Posted inଫୁରସତ

ସେକେଣ୍ଡ୍‌ ହ୍ୟାଣ୍ଡ୍‌ ଶପିଂ ସେଣ୍ଟରରୁ କିଣିଥିଲେ ବ୍ୟାଗ୍‌, ଏଥିରେ ଥିଲା…

ଓ୍ବାଶିଂଟନ୍‌: ଆଜିର ସମୟରେ ସଚ୍ଚୋଟ ବ୍ୟକ୍ତିଙ୍କ ସଂଖ୍ୟା ହାତଗଣତି। ଏହି ଯେମିତି କିଛି ଜିନିଷ ହଜିଗଲେ ପାଇଥିବା ଖୁବ୍‌ କମ୍‌ ଲୋକ ଏହାକୁ ଫେରାଇଥାନ୍ତି। ମାତ୍ର ଆମେରିକାର ସେଣ୍ଟ୍ରାଲ୍‌ ମିଚିଗାନ୍‌ରେ ରହୁଥିବା ୫୦ ବର୍ଷୀୟ ହାଓ୍ବାର୍ଡ କିର୍ବି ସଚ୍ଚୋଟତାର ପରିଚୟ ଦେଇଛନ୍ତି। କିଛିଦିନ ତଳେ ହାଓ୍ବାର୍ଡ ସେକେଣ୍ଡ୍‌ ହ୍ୟାଣ୍ଡ୍‌ ଶପିଂ ସେଣ୍ଟରରୁ ଏକ ବ୍ୟାଗ୍‌ କିଣି ଘରକୁ ଆଣିଥିଲେ। ଯେତେବେଳେ ତାଙ୍କ ଝିଅ ବ୍ୟାଗ୍‌ଟିକୁ ଖୋଲିଲେ ଏଥିରେ ଟଙ୍କା ଭର୍ତ୍ତି ଥିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏଥିରେ ୩୦ ଲକ୍ଷ ୫୪ ହଜାର ଟଙ୍କା ଥିବା ଦେଖିବାକୁ ମିଳିଥିଲା।
ଏକ ରିପୋର୍ଟ ଅନୁଯାୟୀ, ପରିବାର ଲୋକେ ଏତେ ପରିମାଣର ଟଙ୍କା ଦେଖି ଏଥିରେ କ’ଣ କରିବେ କିଛି ବୁଝିପାରିଲେ ନାହିଁ। ହାଓ୍ବାର୍ଡ ପ୍ରଥମେ ଭାବିଲେ ଏହି ଟଙ୍କାରେ ଘରର କରଜ ଶୁଝିଦେବେ। ଆଉ କିଛି ଟଙ୍କାରେ ବିଳାସମୟ ଜୀବନ ବିତାଇବେ। ଏଥିପାଇଁ ସେ ତାଙ୍କ ଓକିଲଙ୍କ ପରାମର୍ଶ ନେଲେ। ଓକିଲ କହିଲେ, ଏହି ଟଙ୍କା ତୁମ ପାଖରେ ରଖ। ତୁମେ ତ କେଉଁଠୁ ଚୋରି କରିନା ଯେ,ତୁମକୁ ପୋଲିସ ବାନ୍ଧିବ। କିନ୍ତୁ ହାଓ୍ବାର୍ଡଙ୍କ ହୃଦୟ ବାଧା ଦେଲା। ସେ ଚାହିଁଲେ ବ୍ୟାଗ୍‌ଟି ଯେଉଁଠୁ କିଣିଥିଲେ ସେଠାରେ ଫେରାଇ ଦେବେ। ଶେଷରେ ସେଇୟା ହିଁ କଲେ। ଏହି ବ୍ୟାଗ୍‌ଟି ନ୍ୟୁବେରିର ଏକ ପରିବାରର। ତାଙ୍କ ପିତାଙ୍କ ମୃତ୍ୟୁ ପରେ ବ୍ୟାଗ୍‌ଟିକୁ ଆଣି ସେକେଣ୍ଡ୍‌ ହ୍ୟାଣ୍ଡ୍‌ ଶପିଂ ସେଣ୍ଟରରେ ଦାନ କରିଦେଇଥିଲେ। ତେବେ ଦୋକାନ ମାଲିକ ହାଓ୍ବାର୍ଡଙ୍କ ଏପରି ସଚ୍ଚୋଟତା ଦେଖି ତାଙ୍କୁ ଖୁବ୍‌ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ମାଣ ହେଲା ‘କରୋନା ଦେବୀ’ ମନ୍ଦିର

ଚେନ୍ନାଇ,୨୦।୫: କରୋନା ଯୋଗୁ ପ୍ରତିଦିନ ହଜାର ହଜାର ଲୋକ ମୃତ୍ୟୁବରଣ କରୁଛନ୍ତି। କରୋନାକୁ ଦୂର କରିବା ପାଇଁ ବୈଜ୍ଞାନିକ ପ୍ରୟାସ ଜାରି ରହିଛି। ଅନ୍ୟପକ୍ଷରେ, ଏହାକୁ...

ବିଶ୍ୱର ସବୁଠୁ ମୂଲ୍ୟବାନ ପଦାର୍ଥ, ୧ ଗ୍ରାମର ଦାମ୍‌ ୭୫୫୩ କୋଟି

ସାଧାରଣତଃ ସୁନା, ରୁପା ଏବଂ ହୀରା ବିଶ୍ୱର ସବୁଠାରୁ ମୂଲ୍ୟବାନ ପଦାର୍ଥ ବୋଲି ସମସ୍ତେ ଜାଣନ୍ତି। କିନ୍ତୁ ଏସବୁ ପଦାର୍ଥକୁ ବାଦ୍‌ ଦେଇ ଆଉ ଏକ...

ଚନ୍ଦ୍ରକୁ ଶୁଷ୍କ ଭାବିବା ଭୁଲ୍‌

ଟୋକିଓ, ୧୩ା୬: ଚନ୍ଦ୍ର ଶୁଷ୍କ ବୋଲି ଆମେ ଭାବିଥାଉ। ବହୁ ଜ୍ୟୋତିର୍ବିଦ ଭାବନ୍ତି, ଆମର ଏକମାତ୍ର ଉପଗ୍ରହ ଅଙ୍ଗାରକ ଭଳି ଅସ୍ଥିର ତତ୍ତ୍ୱ ରହିତ, ଯାହା...

୩ ସ୍ବାମୀଙ୍କ ସହ ଗୋଟିଏ ଛାତ ତଳେ ରହୁଛନ୍ତି ମହିଳା, ଝିଅ ଫଟୋ ଶେୟାର କରି ଲେଖିଲେ…

ଜଣେ ଯୁବତୀ ନିଜ ପରିବାରର ଭିନ୍ନ ଏକ କାହାଣୀ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ରକିଲ ସୋୟକା ନାମକ ଜଣେ ୟୁଜର ଟିକ୍‌ଟକ୍‌ ଭିଡିଓରେ କହିଛନ୍ତି,...

ମନ୍ଦିରରେ କୁକୁର ଦେଉଛି ଆଶୀର୍ବାଦ

ମୁମ୍ବାଇ,୧୧।୧: ଏବେ ସୋସିଆଲ୍‌ ମିଡ଼ିଆରେ ଏକ ଭିଡ଼ିଓ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ମହାରାଷ୍ଟ୍ରର ସିଦ୍ଧଟେକ୍‌ ସ୍ଥିତ ସିଦ୍ଧି ବିନାୟକ ମନ୍ଦିର ପ୍ରସ୍ଥାନ ଦ୍ୱାରରେ...

ବିବାହ ପରେ ୩ ଦିନ ପର୍ଯ୍ୟନ୍ତ ବରକନ୍ୟାଙ୍କୁ ଟଏଲେଟ୍‌ ମନା, କାରଣ ଜାଣିଲେ…

ବିବାହକୁ ନେଇ ଅନେକ ରୀତିନୀତି ରହିଛି। ପ୍ରତ୍ୟେକ ଧର୍ମ, ସମ୍ପ୍ରଦାୟ ଏବଂ ଦେଶରେ ବିବାହ ସମ୍ବନ୍ଧରେ ଭିନ୍ନ ରୀତିନୀତି ରହିଛି। କିନ୍ତୁ ବେଳେବେଳେ ଏପରି ରୀତିନୀତି...

ବିବାହର ୩ ଦିନ ପୂର୍ବରୁ ମା’ ହେଲେ ମହିଳା, ଦେଲେ ଅଜବ ଉତ୍ତର

ବ୍ରିଟେନର ଜଣେ ମହିଳା ବିବାହର ଠିକ୍‌ ୩ ଦିନ ପୂର୍ବରୁ ମା’ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଅନ୍ୟପକ୍ଷରେ ମହିଳା ଜଣଙ୍କ ଏକ ଅଜବ ଉତ୍ତର...

ମହାକାଶ ଛୁଇଁବ ହଲିଉଡ୍‌

ମହାକାଶ, ଗ୍ରହ, ଗ୍ରହାଣୁ, ଏଲିଏନ୍‌କୁ ନେଇ ହଲିଉଡ୍‌ରେ ଶୁଟିଂ ହୋଇସାରିଛି ଅନେକ ସିନେମା। ହେଲେ ମହାକାଶରେ ଏବେ ନିର୍ମାଣ ହେବ ଚଳଚ୍ଚିତ୍ର। ଏ ଦିଗରେ ଆମେରିକୀୟ...

Advertisement


Archives

Model This Week