ସେଲୁନ, ପାର୍ଲର୍‌ ଖୋଲିବାକୁ ଅନୁମତି ମାଗିଲା ବାରିକ ସଂଘ

 

ରାୟଗଡ଼ା ଅଫିସ,୩ା୫: ଦୀର୍ଘ ଦିନ ଧରି ଲକ୍‌ଡାଉନ ଯୋଗୁ ଜୀବନ ଜୀବିକା ପ୍ରଭାବିତ ହୋଇଛି। ସେଲୁନ ଓ ପାର୍ଲର୍‌ଗୁଡ଼ିକ ବନ୍ଦ ଯୋଗୁ ବାରିକମାନେ ମଧ୍ୟ ବେଶ୍‌ ପ୍ରଭାବିତ ହୋଇଛନ୍ତି। କଟକଣା କୋହଳ ପରେ ଅନେକ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲିବାକୁ ଅନୁମତି ମିଳିଛି। ହେଲେ ସାଲୋନ୍‌ ଓ ପାର୍ଲର୍‌ ଗୁଡ଼ିକୁ ଅନୁମତି ମିଳିନାହିଁ, ଯଦ୍ଦ୍ବାରା ଏମାନଙ୍କ ପରିବାର ବହୁ ସମସ୍ୟା ଦେଇ ଗତି କରୁଛନ୍ତି। ତେଣୁ ପୁଣି ଥରେ ଏଗୁଡ଼ିକୁ ଖୋଲିବାକୁ ଅନୁମତି ଦେବା ପାଇଁ ରାୟଗଡ଼ା ଜିଲା ବାରିକ ସେବା ସଂଘ ଜିଲାପାଳଙ୍କୁ ଭେଟି ଦାବି ଜଣାଇଛି। ସରକାରଙ୍କ ସମସ୍ତ ନିୟମ ପାଳନ କରି ବ୍ୟବସାୟ ଚଳାଇବୁ ବୋଲି ସେମାନେ ଜିଲାପାଳଙ୍କୁ ଜଣାଇଛନ୍ତି। ଏ ନେଇ ସଂଘ ସଭାପତି ଜି. ରଘୁ, ସମ୍ପାଦକ ଟି. ସତେଶ୍ୱର ରାଓ, ପରାମର୍ଶଦାତା ହଳଧର ମିଶ୍ରଙ୍କ ସମେତ ଶତାଧିକ କର୍ମୀ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତାତିରୁ ମିଳିବ ଆଶ୍ୱସ୍ତି! ଏହି ଦିନ କେରଳମ ଛୁଇଁବ ମୌସୁମୀ, ଓଡ଼ିଶା କେବେ ଆସିବ?

ନୂଆଦିଲ୍ଲୀ,୨।୬: ଆସନ୍ତା ୪ରେ କେରଳମ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ପଶ୍ଚିମ ବାୟୁ ଏବଂ ଦୁର୍ବଳ…

ଆଖଣ୍ଡଳମଣି ପୀଠରେ ଆରମ୍ଭ ହେଲା ଉଚ୍ଛେଦ ପ୍ରକ୍ରିୟା: ବୁଲିଲା ବୁଲ୍‌ଡୋଜର

ଧୂଷୁରୀ, ୨।୬ (ଦୀପ୍ତି ରଞ୍ଜନ ନାୟକ): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିସ୍ଥିତ ଆଖଣ୍ଡଳମଣି ମନ୍ଦିର ପରିକ୍ରମା ମାର୍ଗ ନିର୍ମାଣ ପାଇଁ ମଙ୍ଗଳବାର ପୂର୍ବାହ୍ନ ୧୦ଟାରେ ଉଚ୍ଛେଦ…

ହାତ ବନ୍ଧା ଅବସ୍ଥାରେ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ: ବଢିଲା ହତ୍ୟା ସନ୍ଦେହ

କେନ୍ଦ୍ରାପଡ଼ା,୨।୬: କେନ୍ଦ୍ରପଡ଼ା ଜିଲା ସଦର ଥାନା ଅଧୀନ କଜଳା ରୋଡ ରେଳ ଧାରଣା କଡ଼ ଏକ ଗଛରୁ ଜଣେ ଯୁବକଙ୍କ ହାତବନ୍ଧା ଅବସ୍ଥାରେ ଝୁଲନ୍ତା ମୃତଦେହ ମଙ୍ଗଳବାର…

ଓରିଙ୍ଗା ଜଙ୍ଗଲରେ ଭିଜିଲାନ୍ସ ଟିମ୍‌: ବନୀକରଣରେ ଦୁର୍ନୀତି ଗନ୍ଧ

ଆଠଗଡ,୨।୬(ସତ୍ୟ ପ୍ରସାଦ ରଥ):କଟକ ଜିଲା ଆଠଗଡ଼ ବନାଞ୍ଚଳ ଅନ୍ତର୍ଗତ ଓରିଙ୍ଗା ସଂରକ୍ଷିତ ଜଙ୍ଗଲରେ ୨୫ ହେକ୍ଟର ଜମିରେ କରାଯାଇଥିବା ବନୀକରଣ କାର୍ଯ୍ୟରେ ଦୁର୍ନୀତି ଅଭିଯୋଗ ଆସିବା ପରେ…

ମମତାଙ୍କ ପାଇଁ ବଡ଼ ସଙ୍କଟ; ଦଳ ଛାଡିପାରନ୍ତି ୫୦ ବିଧାୟକ, କଣ ହେବ ଭବିଷ୍ୟତ?

କୋଲକାତା,୨।୬: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ପରାଜୟ ପରେ, ତୃଣମୂଳ କଂଗ୍ରେସ ଭିତରେ ଆଭ୍ୟନ୍ତରୀଣ କନ୍ଦଳ ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ଏହା ଖୋଲାଖୋଲି ଭାବେ ସାମ୍ନାକୁ ଆସିଛି…

ନୂଆ ସରକାର ବୁଝିଲେ ଛାତ୍ରୀଛାତ୍ରଙ୍କ ସମସ୍ୟା: ୧୩ କୋଟି ଟଙ୍କା ବ୍ୟୟରେ…

ଭଞ୍ଜନଗର,୨।୬(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଶିଳ୍ପ ତାଲିମ କେନ୍ଦ୍ରର ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ଓ ୧୫୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସର ଶିଳାନ୍ୟାସ ମଙ୍ଗଳବାର ହୋଇଛି।…

ବିଲକୁ ଯାଇଥିଲେ ୨ ଭାଇ, ହଠାତ୍‌ ମାରିଲା ଘଡ଼ଘଡ଼ି: ଆଉ ତା’ପରେ…

ବଇଣ୍ଡା, ୨।୬(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା କିଶୋର ନଗର ବ୍ଲକ ହଣ୍ଡପା ଥାନା ପାପସରା ଗ୍ରାମର ଜଟିଆ ରୁଗୁଡ଼ି ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ…

ଶପଥ ନେଲେ ସୁପ୍ରିମକୋର୍ଟର ୫ ନୂଆ ବିଚାରପତି

ନୂଆଦିଲ୍ଲୀ,୨।୬: ସୁପ୍ରିମକୋର୍ଟରେ ମଙ୍ଗଳବାର ୫ ନୂଆ ବିଚାରପତି ଶପଥ ନେଇଛନ୍ତି। ଫଳରେ ଶୀର୍ଷ ଅଦାଲତର ମୋଟ ବିଚାରପତି ସଂଖ୍ୟା ୩୭ରେ ପହଞ୍ଚଛି। ଯାହାକି ମଞ୍ଜୁରୀପ୍ରାପ୍ତ ସଂଖ୍ୟାଠାରୁ ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri