ସୁଧୁରୁନି ବଉଳିଗଡ଼ ବିଦ୍ୟାଳୟ ସମସ୍ୟା:୮ ଶ୍ରେଣୀକୁ ୩ କୋଠରି

ବଅଁରପାଳ, ୨ା୧୧(ଡି.ଏନ.ଏ.) – ବଅଁରପାଳ ବ୍ଲକ ବଉଳିଗଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘ ଦିନ ହେଲା ସମସ୍ୟା ଲାଗି ରହିଛି। ଏଠାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ପାଠପଢୁଥିବାବେଳେ ସ୍କୁଲରେ ଶିକ୍ଷାର ଗୁଣବତ୍ତା, ଭିତ୍ତିଭୂମି, ଶିକ୍ଷକ ନିଯୁକ୍ତି ଆଦି ଦିଗରେ ବିଭାଗ ଆଦୌ ଦୃଷ୍ଟି ଦେଉ ନ ଥିବା ଅଭିଭାବକମାନେ ଅଭିଯୋଗ ଆଣିଛନ୍ତି। ଫଳରେ ଏଠାରେ ନାମ ଲେଖାଇଥିବା ଛାତ୍ରୀଛାତ୍ରମାନେ ଉତ୍ତମ ଶିକ୍ଷାଦାନରୁ ବଞ୍ଚିତ ହେଉଛନ୍ତି। ଏହାକୁ ନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।
ସ୍କୁଲରେ ଶିକ୍ଷକ ଏବଂ ଶ୍ରେଣୀ ଗୃହ ଅଭାବ ମୁଖ୍ୟ ସମସ୍ୟା ହୋଇଛି। ଏଠାରେ ୮ଟି ଶ୍ରେଣୀର ପିଲାଙ୍କ ପାଇଁ ମାତ୍ର ୫ ଜଣ ଶିକ୍ଷୟିତ୍ରୀ ଶିକ୍ଷକ ନିଯୁକ୍ତ ହୋଇଛନ୍ତି। ସେହିପରି ବିଦ୍ୟାଳୟରେ ଶ୍ରେଣୀଗୃହ ଭାବେ ମାତ୍ର ୩ଟି କୋଠରି ରହିଛି। ଫଳରେ ଛାତ୍ରୀଛାତ୍ରମାନଙ୍କୁ ଏକାଠି ବସିବାକୁ ପଡୁଛି। ପ୍ରଥମରୁ ତୃତୀୟ ଶ୍ରେଣୀର ପିଲାମାନେ ଗୋଟିଏ କୋଠରିରେ ବସୁଥିବାବେଳେ ୪ର୍ଥ ଓ ୫ମ ଶ୍ରେଣୀର ପିଲାମାନେ ଗୋଟିଏ ଏବଂ ଷଷ୍ଠରୁ ଅଷ୍ଟମ ପର୍ଯ୍ୟନ୍ତ ଛାତ୍ରୀଛାତ୍ରମାନେ ଗୋଟିଏ କୋଠରିରେ ବସି ପାଠ ପଢୁଛନ୍ତି। ୧୯୬୫ରେ ସ୍ଥାପିତ ଏହି ବିଦ୍ୟାଳୟ ଚାରିପାଖରେ ପାଚେରିଟିଏ ମଧ୍ୟ ନିର୍ମାଣ କରାଯାଇପାରିନାହିଁ। ଫଳରେ ବିଦ୍ୟାଳୟ ମଧ୍ୟରେ ଗୋରୁ, କୁକୁର ପଶି ଗଛପତ୍ର ନଷ୍ଟ କରୁଛନ୍ତି। ତୁରନ୍ତ ଏହି ସବୁ ସମସ୍ୟା ପ୍ରତି ବିଭାଗ ପକ୍ଷରୁ ଦୃଷ୍ଟି ଦିଆଯାଇ ପଦକ୍ଷେପ ନିଆଯିବାକୁ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସ୍ବାଭିମାନ ପାଇଁ ଲଢ଼େଇ ଜାରି ରଖ

ଭୁବନେଶ୍ୱର, ୬ା୩(ବ୍ୟୁରୋ): ବିଜୁବାବୁଙ୍କ ନୀତି, ଆଦର୍ଶ ଓ ଚିନ୍ତାଧାରା ଆଜି ଆମର ପ୍ରତିଟି ପଦକ୍ଷେପରେ ପ୍ରତିଫଳିତ ହେଉଛି। ତଥାପି ଆହୁରି ଅନେକ ପଥ ଅତିକ୍ରମ କରିବାକୁ...

ରାଜ୍ୟରେ ଆଉ ୧୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ: ୧୨୨୯ରେ ପହଞ୍ଚିଥିଲା ମୃତକଙ୍କ ସଂଖ୍ୟା

ଭୁବନେଶ୍ୱର, ୨୪।୧୦(ବ୍ୟୁରୋ): ରାଜ୍ୟରେ ଖସିଚାଲିଛି କରୋନା ଗ୍ରାମ୍‌। ୨୪ ଘଣ୍ଟା ମଧ୍ୟରେ ୧୬୯୫ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୧୫ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ...

ସପ୍ତାହନ୍ତ ଶଟ୍‌ଡାଉନ୍‌ ବେଳେ ଘଣ୍ଟାଏ କୋହଳ

ଭୁବନେଶ୍ୱର,୨୩।୪(ବ୍ୟୁରୋ): ଦିନକୁ ଦିନ ଚିନ୍ତା ବଢ଼ାଇବାରେ ଲାଗିଛି କରୋନା ସଂକ୍ରମଣ। ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି ସପ୍ତାହନ୍ତ ଶଟ୍‌ଡାଉନ୍‌। ଶନିବାର ଓ ରବିବାର ଦୁଇ ଦିନ...

ଓଏଫ୍‌ଏସ୍‌ ଅଫିସରଙ୍କୁ ବାଧ୍ୟତାମୂଳକ ଅବସର, ଡିଏଫ୍‌ଓ ଥିବା ବେଳେ ପଡ଼ିଥିଲେ ଭିଜିଲାନ୍ସ ଜାଲରେ

ଭୁବନେଶ୍ୱର,୧୦।୧୦(ବ୍ୟୁରୋ): ପୁଣି ଜଣେ ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ଗୁରୁବାର ବାଧ୍ୟତାମୂଳକ ଅବସର ଦିଆଯାଇଛି। ସେ ହେଲେ ଓଏଫ୍‌ଏସ୍‌ ଅଫିସର ତଥା ପୂର୍ବତନ ଡିଏଫ୍‌ଓ ସୁଧାଂଶୁ ଶେଖର ମିଶ୍ର।...

ଏନ୍‌ଏଚ୍‌ ନିର୍ମାଣ,ମରାମତି ପୂର୍ବରୁ ରାଜ୍ୟର ପରାମର୍ଶ ନିଆଯାଉ

ଭୁବନେଶ୍ୱର,୩୧ା୮(ବ୍ୟୁରୋ): ଓଡ଼ିଶା ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥ(ଏନ୍‌ଏଚ୍‌)ଗୁଡ଼ିକର ନିର୍ମାଣ, ରକ୍ଷଣାବେକ୍ଷଣ ନେଇ ବିଧାନସଭା ପୂର୍ତ୍ତ ବିଭାଗ ସ୍ଥାୟୀ କମିଟିରେ ଉଦ୍‌ବେଗ ପ୍ରକାଶ ପାଇଛି। ବିଶେଷ...

ପାନ୍ଥନିବାସକୁ ଘରୋଇକରଣ ଉଦ୍ୟମ ପ୍ରସଙ୍ଗ: ପୁନର୍ବିଚାର ନ ହେଲେ ଆନ୍ଦୋଳନ

ଭୁବନେଶ୍ୱର(ବ୍ୟୁରୋ),୧୫।୯: ଲାଭରେ ଚାଲିବା ସତ୍ତ୍ୱେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ଦ୍ୱାରା ପରିଚାଳିତ ପାନ୍ଥ ନିବାସଗୁଡ଼ିକୁ ଘରୋଇ ହୋଟେଲ ସଂସ୍ଥା ହାତକୁ ଟେକିଦେବାକୁ ଚକ୍ରାନ୍ତ...

ଦେବଗଡ଼ ଜିଲାସ୍ତରୀୟ ‘ସୁରଭି’: ୧୯୦ ଛାତ୍ରୀଛାତ୍ରଙ୍କ ଅଂଶଗ୍ରହଣ

ଦେବଗଡ, ୯।୧୧(ଡି.ଏନ.ଏ) -ଦେବଗଡ଼ ଇଣ୍ଡୋର ଷ୍ଟାଡିୟମଠାରେ ଶୁକ୍ରବାର ଦେବଗଡ ଜିଲା ସମଗ୍ର ଶିକ୍ଷା ପକ୍ଷରୁ ଜିଲା ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।...

ଶୌଚାଳୟ ଅବସ୍ଥା ଶୋଚନୀୟ

ମାଧପୁର, ୨୩ା୮:  ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ମାଧପୁର ବଜାରରେ ପରିତ୍ୟକ୍ତ ଅବସ୍ଥାରେ ଥିବା ଶୌଚାଳୟକୁ ନେଇ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ୪ବର୍ଷ ତଳେ...

Advertisement


Archives

Model This Week

Why Dharitri