Posted inଜାତୀୟ

ସୁପ୍ରିମ୍‌କୋର୍ଟର ୪ ବିଚାରପତି ନେଲେ ଶପଥ: ଆସନ୍ତା ମାସଠାରୁ ଜଣିକିଆ ଖଣ୍ଡପୀଠରେ ବିଚାର ହେବା ସମ୍ଭାବନା

ନୂଆଦିଲ୍ଲୀ, ୨୩।୯: ସୁପ୍ରିମ୍‌କୋର୍ଟର ୪ ନୂଆ ବିଚାରପତି ସୋମବାର ଶପଥ ନେଇଛନ୍ତି। ଏହାଦ୍ୱାରା ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ସଂଖ୍ୟା ୩୪କୁ ବୃଦ୍ଧି ପାଇଛି। ବିଚାରପତି ହିମାଚଳପ୍ରଦେଶ ହାଇକୋର୍ଟ ମୁଖ୍ୟ ବିଚାରପତି ଭି. ରାମସୁବ୍ରମଣ୍ୟନ୍‌, ପଞ୍ଜାବ ହରିୟାଣା ହାଇକୋର୍ଟ ମୁଖ୍ୟ ବିଚାରପତି କୃଷ୍ଣ ମୁରାରୀ, ରାଜସ୍ଥାନ ହାଇକୋର୍ଟ ମୁଖ୍ୟ ବିଚାରପତି ଏସ୍‌.ରବୀନ୍ଦ୍ର ଭଟ୍ଟ ଏବଂ କେରଳ ହାଇକୋର୍ଟ ମୁଖ୍ୟ ବିଚାରପତି ହୃଷିକେଶ ରାୟ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ସେମାନଙ୍କୁ ଶପଥ ପାଠ କରାଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତିଙ୍କ ସଂଖ୍ୟା ବୃଦ୍ଧି ପାଇବା ଯୋଗୁ ଏଣିକି ଆସନ୍ତା ମାସଠାରୁ ଜଣିକିଆ ଖଣ୍ଡପୀଠରେ ବିଭିନ୍ନ ମାମଲାର ବିଚାର କରାଯିବାର ସମ୍ଭାବନା ବୃଦ୍ଧି ପାଇଛି। ଏହାଦ୍ୱାରା ପଡ଼ି ରହିଥିବା ମାମଲାର ବିଚାର ଶୀଘ୍ର ହୋଇପାରିବ। ଏପରି ହେଲେ ୪୦ ବର୍ଷ ପରେ ପୁଣି ଥରେ ସୁପ୍ରିମ୍‌କୋର୍ଟରେ ଜଣିକିଆ ଖଣ୍ଡପୀଠରେ ମାମଲାର ଫଇସଲା ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ଯୁଦ୍ଧକୁ ନେଇ ବାଜିବ ସତର୍କ ଘଣ୍ଟି!

ନୂଆଦିଲ୍ଲୀ,୧ ।୧୦: କରୋନା ମହାମାରୀ ସମୟରେ ଯେ କୌଣସି ସମୟରେ ବିଶ୍ୱ ଯୁଦ୍ଧପାଇଁ ସତର୍କ ଘଣ୍ଟି ବାଜିପାରେ ବୋଲି ଆଲୋଚନା ହେଉଛି । କାରଣ ବିଶ୍ୱର...

ହାଇକୋର୍ଟରେ ଓକିଲ-ପୋଲିସ ସଂଘର୍ଷ ମାମଲା: ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଲୀ,୪ା୧୧(ପି.ଟି.): ଦିଲ୍ଲୀର ତିସ୍‌ ହଜାରୀ ଜେଲ୍‌ ପରିସରରେ ଶନିବାର ଘଟିଥିବା ଓକିଲ-ପୋଲିସ ସଂଘର୍ଷ ଘଟଣାର ବିଚାର ବିଭାଗୀୟ ତଦନ୍ତ ଲାଗି ରବିବାର ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।...

‘ପୁଅର ସାଂଜ୍ଞା ସ୍ଥିର କରିବାର ଅଧିକାର ରହିଛି କେବଳ ମା’ର’

ନୂଆଦିଲ୍ଲୀ,୨୮।୭: ଜନ୍ମଦାତା ପିତାଙ୍କ ମୃତ୍ୟୁ ପରେ ସ୍ତ୍ରୀ ଦ୍ୱିତୀୟ ବିବାହ କଲେ ସେ ପିଲାର ସାଂଜ୍ଞା ସମ୍ପର୍କରେ ନିଷ୍ପତ୍ତି ନେଇପାରିବେ ଓ ତାଙ୍କୁ ନୂଆ ପରିବାରରେ...

୮ ବର୍ଷ ବାଳକ-ସାପ କାମୁଡ଼ା କାମୁଡ଼ି, ଶେଷରେ ସାପ ମଲା…

ଜସପୁର,୫।୧୧ : ଛତିଶଗଡର ଜସପୁର ଜିଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯସପୁରରେ ଜଣେ ୮ ବର୍ଷ ବୟସ୍କ ବାଳକଙ୍କୁ ସାପ କାମୁଡ଼ିବା ପରେ...

ଆରଏସ୍‌ଏସ୍‌ ପ୍ୟାଣ୍ଟରେ ନିଆଁ ଲାଗିଥିବା ଫଟୋ ପୋଷ୍ଟ କଲା କଂଗ୍ରେସ

ନୂଆଦିଲ୍ଲୀ,୧୨।୯: ଭାରତ ଯୋଡ ଯାତ୍ରା ମଧ୍ୟରେ ସୋମବାର କଂଗ୍ରେସ ଏକ ବିବାଦୀୟ ଫଟୋ ଶେୟାର କରିଛି। କଂଗ୍ରେସ ନିଜର ଅଫିସିଆଲ ଟୁଇଟର୍‌ ହ୍ୟାଣ୍ଡେଲରୁ ନିଆଁ ଲାଗିଥିବା...

ସିଭିସି ଭାବେ ଶପଥ ନେଲେ ପ୍ରବୀଣ କୁମାର

ନୂଆଦିଲ୍ଲୀ, ୩୦।୫(ପି.ଟି.): ଭିଜିଲାନ୍ସ କମିଶନର ଥିବା ପ୍ରବୀଣ କୁମାର ଶ୍ରୀବାସ୍ତବ ସୋମବାର ସେଣ୍ଟ୍ରାଲ ଭିଜିଲାନ୍ସ କମିଶନର (ସିଭିସି) ଭାବେ ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଭବନରେ...

ମୁଁ କୌଣସି ପଦବୀରେ ରୁହେ କି ନ ରୁହେ କିନ୍ତୁ… ପଦଯାତ୍ରାର ଶେଷ ଦିନରେ ଏଭଳି କହିଲେ ପାଇଲଟ

ଜୟପୁର,୧୫।୫: କଂଗ୍ରେସ ନେତା ସଚିନ ପାଇଲଟ ରାଜସ୍ଥାନରେ ଜନ ସଂଘର୍ଷ ଯାତ୍ରା ଆରମ୍ଭ କରିଛନ୍ତି। ସୋମବାର ଏହି ଯାତ୍ରାର ପଞ୍ଚମ ତଥା ଶେଷ ଦିନ ଥିଲା।...

କୋଟିଏ ଲୋକଙ୍କ ପିଛା ଉତ୍ତରାଖଣ୍ଡରେ ୩୦୮ ଭେଣ୍ଟିଲେଟର

ନୂଆଦିଲ୍ଲୀ,୨୮।୩: କରୋନା ସଂକ୍ରମଣ ଭାରତରେ ଆତଙ୍କ ସୃଷ୍ଟି କରିଛି। ଏହାକୁ ରୋକିବା ଲାଗି ଦେଶରେ ୨୧ ଦିନିଆ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି। ସମ୍ପ୍ରତି ଭାରତ...

Advertisement
Archives

Model This Week