ଶେଷ ହୋଇନାହିଁ ମହାମାରୀ, ହେଲେ ଦେଖାଯାଉଛି ଏହାର ଅନ୍ତ: ଡବ୍ଲୁଏଚଓ ମୁଖ୍ୟ

ନ୍ୟୁୟର୍କ,୨୩ ।୯: କରୋନା ମହାମାରୀ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇନାହିଁ । ହେଲେ ଏହାର ଅନ୍ତ ଖୁବ୍ ନିକଟରୁ ଦେଖାଯାଉଛି । ନ୍ୟୁୟର୍କରେ ଆୟୋଜିତ ୟୁଏନଜିଏ ବୈଠକରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ)ର ମହାନିର୍ଦ୍ଦେଶକ ଡା. ଟେଡ୍ରୋସ ଅଧନୋମ ଘେବ୍ରେୟସସ କହିଛନ୍ତି । ସେ କହିଛନ୍ତି, ଏଠାରେ ନ୍ୟୁୟର୍କରେ ସଂଯୁକ୍ତ ରାଷ୍ଟ୍ର ମହାସଭାରେ ମୋତେ ସବୁବେଳେ ପଚରାଯାଉଥିବା ପ୍ରଶ୍ନ ମଧ୍ୟରୁ ଗୋଟିଏ ହେଉଛି, ଆମେ କେଉଁଠି ଠିଆ ହୋଇଛୁ । କ’ଣ ମହାମାରୀ ଶେଷ ହୋଇଯାଇଛି । ଗତ ଦୁଇ ସପ୍ତାହରେ ମିଡିଆ ବ୍ରିଫିଙ୍ଗରେ, ମୁଁ କହିଛି ମହାମାରୀ ଶେଷ ହୋଇନାହିଁ, ହେଲେ ଏହାର ଶେଷ ନଜର ଆସୁଛି । ଏହି ଦୁଇଟି ଯାକ କଥା ସତ ।
ଏହାର ଶେଷ ଦେଖିବା ଅର୍ଥ ନୁହେଁ ଯେ ମହାମାରୀ ଶେଷ ହୋଇଯାଇଛି । ଅବଶ୍ୟ ପୂର୍ବ ସ୍ଥିତିଠାରୁ ଆମେ ଏବେ ଭଲ ସ୍ଥିତିରେ ରହିଛୁ । ମହାମାରୀ ଯୋଗୁ ହେଉଥିବା ମୃତ୍ୟୁ ସଂଖ୍ୟା ବି କମିଛି । ବିଶ୍ୱର ଦୁଇ ତୃତିୟାଂଶ ଟିକାକରଣ ସରିଛି । ଏମାନଙ୍କ ମଧ୍ୟରୁ ଅଧିକାଂଶ ସ୍ୱାସ୍ଥ୍ୟକର୍ମୀ ଓ ବୟସ୍କ ବ୍ୟକ୍ତି ରହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ଆମେ ଦୀର୍ଘ ପ୍ରାୟ ଅଢେଇ ବର୍ଷ ଏକ ଅନ୍ଧାର ସୁଡଙ୍ଗ ମଧ୍ୟରେ ଥିଲେ ଏବେ ଆମେ ସୁଡଙ୍ଗ ବାହାରର ଆଲୋକକୁ ଦେଖୁଛେ । ହେଲେ ଏହାର ଅର୍ଥ ନୁହେଁ ଆମେ ସମ୍ପୂର୍ଣ୍ଣ ସୁରକ୍ଷିତ । ଏଥିପାଇଁ ଆହୁରି କିଛି ସମୟ ଲାଗିବ । ଶେଷ ହୋଇନାହିଁ ମହାମାରୀ, ହେଲେ ଦେଖାଯାଉଛି ଏହାର ଅନ୍ତ: ଡବ୍ଲୁଏଚଓ ମୁଖ୍ୟ
ନ୍ୟୁୟର୍କ,୨୩ ।୯: କରୋନା ମହାମାରୀ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇନାହିଁ । ହେଲେ ଏହାର ଅନ୍ତ ଖୁବ୍ ନିକଟରୁ ଦେଖାଯାଉଛି । ନ୍ୟୁୟର୍କରେ ଆୟୋଜିତ ୟୁଏନଜିଏ ବୈଠକରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ)ର ମହାନିର୍ଦ୍ଦେଶକ ଡା. ଟେଡ୍ରୋସ ଅଧନୋମ ଘେବ୍ରେୟସସ କହିଛନ୍ତି । ସେ କହିଛନ୍ତି, ଏଠାରେ ନ୍ୟୁୟର୍କରେ ସଂଯୁକ୍ତ ରାଷ୍ଟ୍ର ମହାସଭାରେ ମୋତେ ସବୁବେଳେ ପଚରାଯାଉଥିବା ପ୍ରଶ୍ନ ମଧ୍ୟରୁ ଗୋଟିଏ ହେଉଛି, ଆମେ କେଉଁଠି ଠିଆ ହୋଇଛୁ । କ’ଣ ମହାମାରୀ ଶେଷ ହୋଇଯାଇଛି । ଗତ ଦୁଇ ସପ୍ତାହରେ ମିଡିଆ ବ୍ରିଫିଙ୍ଗରେ, ମୁଁ କହିଛି ମହାମାରୀ ଶେଷ ହୋଇନାହିଁ, ହେଲେ ଏହାର ଶେଷ ନଜର ଆସୁଛି । ଏହି ଦୁଇଟି ଯାକ କଥା ସତ ।
ଏହାର ଶେଷ ଦେଖିବା ଅର୍ଥ ନୁହେଁ ଯେ ମହାମାରୀ ଶେଷ ହୋଇଯାଇଛି । ଅବଶ୍ୟ ପୂର୍ବ ସ୍ଥିତିଠାରୁ ଆମେ ଏବେ ଭଲ ସ୍ଥିତିରେ ରହିଛୁ । ମହାମାରୀ ଯୋଗୁ ହେଉଥିବା ମୃତ୍ୟୁ ସଂଖ୍ୟା ବି କମିଛି । ବିଶ୍ୱର ଦୁଇ ତୃତିୟାଂଶ ଟିକାକରଣ ସରିଛି । ଏମାନଙ୍କ ମଧ୍ୟରୁ ଅଧିକାଂଶ ସ୍ୱାସ୍ଥ୍ୟକର୍ମୀ ଓ ବୟସ୍କ ବ୍ୟକ୍ତି ରହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ଆମେ ଦୀର୍ଘ ପ୍ରାୟ ଅଢେଇ ବର୍ଷ ଏକ ଅନ୍ଧାର ସୁଡଙ୍ଗ ମଧ୍ୟରେ ଥିଲେ ଏବେ ଆମେ ସୁଡଙ୍ଗ ବାହାରର ଆଲୋକକୁ ଦେଖୁଛେ । ହେଲେ ଏହାର ଅର୍ଥ ନୁହେଁ ଆମେ ସମ୍ପୂର୍ଣ୍ଣ ସୁରକ୍ଷିତ । ଏଥିପାଇଁ ଆହୁରି କିଛି ସମୟ ଲାଗିବ ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ଫାଲ୍‌ଟା ନିର୍ବାଚନ: ଭାଜପା ପ୍ରାର୍ଥୀ ବିଜୟୀ

କୋଲକାତା,୨୪ା୫: ପଶ୍ଚିମବଙ୍ଗର ଫାଲ୍‌ଟା ଆସନ ଲାଗି ହୋଇଥିବା ପୁନଃ ମତଦାନରେ ଭାଜପା ପ୍ରାର୍ଥୀ ଦେବାଙ୍ଗଶୁ ପଣ୍ଡା ବିପୁଳ ବିଜୟ ହାସଲ କରିଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ…

CUET-UG 2026 ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ,୨୪।୫: CUET-UG 2026 ପରୀକ୍ଷା ସମ୍ପର୍କରେ ଜାତୀୟ ପରୀକ୍ଷା ଏଜେନ୍ସି (NTA) ରବିବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ମେ ୨୮ତାରିଖରେ ହେବାକୁ ଥିବା ପରୀକ୍ଷାକୁ ବର୍ତ୍ତମାନ…

ସୁନା ଗହଣା ଚୋରି ମାମଲା, ୨୪ ଘଣ୍ଟାରେ ୪ଅଭିଯୁକ୍ତ ଗିରଫ

ବରଗଡ଼,୨୪।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ଅନ୍ତର୍ଗତ କୁଶନପୁରୀ ଗ୍ରାମର ଦନାର୍ଦ୍ଦନ ମେହେର(୬୫)ଙ୍କ ଘରେ ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ସୁନା ଗହଣା ଚୋରି ଘଟଣାର…

ମୁମ୍ବାଇକୁ ହରାଇ ପ୍ଲେଅଫ୍‌ରେ ରାଜସ୍ଥାନ: ବାଦ୍‌ ପଡ଼ିଲେ କୋଲକାତା, ପଞ୍ଜାବ

ମୁମ୍ବାଇ,୨୪ା୫: ଜୋଫ୍ରା ଆର୍ଚ୍ଚରଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ରବିବାର ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ଆଇପିଏଲ୍‌ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ୩୦ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଏହି…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

ବାଲିଗୁଡ଼ା,୨୪।୫(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ସଲାଗୁଡ଼ା ପଞ୍ଚାୟତ କୁଡକେଲକିଆ ଘାଟି ବୁଲାଣିରେ ରବିବାର ସନ୍ଧ୍ୟାରେ ଏକ ସରକାରୀ ମୁଖ୍ୟମନ୍ତ୍ରୀ ବସ୍‌ ଏବଂ ବାଇକ୍‌…

ମୋହନାରେ କାଳବୈଶାଖୀ ତାଣ୍ଡବ; ଉଡ଼ିଲା ଟିଣ ଛପର-ପଡିଲା ବିଦ୍ୟୁତ ଖୁଣ୍ଟ, ଦୁଇ ଗୁରୁତର ୩ ଆହତ

ମୋହନା,୨୪।୫( ମନ୍ମଥ ମିଶ୍ର ): ରବିବାର ଅପରାହ୍ନରେ କାଳବୈଶାଖି ପ୍ରଭାବରେ ମୋହନା ବ୍ଲକ ଅନ୍ତର୍ଗତ ଲିଲିଗଡ଼ ପଞ୍ଚାୟତ ଅଧିନ ରାମଗଡ଼ ଗ୍ରାମରେ ବିପୁଳ ପରିମାଣର କ୍ଷତକ୍ଷତି ଘଟିଛି…

ଭାଜପା କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର

ଭଞ୍ଜନଗର,୨୪।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଭାଜପା ସାଂଗଠନିକ ଜିଲା(ଘୁମୁସର) ପକ୍ଷରୁ ଦୁଇ ଦିନିଆ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଜିଲା ପ୍ରଶିକ୍ଷଣ ଶିବିର ଭଞ୍ଜନଗର ବ୍ଲକ ଲେମ୍ଭେଇଠାରେ…

ଜଙ୍ଗଲରେ ପଡ଼ିଛି ଦନ୍ତାହାତୀର ମୃତଦେହ, ଅନ୍ୟ ହାତୀ ସହ ଲଢ଼େଇ କରି…

ଲାଞ୍ଜିଗଡ଼/ଭବାନୀପାଟଣା,୨୪।୫(ରମେଶ ଚନ୍ଦ୍ର ନାୟକ,ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ କମର୍ଦ୍ଧା ଗାଁ ପୋଖରୀ ଉପରେ ଥିବା ପୋରଙ୍ଗଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri