‘ସୁସ୍ଥ ଓଡ଼ିଶା’କୁ ନେଇ ସୁଖୀ ନୁହନ୍ତି ପରଦେଶୀ: ମୁନାଙ୍କ ଅପରେଶନ ପାଇଁ ଖୋଜୁଛନ୍ତି ଦରଦୀ ମନ

ବନ୍ତଳା,୩୦ା୮-ମୂଲିଆ ମଣିଷକୁ ତେଲ ଲୁଣର ସଂସାର। ନିଜସ୍ବ ଘର ଢିହ ବୋଲି କିଛି ନାହିଁ। ସରକାରୀ ଜାଗାରେ କରିଥିବା ଚାଳିଆ ଖଣ୍ଡେ ହିଁ ପରିବାରର ସମ୍ବଳ। ଦିନେ ଖଟିବାକୁ ନ ଗଲେ ବିଛଣାରେ ଶୋଇଥିବା ଭେଣ୍ଡିଆ ପୁଅ ମୁନା ମୁହଁରେ ଦାନାଟିଏ ଦେଇପାରିବେନି। ଏପରି ଅବସ୍ଥାରେ ପୁଅର ଅପରେଶନ ପାଇଁ ୪ ଲକ୍ଷ ଟଙ୍କା ଯୋଗାଡ଼ କେମିତି କରିବେ ସେହି ଚିନ୍ତାରେ ପଡ଼ିଛନ୍ତି ଅନୁଗୋଳ ଜିଲା ବନ୍ତଳା ଥାନା ପୋକତୁଙ୍ଗା ଢିପସାହିର ପରଦେଶୀ ବେହେରା। ଗରିବଙ୍କ ସ୍ବାସ୍ଥ୍ୟ ରକ୍ଷା ପାଇଁ ସରକାର କାଳେ ବଡ଼ ବଡ଼ ଯୋଜନା କରିଥିବା ସେ ଶୁଣିଛନ୍ତି। ରାଜ୍ୟ ବାହାରେ ଅନେକ ରୋଗୀଙ୍କୁ ଚିକିତ୍ସା କରାଇ ସରକାର ସେମାନଙ୍କୁ ସୁସ୍ଥ, ସୁଖୀ କରିଥିବା ପ୍ରଚାର କରୁଛନ୍ତି। ହେଲେ ସେହିସବୁ ଯୋଜନାକୁ ନେଇ ସୁଖୀ ନୁହନ୍ତି ସେ। ପୁଅକୁ ଭଲ କରିବାକୁ ଏଯାଏ ପ୍ରଶାସନ କିମ୍ବା ସରକାରଙ୍କଠାରୁ କୌଣସି ସହାୟତା ସେ ପାଇନାହାନ୍ତି। ତେଣୁ ୩ ମାସ ହେଲା ବିଛଣାରେ ଶୋଇଥିବା ମୁନା ମୁହଁରେ ହସ ଫେରାଇବାକୁ ଏକ ଦରଦୀ ମନ ଖୋଜି ବୁଲୁଛନ୍ତି ପରଦେଶୀ। ଏପରି କି ତାଙ୍କୁ ବନ୍ଧକ ରଖି ୪ ଲକ୍ଷ ଟଙ୍କା ଦେବାକୁ ବୁଲି ବୁଲି ସେ ଲୋକଙ୍କୁ ଅନୁରୋଧ କରୁଥିବା କହିଛନ୍ତି ପରଦେଶୀ।
ପରଦେଶୀଙ୍କ କହିବା ଅନୁଯାୟୀ, ଗତ ମେ ୫ରେ ଅଜା ସାଇବଙ୍କ ସହ ମୁନା ମଜୁରି ଖଟିବାକୁ ଯାଇଥିଲେ। ଏକ ୬୦ ଫୁଟ ଉଚ୍ଚ ତାଳ ଗଛରେ ଚଢ଼ି ବାହୁଙ୍ଗା କାଟୁଥିବା ବେଳେ ତାହା ହଠାତ୍‌ ଛିଣ୍ଡି ପଡିବାରୁ ମୁନା ତଳକୁ ଖସି ପଡ଼ିଥିଲେ। ଅଣ୍ଟାରେ ଗଭୀର ଆଘାତ ଯୋଗୁ ଗୁରୁତର ହୋଇପଡ଼ିଥିବା ମୁନାଙ୍କୁ ଗ୍ରାମବାସୀଙ୍କ ସହାୟତାରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତର ସେଠାରୁ କଟକ ପଠାଇ ଦେଇଥିଲେ। ଏକମାତ୍ର ପୁଅକୁ ବଞ୍ଚାଇବା ପାଇଁ ସେ ଧାର କରଜ ସହ ଢିପସାହି ବାସିନ୍ଦାଙ୍କ ସହାୟତାରେ ୬ ଦିନରେ ଲକ୍ଷେ ଟଙ୍କା ଖର୍ଚ୍ଚ କଲେ। ହେଲେ ଅପରେଶନ ପାଇଁ ଡାକ୍ତର ୪ ଲକ୍ଷ ଟଙ୍କା ଆବଶ୍ୟକ ବୋଲି କହିବା ପରେ ସେ ନିରାଶ ହୋଇ ପୁଅକୁ ଧରି ଘରକୁ ଫେରିଆସିଲେ। ସେବେଠାରୁ ପୁଅ ବିଛଣାରେ ଶୋଇଛି। ବଞ୍ଚିବା-ମରିବା ପ୍ରଶ୍ନବାଚୀରେ ଥିବାରୁ ସ୍ତ୍ରୀ ଓ ଗୋଟିଏ ଛୁଆକୁ କେମିତି ଚଳାଇବ ସେ ନେଇ ଆଖିରୁ ଲୁହ ଗଡ଼ାଉଛି। ପାକଳ ବୟସରେ ପୁଅର ଏପରି ଅବସ୍ଥା ତାଙ୍କୁ ଅଥୟ କରିଦେଇଥିବା ପରଦେଶୀ କହିଛନ୍ତି। ତେଣୁ ଢିପସାହି, ବେହେରା ସାହି, ପ୍ରଧାନ ସାହି, ସାହୁ ସାହି, ଦେହୁରୀ ସାହି, ମଝିପାଟଣା ସାହି, ପାଟଣା ସାହି, ଷଣ୍ଢ ଛକ ସାହି, ସଡ଼କ ସାହି ବାସିନ୍ଦାଙ୍କୁ ସହାୟତା ପାଇଁ ସେ ନେହୁରା ହୋଇଛନ୍ତି। ସାରା ଜୀବନ ତାଙ୍କୁ ବନ୍ଧକ ଭାବେ ନେଇ କେହି ପୁଅର ଜୀବନ ରକ୍ଷା କରିବାକୁ ବହୁ ଅନୁରୋଧ କରିଛନ୍ତି। ହେଲେ ଏଯାଏ ଅର୍ଥ ଯୋଗାଡ଼ ହୋଇପାରୁ ନାହିଁ। କେହି ସହୃଦୟ ବ୍ୟକ୍ତି ଯଦି ସହାୟତାର ହାତ ବଢ଼ନ୍ତେ ତା’ହେଲେ ପୁଅ ମୁନାର ଅପରେଶନ ହୋଇପାରନ୍ତା ବୋଲି ପରଦେଶୀ କୋହଭରା କଣ୍ଠରେ କହିଛନ୍ତି।
ଏ ସମ୍ପର୍କରେ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମ୍‌ଓ) ପ୍ରତାପ କୁମାର ବେହେରା କହିଛନ୍ତି, ଗରିବ ରୋଗୀଙ୍କ ଚିକିତ୍ସା ପାଇଁ ସରକାରଙ୍କ ତରଫରୁ ବହୁ ଯୋଜନା ରହିଛି। ପ୍ରଥମେ ଗୁରୁତର ମୁନାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାନ୍ତୁ। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ତାଙ୍କର ଚିକିତ୍ସା କରାଯିବ। ଆବଶ୍ୟକ ପଡ଼ିଲେ ତାଙ୍କୁ ଅନ୍ୟତ୍ର ରେଫର କରାଯାଇ ଅତ୍ୟାଧୁନିକ ଚିକିତ୍ସା ନିମନ୍ତେ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ସିଡିଏମ୍‌ଓ ବେହେରା ପ୍ରକାଶ କରିଛନ୍ତି।

(ଦୀନେଶ ଦେହୁରୀ)


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

ରାସ୍ତା ପାର୍‌ ହେଉଥିବା ବେଳେ ଧକ୍କା ଦେଲା ଅଜଣା ଗାଡ଼ି, ଚାଲିଗଲା ବୃଦ୍ଧଙ୍କ ଜୀବନ,ପୋଲିସ୍‌ର…

ଦିଗପହଣ୍ଡି,୫/୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ରାୟଗଡ଼ା ୩୨୬ ନମ୍ବର ଜାତୀୟ ରାଜପଥ ଧର୍ମପୁର ଗ୍ରାମ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ସଡ଼କ ଦୁର୍ଘଟଣା…

ଚାପୁଡ଼ାର ପ୍ରତିଶୋଧ ନେବାକୁ ଆକ୍ରମଣ! ଗ୍ରାମ୍ୟକମିଟି ସଭ୍ୟଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ, ୪ ଗିରଫ, ରକ୍ତଭିଜା ଖଣ୍ଡା…

ଦିଗପହଣ୍ଡି,୫। ୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମଳାଭଞ୍ଜା ପଞ୍ଚାୟତ ତିଳେଶ୍ୱର ଗ୍ରାମର ଗ୍ରାମ୍ୟକମିଟି ସଭ୍ୟ ବନମାଳୀ ବିଷୋୟୀଙ୍କ ପୁଅ ପ୍ରେମା ଓରଫ ପ୍ରେମାନନ୍ଦ…

ବରଗଡ଼ରେ ଠିକାଦାରଙ୍କୁ ଅପହରଣ ଘଟଣା: ୪୮ ଘଣ୍ଟାରେ ଅଭିଯୁକ୍ତଙ୍କୁ ଗିରଫ ଦାବି କଲା ବିଜେଡି, ନହେଲେ ଆନ୍ଦୋଳନ…

ବରଗଡ଼,୫।୯ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ନିର୍ବାଚନମଣ୍ଡଳୀରେ ଜଣେ ଠିକାଦାରଙ୍କୁ ଅପହରଣ ଓ ଟେଣ୍ଡର ପ୍ରକ୍ରିୟାକୁ ନେଇ ଉପୁଜିଥିବା ଘଟଣାକୁ ନେଇ ବିଜେଡି ପକ୍ଷରୁ ଶନିବାର…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଜିଲା ଯୁବ କଂଗ୍ରେସ ସଭାପତିରୁ ଓପିସିସି ସମ୍ପାଦକ: ମହମ୍ବଦ ସାହେବଙ୍କୁ ମିଳିଲା ଗୁରୁଦାୟିତ୍ୱ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): ନିଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ସଭାପତିଙ୍କ ଅନୁମୋଦନ କ୍ରମେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ପାଇଁ କାର୍ଯ୍ୟକାରୀ କମିଟି ଓ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଜମିରେ ପାଣି ମଡ଼ାଇବା ବିବାଦରୁ ହତ୍ୟା ଉଦ୍ୟମ: ପ୍ରସାଦ ଖାଉଥିବା ବେଳେ ଖଣ୍ଡା ଚୋଟ, ଅଭିଯୁକ୍ତ ଗଲେ ଜେଲ୍

ଦିଗପହଣ୍ଡି,୫।୯(ଅଶେଷ ନାଥ ମିଶ୍ର): ଜମିରେ ପାଣି ମଡ଼ାଇବା ବିବାଦକୁ କେନ୍ଦ୍ର କରି ଜଣଙ୍କୁ ଖଣ୍ଡାରେ ଆକ୍ରମଣ କରି ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଗଞ୍ଜାମ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri