ସୂଚନା କର୍ମୀ ଅଭିମନ୍ୟୁ ହତ୍ୟା ଘଟଣା: ମାଷ୍ଟରମାଇଣ୍ଡଙ୍କ ସହ ୫ ଗିରଫ

ଫୁଲବାଣୀ ଅଫିସ, ୩୦ା୧୨- କନ୍ଧମାଳ ଜିଲା ବାଲିଗୁଡା ଅଞ୍ଚଳର ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡା ହତ୍ୟା ଘଟଣାର ଫର୍ଦ୍ଦାଫାସ କରିଛି ପୋଲିସ। ପୂର୍ବ ଶତ୍ରୁତା ହିଁ ହତ୍ୟାକାଣ୍ଡରେ ମୁଖ୍ୟ କାରଣ ବୋଲି ରବିବାର ଏସ୍‌ପି ପ୍ରତୀକ ଗୀତା ସିଂ ବାଲିଗୁଡାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ଏବଂ ୨ ସୁପାରି କିଲରଙ୍କ ସମେତ ୫ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ସେମାନେ ହେଲେ ମାଷ୍ଟରମାଇଣ୍ଡ ବାଲିଗୁଡା ଥାନା ସୁନାପାଙ୍ଗାର କେ. ବିଶ୍ୱଜିତ ପାତ୍ର, ସହଯୋଗୀ ଗଞ୍ଜାମ ଜିଲା ଧରାକୋଟ ଥାନା ମୁଣ୍ଡମରାଇର ବାଲାଜି ଆଚାର୍ଯ୍ୟ, ବଡଗଡ ଥାନା ବନ୍ଧଗୁଡାର ରାସ ବିହାରି ଦାସ। ୨ ସୁପାରି କିଲରଙ୍କ ଟିଆଇ ପରେଡ ହେବାକୁ ଥିବାରୁ ସେମାନଙ୍କ ନାମ ଗୋପନ ରଖାଯାଇଛି। ଗିରଫ ଯୁବକମାନଙ୍କ ପାଖରୁ ଗୋଟିଏ ଦେଶୀ ପିସ୍ତଲ, ୩ ରାଉଣ୍ଡ ଜୀବନ୍ତ ଗୁଳି, ୬ଟି ମୋବାଇଲ ଫୋନ, ଗୋଟିଏ ବାଇକ୍‌ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି।
ଅଭିମନ୍ୟୁ ଓ ବିଶ୍ୱଜିତ୍‌ଙ୍କ ମଧ୍ୟରେ ଜଗନ୍ନାଥ ମନ୍ଦିର ମାର୍କେଟ କମ୍ପ୍ଲେକ୍ସ ଘର ଏବଂ ଅନ୍ୟ କାରଣକୁ ନେଇ ଶତ୍ରୁତା ରହିଥିଲା। ବିଶ୍ୱଜିତ ନେଇଥିବା ମାର୍କେଟ କମ୍ପ୍ଲେକ୍ସ ଘରକୁ ଉଚ୍ଛେଦ କରିବାକୁ ଅଭିମନ୍ୟୁ ଚେଷ୍ଟା କରିଥିଲେ। ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ସହ କୋର୍ଟରେ ମାମଲା ପହଞ୍ଚତ୍ଥିଲା। ଅଭିମନ୍ୟୁଙ୍କୁ ରାସ୍ତାରୁ ହଟାଇବା ପାଇଁ ବିଶ୍ୱଜିତ୍‌ ଯୋଜନା କରିଥିଲେ। ଏନେଇ ସେ ବିଦ୍ୟୁତ୍‌ ବିଭାଗରେ କାମ କରୁଥିବା ବାଲାଜି ଏବଂ ରାସବିହାରୀଙ୍କ ସହ ଯୋଗାଯୋଗ କରିଥିଲେ। ସେମାନେ ୨ ସୁପାରି କିଲର ଠିକ୍‌ କରିଥିଲେ। ଏଥିପାଇଁ ୧ ଲକ୍ଷ ଟଙ୍କାର ଡିଲ୍‌ ହୋଇଥିଲା। ଆର୍‌ଟିଆଇକୁ ନେଇ ନୁହେଁ, ମାର୍କେଟ କମ୍ପ୍ଲେକ୍ସକୁ ନେଇ ହତ୍ୟା ହୋଇଛି। ଯେଉଁ ସୁପାରି କିଲର ହତ୍ୟା କରିଛନ୍ତି, ସେମାନଙ୍କୁ କିଛି ଲୋକ ଦେଖିଛନ୍ତି। ଟିଆଇ ପରେଡ ପାଇଁ ସେମାନଙ୍କ ନାମ ଗୋପନ ରଖାଯାଇଛି ବୋଲି ଏସ୍‌ପି କହିଛନ୍ତି। ତଦନ୍ତବେଳେ ଗଞ୍ଜାମ ଜିଲା ଆସିକା ଅଞ୍ଚଳର ଯୁବକ ସୁପାରି ନେଇ ହତ୍ୟା କରିଥିବା ଜାଣିବାକୁ ପାଇଥିଲୁ। ସେମାନେ ୮ ତାରିଖରେ ବାଲିଗୁଡା ଆସି ଅଭିମନ୍ୟୁଙ୍କ ଗତିବିଧି ଉପରେ ନଜର ରଖିଥିଲେ। ଏହି ଘଟଣାରେ ଅନ୍ୟ ଜଣେ ମଧ୍ୟସ୍ଥି ଅଛନ୍ତି। ତାଙ୍କୁ ଧରିବା ପାଇଁ ଚେଷ୍ଟା ଚାଲିଥିବା ଏସ୍‌ପି ପ୍ରତୀକ ଗୀତା ସିଂ ପ୍ରକାଶ କରିଛନ୍ତି। ଅନୁଷ୍ଠିତ ଖବରଦାତା ସସମ୍ମିଳନୀରେ ବାଲିଗୁଡା ଏସ୍‌ଡିପିଓ ମାନସ ରଂଜନ ବାରିକ, ଥାନାଧିକାରୀ ପ୍ରଶାନ୍ତ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ ଯେ, ଗତ ୧୦ ତାରିଖ ସକାଳେ ୨ଜଣ ଯୁବକ ଏକ ବାଇକରେ ଆସି ଅଭିମନ୍ୟୁଙ୍କୁ ତାଙ୍କ ଘରୁ ଡାକିଥିଲେ। ଘର ସମ୍ମୁଖରେ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ। ଅଭିମନ୍ୟୁଙ୍କୁ ସ୍ଥାନୀୟ ଲୋକେ ମେଡିକାଲ ନେଇଥିଲେ ହେଁ, ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ନଂ.୧୮୮/୧୯ରେ ମାମଲା ରୁଜୁ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମା’ ପାଇଁ ଗଛଟିଏ: ଚାରାରୋପଣ ପାଇଁ ଆଗ୍ରହ ଦେଖାଦେଉଛନ୍ତି ଛାତ୍ରୀଛାତ୍ର

ଦାରିଙ୍ଗବାଡି,୮।୭(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ବୁଧବାର ୭୭ତମ ବନ ମହୋତ୍ସବ ତଥା ମା’ଙ୍କ ପାଇଁ ଗଛଟିଏ କାର୍ଯ୍ୟକ୍ରମ…

ଜୁଆ ଆଡ୍ଡା ଉପରେ ଚଢ଼ାଉ: ୨ ଗିରଫ, ଏକାଧିକ ଚମ୍ପଟ

ଦାରିଙ୍ଗବାଡି, ୮।୭ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ପଞ୍ଚାୟତ ଆଡକି ଜଙ୍ଗଲରେ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଏକ ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ…

ଋଷିମାଳ ମହାବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ, ମା’ଙ୍କ ପାଇଁ ଗଛଟିଏ ସକାଶେ …

ଦାରିଙ୍ଗବାଡି, ୭।୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ସ୍ଥିତ ଋଷିମାଳ ମହାବିଦ୍ୟାଳୟ ପରିସରରେ ମଙ୍ଗଳବାର ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ…

ସିର୍କାବର୍ଗ ରାସ୍ତା ମରାମତି ହେଲାନି, ଲଗାଣ ବର୍ଷାରେ ବେହାଲ: ପ୍ରଶାସନ ପ୍ରତିଶ୍ରୁତି ଖିଲାପ କରିଥିବା…

ଦାରିଙ୍ଗବାଡି, ୭।୭ (ଅରୁଣ ସାହୁ): କନ୍ଧମାଳ ଜିଲା  ଦାରିଙ୍ଗବାଡି ବ୍ଲକର ସବୁଠାରୁ ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ସିର୍କାବର୍ଗକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାଟି ଏବେ ଲଗାଣ…

ବରିଷ୍ଠ କଂଗ୍ରେସ ନେତା ଅମୁଲ୍ୟ ସାହୁ BJPରେ ସାମିଲ: ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ନାଗାର୍ଜୁନ ପ୍ରଧାନଙ୍କ ଥିଲେ ସହକର୍ମୀ

ଦାରିଙ୍ଗବାଡି, ୭।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳର ଜଣେ ବରିଷ୍ଠ ନାଗରିକ ତଥା ପୂର୍ବତନ କଂଗ୍ରେସ ନେତା ଅମୁଲ୍ୟ ସାହୁ ମଙ୍ଗଳବାର ଆନୁଷ୍ଠାନିକ ଭାବେ…

୫୯ ନଂ ଜାତୀୟ ରାଜପଥରେ ମାଳମାଳ ଗାଈ-ଛେଳି, ଟ୍ରାଫିକ ସମସ୍ୟା ସହ ବଢୁଛି ଦୁର୍ଘଟଣା

ଦାରିଙ୍ଗବାଡି,୬ା୭(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଦେଇ ଯାଇଥିବା ୫୯ ନଂ ଜାତୀୟ ରାଜପଥ ଗାଈ, ବଳଦ ଛେଳିଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ଏବେ ଲଗାଣ…

ରାଇକିଆ ବ୍ଲକରେ ଲଗାଣ ବର୍ଷା; ପାଞ୍ଚ ଦିନ ହେଲା ଶିକ୍ଷାଦାନ ବନ୍ଦ, ବିଦ୍ୟୁତ-ମୋବାଇଲ୍ ସେବା ବାଧାପ୍ରାପ୍ତ

ରାଇକିଆ,୬ା୭(ପ୍ରଦୀପ ବେହେରା): ଗତ ପାଞ୍ଚ ଦିନ ହେଲା କନ୍ଧମାଳ ଜିଲାରେ ଅବିଶ୍ରାନ୍ତ ବର୍ଷା ବେହାଲ କରିଛି । ଏହାର ପ୍ରଭାବ ରାଇକିଆ ବ୍ଲକରେ ମଧ୍ୟ ଦେଖିବାକୁ ମିଳିଛି…

କନ୍ଧମାଳରେ ସବୁ ବିଦ୍ୟାଳୟ ଛୁଟି: ମୋବାଇଲ ନେଟ୍‌ଓ୍ବର୍କ୍‌ ନ ଥିବାରୁ ଶିକ୍ଷକଙ୍କ ନିକଟରେ ପହଞ୍ଚିପାରୁନି ନିର୍ଦ୍ଦେଶନାମା

ଦାରିଙ୍ଗବାଡ଼ି,୬ା୭(ଅରୁଣ ସାହୁ): କନ୍ଧମାଳ ଜିଲାରେ ଗୁରୁବାର ବିଳମ୍ବିତ ରାତିରୁ ଲଗାଣ ବର୍ଷା ଜାରି ରହିଛି। ଏଥିପାଇଁ ସୋମବାର ବାଟିକାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟକୁ ଛୁଟି ରଖିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri