ସେଲଫି ଭିଡିଓରୁ ଜାଣି ହେବ ବ୍ଲଡପ୍ରେସର

ଏଣିକି ବ୍ଲଡପ୍ରେସର ମାପିବ ସେଲଫି ଭିଡିଓ। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। କାନାଡା ଟରୋଣ୍ଟୋ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ମୋବାଇଲର କ୍ୟାମେରାରୁ ବ୍ଲଡ଼ ପ୍ରେସରର ଲେବୁଲ ଜାଣିବା ପାଇଁ ଏକ ନୂଆ ଟେକ୍ନୋଲୋଜି ତିଆରି କରିଛନ୍ତି। ଯାହା ସେଲିଫି ଭିଡିଓ ସାହାଯ୍ୟରେ ବ୍ଲଡ ପ୍ରେସର କେତେ ରହିଯାଇଛି ମପା ଯାଇପାରିବ। ବିଶେଷଜ୍ଞମାନେ ଗବେଷଣା କରିଥିବା ଏହି ଟେକ୍ନୋଲୋଜିର ନଁା ହେଉଛି ଟ୍ରାନ୍ସଡର୍ମଲ ଅପ୍ଟିକାଲ୍‌ ଇମୋଜିଂ। ଏହି ଟେକ୍ନୋଲୋଜି ସାହାଯ୍ୟରେ ମୁହଁର ଚର୍ମରୁ ବ୍ଲଡପ୍ରେସର କେତେ ରହିଛି ଜାଣିହେବ। ଏହାକୁ ବୁଝିବା ପାଇଁ ଉକ୍ତ ଟେକ୍ନୋଲୋଜି ୨ ମିନିଟର ସେଲଫି ଭିଡିଓକୁ ବ୍ୟବହାର କରିବ। ଭିଡିଓ ତିଆରି ସମୟରେ ମୋବାଇଲର କ୍ୟାମେରାରେ ଲାଗିଥିବା ଅପ୍ଟିକାଲ ସେନ୍‌ସର ମୁହଁରେ ପଡ଼ୁଥିବା ନାଲି କିରଣକୁ ଧରି ରଖିବ। ଯାହା ଚର୍ମର ତଳେ ଥିବା ହିମୋଗ୍ଲୋବିନ କାରଣରୁ ପ୍ରତିଫଳିତ ହୋଇଥାଏ। ଏଥିରୁ ଶରୀରରେ ରହିଥିବା ରକ୍ତଚାପର ଲେବୁଲ ବିଷୟରେ ସୂଚନା ମିଳିପାରିବ। ତେବେ ଚାଇନା ଓ କନାଡାରେ ପ୍ରାୟ ୧୩୨୮ ଲୋକଙ୍କ ଉପରେ ବିଶେଷଜ୍ଞ ଏହି ଗବେଷଣା କରିଥିଲେ। ସେହି ସମୟରେ ୯୫ରୁ ୯୬ ପ୍ରତିଶତ ଲୋକଙ୍କ ବ୍ଲଡ଼ ପ୍ରେସର ଲେବୁଲ ବିଷୟରେ ସଠିକ୍‌ ତଥ୍ୟ ମିଳିଥିବା ବେଳେ ଏଥିରେ ୩ ପ୍ରକାରର ବ୍ଲଡ ପ୍ରେସର ମାପିବା ପାଇଁ ସଫଳତା ମିଳିଥିଲା। ଟେଙ୍କ କମ୍ପାନୀର ନ୍ୟୁରୋଲୋଜିକ୍ସ ଏନୁରା ନାମକ ଏକ୍‌ ଆପ୍‌ ତିଆରି କରିଛନ୍ତି। ଯିଏ ୩୦ ମିନିଟର ସେଲଫି ଭିଡିଓରେ ହୃତ୍‌ସ୍ପନ୍ଦନ ଓ ଉତ୍ତେଜନା ସ୍ତରର ସୂଚନା ଦେବ। କମ୍ପାନୀ ଖୁବ୍‌ଶୀଘ୍ର ଏହି ଆପ୍‌ରେ ବ୍ଲଡ ପ୍ରେସର ଜାଣିବା ପାଇଁ ଏକ ଫିଚର ସାମିଲ କରିବାକୁ ଯାଉଛି। ଏହା ସାହାଯ୍ୟରେ କୋଲେଷ୍ଟରଲ, ହିମୋଗ୍ଲୋବିନ ଓ ବ୍ଲଡ ପ୍ରେସରର ଲେବୁଲ ବିଷୟରେ ଜାଣିହେବ। ତେବେ ଏହି ଆପ୍‌କୁ ପ୍ରଥମେ ଚାଇନାରେ ରିଲିଜ୍‌ କରାଯିବ ବୋଲି କମ୍ପାନୀର କର୍ତ୍ତୃପକ୍ଷ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଦରକାରୀ ପ୍ଲାଷ୍ଟିକ୍‌ର ନୂଆ ରୂପ…

ପ୍ଲାଷ୍ଟିକ୍‌ ବୋତଲ୍‌ଗୁଡ଼ିକୁ ବ୍ୟବହାର କରିସାରିବା ପରେ ବାହାରେ ନ ଫିଙ୍ଗି ବିଭିନ୍ନ ଆକୃତିରେ କାଟି ଗଛ ଲଗାଇବା ପାଇଁ ବ୍ୟବହାର କରିପାରିବେ। ଏଥିରେ ଓ୍ବାଲ୍‌ ହାଙ୍ଗିଙ୍ଗ୍‌...

ଭାଙ୍ଗିଗଲା ପୁଟିନ୍‌ଙ୍କ ବଡ଼ ଝିଅଙ୍କ ସ୍ବପ୍ନ

ମସ୍କୋ, ୨୪ା୩: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ବଡ଼ ଝିଅ ଡା. ମାରିଆ ଭୋରୋଣ୍ଟସୋଭା(୩୬) ତାଙ୍କ ଡଚ୍‌ ବ୍ୟବସାୟୀ ସ୍ବାମୀ ଜୋରିଟ୍‌ ଫାସେନ୍‌ଙ୍କଠାରୁ ଅଲଗା ହୋଇଛନ୍ତି।...

କୁରାନ ପୋଡି ନେଇ ଡେନମାର୍କ ଓ ସ୍ବିଡେନ୍‌ରେ ଉଦ୍‌ବେଗ

କୋପେନହାଗେନ, ରାୟଟରା, ୨୬।୭: କୁରାନକୁ ଅସମ୍ମାନ କରିବା କିମ୍ବା ସର୍ବସମ୍ମୁଖରେ ଅଭିବ୍ୟକ୍ତିର ସ୍ବାଧୀନତାର ମୁଖା ପିନ୍ଧାଇ ଜାଳିଦେବା ପ୍ରସଙ୍ଗ ଥମିବାର ନାଁ ନେଉନାହିଁ। ଇସଲାମ ବିରୋଧୀ...

ୟୁକ୍ରେନର ସ୍କୁଲ, ବଡ ବଡ ଘର ଉପରେ ରୁଷିଆର ଆକ୍ରମଣ: ଚେର୍ନିହିବରେ ୩୩ ଜଣଙ୍କ ମୃତ୍ୟୁ

କ୍ୱିଭ,୪ ।୩: ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ନବମ ଦିନରେ ପହଞ୍ଚିଛି । ଏବେ ୟୁକ୍ରେନର ଯୁଆଡେ ଚାହିଁଲେ ସିଆଡେ ଖାଲି ଧ୍ୱଂସ ଆଉ ଧ୍ୱଂସ ।...

ସାଉଥ କୋରିଆରେ ରାତାରାତି ୨-୩ ବର୍ଷ କମିଗଲା ଲୋକଙ୍କ ବୟସ

ସିଓଲ,୨୮।୬: ଦକ୍ଷିଣ କୋରିଆରେ ୫.୧ କୋଟି ଲୋକଙ୍କର ବୟସ ୧ ଅବା ୨ ବର୍ଷ କମ ହୋଇଯାଇଛି। ଦକ୍ଷିଣ କୋରିଆର ଲୋକଙ୍କ ବୟସ ହଠାତ କମ...

‘ସାରାବିଶ୍ୱରେ ପାକିସ୍ତାନ ଲୋକହସା ହୋଇଛି’

ଓ୍ବାଶିଂଟନ,୨୩ା୭: ଆମେରିକାର ରାଷ୍ଟ୍ରପତିଙ୍କ କଳା ପରାମର୍ଶଦାତା ସହିଦ ଅହମ୍ମଦ ଖାନ କହିଛନ୍ତି, ପାକିସ୍ତାନର ଆଭ୍ୟନ୍ତରୀଣ ରାଜନୀତିରେ ଆମେରିକାର କୌଣସି ସମ୍ପର୍କ ନାହିଁ। ଏଥିସହ ସେ କହିଛନ୍ତି,...

ୟୁକ୍ରେନ୍‌ବାସୀଙ୍କୁ ନୂଆ ଶିଖାଳି ବୋଲି ଭାବନ୍ତୁ ନାହିଁ: ଜେଲେନ୍‌ସ୍କି

କ୍ୱିଭ,୩୧ ।୩: ରୁଷିଆ- ୟୁକ୍ରେନ୍ ଯୁଦ୍ଧ ୩୫ ଦିନରେ ବି ଜାରି ରହିଛି । କେହି ପଛକୁ ହଟିବାକୁ ରାଜି ନୁହେଁ । ଏପଟେ ଯୁଦ୍ଧର...

୨୦୨୨ ସୁଦ୍ଧା ପୃଥିବୀର ସମସ୍ତଙ୍କୁ ଦିଆଯିବ କରୋନା ଟିକା: ୨୦୦୦ ହଜାର କାର୍ଗୋ ବିମାନରେ ହେବ ପରିବହନ

ଓ୍ବାଶିଂଟନ,୧।୧୨: ପୃଥିବୀର ସମସ୍ତ ଲୋକଙ୍କୁ ୨୦୨୨ ସୁଦ୍ଧା କରୋନା ଟିକା ଦିଆଯିବ।  ୭ ଶହ କୋଟି ଲୋକଙ୍କ ପାଖରେ ୧୪ ଶହ କୋଟି ଟିକା ପହଞ୍ଚାଇବା...

Advertisement
Archives

Model This Week