜୁରାଣ ମେଣ୍ଟାଉଥିବା ରାନୁ ମଣ୍ଡଳରୁ ସୋସିଆଲ ମିଡିଆ ସେନ୍‌ସେଶନ। ରାତାରାତି ବଦଳିଯାଇଥିଲା ରାନୁ ଭାଗ୍ୟ। ଲତା ମଙ୍ଗେସକରଙ୍କ ଗୀତ ‘ଏକ...

ଗର୍ବୀ ହୋଇଗଲେଣି ଶେହନାଜ, ଗୌତମ ନେଲେ କ୍ଲାସ

ବମ୍ବେ: ବିଗ୍‌ବସ୍‌ରୁ ଲୋକପ୍ରିୟତା ସାଉଁଟିବା ପରେ ଗର୍ବୀ ହୋଇଗଲେଣି ଶେହନାଜ ଗିଲ। ଏକଥା ଆମେ କହୁନାହୁଁ, ଶେହନାଜଙ୍କ କଥାରୁ ଏଭଳି ଜଣାପଡ଼ୁଥିବା କହିଛନ୍ତି ଗୌତମ ଗୁଲାଟି।...

ମହିଳାଙ୍କ ସୁରକ୍ଷାକୁ ନେଇ ଟୁଇଟ୍‌ କଲେ ଶିଳ୍ପା

ମୁମ୍ବାଇ,୮।୧୨: ଦେଶରେ ମହିଳାଙ୍କ ଉପରେ ବଢିଚାଲିଥିବା ଅପରାଧକୁ ଦେଖି ଏବେ ସୋସିଆଲ ମିଡିଆରେ ନିଜର ମତ ରଖିଛନ୍ତି ବଲିଉଡ୍‌ ଫିଟ୍‌ କୁଇନ୍‌ ଶିଳ୍ପା ସେଟ୍ଟି। ପ୍ରଧାନମନ୍ତ୍ରୀ...

ଫିଟ୍‌ନେସ୍‌ ପାଇଁ ସିରିୟସ୍‌

ବାବୁସାନ ମହାନ୍ତି। ଓଡ଼ିଆ ସିନେ ଜଗତର ଜଣେ ଆଗଧାଡ଼ିର ଅଭିନେତା। କେବଳ ଜଣେ ଅଭିନେତା ନୁହେଁ ଜଣେ ଭଲ ଗାୟକ ମଧ୍ୟ। ନିଜର ଅଭିନୀତ ଅନେକ...

କେବିସିରେ ଭାଗ ନେଇ ପାରିବେ ନାହିଁ ଅମିତାଭଙ୍କ ପରିବାର

ଅମିତାଭ ବଚ୍ଚନ ଖୁବ୍‌ଶୀଘ୍ର ଲୋକପ୍ରିୟ ରିଅଲିଟି ଶୋ’ ‘କୌନ୍‌ ବନେଗା କରୋଡ଼ପତି’(କେବିସି) ସିଜିନ୍‌ ୧୧ରେ ପୁଣି ଟିଭି ପରଦାକୁ ଫେରିବେ। ମୁମ୍ବାଇରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ...

‘ମୋ ପେଁକାଳି ବଜେଇଦେ’ ନାଟକର ମିତା ଚରିତ୍ରରୁ ମୁକୁଳି ପାରିନି: ସୁକାନ୍ତି ପାଢ଼ୀ

ସୁକାନ୍ତି ପାଢ଼ୀ ନିଜ ନାମରେ ଯେତିକି ପରିଚିତ ନୁହନ୍ତି; ‘ମୋ ପେଁକାଳି ବଜେଇଦେ’ ନାଟକର ଭଉଣୀ ଚରିତ୍ର ସସ୍ମିତା ଜଗଦେବ ଭାବରେ ତା’ଠୁ ବେଶି ପରିଚିତ।...

ଇମୋଶନାଲ ହେଲେ ପରିଣିତି

ମୁମ୍ବାଇ: ବଲିଉଡ୍‌ ନାୟିକା ପରିଣିତି ଚୋପ୍ରା ସବୁବେଳେ ତାଙ୍କ ମନକଥା ଖୋଲି କହିଥାଆନ୍ତି। ନିକଟରେ ସେ ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟ କରିବା ସହ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *