ବନ୍ତଳା,୨୨ା୧(ଡି.ଏନ.ଏ.)- ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ରାଇଗୁଡ଼ା ଏନ୍କ୍ଲୋଜରରୁ ବାଘୁଣୀ ସୁନ୍ଦରୀକୁ ନେବା ପାଇଁ ମଧ୍ୟପ୍ରଦେଶ କାହ୍ନା ବ୍ୟାଘ୍ର ପ୍ରକଳ୍ପ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଏଥିପାଇଁ ମଙ୍ଗଳବାର ମଧ୍ୟପ୍ରଦେଶ କାହ୍ନା ଜାତୀୟ ବ୍ୟାଘ୍ର ପ୍ରକଳ୍ପର ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକଙ୍କ ପକ୍ଷରୁ ଓଡ଼ିଶା ବନ୍ୟପ୍ରାଣୀ ପ୍ରଧାନ ମୁଖ୍ୟ ବନସଂରକ୍ଷକଙ୍କ ନିକଟକୁ ଚିଠି କରାଯାଇଛି। ଏହାପରେ ପ୍ରଧାନ ମୁଖ୍ୟ ବନସଂରକ୍ଷକ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନସଂରକ୍ଷକଙ୍କୁ ଚିଠି ଲେଖିଥିବା ସୂଚନା ମିଳିଛି। ବାଘୁଣୀ ସୁନ୍ଦରୀର ଇତିହାସ, ପ୍ରବୃତି, ସ୍ବାସ୍ଥ୍ୟ ଓ ଆଚରଣ ସମ୍ପର୍କରେ ବିସ୍ତୃତ ତଥ୍ୟ ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି। ସାତକୋଶିଆ କର୍ତ୍ତୃପକ୍ଷ ଏ ନେଇ କାହ୍ନା କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ଦେବା ପରେ ମଧ୍ୟପ୍ରଦେଶ ଏବଂ ଓଡ଼ିଶା ସରକାର ସୁନ୍ଦରୀକୁ ସ୍ଥାନାନ୍ତର ନେଇ ଯୋଜନା କରିବେ। ଏ ବିଷୟରେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନସଂରକ୍ଷକ ପ୍ରଦୀପ ରାଜ କରାଟେ କହିଛନ୍ତି, ମଙ୍ଗଳବାର ସନ୍ଧ୍ୟାରେ ଏନ୍ଟିସିଏଙ୍କ ନିର୍ଦ୍ଦେଶକ୍ରମେ ମଧ୍ୟପ୍ରଦେଶ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକଙ୍କ ଚିଠି ପାଇଛୁ। ଗୁରୁବାର ଏହାର ରିପୋର୍ଟ କାହ୍ନା ବ୍ୟାଘ୍ର ପ୍ରକଳ୍ପକୁ ଦିଆଯିବ। ଜାନୁୟାରୀ ଶେଷ ସପ୍ତାହରେ ଛତିଶଗଡ଼ ଓ ଓଡ଼ିଶାର ବନାଞ୍ଚଳ ଅଧିକାରୀମାନେ କାହ୍ନା ବ୍ୟାଘ୍ର ପ୍ରକଳ୍ପକୁ ଟ୍ରେନିଂ ପାଇଁ ଯିବେ। ସେଠାରେ ସୁନ୍ଦରୀ ବିଷୟରେ ଆଲୋଚନା କରାଯିବ ବୋଲି କରାଟେ ପ୍ରକାଶ କରିଛନ୍ତି।
ସୁନ୍ଦରୀ ବିବରଣୀ ମାଗିଲେ କାହ୍ନା କର୍ତ୍ତୃପକ୍ଷ: ବନ୍ୟପ୍ରାଣୀ ମୁଖ୍ୟ ବନସଂରକ୍ଷକଙ୍କ ନିକଟକୁ ଚିଠି
Posted inଅନୁଗୋଳ, ଆମ ଜିଲା ଖବର View All

ସର୍ବଭାରତୀୟ ଚରମ୍ପା କପ୍ କ୍ରିକେଟ ଉଦ୍ଯାପିତ: ଛତିଶଗଡ଼ ଫରେଷ୍ଟ ଚାମ୍ପିୟନ
ଭଦ୍ରକ ଅଫିସ, ୩୧।୧୨- ଭଦ୍ରକ ଚରମ୍ପା ହାଇସ୍କୁଲ ପଡ଼ିଆରେ ଚାଲିଥିବା ସର୍ବଭାରତୀୟ ଚରମ୍ପା କପ୍ କ୍ରିକେଟ ଟୁର୍ନାମେଣ୍ଟ ସୋମବାର ଉଦ୍ଯାପିତ ହୋଇଯାଇଛି। ରାଉରକେଲା ଆର୍ଏସ୍ଏକୁ ପରାସ୍ତ...

ଟେରାକୋଟା ଶିଳ୍ପୀଙ୍କୁ ଜୀବିକା ଚିନ୍ତା
ଭଦ୍ରକ ଅଫିସ, ୬।୬- କରୋନା ଯୋଗୁ ସମସ୍ତ ବର୍ଗର ଲୋକେ ପ୍ରଭାବିତ ହୋଇଛନ୍ତି। ଛୋଟ ବଡ଼ ବ୍ୟବସାୟୀମାନେ ମୁଣ୍ଡରେ ହାତ ଦେଲେଣି। ଲକ୍ଡାଉନ ଓ ଶଟ୍ଡାଉନ...

୧୫୨୨ ଛାତ୍ରୀଛାତ୍ରଙ୍କୁ ମିଳିବ ଲ୍ୟାପଟପ୍
ବ୍ରହ୍ମପୁର ଅଫିସ୍,୧୪ା୧୧-ଯୁକ୍ତ ୨ରେ ଉତୀର୍ଣ୍ଣ ହୋଇଥିବା ମେଧାବୀ ଛାତ୍ରୀଛାତ୍ରଙ୍କୁ ମାଗଣା ଲ୍ୟାପଟପ୍ ପ୍ରଦାନ ପାଇଁ ତାଲିକା ଚୂଡ଼ାନ୍ତ ହୋଇଛି । ଗଞ୍ଜାମ ଜିଲାରେ ଚଳିତବର୍ଷ ୧୫୨୨...

ମାଲକାନଗିରି ଜିଲାପାଳଙ୍କ ବ୍ୟକ୍ତିଗତ ସଚିବଙ୍କ ମୃତଦେହ ଉଦ୍ଧାର
ମାଲକାନଗିରି,୨୮।୧୨(ଡି.ଏନ୍.ଏ.): ମାଲକାନଗିରି ଜିଲାପାଳଙ୍କ ବ୍ୟକ୍ତିଗତ ସଚିବ ଦେବନାରାୟଣ ପଣ୍ଡାଙ୍କ ମୃତଦେହ ଶନିବାର ସତୀଗୁଡ଼ା ଜଳଭଣ୍ଡାର ନିକଟରୁ ଉଦ୍ଧାର କରାଯାଇଛି। ଦେବନାରାୟଣ ଶୁକ୍ରବାର କାର୍ଯ୍ୟାଳୟକୁ ଯାଇ ଫେରି...

ଖଣି ଅଞ୍ଚଳରେ ଓଭରଲୋଡିଂ
ଯାଜପୁର ଅଫିସ,୨୦ା୧୨: ଯାଜପୁର ଜିଲାରେ ପଥରକ୍ବାରି ଓ କ୍ରଶର ସମେତ ବାଲି ଖାଦାନଗୁଡ଼ିକରୁ ଓଭରଲୋଡିଂ ଗାଡ଼ି ଚଳାଚଳ ଅଣାୟତ୍ତ ହୋଇଛି। ବିଶେଷକରି ସୁକିନ୍ଦା ଅଞ୍ଚଳକୁ ଢେଙ୍କାନାଳ...

ପାକଳ ଧାନ କ୍ଷେତରେ ପୂଜା
ନୂଆଁଖାଇ କୃଷି ଓ କୃଷକର ପର୍ବ । ସେଥିପାଇଁ ଏହାକୁ କୃଷିଭିତ୍ତିକ ପର୍ବ ବୋଲି କୁହାଯାଏ । ନୂଆଁଖାଇ ଦିନ ଚାଷୀ ପୁଅ ପାକଳ ଧାନ...

ରଘୁନାଥପୁର ପଞ୍ଚାୟତ ସମିତି: ହୋହଲ୍ଲା, ଚେୟାର ଫୋପଡ଼ା ଫୋପଡ଼ିରେ ସରିଲା ବୈଠକ
ରଘୁନାଥପୁର, ୧୦।୧ (ଡି.ଏନ୍.ଏ.)-ରଘୁନାଥପୁର ପଞ୍ଚାୟତ ସମିତିର ୫ମ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଥିଲା। ଦୁଇଗୋଷ୍ଠୀ ମଧ୍ୟରେ କଟାକଟା, ହୋହଲ୍ଲା ଓ ବୈଠକ ଗୃହରେ ଚେୟାର ଫୋପଡ଼ା...

ବିପଦ୍ ଅବସ୍ତାରେ ସାପ୍ତାହିକ ହାଟର କୁଠା
ରିଷିଡା,୨୩ା୨ (ଡି.ଏନ୍.ଏ.)-କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ରିଷିଡ଼ା ସାପ୍ତାହିକ ହାଟ ଜିଲାର ଗୁଟେ ବଡ଼ ହାଟ୍। ଇ ହାଟ୍ଟା ସବୁ ଶନିବାର ବସୁଥିଲାବେଲେ କେସିଙ୍ଗା ନିୟନ୍ତ୍ରୀତ...