Posted inରାଜ୍ୟ

ସୁବ୍ରତଙ୍କୁ ପ୍ରଥମ ଶାସ୍ତ୍ରୀୟ ଭାଷା ସମ୍ମାନ

ଭୁବନେଶ୍ୱର,୧୭ା୮(ବ୍ୟୁରୋ): ଯୁବ ଭାଷା ଗବେଷକ ଡ. ସୁବ୍ରତ କୁମାର ପୃଷ୍ଟି ପାଇବେ ପ୍ରଥମ ଶାସ୍ତ୍ରୀୟ ଭାଷା ସମ୍ମାନ। ୭୩ତମ ସ୍ବାଧୀନତା ଦିବସ ଅବସରରେ ଏନେଇ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଶାସ୍ତ୍ରୀୟ ମାନ୍ୟତା ପାଇବାର ୫ ବର୍ଷ ପରେ ପ୍ରଥମଥର ପାଇଁ କେନ୍ଦ୍ର ସରକାର ଓଡ଼ିଆ ଭାଷାରେ ଗବେଷଣା କରୁଥିବା ଜଣେ ଗବେଷକଙ୍କୁ ମହର୍ଷି ବାଦରାୟଣ ବ୍ୟାସ ସମ୍ମାନ ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଏଥିଲାଗି ତାଙ୍କୁ ରାଷ୍ଟ୍ରପତି ପଦକ ସହ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ। ଓଡ଼ିଆକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ମିଳିବା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଏବଂ ଓଡ଼ିଆ ଭାଷା ଉପରେ ବ୍ୟାପକ ଗବେଷଣା କରିବା ଲାଗି ପୃଷ୍ଟିଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ସେହିପରି ଶାସ୍ତ୍ରୀୟ ଓଡ଼ିଆ ଭାଷାର ପ୍ରଚାର ପ୍ରସାର ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ଗବେଷକ ଅନ୍ତର୍ଯ୍ୟାମୀ ମିଶ୍ର ରାଷ୍ଟ୍ରପତିଙ୍କଠାରୁ ‘ସାର୍ଟିଫିକେଟ୍‌ ଅଫ୍‌ ଅନର’ ପାଇବାକୁ ମନୋନୀତ ହୋଇଛନ୍ତି। ଏହାବ୍ୟତୀତ ପ୍ରଫେସର ଡ. ହରେକୃଷ୍ଣ ଶତପଥୀ ସଂସ୍କୃତ ଭାଷାରେ ଗବେଷଣା ପାଇଁ ସମ୍ମାନିତ ହେବେ।
କେନ୍ଦ୍ର ସରକାରଙ୍କ ନିୟମାନୁଯାୟୀ ପ୍ରତିବର୍ଷ ଶାସ୍ତ୍ରୀୟ ମାନ୍ୟତାପ୍ରାପ୍ତ ଭାଷା ଉପରେ ଗବେଷଣା କରିଥିବା ୮ଜଣ ବିଦ୍ୱାନଙ୍କୁ ୩ଟି ବିଭାଗରେ ଆନ୍ତର୍ଜାତିକ ସ୍ତରର ପୁରସ୍କାର ପ୍ରଦାନ କରାଯାଇଥାଏ। ୩ଟି ବିଭାଗ ହେଲା ଶାସ୍ତ୍ରୀୟ ଭାଷାରେ ଜୀବନବ୍ୟାପୀ ସାଧନା (୬୦ବର୍ଷରୁ ଊର୍ଦ୍ଧ୍ୱ), ଭାଷାରେ ବ୍ୟାପକ ଗବେଷଣା(ବିଦେଶୀ କିମ୍ବା ଭାରତୀୟ) ଓ ଶାସ୍ତ୍ରୀୟ ଭାଷାରେ ଗବେଷଣାରତ ଯୁବ ଗବେଷକ(ମହର୍ଷି ବାଦରାୟଣ ବ୍ୟାସ ସମ୍ମାନ)। ଏହିକ୍ରମରେ ‘ପ୍ରସଙ୍ଗ ଓଡ଼ିଆ ଭାଷା ଓ ସାହିତ୍ୟ’, ‘ଓଡ଼ିଆ ଭାଷା ସାହିତ୍ୟ ପରିଚୟ, ଭାଷା ଓ ଜାତୀୟତା’, ‘ଶାସ୍ତ୍ରୀୟ ଭାଷା ଓଡ଼ିଆ’ ଭଳି ୧୧ରୁ ଊର୍ଦ୍ଧ୍ୱ ଭାଷାଭିତ୍ତିକ ପୁସ୍ତକର ରଚନା କରିଥିବା ଡ. ପୃଷ୍ଟିଙ୍କୁ ଯୁବ ଗବେଷକ ବିଭାଗରେ ପୁରସ୍କୃତ କରାଯିବ। ଡ. ପୃଷ୍ଟି ଭାରତୀୟ ଲିପିର ଉପତ୍ତ୍ତି ଓ କ୍ରମବିକାଶ ଉପରେ ଗବେଷଣା କରୁଛନ୍ତି। ଯାଜପୁର ଜିଲାରେ ଜନ୍ମଗ୍ରହଣ କରିଥିବା ଏହି ଯୁବ ଗବେଷକ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ କେନ୍ଦ୍ର ସରକାର ନିର୍ଦ୍ଧାରଣ କରିଥିବା ୪ଟି ମାନଦଣ୍ଡ ଅନୁସାରେ ସମସ୍ତ ତଥ୍ୟ ଓ ଦସ୍ତାବିଜ୍‌ ଏକାଠି କରିଥିଲେ। ସେହିପରି ଅନ୍ତର୍ଯ୍ୟାମୀ ମିଶ୍ର ଜଣେ ଗବେଷକ, ସ୍ତମ୍ଭକାର ଓ ଭାଷା ବିଜ୍ଞାନୀ। ୩୦ ଖଣ୍ଡ ପୁସ୍ତକ ରଚନା କରିଛନ୍ତି। ତନ୍ମଧ୍ୟରୁ ୯ଟି ଓଡ଼ିଶା ରାଜ୍ୟ ପାଠ୍ୟପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା ଦ୍ୱାରା ପ୍ରକାଶିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବୃଦ୍ଧା ମା’ଙ୍କ ଉପରେ ଇଟା ଲଦିଦେଲେ ପୁଅବୋହୂ

ଯାଜପୁର ଅଫିସ,୪ା୪: ଯାଜପୁର ଜିଲା ମଙ୍ଗଳପୁର ଥାନା ଅନ୍ତର୍ଗତ ଦତ୍ତପୁର ଗ୍ରାମରେ ସମ୍ପତ୍ତି ଲୋଭରେ ବୃଦ୍ଧା ମା’ଙ୍କୁ ଇଟାରେ ପୋତି ଦେଇଥିବା ଭଳି ଏକ ଅଭାବନୀୟ...

ଜଙ୍ଗଲ ଗିଳି ଚାଲିଛି ନିଆଁ

ଭୁବନେଶ୍ୱର (ବ୍ୟୁରୋ)/ ନୟାଗଡ ଅଫିସ/ସଜନାଗଡ଼/ ବୁଗୁଡ଼ା, (ଡି.ଏନ.ଏ.)୮।୩: ହୁ ହୁ ମାଡ଼ିଚାଲିଛି ନିଆଁ। ଓଡ଼ିଶାର ବିଭିନ୍ନ ଜଙ୍ଗଲକୁ ଚାଟିଯାଉଛି ବିପର୍ଯ୍ୟୟର ଲହ ଲହ ଜିହ୍ବା। ସବୁଠୁ...

ବୟସ୍କ, ଦିବ୍ୟାଙ୍ଗଙ୍କ ପାଇଁ ‘ନିଅର ଟୁ ହୋମ୍‌ ଟିକାକରଣ କେନ୍ଦ୍ର’

ଭୁବନେଶ୍ୱର, ୩୧।୫(ବ୍ୟୁରୋ): ବୟସ୍କ ଓ ଦିବ୍ୟାଙ୍ଗଙ୍କ ପାଇଁ ଘର ନିକଟରେ ଟିକାକରଣ କେନ୍ଦ୍ର ବା ନିଅର ଟୁ ହୋମ୍‌ ଟିକାକରଣ କେନ୍ଦ୍ର (ଏନ୍‌ଏଚ୍‌ସିଭିସି) କରିବାକୁ କେନ୍ଦ୍ର...

୧୧୨୦ ଦୋକାନରେ ମିଳିବ ଫାଭିପିରାଭିର୍‌

ଭୁବନେଶ୍ୱର, ୧୦ । ୧୦(ବ୍ୟୁରୋ): କରୋନା ଆକ୍ରାନ୍ତ ଚିକିତ୍ସା କ୍ଷେତ୍ରରେ ଫାଭିପିରାଭିର୍‌ ଔଷଧ ବ୍ୟବହାର କରାଯାଉଛି। ବିଶେଷକରି ହାମ୍‌ କ୍ୱାରାଣ୍ଟାଇନରେ ଥିବା ସଂକ୍ରମିତମାନେ ଏହି ଔଷଧ...

ପ୍ରକାଶ ପାଇଲା ପିଜି ନାମଲେଖା ପାଇଁ ମେଧା ତାଲିକା

ଭୁବନେଶ୍ୱର,୬।୯(ବ୍ୟୁରୋ): ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ସ୍ବୟଂଶାସିତ ମହାବିଦ୍ୟାଳୟରେ ପିଜି ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇଛି। ସେପ୍ଟେମ୍ବର ୧୬ ଓ ୧୭ ତାରିଖରେ...

ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୨୦୨କୁ ବୃଦ୍ଧି

ଭୁବନେଶ୍ୱର,୧ା୧୦(ବ୍ୟୁରୋ): ରାଜ୍ୟରୁ ଶୁକ୍ରବାର ଆଉ ୪ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।...

ସିଏଜିି ରିପୋର୍ଟ: ୧୬,୩୯୧ କୋଟିର ୟୁସି ଦେଇ ନାହାନ୍ତି ସରକାରୀ ବିଭାଗ

ଭୁବନେଶ୍ୱର,୨୯।୧୧(ବ୍ୟୁରୋ): ରାଜ୍ୟର ଆର୍ଥିକ ସ୍ଥିତି ଭଲ ରହିଛି। ବିତ୍ତୀୟ ପରିଚାଳନା ଠିକ ଢଙ୍ଗରେ କରାଯାଉଛି। ଟିକସ ଆଦାୟ ବଢ଼ିଛି। ରାଜସ୍ବ ପୂର୍ବ ବର୍ଷ ତୁଳନାରେ ସନ୍ତୋଷଜନକ...

ମୋ ବିଧାୟକ ଅମଳରେ ଏତେ ଲମ୍ବା ଉତ୍ତର କେବେ ଦେଖିନି: ତାରା

ଭୁବନେଶ୍ୱର,୧୪ା୩(ବ୍ୟୁରୋ):ସୋମବାର ବିଧାନସଭା ପ୍ରଶ୍ନକାଳରେ ଏକ ଭିନ୍ନ ପରିବେଶ ଦେଖିବାକୁ ମିଳିଥିଲା। ଅର୍ଥମନ୍ତ୍ରୀଙ୍କ ଉତ୍ତରରେ ପ୍ରଶ୍ନକର୍ତ୍ତାଙ୍କ ସମେତ ବିଧାନସଭାର ଅନ୍ୟ ସଦସ୍ୟମାନେ ବୋର ହୋଇ ଯାଇଥିଲେ। କଂଗ୍ରେସ...

Advertisement
Archives

Model This Week