Posted inଜାତୀୟ

ସୁପ୍ରିମକୋର୍ଟରେ ବଂଶଧାରା ମାମଲା ଶୁଣାଣି ଘୁଞ୍ଚିଲା

ନୂଆଦିଲ୍ଲୀ,୨୩ା୯:ବଂଶଧାରା ଜଳବିବାଦ ଟ୍ରିବ୍ୟୁନାଲ ରାୟକୁ ଚ୍ୟାଲେଞ୍ଜ କରି ଓଡ଼ିଶା ସରକାରଙ୍କ ପକ୍ଷରୁ ଦାଏର ଏକାଧିକ ପିଟିଶନର ଶୁଣାଣିକୁ ଗୁରୁବାର ସର୍ବୋଚ୍ଚ ଅଦାଲତ ଘୁଞ୍ଚାଇ ଦେଇଛନ୍ତି। ଜଷ୍ଟିସ୍‌ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଏବଂ ହିମା କୋହଲିଙ୍କ ଖଣ୍ଡପୀଠ ଶୁଣାଣିକୁ ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ବଂଶଧାରା ନଦୀରେ ନେରାଡ଼ି ବ୍ୟାରେଜ୍‌ ନିର୍ମାଣ ଲାଗି ଟ୍ରିବ୍ୟୁନାଲ ୨୦୨୧ ଜୁନ୍‌ରେ ଆନ୍ଧ୍ରପ୍ରଦେଶ ସରକାରଙ୍କୁ ଅନୁମତି ଦେଇଥିଲେ। ବ୍ୟାରେଜ ଡାହାଣ ପାର୍ଶ୍ୱରେ ୮,୦୦୦ କ୍ୟୁସେକ୍‌ କ୍ଷମତା ବିଶିଷ୍ଟ ସ୍ଲୁଇସ୍‌ ରହିବ ଯାହା ଆନ୍ଧ୍ରକୁ ଆବଶ୍ୟକ ବେଳେ ପାଣି ଯୋଗାଇବ। ସେହିପରି ବାମପାର୍ଶ୍ୱରେ ଥିବା ହେଡ୍‌ ସ୍ଲୁଇସ୍‌ (ଏଲ୍‌ଏଚ୍‌ଏସ୍‌) ଓଡ଼ିଶାର ଜଳ ଆବଶ୍ୟକତା ପୂରଣ କରିବ। ଉକ୍ତ ସ୍ଲୁଇସ୍‌ ନିର୍ମାଣ ବାବଦ ଖର୍ଚ୍ଚ ଓଡ଼ିଶା ସରକାର ବହନ କରିବେ ବୋଲି ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଥିଲେ। ଯେଉଁବର୍ଷ ଜଳ ପରିମାଣ କମ୍‌ ରହିବ, ସେହି ଅନୁପାତରେ ଜଳବଣ୍ଟନ କମ୍‌ କରାଯିବ ବୋଲି ଟ୍ରିବ୍ୟୁନାଲ କହିଥିଲେ। ଓଡ଼ିଶା ପକ୍ଷରୁ ଏହାକୁ ଚ୍ୟାଲେଞ୍ଜ କରାଯାଇଥିଲା। ଗତବର୍ଷ ସେପ୍ଟେମ୍ବରରେ ସର୍ବୋଚ୍ଚ ଅଦାଲତ ଉଭୟ ରାଜ୍ୟକୁ ସମସ୍ତ ଆନୁଷଙ୍ଗିକ ଡକୁମେଣ୍ଟାରୀ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପୂର୍ବରୁ ଟ୍ରିବ୍ୟୁନାଲ ନିର୍ଦ୍ଦେଶରେ ନେରାଡ଼ି ବ୍ୟାରେଜର ମିଳିତ ସର୍ଭେକୁ ବିରୋଧ କରି ୨୦୧୮ ଏବଂ ୨୦୧୯ରେ ଓଡ଼ିଶା ପକ୍ଷରୁ ସୁପ୍ରିମକୋର୍ଟରେ ଦୁଇଟି ପିଟିଶନ ଦାଏର ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ଜମ୍ମୁ-କଶ୍ମୀରକୁ ରାଜ୍ୟ ମାନ୍ୟତା ଦିଆଯିବ’

ନୂଆଦିଲ୍ଲୀ, ୧୩।୨: ଲୋକ ସଭାରେ ଶନିବାରେ ଜମ୍ମୁ-କଶ୍ମୀର ପୁନର୍ଗଠନ ସଂଶୋଧନ ବିଲ୍‌ ପାରିତ ହୋଇଛି। ଏହା ପୂର୍ବରୁ ଜମ୍ମୁ-କଶ୍ମୀର ସଂକ୍ରାନ୍ତରେ ଗୃହରେ ଦୀର୍ଘ ସମୟ ଆଲୋଚନା...

ବିହାର ଗସ୍ତରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର୍‌…

ପାଟନା, ୩୧।୮ : ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଗୁରୁବାର ବିହାରର ରାଜଧାନୀ ପାଟନା ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ୨୦୨୦ ମସିହାରେ ଗାଲୱାନ...

‘ଜନତା କର୍ଫ୍ୟୁ’: ବାତିଲ ହେଲା ୩ହଜାର ୭ଶହ ଟ୍ରେନ୍‌

ନୂଆଦିଲ୍ଲୀ,୨୧।୩: କୋଭିଡ-୧୯ ଏବେ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟି ଯାଇଛି। ଏହାକୁ ନେଇ ଏବେ ସାରା ବିଶ୍ୱ ଏକ ପ୍ରକାର ସ୍ଥାଣୁ ପାଲଟି...

ଡିସେମ୍ବର ୩୧ ପର୍ଯ୍ୟନ୍ତ ବିଦେଶକୁ ବିମାନ ଯାତ୍ରା ମନା

ନୂଆଦିଲ୍ଲୀ,୨୬ ।୧୧: ଦେଶରେ କରୋନା ସଂକ୍ରମଣ ବଢି ଚାଲିଥିବା ବେଳେ ଭାରତ ଏବେ କର୍ମସିୟାଲ ଇଣ୍ଟରନ୍ୟାଶନାଲ ଫ୍ଲାଇଟ ଚଳାଚଳକୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ବନ୍ଦ ରଖିବାକୁ...

ଭାଜପା ସହିତ ଲଢିବୁ ନିର୍ବାଚନ: ଶିବସେନା ପ୍ରତିଷ୍ଠା ଦିବସରେ ଶିନ୍ଦେଙ୍କ ଘୋଷଣା

ମୁମ୍ବାଇ,୨୦।୬: ଶିବସେନାର ପ୍ରତିଷ୍ଠା ଦିବସରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ତାଙ୍କ ଦଳ ଆଗାମୀ ଲୋକ...

କରୋନା ଆତଙ୍କ ହେବ ଶେଷ: କୋଭିଶିଲ୍ଡ୍‌-କୋଭାକ୍ସିନ୍‌କୁ ଡିସିଜିଆଇ ଦେଲା ମଞ୍ଜୁରୀ

ନୂଆଦିଲ୍ଲୀ,୩।୧: ଭାରତରେ କରୋନା ଆତଙ୍କ ଏବେ ଶେଷ ହେବା ନେଇ ଲୋକଙ୍କ ମଧ୍ୟରେ ଆଶା ସୃଷ୍ଟି ହୋଇଛି। ଡ୍ରଗ୍‌ କଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆ (ଡିସିଜିଆଇ)...

କଂଗ୍ରେସର ନୂଆ ଅଧ୍ୟକ୍ଷ ପାଇଁ ୬ ମାସ ଅପେକ୍ଷା କରିବି: ଆଜାଦ

ନୂଆଦିଲ୍ଲୀ,୨୭।୮: କଂଗ୍ରେସ ଅଧ୍ୟକ୍ଷ ପଦକୁ ନେଇ ଲାଗି ରହିଥିବା ବିବାଦ ଏପର୍ଯ୍ୟନ୍ତ ତୁଟି ନାହିଁ। ଅନ୍ୟପଟେ ଏହି ଅଧ୍ୟକ୍ଷ ପଦ ପାଇଁ ସୋନିଆ ଗାନ୍ଧୀଙ୍କୁ ଲେଖାଯାଇଥିବା...

ପ୍ରିୟଙ୍କା-ସତିଶ ମିଶ୍ରା ଗୃହବନ୍ଦୀ

ଲକ୍ଷ୍ନୌ,୪ ।୧୦: ଉତ୍ତର ପ୍ରଦେଶର ଗୋରଖପୁରରେ ଏକ ହୋଟେଲରେ କାନପୁରରର ବ୍ୟବସାୟୀ ମନିଷ ଗୁପ୍ତାଙ୍କୁ ପୋଲିସର ମାଡ ଫଳରେ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ଶେଷ...

Advertisement
Archives

Model This Week