Posted inରାଜ୍ୟ

ସୁବ୍ରତଙ୍କୁ ପ୍ରଥମ ଶାସ୍ତ୍ରୀୟ ଭାଷା ସମ୍ମାନ

ଭୁବନେଶ୍ୱର,୧୭ା୮(ବ୍ୟୁରୋ): ଯୁବ ଭାଷା ଗବେଷକ ଡ. ସୁବ୍ରତ କୁମାର ପୃଷ୍ଟି ପାଇବେ ପ୍ରଥମ ଶାସ୍ତ୍ରୀୟ ଭାଷା ସମ୍ମାନ। ୭୩ତମ ସ୍ବାଧୀନତା ଦିବସ ଅବସରରେ ଏନେଇ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଶାସ୍ତ୍ରୀୟ ମାନ୍ୟତା ପାଇବାର ୫ ବର୍ଷ ପରେ ପ୍ରଥମଥର ପାଇଁ କେନ୍ଦ୍ର ସରକାର ଓଡ଼ିଆ ଭାଷାରେ ଗବେଷଣା କରୁଥିବା ଜଣେ ଗବେଷକଙ୍କୁ ମହର୍ଷି ବାଦରାୟଣ ବ୍ୟାସ ସମ୍ମାନ ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଏଥିଲାଗି ତାଙ୍କୁ ରାଷ୍ଟ୍ରପତି ପଦକ ସହ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ। ଓଡ଼ିଆକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ମିଳିବା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଏବଂ ଓଡ଼ିଆ ଭାଷା ଉପରେ ବ୍ୟାପକ ଗବେଷଣା କରିବା ଲାଗି ପୃଷ୍ଟିଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ସେହିପରି ଶାସ୍ତ୍ରୀୟ ଓଡ଼ିଆ ଭାଷାର ପ୍ରଚାର ପ୍ରସାର ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ଗବେଷକ ଅନ୍ତର୍ଯ୍ୟାମୀ ମିଶ୍ର ରାଷ୍ଟ୍ରପତିଙ୍କଠାରୁ ‘ସାର୍ଟିଫିକେଟ୍‌ ଅଫ୍‌ ଅନର’ ପାଇବାକୁ ମନୋନୀତ ହୋଇଛନ୍ତି। ଏହାବ୍ୟତୀତ ପ୍ରଫେସର ଡ. ହରେକୃଷ୍ଣ ଶତପଥୀ ସଂସ୍କୃତ ଭାଷାରେ ଗବେଷଣା ପାଇଁ ସମ୍ମାନିତ ହେବେ।
କେନ୍ଦ୍ର ସରକାରଙ୍କ ନିୟମାନୁଯାୟୀ ପ୍ରତିବର୍ଷ ଶାସ୍ତ୍ରୀୟ ମାନ୍ୟତାପ୍ରାପ୍ତ ଭାଷା ଉପରେ ଗବେଷଣା କରିଥିବା ୮ଜଣ ବିଦ୍ୱାନଙ୍କୁ ୩ଟି ବିଭାଗରେ ଆନ୍ତର୍ଜାତିକ ସ୍ତରର ପୁରସ୍କାର ପ୍ରଦାନ କରାଯାଇଥାଏ। ୩ଟି ବିଭାଗ ହେଲା ଶାସ୍ତ୍ରୀୟ ଭାଷାରେ ଜୀବନବ୍ୟାପୀ ସାଧନା (୬୦ବର୍ଷରୁ ଊର୍ଦ୍ଧ୍ୱ), ଭାଷାରେ ବ୍ୟାପକ ଗବେଷଣା(ବିଦେଶୀ କିମ୍ବା ଭାରତୀୟ) ଓ ଶାସ୍ତ୍ରୀୟ ଭାଷାରେ ଗବେଷଣାରତ ଯୁବ ଗବେଷକ(ମହର୍ଷି ବାଦରାୟଣ ବ୍ୟାସ ସମ୍ମାନ)। ଏହିକ୍ରମରେ ‘ପ୍ରସଙ୍ଗ ଓଡ଼ିଆ ଭାଷା ଓ ସାହିତ୍ୟ’, ‘ଓଡ଼ିଆ ଭାଷା ସାହିତ୍ୟ ପରିଚୟ, ଭାଷା ଓ ଜାତୀୟତା’, ‘ଶାସ୍ତ୍ରୀୟ ଭାଷା ଓଡ଼ିଆ’ ଭଳି ୧୧ରୁ ଊର୍ଦ୍ଧ୍ୱ ଭାଷାଭିତ୍ତିକ ପୁସ୍ତକର ରଚନା କରିଥିବା ଡ. ପୃଷ୍ଟିଙ୍କୁ ଯୁବ ଗବେଷକ ବିଭାଗରେ ପୁରସ୍କୃତ କରାଯିବ। ଡ. ପୃଷ୍ଟି ଭାରତୀୟ ଲିପିର ଉପତ୍ତ୍ତି ଓ କ୍ରମବିକାଶ ଉପରେ ଗବେଷଣା କରୁଛନ୍ତି। ଯାଜପୁର ଜିଲାରେ ଜନ୍ମଗ୍ରହଣ କରିଥିବା ଏହି ଯୁବ ଗବେଷକ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ କେନ୍ଦ୍ର ସରକାର ନିର୍ଦ୍ଧାରଣ କରିଥିବା ୪ଟି ମାନଦଣ୍ଡ ଅନୁସାରେ ସମସ୍ତ ତଥ୍ୟ ଓ ଦସ୍ତାବିଜ୍‌ ଏକାଠି କରିଥିଲେ। ସେହିପରି ଅନ୍ତର୍ଯ୍ୟାମୀ ମିଶ୍ର ଜଣେ ଗବେଷକ, ସ୍ତମ୍ଭକାର ଓ ଭାଷା ବିଜ୍ଞାନୀ। ୩୦ ଖଣ୍ଡ ପୁସ୍ତକ ରଚନା କରିଛନ୍ତି। ତନ୍ମଧ୍ୟରୁ ୯ଟି ଓଡ଼ିଶା ରାଜ୍ୟ ପାଠ୍ୟପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା ଦ୍ୱାରା ପ୍ରକାଶିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସାରା ବିଶ୍ୱକୁ ଆଶ୍ୱସ୍ତି, ଶେଷ ହେଲା ଯୁଦ୍ଧ! ଫ୍ରାନ୍ସର ଭର୍ସେଲ୍ସ ପ୍ୟାଲେସରେ ଶାନ୍ତି ଚୁକ୍ତି ସ୍ବାକ୍ଷର କଲେ ଟ୍ରମ୍ପ

ପ୍ୟାରିସ,୧୬।୮: ଫରାସୀ ରାଜଧାନୀ ପ୍ୟାରିସରୁ ପ୍ରାୟ 20 କିଲୋମିଟର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ, ଭର୍ସେଲ୍ସ ପ୍ରାସାଦ ଯୁଦ୍ଧ ପରେ ଶାନ୍ତି ଚୁକ୍ତିନାମା ପାଇଁ ଏକ ସ୍ଥାନ ଭାବରେ ବିଶ୍ୱବ୍ୟାପୀ…

ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର: କଟକ ଜିଲାରେ କାଲିଠୁ ସକାଳୁଆ ସ୍କୁଲ

କଟକ,୧୮ା୬(କାର୍ତ୍ତିକ ସାହୁ): ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି କଟକ ଜିଲାରେ ସମସ୍ତ ପ୍ରକାର ସ୍କୁଲକୁ ଜୁନ୍‌ ୧୯ ତାରିଖରୁ ୨୫ ତାରିଖ ଯାଏ ଚାଲିବାକୁ ନିର୍ଦ୍ଦେଶାନାମା ଜାରି କରାଯାଇଛି।…

ପ୍ରଶାସନିକସ୍ତରରେ ବଡ଼ ଅଦଳବଦଳ: ଦୁଇ ବରିଷ୍ଠ IAS ଅଧିକାରୀଙ୍କୁ ମିଳିଲା ନୂଆ ଦାୟିତ୍ୱ

ଭୁବନେଶ୍ୱର,୧୮।୬: ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ କରାଯାଇଛି। ସରକାରଙ୍କ ପକ୍ଷରୁ ଦୁଇ ଜଣ ବରିଷ୍ଠ ଆଇଏଏସ (IAS) ଅଧିକାରୀଙ୍କୁ ନୂଆ ତଥା ଅତିରିକ୍ତ ଦାୟିତ୍ୱ…

ଭାଜପା ସହ ବଡ଼ ଗେମ ଖେଳିଦେଲେ ଡିକେ ଶିବକୁମାର! କ୍ରସ-ଭୋଟିଂ କରି ୫ ଆସନ ହାସଲ କଲେ

ବେଙ୍ଗାଲୁରୁ,୧୮।୬: ଡି.କେ. ଶିବକୁମାର କର୍ନାଟକର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ନିର୍ବାଚନୀ ପ୍ରତିଯୋଗିତାରେ, ଗୁରୁବାର (ଜୁନ ୧୮, ୨୦୨୬) ଶାସକ କଂଗ୍ରେସ ଦଳ ସାତଟି ବିଧାନସଭା ପରିଷଦ…

ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ବରିଷ୍ଠ IPS ଦୟାଲ ଗଙ୍ଗଓ୍ବାର ସସ୍‌ପେଣ୍ଡ

ଭୁବନେଶ୍ୱର,୧୮।୬: ବହୁ ଚର୍ଚ୍ଚିତ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ରାଜ୍ୟ ପୋଲିସ ବିଭାଗ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବରିଷ୍ଠ ଆଇପିଏସ (IPS) ଅଧିକାରୀ ଦୟାଲ ଗଙ୍ଗୱାରଙ୍କୁ…

NEET ମାମଲାରେ ଟେଲିଗ୍ରାମ ବନାମ ସରକାର: ସରକାର ହ୍ବାଟସଆପ-ଫେସବୁକକୁ ଛାଡି କେବଳ ଟେଲିଗ୍ରାମକୁ କାହିଁକି ବ୍ୟାନ କଲେ? ଜଣାପଡିଲା କାରଣ

ନୂଆଦିଲ୍ଲୀ,୧୮।୬: NEET ପେପର୍‌ ଲିକ ମାମଲା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି, ଭାରତ ସରକାର ବୁଧବାର ଟେଲିଗ୍ରାମ ଉପରେ ଅସ୍ଥାୟୀ ପ୍ରତିବନ୍ଧକ ଲଗାଇଛନ୍ତି। ଜୁନ ୨୨…

୨୦୨୭ ଆଇପିଏଲ୍‌ ଆଗୁଆ ହୋଇପାରେ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୮ା୬- ମେ’ ମାସର ଅତ୍ୟଧିକ ଗ୍ରୀଷ୍ମ ପ୍ରବାହରୁ ବର୍ତ୍ତିବା ଲାଗି ବିସିସିଆଇ ଆଇପିଏଲ୍‌କୁ ଆଗୁଆ କରିବାକୁ ଯୋଜନା ଚଳାଇଛି। ଆସନ୍ତା ବର୍ଷଠାରୁ ପରବର୍ତ୍ତୀ ସଂସ୍କରଣ ଲାଗି ମାର୍ଚ୍ଚ…

୯ମ ଶ୍ରେଣୀ ଛାତ୍ରୀଙ୍କୁ ବେଙ୍ଗାଲୁରୁ ନେଇ ଅପହରଣ ପରେ ବଳାତ୍କାର: ୨ ବର୍ଷ ପରେ ଅଭିଯୁକ୍ତଙ୍କୁ ଗିରଫ କରି…

ଦିଗପହଣ୍ଡି, ୧୮।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅଞ୍ଚଳରେ ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର କରିବା ଘଟଣାରେ ପୋଲିସକୁ ଏକ ବଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri