ସୁନା ବଦଳରେ ଇମିଟେଶନ୍‌ ହାର ଦେଇ ଠକେଇ : ୫ ଲକ୍ଷ ଟଙ୍କା ଜବତ, ୩ ଗିରଫ

କଟକ ଅଫିସ,୧୭ା୬ : ସୁନା ଦେବା ବଦଳରେ ଇମିଟେଶନ୍‌ ଦେଇ ୫ ଲକ୍ଷ ଟଙ୍କାର ଠକେଇ କରିଥିବା ଅଭିଯୋଗରେ ମଧୁପାଟଣା ଥାନା ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଉତ୍ତରପ୍ରଦେଶ ଗାଜିଆବାଗ ଅଞ୍ଚଳର ଗୋପିମାଲି ଭାଗେଲ(୨୪), ମୀନା ଦେବୀ(୫୦), କିଶାନ ଲାଲ(୪୭)। ସେମାନେ ଫୁଲନଖରା ଅଞ୍ଚଳରେ ଭଡାରେ ରହୁଥିଲେ। ପୋଲିସ ସେମାନଙ୍କଠାରୁ ୫ ଲକ୍ଷ ଟଙ୍କା, ୨. ୫୦୦ଗ୍ରାମ୍‌ ଇମିଟେଶନ୍‌ ହାର ଏବଂ ୪ଟି ମୋବାଇଲ ଜବତ କରିଛି। ଥାନାରେ ନଂ. ୭୮/୧୯ରେ ମାମଲା ରୁଜୁ କରିଛି। ଭଦ୍ରକ ଜିଲା ଭଣ୍ଡାରୀପୋଖରୀ ଅଞ୍ଚଳରେ ରୁହନ୍ତି କ୍ଷୀରୋଦ ଚନ୍ଦ୍ର ପତି। ସେ ମେ ମାସରେ ଭୁବନେଶ୍ୱର ଏକ ନମ୍ବର ମାର୍କେଟକୁ ଯାଇଥିବା ବେଳେ ତାଙ୍କର ଗୋପିମାଲିଙ୍କ ସହ ଦେଖା ହୋଇଥିଲା। କଥାବର୍ତ୍ତା ପରେ ଗୋପିମାଲି ଉତ୍ତରପ୍ରଦେଶରୁ ସୁନା ଅଳଙ୍କାର ଆଣି ଏଠାରେ କମ୍‌ ଦାମରେ ବିକ୍ରି କରୁଥିବା କହିଥିଲେ। ପରେ ଉଭୟ ମୋବାଇଲ ନମ୍ବର ଦିଆନିଆ ହୋଇଥିଲେ। ଗୋପିମାଲି ସେଠାରେ କ୍ଷୀରୋଦଙ୍କୁ ଦୁଇଟି ସୁନା ହାର ଦେଖାଇବା ସହ ତାଙ୍କ ପାଖରେ ଆହୁରି ବହୁତ ଏଭଳି ହାର ଥିବା କହିଥିଲେ। ପୋଲିସ ସୂଚନା ଅନୁଯାୟୀ, ପୂର୍ବ ଯୋଜନା ମୁତାବକ ଗତ ୨ ତାରିଖରେ ଗୋପିମାଲି, ମୀନା ଏବଂ କିଶାନ ସୁନା ଭଳି ଦେଖାଯାଉଥିବା ହାର ନେଇ କଟକ ଆସିଥିଲେ। ସେମାନେ କଟକକୁ କ୍ଷୀରୋଦଙ୍କୁ ଡକାଇ ଥିଲେ। ଲିଙ୍କରୋଡ ଅଞ୍ଚଳରେ ଥିବା ଏକ ମଦ ଦୋକାନରେ କ୍ଷୀରୋଦଙ୍କୁ ଉକ୍ତ ଗହଣା ଦେଇ ତାଙ୍କଠାରୁ ୫ ଲକ୍ଷ ଟଙ୍କା ନେଇ ପଳାଇ ଥିଲେ। ହେଲେ ଗତ ୪ ତାରିଖରେ କ୍ଷୀରୋଦ ଉକ୍ତ ଅଳଙ୍କାର ଯାଞ୍ଚ କରିବାରୁ ତାହା ସୁନା ନୁହେଁ ଇମିଟେଶନ୍‌ରେ ତିଆରି କରାଯାଇଥିବା ଜାଣିବାକୁ ପାଇଥିଲେ। ପରେ ସେ ସେମାନଙ୍କୁ ଫୋନ୍‌ ଯୋଗେ ଯୋଗାଯୋଗ କରିଥିଲେ ମଧ୍ୟ ତାଙ୍କ ନମ୍ବର ଲାଗି ନ ଥିଲା। ଏ ନେଇ କ୍ଷୀରୋଦ ସେହିଦିନ ମଧୁପାଟଣା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ତଦନ୍ତ କରି ପୋଲିସ ସେମାନଙ୍କୁ ଗିରଫ କରିଥିଲା। ପଚରାଉଚରା ପରେ ସେମାନେ ଠକେଇ କରିଥିବା ମାନିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri