ସୁଦର୍ଶନ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କଲେ ମନ୍ତ୍ରୀ

ଭୁବନେଶ୍ୱର,୧।୮(ବ୍ୟୁରୋ): ଆମେରିକାର ବୋଷ୍ଟନ୍‌ ସହରରେ ଗତ ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଆନ୍ତର୍ଜାତିକ ବାଲୁକା କଳା ମହୋତ୍ସବରେ ଭାଗନେଇ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ‘ପିପୁଲ୍ସ ଚଏସ୍‌ ଆୱାର୍ଡ’ ଲାଭ କରିଛନ୍ତି। ଭାରତ ସହ ସମଗ୍ର ଏସିଆ ମହାଦେଶରୁ ଏକମାତ୍ର ଶିଳ୍ପୀଭାବେ ପଟ୍ଟନାୟକ ଏଭଳି ସଫଳତା ହାସଲ କରିଥିବାବେଳେ ଏହି ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ବିଭାଗ ତରଫରୁ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ବୁଧବାର ମନ୍ତ୍ରୀ ପାଣିଗ୍ରାହୀ ନିଜ ବିଧାନସଭା ପ୍ରକୋଷ୍ଠରେ ଉତ୍ତରୀୟ, ମାନପତ୍ର ଓ ପୁଷ୍ପଗୁଚ୍ଛ ଦେଇ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ମନ୍ତ୍ରୀ କହିଥିଲେ, ସୁଦର୍ଶନ ପଟ୍ଟନାୟକ ଓଡ଼ିଶାର ଗର୍ବ ଓ ଗୌରବ। ଓଡ଼ିଶା ବାଲୁକାକଳାକୁ ସେ ବିଶ୍ୱ ଦରବାରରେ ପ୍ରଦର୍ଶିତ କରିଛନ୍ତି ବୋଲି ମନ୍ତ୍ରୀ କହିଥିଲେ। ଏହି ସମ୍ବର୍ଦ୍ଧନା ପର୍ବରେ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ବିଜୟ କୁମାର ନାୟକ, ସ୍ବତନ୍ତ୍ର ଶାସନ ସଚିବ ଡ. ରାମକୃଷ୍ଣ ସାହୁ, ଯୁଗ୍ମ ସଚିବ ମନସ୍ବିନୀ ସାହୁ ଓ ଲଳିତକଳା ଏକାଡେମୀର ପ୍ରୋଗ୍ରାମ ଅଫିସର ପ୍ରସନ୍ନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧର ଦେୟ ମହଙ୍ଗା ପଡ଼ିପାରେ

ପ୍ରଥମ ବିଶ୍ୱଯୁଦ୍ଧ (ଜୁଲାଇ ୧୯୧୪- ନଭେମ୍ବର ୧୯୧୮)ର ଅବସାନ ହୋଇଥାଏ, ଏବେ କ୍ଳାନ୍ତି ମେଣ୍ଟାଇବାର ସମୟ। ୩ ମିତ୍ରଶକ୍ତି ପ୍ରାୟ ଛଅ ମିଲିୟନ ମାନବ ସମ୍ବଳ ହରେଇବା…

୫ବର୍ଷରେ ବାଦ୍‌ ପଡ଼ିଲେଣି ୭୪.୮୯ଲକ୍ଷ ଭୋଟର

ଭୁବନେଶ୍ୱର,୨୭ା୭ (ରବିନାରାୟଣ ଜେନା): ଭାରତର ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ପକ୍ଷରୁ ରାଜ୍ୟରେ ଭୋଟରତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟା ଜାରି ରହିଛି। ଗତ ୫ତାରିଖରେ ଭୋଟର…

କାହିଁକି ଘରକୁ ଫେରି ନାହାନ୍ତି ଅଭିତିଜ ଦୀପକେ? କେଉଁଠି ଅଛନ୍ତି? ଉଠିଲାଣି ଅନେକ ପ୍ରଶ୍ନ

ନୂଆଦିଲ୍ଲୀ,୨୭।୭: ଦିଲ୍ଲୀର ଜନ୍ତର ମନ୍ତରରେ ବିଶାଳ ପ୍ରତିବାଦ ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଇସ୍ତଫା ଦେଲେ; ଏବେ ପ୍ରହ୍ଲାଦ ଜୋଷୀ ଏହି ପଦ…

ଧର୍ମେନ୍ଦ୍ରଙ୍କ ପରେ ଜୋର୍‌ ଧରିଲା ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି, ୭ ଦିନରେ ନ ଦେଲେ…

ଭୁବନେଶ୍ୱର, ୨୭।୭: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପ୍ରସଙ୍ଗକୁ ନେଇ ରାଜରାସ୍ତା ସରଗରମ ହୋଇଥିବାବେଳେ ବର୍ତ୍ତମାନ ରାଜ୍ୟରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି ଜୋର୍‌…

ଶନି ବଳୟର କଣିକା ସଂଗ୍ରହ କରିବ ଏଆଇ ରୋବୋଟିକ୍‌ ସିଷ୍ଟମ୍‌

ୱାଶିଂଟନ,୨୭ା୭: ଶନି ଗ୍ରହର ସୃଷ୍ଟି, ଏହାର ଚାରିପାଖରେ ଥିବା ବିଶାଳ ବଳୟ ଏବଂ ବ୍ରହ୍ମାଣ୍ଡରେ ଗ୍ରହଗୁଡ଼ିକର ବିକାଶ ସମ୍ପର୍କରେ ଲୁଚି ରହିଥିବା ଅନେକ ରହସ୍ୟର ପର୍ଦ୍ଦାଫାଶ କରିବା…

ସୃଷ୍ଟି ହେଲା ଗଭୀର ଅବପାତ: ଏଇଠି ଲ୍ୟାଣ୍ଡଫଲ ସମ୍ଭାବନା, ଭୀଷଣ ବର୍ଷା ନେଇ ଏହି ସବୁ ଜିଲାକୁ…

ଭୁବନେଶ୍ୱର, ୨୭।୭: ବଙ୍ଗୋପସାଗରରେ ସୃଷ୍ଟି ହେଲା ଗଭୀର ଅବପାତ। ବାଲେଶ୍ବରରୁ ୧୨୦ କି.ମି. ଦୂରରେ ରହିଛି ଅବପାତ। ଆଜି ଅପରାହ୍ନରେ ବାଲେଶ୍ବର-କ୍ୟାନିଂ ମଧ୍ୟରେ ଲ୍ୟାଣ୍ଡଫଲ ସମ୍ଭାବନା। ଉତ୍ତର…

ଆଜିଠାରୁ +୩ ପ୍ରଥମ ବର୍ଷ ପାଠପଢ଼ା

ଭୁବନେଶ୍ୱର,୨୭ା୭(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ମହାବିଦ୍ୟାଳୟରେ ସୋମବାରଠାରୁ +୩ ପ୍ରଥମ ବର୍ଷର ନିୟମିତ ପାଠପଢ଼ା ଆରମ୍ଭ ହେବ। ନାମଲେଖା ପ୍ରକ୍ରିୟା…

CJP ପ୍ରଦର୍ଶନ ଶେଷ ହେବା ପରେ ଆଉ ଜଣେ ନିଟ୍‌ ଛାତ୍ରୀଙ୍କ ଆତ୍ମହତ୍ୟା, କାରଣ ଜାଣିଲେ…

ନୂଆଦିଲ୍ଲୀ, ୨୭॥୭: ମହରାଷ୍ଟ୍ରର ଅହିଲ୍ୟାନଗର ଜିଲାର କର୍ଜତ ତାଲୁକା ଅନ୍ତର୍ଗତ ଜଲାଲପୁର ଗ୍ରାମରୁ ଏକ ଅତ୍ୟନ୍ତ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ସେଠାରେ ରହୁଥିବା ଛାତ୍ରୀ ଅଙ୍କିତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri