ସେବାଶ୍ରମ ପ୍ରଧାନଶିକ୍ଷୟିତ୍ରୀଙ୍କୁ ନିଲମ୍ବନ ନିର୍ଦ୍ଦେଶ

ଫୁଲବାଣୀ ଅଫିସ, ୮ା୧୧-ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା ଗୁୁରୁବାର ଦିନିକିଆ କନ୍ଧମାଳ ଜିଲା ଗସ୍ତରେ ଆସି ବିଭାଗ ପକ୍ଷରୁ ଚାଲିଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟ ବୁଲି ଦେଖିବା ସହ ସମୀକ୍ଷା କରିଛନ୍ତି। ମନ୍ତ୍ରୀ କେତେକ କାର୍ଯ୍ୟରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଫୁଲବାଣୀ ବ୍ଲକ ମିଣିଆସ୍ଥିତ କୁଡିପୁଞ୍ଜା ସେବାଶ୍ରମରେ ଅନିୟମିତତା ଦେଖି ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ତୁରନ୍ତ ନିଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ମନ୍ତ୍ରୀ ପ୍ରଥମେ ଫୁଲବାଣୀସ୍ଥିତ ଇ-ଲାଇବ୍ରେରିକୁ ଯାଇଥିଲେ। ସେଠାରେ ବିଭିନ୍ନ ପୁସ୍ତକ ଓ ମାଗାଜିନ ଦେଖିଥିଲେ। କେଉଁମାନେ ଏଠାକୁ ପଢ଼ିବାକୁ ଆସୁଛନ୍ତି ତାହା ଉପରେ ଫୁଲବାଣୀ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ(ପିଏ ଆଇଟିଡିଏ)ଙ୍କୁ ପଚାରି ବୁଝିଥିଲେ। ପରେ ପକନାଗାଁ ଉଚ୍ଚ ବିଦ୍ୟାଳୟକୁ ଯାଇ ୧୦ମ ଶ୍ରେଣୀ ଛାତ୍ରୀମାନଙ୍କ ସହ କଥା ହୋଇଥିଲେ। ସେଠାରୁ ମିଣିଆ ପଞ୍ଚାୟତକୁ ଯାଇ କଙ୍ଗେଇ ଡ୍ୟାମ ପରିଦର୍ଶନ କରିଥିଲେ। ମାଛ ଚାଷ କରୁଥିବା ଏସ୍‌ଏଚ୍‌ଜି ଗ୍ରୁପର ସଦସ୍ୟାମାନଙ୍କ ସହ ଆଲୋଚନା କରିଥିଲେ। ମହିଳାମାନେ ମନ୍ତ୍ରୀଙ୍କୁ ୪ଟି ସୋଲାର ଲାଇଟ ଓ ମାଛ ରଖିବା ଗୃହ ନିର୍ମାଣ ପାଇଁ ନିବେଦନ କରିଥିଲେ। ତୁରନ୍ତ ଏହା କରିବାକୁ ପିଏ ଆଇଟିଡ଼ିଏଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ମନ୍ତ୍ରୀ କୁଡ଼ିପୁଞ୍ଜା ସେବାଶ୍ରମକୁ ଯାଇଥିଲେ। ସେଠାରେ ଅବ୍ୟବସ୍ଥା ଦେଖି ଅସନ୍ତୋଷ ପ୍ରକାଶ କରିଥିଲେ। ସ୍କୁଲରେ ପିଲାଙ୍କୁ ତଳେ ବସା ଯାଇଥିବା ଓ ମିଥ୍ୟା ଉପସ୍ଥାନ ଦେଖି ବିରକ୍ତ ହେବା ସହ ପ୍ରଧାନଶିକ୍ଷୟିତ୍ରୀ ପ୍ରମିଳା ପାଣିଗ୍ରାହୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିବାକୁ ଜିଲା ମଙ୍ଗଳ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ଜିଲା ପରିଷଦ ଅଧ୍ୟକ୍ଷା ଆକାଂକ୍ଷା ପ୍ରଧାନ, ପିଏ ଆଇଟିଡିଏ ବୀରେନ୍ଦ୍ର କୁମାର ଦାସ, ଜିଲା ମଙ୍ଗଳ ଅଧିକାରୀ ଶେଷଦେବ ବେହେରା, ଜୀବନଜୀବିକା ପ୍ରକଳ୍ପ ପରାମର୍ଶଦାତା ବୈଦ୍ୟନାଥ ଖଟୁଆ ପ୍ରମୁଖ ଏହି ଗସ୍ତରେ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦାଣ୍ଡରେ ଶୋଇବା କାଳ ହେଲା, ଗାଈ ମାଡି ଦେବାରୁ ଗଲା ଶିଶୁକନ୍ୟାଙ୍କ ଜୀବନ

ଟିକ୍ରାପଡା,୩୦ା୫(ଡି.ଏନ.ଏ.) -ବଲାଙ୍ଗୀର ଜିଲା ସଇଁତଳା ଥାନା ଟିକ୍ରାପଡା ଫାଣ୍ଡି ଅଧିନ ଝିଙ୍କିଡୁଙ୍ଗୁରି ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ଘର ସମ୍ମୁଖ ଦାଣ୍ଡରେ ଶୋଇଥିବା ବେଳେ...

ସାହାସପୁର ମହାବିଦ୍ୟାଳୟର ପ୍ରତିଷ୍ଠା ଉତ୍ସବ ‘ସଂକଳ୍ପ ନେଇ ଶିକ୍ଷାଲାଭ କଲେ ସିଦ୍ଧି ନିଶ୍ଚିତ ମିଳିବ’

ଚଣ୍ଡିଖୋଲ/ବାଲିଚନ୍ଦ୍ରପୁର,୧୭ା୮(ଡି.ଏନ.ଏ.)- ଗୋଟିଏ ଶିକ୍ଷାନୁଷ୍ଠାନ ଆଗକୁ ଯିବାକୁ ହେଲେ ସମସ୍ତଙ୍କର ସହଭାଗିତା ଓ ସହଯୋଗର ଆବଶ୍ୟକ ରହିଅଛି। ଛାତ୍ରୀଛାତ୍ର, ଅଧ୍ୟାପକ ଓ ଅଭିଭାବକଙ୍କ ମିଳିତ ଉଦ୍ୟମ ଦ୍ୱାରା...

ପରିବାରର ୪ ସଦସ୍ୟଙ୍କୁ ହାଣି ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କା,ସୁନାଗହଣା

ଆଳି,୩୦।୮(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅନ୍ତର୍ଗତ ଭରତପୁର ଗ୍ରାମର ହାଡ଼ିବନ୍ଧୁ ସାହୁଙ୍କ ଘରେ ଡକାୟତି କରିବା ସହ ଘରର ସଦସ୍ୟଙ୍କୁ ଡକାୟତମାନେ ମରଣାନ୍ତକ ଆକ୍ରମଣ...

ଗାଁରେ ପଶିଲା ହୀରାକୁଦ ଜଳଭଣ୍ଡାର ପଛୁଆ ପାଣି: ବନ୍ୟା ଘେରରେ ଗ୍ରାମବାସୀ

ବରଗଡ଼ ଅଫିସ/ଅମ୍ବାଭୋନା,୧୬ା୯(ଡି.ଏନ୍‌.ଏ.): ଛତିଶଗଡ଼ ଅଞ୍ଚଳରେ ପ୍ରବଳ ବର୍ଷା ହେବା ଯୋଗୁ ଗୁରୁବାର ସୀମାନ୍ତ ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି, ଅନ୍ତରାଡ଼ି, ବେନିଆଁପାଲି ଏବଂ...

ଆଜି ଶ୍ରୀମନ୍ଦିରରେ ଫଗୁ ଦଶମୀ

ପୁରୀ ଅଫିସ,୧୩।୩: ଆଜି ଶ୍ରୀମନ୍ଦିରରେ ଫଗୁ ଦଶମୀ । ଏହି ଅବସରରେ ମହାପ୍ରଭୁଙ୍କ ଚାଚେରୀ ବେଶ ଓ ଚାଚେରୀ ଭୋଗ ନୀତି କରାଯିବ । ଠାକୁରେ...

ଆଜିଠୁ ଭିତରକନିକା ବନ୍ଦ

ରାଜନଗର,୨୬ା୧୨ (ଡି.ଏନ.ଏ.): କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକରେ ଥିବା ଭିତରକନିକା ଜାତୀୟ ଉଦ୍ୟାନ ଆସନ୍ତାକାଲି ଠାରୁ ଜାନୁୟାରୀ ୪ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ଏଥିପାଇଁ...

ନୟାଗଡ଼ ଜିଲାରେ ୫ ଟି ଓ ମୋ ସରକାର ପ୍ରଭାବ: ଦେଢ଼ମାସରେ ୧୦ ନିଲମ୍ବିତ, ଜଣେ ବହିଷ୍କୃତ

ନୟାଗଡ଼ ଅଫିସ,୧୮ା୧୧: ନୟାଗଡ଼ ଜିଲାରେ ୫ ଟି ଓ ମୋ ସରକାର ପ୍ରଭାବ ଦେଖିବାକୁ ମିଳିଛି। ଏହାର ପ୍ରଭାବରେ ଦେଢମାସରେ ୧୦ ଜଣ ନିଲମ୍ବିତ ହୋଇଥିବା...

କେନ୍ଦୁଝର ଗସ୍ତରେ ଯିବେ ରାଜ୍ୟପାଳ

କେନ୍ଦୁଝର,୫।୧(ସ୍ବ.ପ୍ର.): ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଶୁକ୍ରବାର କେନ୍ଦୁଝର ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ସେ ଭୁବନେଶ୍ୱର ବିମାନବନ୍ଦରରୁ ସ୍ବତନ୍ତ୍ର ହେଲିକପ୍ଟର ବାହାରି ଯୋଡା ଟିସ୍କୋ...

Advertisement
Archives

Model This Week