ସୁରକ୍ଷାକର୍ମୀଙ୍କୁ ଛୁରାମାଡ଼ କରି ଲୁଟ୍‌, ୨ ଗିରଫ

ଯୋଡ଼ା, ୧୯।୪ (ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ସହରସ୍ଥିତ ଏସାର ପେଟ୍ରୋଲ ପମ୍ପ ସମୁଖରେ ଥିବା ମହିନ୍ଦ୍ରା ଓାର୍କସପ୍‌ ଠାରେ ଶୁକ୍ରବାର ଅପରାହ୍ନ ୩ ଟା ସମୟରେ ଜଣେ ଘରୋଇ ସୁରକ୍ଷା କର୍ମୀଙ୍କୁ ଛୁରି ମାଡ କରି ଲୁଟ୍‌ କରିବା ଅଭିଯୋଗରେ ଯୋଡା ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ଦ୍ୱୟ ହେଲେ ଯୋଡା ମୁଖାର୍ଜୀ ହଟିଂର ରାଜେଶ ପାତ୍ର ଓ ଆମ୍‌ ବାଗାନ୍‌ର ମୁକୁନ୍ଦା ସାଣ୍ଡିଲ୍‌। ପୋଲିସ ସୂଚନାନୁଯାୟୀ , ଶୁକ୍ରବାର ଅପରାହ୍ନ ୩ ଟା ସମୟରେ ମହିନ୍ଦ୍ରା ଓ୍ବାର୍କସପରେ ସୁରା ନାଏକ ଏକ ଘରୋଇ ସୁରକ୍ଷାକର୍ମୀ ଭାବେ କାର୍ଯ୍ୟରତ ଥିଲେ। ଏହି ସମୟରେ ଉକ୍ତ ଦୁଇ ଅଭିଯୁକ୍ତ ସେଠାକୁ ଆସି ସୁରାଙ୍କୁ ଛୁରାମାଡ କରି ଓ୍ବାର୍କସପରେ ଥିବା ଏକ ଚାରିଚକିଆ ଗାଡିରୁ ଦୁଇଟି ଚକା ଲୁଟି ନେଇଥିଲେ। ଆହତ ବ୍ୟକ୍ତି ଜଣକ ପରେ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ଅଭିଯୁକ୍ତ ରାଜେଶ ପାତ୍ରକୁ କାବୁ କରିନେଇ ପୋଲିସରେ ଜିମା ଦେଇଥିଲେ । ସେହିପରି ପୋଲିସ ଶନିବାର ଅନ୍ୟଜଣେ ଅଭିଯୁକ୍ତ ମୁକୁନ୍ଦା ସାଣ୍ଡିଲକୁ ଗିରଫ କରି ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି। ପୋଲିସ ସେମାନଙ୍କଠାରୁ ଲୁଟ୍‌ କରିଥିବା ୨ଟି ଚକା ଉଦ୍ଧାର କରିବା ସହିତ ଗୋଟିଏ ଛୁରି ଜବତ କରିଛି ।


Enter your email to get our daily news in your inbox.

All Right Reserved By Dharitri.Com

କମାପଲ୍ଲୀ ପୋଖରୀ ପୁନରୁଦ୍ଧାର କରାଯାଉ

ବ୍ରହ୍ମପୁର ଅଫିସ,୬ା୬- ବ୍ରହ୍ମପୁର ମହାନଗର ନିଗମର ୩୧ନଂ. ୱାର୍ଡରେ ଥିବା ପୁରାତନ କମାପଲ୍ଲୀ ପୋଖରୀ ଦୀର୍ଘବର୍ଷରୁ ପଙ୍କରେ ପୋତି ହୋଇଯାଇଛି। ଏହାର ପୁନରୁଦ୍ଧାର ପାଇଁ ଅଞ୍ଚଳବାସୀ...

‘ସୁସ୍ଥ ଓଡ଼ିଶା’କୁ ନେଇ ସୁଖୀ ନୁହନ୍ତି ପରଦେଶୀ: ମୁନାଙ୍କ ଅପରେଶନ ପାଇଁ ଖୋଜୁଛନ୍ତି ଦରଦୀ ମନ

ବନ୍ତଳା,୩୦ା୮-ମୂଲିଆ ମଣିଷକୁ ତେଲ ଲୁଣର ସଂସାର। ନିଜସ୍ବ ଘର ଢିହ ବୋଲି କିଛି ନାହିଁ। ସରକାରୀ ଜାଗାରେ କରିଥିବା ଚାଳିଆ ଖଣ୍ଡେ ହିଁ ପରିବାରର ସମ୍ବଳ।...

ବାପା ଉପରେ ଥାଇ ଆଶୀର୍ବାଦ କରିଛନ୍ତି, ମୁଁ ତାଙ୍କ ଅଧୁରା ସ୍ବପ୍ନପୂରଣ କରିବି

ଝାରସୁଗୁଡ଼ା ଅଫିସ, ୧୩।୫: ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନରେ ବିଜୟ ହାସଲ କରିବା ପରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ପ୍ରତିକ୍ରିୟା ରଖିଛନ୍ତି। ଦୀପାଳି କହିଛନ୍ତି, ଏ...

ଏନଏଚ ୩୫୩ ପାଇଁ ଅର୍ଥନୈତିକ ଅବରୋଧ୮ ଘଣ୍ଟା ପରେ ଓହରିଲା

ନୂଆପଡା ଅଫିସ,୨୭ା୫: ସରକାର ଦିନକୁ ୩୦ କି.ମି. ଜାତୀୟ ରାଜପଥ ନିର୍ମାଣ କରୁଥିବା କହୁଥିବା ବେଳେ ନୂଆପଡା ଜିଲାର ଲାଇଫ ଲାଇନ କୁହାଯାଉଥିବା ଜାତୀୟ ରାଜପଥ...

ଘର ଭାଙ୍ଗି ଧାନ ଚାଉଳ ଖାଇଲେ ହାତୀପଲ

ଯୋଡା,୧୩ା୫(ଡି.ଏନ୍‌.ଏ.)- କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ବାଲିବନ୍ଧ ଫରେଷ୍ଟ ଜୋନ ଅନ୍ତର୍ଗତ ବାସୁଦେବପୁର ଗ୍ରାମର ସୁନାଖଣି ସାହିରେ ସୋମବାର ବିଳମ୍ବିତ ରାତିରେ ହାତୀପଲ ପଶି ବ୍ୟାପକ...

ହାତୀପଲ ଖାଇଗଲେ ରାଶନ

ଢେଙ୍କାନାଳ ଅଫିସ, ୧୯।୭-ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ନିମିଧା ଅଞ୍ଚଳରେ ଶନିବାର ବିଳମ୍ବିତ ରାତିରେ ଏକ ପଲରେ ୧୬ ହାତୀ ଉପଦ୍ରବ ସୃଷ୍ଟି କରିଛନ୍ତି। ହାତୀଙ୍କ...

୫ରୁ ଖୋଲିବ ଭିତରକନିକା

କେନ୍ଦ୍ରାପଡ଼ା ଅଫିସ,୧ା୮: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଦୀର୍ଘ ୩ ମାସର ବ୍ୟବଧାନ ପରେ ଆସନ୍ତା ୫ ତାରିଖରୁ ଭିତରକନିକା ଜାତୀୟ ଉଦ୍ୟାନ ଖୋଲିବା ନେଇ...

ଦବିଲା ୧୦ ଲକ୍ଷର ତିତ୍‌ଲି ପ୍ରକଳ୍ପ:ମଧୁପୁର ବନ୍ଧ ଭାଙ୍ଗିବା ଆଶଙ୍କା

ବନ୍ତଳା,୨୪।୯(ଡି.ଏନ.ଏ.) ଅନୁଗୋଳ ବ୍ଲକ ନନ୍ଦପୁର ପଞ୍ଚାୟତ ମଧୁପୁର ପୂର୍ତ୍ତ ବିଭାଗ ରାସ୍ତାକୁ ସଂଯୋଗ କରୁଥିବା ଗ୍ରାମ୍ୟ ରାସ୍ତା ୨୦୧୮ ସାମୁଦ୍ରିକ ଝଡ଼ ତିତ୍‌ଲିରେ ନଷ୍ଟ ହେବା...

Advertisement
Archives

Model This Week