ସୁରଟରୁ ୧୮୦୦ କିଲୋମିଟର ସାଇକେଲରେ ଆସି ଗାଁରେ ପହଞ୍ଚିଲେ ଯୁବକ: ଗ୍ରାମବାସୀଙ୍କ ବିରୋଧ, ରହିଲେ ସଙ୍ଗରୋଧ ଗୃହରେ

ବୁଗୁଡ଼ା,୨୯ା୪(ଡି.ଏନ୍‌.ଏ.): ସୁରଟରୁ ଦୀର୍ଘ ୧୮୦୦ କିଲୋମିଟର ରାସ୍ତା ସାଇକେଲ ଚଲାଇ ବୁଗୁଡ଼ା ଥାନା ଅନ୍ତର୍ଗତ ବିଷ୍ଣୁଚକ୍ରରେ ମଙ୍ଗଳବାର ସନ୍ଧ୍ୟାରେ ପହଞ୍ଚିଥିଲେ ଦୁର୍ଯ୍ୟୋଧନ ପ୍ରଧାନ। ବର୍ତ୍ତମାନ ଦେଶରେ ଲକ୍‌ଡାଉନ୍‌ ଯୋଗୁ ସୁରଟରେ କମ୍ପାନୀ ବନ୍ଦ ହେବା ପରେ ସେ କୌଣସି କାମଧନ୍ଦା ନ ପାଇ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଅନ୍ୟପକ୍ଷରେ ଚାରିଆଡ଼େ ଯାନବାହନ ଚଳାଚଳ ବନ୍ଦ ହେବାରୁ ସେ ବାଧ୍ୟହୋଇ ଏକ ସାଇକେଲରେ ଏପ୍ରିଲ ୧୫ରେ ସୁରଟରୁ ବାହାରି ଦୀର୍ଘ ୧୮୦୦ କିଲୋମିଟର ରାସ୍ତା ଅତିକ୍ରମ କରି ୧୫ଦିନ ପରେ ନିଜ ଗାଁ ବିଷ୍ଣୁଚକ୍ରରେ ପହଞ୍ଚିଛନ୍ତି। ତେବେ ଗ୍ରାମର ଲୋକମାନେ ତାଙ୍କୁ ଗାଁରେ ପୂରାଇ ଦେଇ ନ ଥିଲେ। ସରପଞ୍ଚଙ୍କ ହସ୍ତକ୍ଷେପ ପରେ ଦୁର୍ଯ୍ୟୋଧନଙ୍କୁ ବିଷ୍ଣୁଚକ୍ର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଛି। ତାଙ୍କୁ ସେଠାରେ ୧୪ଦିନ ରଖାଯାଇ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିର ବିଶିଷ୍ଟ ଫଟୋଗ୍ରାଫରଙ୍କ ପରଲୋକ, ଅଞ୍ଚଳରେ ଶୋକର ଛାୟା

ଦିଗପହଣ୍ଡି,୨।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଜାର ସାହିର ବିଶିଷ୍ଟ ଫଟୋ ଓ ଭିଡ଼ିଓ ଗ୍ରାଫର ଓଡ଼ି.ପ୍ରଦୀପ କୁମାର(ଟିକି)ଙ୍କ ୫୬ ବର୍ଷ ବୟସରେ ମଙ୍ଗଳବାର ସକାଳେ…

ଦଳିତମାନଙ୍କ ଉପରେ ଆକ୍ରମଣ: ମୌଳିକ ସମସ୍ୟାର ସମାଧାନ ଦାବିରେ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ…

ଛତ୍ରପୁର, ୨।୬ (ଦିଲ୍ଲୀପ ସାମଲ / ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲ୍ଲାରେ ଦଳିତ ଓ ଆଦିବାସୀଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ପ୍ରାୟ ୨୩% (ଦଳିତ ୧୯.୫% ଓ…

ଦିଲ୍ଲୀ ହାଇକୋର୍ଟ ଗଲା CBSE ମାମଲା

ନୂଆଦିଲ୍ଲୀ,୨।୬: ଦିଲ୍ଲୀ ହାଇକୋର୍ଟରେ CBSE ଦ୍ବାଦଶ ଶ୍ରେଣୀ On- Screen Marking(OSM)କୁ ନେଇ National Students’ Union of India (NSUI) ପିଟିସନ ଦାଖଲ କରିଛି। ପିଟିସନରେ…

ତାତିରୁ ମିଳିବ ଆଶ୍ୱସ୍ତି! ଏହି ଦିନ କେରଳମ ଛୁଇଁବ ମୌସୁମୀ, ଓଡ଼ିଶା କେବେ ଆସିବ?

ନୂଆଦିଲ୍ଲୀ,୨।୬: ଆସନ୍ତା ୪ରେ କେରଳମ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ପଶ୍ଚିମ ବାୟୁ ଏବଂ ଦୁର୍ବଳ…

ଆଖଣ୍ଡଳମଣି ପୀଠରେ ଆରମ୍ଭ ହେଲା ଉଚ୍ଛେଦ ପ୍ରକ୍ରିୟା: ବୁଲିଲା ବୁଲ୍‌ଡୋଜର

ଧୂଷୁରୀ, ୨।୬ (ଦୀପ୍ତି ରଞ୍ଜନ ନାୟକ): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିସ୍ଥିତ ଆଖଣ୍ଡଳମଣି ମନ୍ଦିର ପରିକ୍ରମା ମାର୍ଗ ନିର୍ମାଣ ପାଇଁ ମଙ୍ଗଳବାର ପୂର୍ବାହ୍ନ ୧୦ଟାରେ ଉଚ୍ଛେଦ…

ହାତ ବନ୍ଧା ଅବସ୍ଥାରେ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ: ବଢିଲା ହତ୍ୟା ସନ୍ଦେହ

କେନ୍ଦ୍ରାପଡ଼ା,୨।୬: କେନ୍ଦ୍ରପଡ଼ା ଜିଲା ସଦର ଥାନା ଅଧୀନ କଜଳା ରୋଡ ରେଳ ଧାରଣା କଡ଼ ଏକ ଗଛରୁ ଜଣେ ଯୁବକଙ୍କ ହାତବନ୍ଧା ଅବସ୍ଥାରେ ଝୁଲନ୍ତା ମୃତଦେହ ମଙ୍ଗଳବାର…

ଓରିଙ୍ଗା ଜଙ୍ଗଲରେ ଭିଜିଲାନ୍ସ ଟିମ୍‌: ବନୀକରଣରେ ଦୁର୍ନୀତି ଗନ୍ଧ

ଆଠଗଡ,୨।୬(ସତ୍ୟ ପ୍ରସାଦ ରଥ):କଟକ ଜିଲା ଆଠଗଡ଼ ବନାଞ୍ଚଳ ଅନ୍ତର୍ଗତ ଓରିଙ୍ଗା ସଂରକ୍ଷିତ ଜଙ୍ଗଲରେ ୨୫ ହେକ୍ଟର ଜମିରେ କରାଯାଇଥିବା ବନୀକରଣ କାର୍ଯ୍ୟରେ ଦୁର୍ନୀତି ଅଭିଯୋଗ ଆସିବା ପରେ…

ମମତାଙ୍କ ପାଇଁ ବଡ଼ ସଙ୍କଟ; ଦଳ ଛାଡିପାରନ୍ତି ୫୦ ବିଧାୟକ, କଣ ହେବ ଭବିଷ୍ୟତ?

କୋଲକାତା,୨।୬: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ପରାଜୟ ପରେ, ତୃଣମୂଳ କଂଗ୍ରେସ ଭିତରେ ଆଭ୍ୟନ୍ତରୀଣ କନ୍ଦଳ ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ଏହା ଖୋଲାଖୋଲି ଭାବେ ସାମ୍ନାକୁ ଆସିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri