ସୂର୍ଯ୍ୟୋପରାଗ: ଗର୍ଭବତୀ ଏହିସବୁ ଦିଗ ପ୍ରତି ଦିଅନ୍ତୁ ଦୃଷ୍ଟି

୨୬ ତାରିଖ ସକାଳେ ଏକ ବିରଳ ସୂର୍ଯ୍ୟୋପରାଗ ସଂଘଠିତ ହେବ। ଏହା ଦକ୍ଷିଣ-ଭାରତର କେତେକ ଅଞ୍ଚଳରେ ପୂର୍ଣ୍ଣ ଭାବେ ଦେଖାଯିବାକୁ ଥିବାବେଳେ ଓଡ଼ିଶାରେ ଆଂଶିକ ଭାବେ ଦେଖାଯିବ। ଓଡ଼ିଶାରେ ଏହା ସକାଳ ୮ଟା ୨୦ମିନିଟ୍‌ରୁ ଆରମ୍ଭ ହୋଇ ପୂର୍ବାହ୍ନ ୧୧ଟା ୨୮ମିନିଟ୍‌ରେ ଶେଷ ହେବାକୁ ଥିବାବେଳେ ସକାଳ ୯ଟା ୪୬ ମିନିଟ୍‌ରେ ସର୍ବାଧିକ ପରାଗ ଦେଖାଯିବ। ତେବେ ଧର୍ମଶାସ୍ତ୍ର ଅନୁସାରେ ଏହି ସମୟରେ ପୂଜାର୍ଚ୍ଚନା ଆଦି କରିବାକୁ ବାରଣ କରାଯାଇଥାଏ। ଏହା ସହ ଗର୍ଭବତୀମାନଙ୍କୁ ଏହି ସମୟରେ ଅନେକ ଦିଗ ପ୍ରତି ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହାର ଅନେକ ଆଧ୍ୟାତ୍ମିକ କାରଣ ରହିଥିବା ବେଳେ ବୈଜ୍ଞାନିକ କାରଣ ବି ରହିଛି। ତେବେ ଜାଣନ୍ତୁ ସୂର୍ଯ୍ୟୋପରାଗରେ ଗର୍ଭବତୀଙ୍କୁ କେଉଁ ସବୁ ଦିଗ ପ୍ରତି ଦୃଷ୍ଟି ଦେବାକୁ ହେବ।

ଧାରୁଆ ଅସ୍ତ୍ର ବ୍ୟବହାର ପ୍ରତି ସାବଧାନ
ପରାଗ ସମୟରେ ଗର୍ଭବତ୍ତୀ ମହିଳା ଛୁଞ୍ଚି, କତୁରୀ, ଛୁରି ଆଦି ଜିନିଷ ବ୍ୟବହାରଠାରୁ ଦୂରେଇ ରୁହନ୍ତୁ। ଏପରି କରିବା ଫଳରେ ପେଟରେ ଥିବା ଶିଶୁର ଅଙ୍ଗ ଉପରେ ପ୍ରଭାବ ପଡ଼ିବା ବିଶ୍ୱାସ ରହିଛି।

ଘରୁ ବାହାରକୁ ଯିବା ବାରଣ
ଗର୍ଭବତୀ ମହିଳା ଏହି ସମୟରେ ଘରୁ ବାହାରକୁ ଯିବା ଅନୁଚିତ। ଏହି ସମୟରେ ବାହାରକୁ ଯାଇ ପରାଗ ଦେଖିଲେ
ଶିଶୁର ଶାରୀରିକ ଓ ମାନସିକ ବିକାଶ ଉପରେ ପ୍ରଭାବ ପଡ଼ିଥାଏ।

ଖାଦ୍ୟ ଗ୍ରହଣ କରନ୍ତୁ ନାହିଁ
ଏହି ସମୟରେ ଗର୍ଭବତୀମାନେ ଖାଦ୍ୟ ଖାଆନ୍ତୁ ନାହିଁ। ପରାଗ ଲାଗିବା ସମୟରେ ସୂର୍ଯ୍ୟଙ୍କ କିରଣରେ ଖାଦ୍ୟ ପଦାର୍ଥ ବିଷାକ୍ତ ହୋଇଥାଏ।

ଅଧ୍ୟୟନ:
ଏହି ସମୟରେ ତୁଳସୀ ପତ୍ର ଧରି ହନୁମାନ ଚାଳିଶା କିମ୍ବା ଦୁର୍ଗାଙ୍କ ସ୍ତୁତି ଗାନ କରିବା ଭଲ।

ଗ୍ରହଣ ପରେ:

ଗ୍ରହଣ ପରେ ଗର୍ଭବତୀ ମହିଳାମାନେ ଗାଧୋଇବା ଜରୁରୀ। ନଚେତ୍‌ ପିଲାଠାରେ ଚର୍ମ ଜନିତ ସମସ୍ୟା ଦେଖା ଦେଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ରିଜ୍‌ରେ ବଟର୍‌ ରଖୁଛନ୍ତି କି…

ଖାଦ୍ୟରେ ବଟର୍‌ ବା ଲହୁଣୀ ବ୍ୟବହାର କଲେ ଏହା ଖାଦ୍ୟକୁ ସ୍ବାଦିଷ୍ଟ କରିଥାଏ। ବଟରକୁ ବ୍ୟବହାର କରି ସାରିବା ପରେ ଆମେ ଏହାକୁ ଫ୍ରିଜ୍‌ରେ ରଖି...

ଚିଜ୍‌ ଲଲିପପ୍‌

ସ୍ନାକ୍ସରେ ଲଲିପପ୍‌ ସଭିଙ୍କ ପସନ୍ଦ। ଚିଜ୍‌ ଲଲିପପ୍‌ରେ ହଟ୍‌ ଗାର୍ଲିକ୍‌ ସସ୍‌ ମିଶାଇ ଖାଇବା ସ୍ବାଦ ବି ନିଆରା। ଉପରେ କ୍ରିସ୍ପି ଓ ଭିତରେ ମିଠା,ଏହି...

ସିଲ୍କ ଶାଢ଼ି ଫ୍ୟାଶନ

କୁହାଯାଏ ବାର ହାତର ବିସ୍ମୟ ହେଉଛି ଶାଢ଼ି। ଆଧୁନିକ ଲାଇଫ୍‌ ଷ୍ଟାଇଲ୍‌ରେ ବି ଏହାର ସ୍ବତନ୍ତ୍ର ଚାହିଦା ରହିଛି। ଦେଶ ବିଦେଶରେ ଭାରତୀୟ ଶାଢ଼ିର ରହିଛି...

କ୍ଷୀର, ଲୁଣର ମିଶ୍ରଣ ବ୍ୟବହାର କଲେ ହେବ ହାତ, ପାଦ ଗୋରା

ବର୍ତ୍ତମାନ ସମୟରେ ସୁନ୍ଦର ହେବା ପାଇଁ ସମସ୍ତଙ୍କ ଇଚ୍ଛା। ବିଶେଷ କରି ମହିଳାମାନେ ନିଜର ତ୍ୱଚାକୁ ନେଇ ବେଶ୍‌ ଯତ୍ନଶୀଳ। ସ୍କ୍ରବ୍‌ ଓ କ୍ଲିନ୍‌ଅପ୍‌ କରାଇବା...

କରୋନା ସହିତ ଲଢ଼େଇ: ଗବେଷଣା ପାଇଁ ୪୦୦୦ ସ୍ବାସ୍ଥ୍ୟକର୍ମୀଙ୍କୁ ଦିଆଯିବ ବିସିଜି ଟୀକା

ମେଲବୋର୍ନ,୩୧।୩: କରୋନା ସଂକ୍ରମଣ ସାରା ପୃଥିବୀରେ ଆତଙ୍କ ସୃଷ୍ଟି କରିଛି। ଏହାକୁ ରୋକିବା ଲାଗି ଇତିମଧ୍ୟରେ କୌଣସି ଔଷଧ ପ୍ରସ୍ତୁତ ହୋଇପାରି ନାହିଁ। ପ୍ରତି ଦେଶର...

ହୃଦ୍‌ରୋଗୀ ନିଜକୁ ଦେଇ ପାରିବେ ସୁରକ୍ଷା

ଭୁବନେଶ୍ୱର: ବର୍ତ୍ତମାନର କରୋନା ମହାମାରୀ ସମୟରେ ହୃଦ୍‌ରୋଗରେ ପୀଡ଼ିତ ବ୍ୟକ୍ତି ଚିକିତ୍ସାରେ କୌଣସି ପ୍ରକାର ବିଳମ୍ବ କରିବା ଉଚିତ ନୁହେଁ। ବିଶ୍ୱ ହୃତ୍‌ପିଣ୍ଡ ଦିବସ ଅବସରରେ...

ପାଇନ୍‌ଆପଲ୍‌ ଚିକେନ୍‌

ଚିକେନ୍‌କୁ ମିଠା ସ୍ବାଦ ଦେଇ ପ୍ରସ୍ତୁତ ହେଉଥିବା ଖାଦ୍ୟାବଳି ଏକ ନୂଆ ସ୍ବାଦ ଦେଉଛି। ସେହିଭଳି ପାଇନଆପଲ୍‌ ଚିକେନ୍‌ ହେଉଛି ଏକ ମିଠା ସ୍ବାଦଯୁକ୍ତ ଖାଦ୍ୟ।...

ଏଭଳି ବଡ଼ ସ୍ବାସ୍ଥ୍ୟ ସମସ୍ୟାରୁ ଦୂରେଇ ରହିବା ପାଇଁ ରାତ୍ରଭୋଜନ ପରେ ଖାଆନ୍ତୁ ଏହାକୁ…

ଗୁଡ଼ ଅନେକ ପୋଷକ ତତ୍ତ୍ୱରେ ଭରପୁର। ପ୍ରତିଦିନ ରାତ୍ରଭୋଜନ ପରେ ଅଭ୍ୟାସ କରି ଫାଳେ ଗୁଡ଼ ଖାଇଲେ ବହୁ ଫାଇଦା ମିଳିଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ...

Coronavirus Update

Archives

Model This Week

Why Dharitri