ସେଲିବ୍ରିଟି ଦନ୍ତା

କଲମ୍ବୋ: କିଛିଦିନ ତଳେ ଜାତୀୟ ତଥା ଅନ୍ତର୍ଜାତୀୟ ଗଣମାଧ୍ୟମର ଶିରୋନାମା ପାଲଟିଥିଲା ‘ଟିକାରି’। କୁପୋଷଣର ଶିକାର ହୋଇଥିବା ହାତୀର କଙ୍କାଳସାର ଶରୀର ଭାଇରାଲ ହୋଇଥିଲା ସୋସିଆଲ ମିଡିଆରେ। ଜୀର୍ଣ୍ଣଶୀର୍ଣ୍ଣ ଶରୀର ସତ୍ତ୍ୱେ ଅମାନବୀୟ ଭାବେ ‘ଟିକାରି’କୁ ସାମିଲ କରାଯାଇଥିଲା ଏସାଲା ସମାରୋହରେ। ଏହାର କିଛିଦିନ ପରେ ଖାଦ୍ୟାଭାବରୁ ପ୍ରାଣ ହରାଇଥିଲା ୭୦ ବର୍ଷୀୟା ଉକ୍ତ ମାଈ ହାତୀ। ଏହି ଘଟଣା ସେତେବେଳେ ଦୋହଲାଇ ଦେଇଥିଲା ସମଗ୍ର ବିଶ୍ୱକୁ। ଏବେ ପୁଣି ଥରେ ଏକ ଦନ୍ତା ହାତୀକୁ ନେଇ ଚର୍ଚ୍ଚାର ପରିଧିକୁ ଆସିଛି ଏହି ଦ୍ୱୀପ ଦେଶ। ହେଲେ ଏଥର କୁପୋଷଣ ପାଇଁ ନୁହେଁ, ବରଂ ହାତୀ ଭଳି ବୃହତ୍‌କାୟ ଜୀବର ସୁରକ୍ଷା ବନ୍ଦୋବସ୍ତକୁ ନେଇ।
ଭିଭିଆଇପି ସୁରକ୍ଷା ବଳୟ ଭିତରେ ରଖାଯାଇଥିବା ଉକ୍ତ ଦନ୍ତାର ନାମ ନଡୁନଗମଓ୍ବା ରାଜା। ସାଢ଼େ ୧୦ ଫୁଟ ଉଚ୍ଚତା ଏବଂ ୬୫ ବର୍ଷୀୟ ଏହି ହାତୀ ସୁରକ୍ଷାରେ ମୁତୟନ ହୋଇଛନ୍ତି ସଶସ୍ତ୍ର ଯବାନ। ଦିନରାତି ଛାଇ ଭଳି ଜଗି ରହୁଛନ୍ତି ସୁରକ୍ଷା କର୍ମୀ। ନଡୁନଗମଓ୍ବା ରାଜା ହେଉଛି ଦେଶର ସର୍ବବୃହତ୍‌ ପାଳିତ ହାତୀ। ପ୍ରତିବର୍ଷ ଅଗଷ୍ଟରେ ବୁଦ୍ଧଙ୍କ ଦେହାବଶେଷକୁ ନେଇ ଏକ ଶୋଭାଯାତ୍ରା ଆୟୋଜିତ ହୋଇଥାଏ। ଏହି ଶୋଭାଯାତ୍ରା ଦୀର୍ଘ ୯୦କିମି ପରିକ୍ରମା କରି କାଣ୍ଡି ହିଲ୍‌ ରିସର୍ଟ ପର୍ଯ୍ୟନ୍ତ ଯାଇଥାଏ। ଏଥିରେ ପାଖାପାଖି ୧୦୦ ହାତୀ ସାମିଲ ହୋଇଥାନ୍ତି। ହେଲେ ସମସ୍ତଙ୍କ ପ୍ରଥମ ପସନ୍ଦ ନଡୁନଗମଓ୍ବା ରାଜା। ୨୦୧୫ ସେପ୍ଟେମ୍ବରରେ ରାସ୍ତାରେ ଯାଉଥିବାବେଳେ ହାତୀକୁ ଏକ ବାଇକ୍‌ ଧକ୍କା ଦେଇଥିଲା। ଏହି ଦୃଶ୍ୟ ଭିଡିଓରେ କଏଦ ହୋଇଥିଲା। ଏହାକୁ ନେଇ ଚିନ୍ତା ପ୍ରକଟ କରିଥିଲେ ସରକାର। ମାଲିକଙ୍କୁ ହାତୀ ସୁରକ୍ଷା ନେଇ ନିର୍ଭର ପ୍ରତିଶ୍ରୁତି ଦିଆଯାଇଥିଲା। ଏହାପରେ ଦନ୍ତା ପାଇଁ କରାଯାଇଛି ସ୍ବତନ୍ତ୍ର ବ୍ୟବସ୍ଥା। କେବଳ ଏତିକି ନୁହେଁ, ହାତୀଟିର ଯତ୍ନ ନେବାକୁ ୨ଜଣ ତାଲିମପ୍ରାପ୍ତ ମାହୁନ୍ତ ମଧ୍ୟ ନିୟୋଜିତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମ ନେବାର ୧୨ଘଣ୍ଟା ମଧ୍ୟରେ ନବଜାତ ଶିଶୁ କରୋନା ପଜିଟିଭ୍‌

ଲଣ୍ଡନ,୮।୬: ସାରା ବିଶ୍ୱରେ କରୋନା ଭାଇରସ୍‌ ସଂକ୍ରମଣ ତୀବ୍ରଗତିରେ ବୃଦ୍ଧି ପାଇବାରେ ଲାଗିଛି। ଦିନକୁ ଦିନ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ...

ନୂଆ ସରକାର ଗଢ଼ିବାରେ ନେତାନ୍ୟାହୁ ବିଫଳ

ଜେରୁଜେଲମ୍‌, ୬।୫(ପି.ଟି.): ଦୀର୍ଘଦିନ ଧରି ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ଥିବା ବେଞ୍ଜାମିନ ନେତାନ୍ୟାହୁ ଧାର୍ଯ୍ୟ ସମୟସୀମା ମଧ୍ୟରାତ୍ର ସୁଦ୍ଧା ନୂଆ ସରକାର ଗଢ଼ିବାରେ ବିଫଳ ହୋଇଛନ୍ତି। ଫଳରେ...

ପୁଣି ଥରିଲା ଇଣ୍ଡୋନେସିଆ: ଗତ ୩ ଦିନରେ ୩ ଥର ଭୂକମ୍ପ

ଜାକର୍ତ୍ତା,୧୬।୭: ଇଣ୍ଡୋନେସିଆର ବାଲିରେ ମଙ୍ଗଳବାର ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୭ ଥିଲା ବୋଲି ଆମେରିକା ଭୂବିଜ୍ଞାନ ସଂସ୍ଥା ପକ୍ଷରୁ ସୂଚନା...

୩୯ଟି ଦେଶରେ ୧୬୦୦ମଙ୍କିପକ୍ସ ମାମଲା: ଘୋଷଣା କରାଯାଇପାରେ ସ୍ବାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି, ଜରୁରୀ ବୈଠକ ଡକାଇଲା ‘ହୁ’

ଜେନେଭା,୧୫।୬: କରୋନା ପରେ ଏବେ ସାରା ବିଶ୍ୱରେ ଚିନ୍ତା ବଢ଼ାଉଛି ମଙ୍କିପକ୍ସ। ସାରା ବିଶ୍ୱରେ ମଙ୍କିପକ୍ସର ବୃଦ୍ଧି ଓ ବିସ୍ତାରକୁ ନେଇ ବିଶ୍ୱ ସୱାସ୍ଥ୍ୟ ସଂଗଠନ(ଡବ୍ଲୁଏଚ୍‌ଓ)...

ସଞ୍ଚୟ ଗୁରୁତ୍ୱପୂର୍ଣ୍ଣ

କୈଶୋରାବସ୍ଥା ବା ଯୁବାବସ୍ଥାକୁ ଅନେକେ ମଜାମସ୍ତିରେ ବିତାଇବାକୁ ପସନ୍ଦ କରନ୍ତି। ଆଉ ଏଥିପାଇଁ ଆଗ-ପଛ ବିଚାର ନ କରି ନିଜର ସମସ୍ତ ଆୟକୁ ମଧ୍ୟ ବ୍ୟୟ...

୨୦୨୨ରେ କରୋନାକୁ ହରାଇବା, ଡବ୍ଲ୍ୟୁଏଚ୍‌ଓ ମୁଖ୍ୟଙ୍କ ଆହ୍ବାନ…

ନୂଆଦିଲ୍ଲୀ, ୨୨।୧୨: ପୃଥିବୀରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ପ୍ରତିଦିନ ଏହା ନୂଆ ନୂଆ ଦେଶକୁ ସଂକ୍ରମିତ ହେବାରେ...

ମାତ୍ର ଥରେ..

ବଲିଉଡ୍‌ର ଆଗଧାଡ଼ିର ଅଭିନେତ୍ରୀ ଭାବରେ କରୀନା ବେଶ୍‌ ପରିଚିତ। ନାୟିକା ଭାବରେ ତାଙ୍କ ଅଭିନୀତ ପ୍ରଥମ ସିନେମା ଥିଲା ଜେ.ପି ଦତ୍ତାଙ୍କ ‘ରିଫ୍ୟୁଜି’। ଏହି ଫିଲ୍ମ...

ୟୁକ୍ରେନ୍‌ର ଆସ୍ଥା ‘ସେଣ୍ଟ ଜାଭେଲିନ୍‌’

କ୍ୱିଭ୍‌,୨୭।୨: ରୁଷିଆ ୟୁକ୍ରେନ ଯୁଦ୍ଧକୁ ବିତିଯାଇଛି ତିନିଦିନ। ସାରା ବିଶ୍ୱବାସୀଙ୍କ ନଜର ଏହି ଯୁଦ୍ଧ ଉପରେ ରହିଛି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ୟୁକ୍ରେନରେ ଏକ ଛବି...

Advertisement
Archives

Model This Week