Posted inଖେଳ

ସୁରକ୍ଷା ପ୍ରତିଶ୍ରୁତି ନ ମିଳିଲେ ଦେଶକୁ ଫେରିବେ ନାହିଁ ଚେସ୍‌ ରେଫରି

ଚେନ୍ନାଇ,୧୮।୧- ଚଳିତ ବିଶ୍ୱ ମହିଳା ଚେସ୍‌ ଚାମ୍ପିୟନଶିପରେ ଶୁକ୍ରବାର ଚାଇନିଜ ଗ୍ରାଣ୍ଡମାଷ୍ଟର ଜୁ ଓ୍ବେନ୍‌ଜୁନ ଓ ରୁଷିଆର ଆଲେକସାଣ୍ଡ୍ରା ଗୋରିଚକିନାଙ୍କ ମଧ୍ୟରେ ଅନୁଷ୍ଠିତ ମୁକାବିଲା ପୂରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। କେବଳ ଦୁଇ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ କଡ଼ା ସଂଘର୍ଷ ପାଇଁ ନୁହେଁ ବରଂ ମ୍ୟାଚ୍‌ର ମୁଖ୍ୟ ଅର୍ବିଟର ଇରାନର ଶୋରେ ବାୟାତଙ୍କ ଲାଗି। ୩୨ ବର୍ଷୀୟା ଚେସ୍‌ ରେଫରି କ୍ୟାରିୟରରେ ପ୍ରଥମ ଥର ପାଇଁ ସିନିୟର ମ୍ୟାଚ୍‌ ପରିଚାଳନା କରୁଛନ୍ତି। ଶାଙ୍ଘାଇଠାରେ ଖେଳାଯାଇଥିବା ପ୍ରଥମ ଚରଣ ମ୍ୟାଚ୍‌ର ଏକ ଫଟୋରେ ରେଫରି ବାୟାତ ମୁଣ୍ଡରେ ସ୍କ୍ରାପ୍‌ ପରିଧାନ କରି ନ ଥିଲେ। ଦେଶର ନିୟମ ଅନୁଯାୟୀ ପ୍ରତ୍ୟେକ ମହିଳା ଜନସାଧାରଣରେ ହିଜାବ ପିନ୍ଧିବାକୁ ବାଧ୍ୟ। ଉକ୍ତ ଫଟୋରେ ମୁଁ ମୁଣ୍ଡକୁ ଘୋଡ଼ାଇ ନ ଥିବା ଦେଖାଯାଉଛି। ମାତ୍ର ଏହା ବିବାଦର କାରଣ ନୁହେଁ। ଇରାନର ଗଣମାଧ୍ୟମରେ ମୁଁ ହିଜାବ ପିନ୍ଧିବାକୁ ବିରୋଧ କରୁଥିବା ଅପପ୍ରଚାର କରାଯାଉଛି। ଏହା ଭିତ୍ତିହୀନ ବୋଲି ବାୟାତ କହିଛନ୍ତି। ବାୟାତଙ୍କୁ କ୍ଷମାପ୍ରଥନା ପାଇଁ ଇରାନିଆନ ଚେସ୍‌ ଫେଡେରେଶନ ପକ୍ଷରୁ ଚାପ ପକାଯାଇଥିଲା। କିନ୍ତୁ ସେ ମନା କରିଦେଇଥିଲେ। ଇରାନରେ ହିଜାବ ନ ପିନ୍ଧିବା ଏକ ଅପରାଧ। ଏଥିନେଇ ମହିଳାଙ୍କୁ ଗିରଫ କରାଯାଇପାରିବ। ଏପରି କି ପାସ୍‌ପୋର୍ଟ ରଦ୍ଦ ମଧ୍ୟ କରାଯାଇପାରିବ। ତେବେ ଦେଶରେ ତାଙ୍କ ସୁରକ୍ଷା ନେଇ ପ୍ରତିଶ୍ରୁତି ନ ମିଳିଲେ ଇରାନ ଫେରିବେ ନାହିଁ ବୋଲି ବାୟାତ କହିଛନ୍ତି। କିନ୍ତୁ ପରବର୍ତ୍ତୀ ଯୋଜନା ବିଷୟରେ ସେ କିଛି ଚିନ୍ତା କରିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସମ୍ବିତଙ୍କୁ ଅନ୍ତର୍ଜାତୀୟ ମାଷ୍ଟର ଟାଇଟଲ

ଭୁବନେଶ୍ୱର, ୧୫।୧୨ (କ୍ରୀଡ଼ା ପ୍ରତିନିଧି): ବର୍ଷ ଶେଷରେ ଓଡ଼ିଶା ଚେସ୍‌ ପାଇଁ ଆସିଛି ଏକ ଖୁସି ଖବର। ରାଜ୍ୟର ପ୍ରତିଭାସମ୍ପନ୍ନ ଚେସ୍‌ ଖେଳାଳି ସମ୍ବିତ ପଣ୍ଡା...

କ୍ରୀଡ଼ା ପ୍ରତି ସଚ୍ଚୋଟ ମନୋଭାବ ଆବଶ୍ୟକ: କୋହଲି

ନୂଆଦିଲ୍ଲୀ,୨୬ା୨(ପି.ଟି.): ଆଇସିସି ଟ୍ରଫିକୁ ନେଇ ବିରାଟ କୋହଲିଙ୍କୁ କିଛି କ୍ରିକେଟ ସମୀକ୍ଷକ ବିଫଳ ଅଧିନାୟକର ଟ୍ୟାଗ ଦେଇଛନ୍ତି। ତାଙ୍କ ନେତୃତ୍ୱରେ ଭାରତ ୪ ବର୍ଷରେ ଗୋଟିଏ...

ପାଣ୍ଡ୍ୟା ଫିଟ୍‌ ନା ଅନଫିଟ୍‌: ଆସିଲା ଅପଡେଟ୍‌

ଦୁବାଇ,୨୬।୧୦: ପାକିସ୍ତାନ ବିପକ୍ଷ ଟି -୨୦ ବିଶ୍ୱକଫ ଉଦଘାଟନୀ ମ୍ୟାଚରେ ଟିମ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଆଘାତ ସେତେଟା ଗୁରୁତର ନୁହେଁ। ତେଣୁ ସେ...

ଆଇପିଏଲ୍‌ ପୂର୍ବରୁ ନୂଆ ଲୁକ୍‌ରେ ଦେଖାଗଲେ କୋହଲି

ନୂଆଦିଲ୍ଲୀ, ୧୫।୮: ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଲକ୍‌ ଡାଉନ୍‌ କାରଣରୁ ଗତ କିଛିଦିନ ହେବ ଘରେ ସମୟ ଅତିବାହିତ କରୁଛନ୍ତି। କିନ୍ତୁ...

୨୦୨୨କୁ ଘୁଞ୍ଚିଲା ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌

ପ୍ୟାରିସ୍‌,୩୧।୩ (ଏଏଫ୍‌ପି)- କରୋନା ଭାଇରସ ସଂକ୍ରମଣ ସାରା ବିଶ୍ୱକ୍ରୀଡ଼ାକୁ ପ୍ରଭାବିତ କରିଛି। ଟୋକିଓ ଅଲିମ୍ପିକ୍ସ ଗୋଟିଏ ବର୍ଷ ଘୁଞ୍ଚିଯିବା ପରେ ଅନୁରୂପ ଭାବେ ବିଶ୍ୱ ଆଥଲେଟିକ୍ସ...

ଡୋପିଂ ମାମଲାରେ ସସ୍‌ପେଣ୍ଡ ହେଲେ ଏହି ଭାରୋତ୍ତୋଳକ

ବୁଡାପେଷ୍ଟ,୮।୭(ଏପି): ଦୁଇଥର ୟୁରୋପିଆନ୍‌ ଚାମ୍ପିୟନଶିପ୍‌ ହାସଲ କରିଥିବା ରୁଷୀୟ ତାରକା ଭାରୋତ୍ତୋଳକ ଆଣ୍ଡ୍ରେଇ ଡେମାନୋଭ ଡୋପିଂ ଅଭିଯୋଗରେ ସାମୟିକ ବାସନ୍ଦ ହୋଇଛନ୍ତି। ଡୋପ୍‌ ଟେଷ୍ଟରେ ତାଙ୍କ...

କ୍ୟାଚ୍‌ ଛାଡ଼ିବାରୁ ସାଥି ଖେଳାଳିଙ୍କୁ ଚାପୁଡା ମାରିଲେ

କରାଚୀ,୨୨।୨: ବିଭିନ୍ନ କାରଣ ଯୋଗୁ ଚଳିତ ପାକିସ୍ତାନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ବିବାଦରେ ଘେରି ହୋଇ ରହିଛି। ବ୍ୟକ୍ତିଗତ କାରଣ ଯୋଗୁ ବିଦେଶୀ ଖେଳାଳି ଆଲେକ୍ସ...

ଅଷ୍ଟ୍ରେଲିଆକୁ ହରାଇଲା ଟିମ୍‌ ଇଣ୍ଡିଆ

ଦୁବାଇ,୨୦।୧୦: ସ୍ଥାନୀୟ ଆଇସିସି ଏକାଡେମୀରେ ବୁଧବାର ଦ୍ୱିତୀୟ ଓ୍ବାର୍ମଅପ୍‌ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆକୁ ମିଳିଛି ଜବରଦସ୍ତ ବିଜୟ। ଅଷ୍ଟ୍ରେଲିଆ ଦ୍ୱାରା ଧାର୍ଯ୍ୟ ୧୫୩ରନ୍‌ର ଟାର୍ଗେଟକୁ ଟିମ୍‌...

Advertisement
Archives

Model This Week