ସୀତାରାମନ୍‌ଙ୍କ ଯୁକ୍ତି ସହ ଏକମତ ନୁହେଁ ମାରୁତି

ନୂଆଦିଲ୍ଲୀ,୧୩-୯: ଅଟୋ ସେକ୍ଟରରେ ଦେଖାଦେଇଥିବା ମାନ୍ଦାବସ୍ଥା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଓଲା ଓ ଉବର ଭଳି ଟ୍ୟାକ୍ସି ଏଗ୍ରିଗେଟର୍ସକୁ ଦାୟୀ କରିଛନ୍ତି। କିନ୍ତୁ ଦେଶର ସର୍ବବୃହତ କାର୍‌ ନିର୍ମାତା ମାରୁତି ଏଥିରେ ସହମତ ନୁହେଁ। କମ୍ପାନୀର ଜଣେ ଶୀର୍ଷ ଅଧିକାରୀ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶଶାଙ୍କ ଶ୍ରୀବାସ୍ତବଙ୍କ ମତରେ ଯୁବବର୍ଗଙ୍କ ମଧ୍ୟରେ ଓଲା, ଉବର ବ୍ୟବହାର ପ୍ରତି ଆକର୍ଷଣ ବଢ଼ିବା ଆର୍ଥିକ ମାନ୍ଦାବସ୍ଥାର କାରଣ ହୋଇ ନ ପାରେ। ସେ କହିଛନ୍ତି ଯେ, କ୍ୟାବ୍‌ ସେବା ଦେଶରେ ୬-୭ ବର୍ଷ ହେଲା ଚାଲୁଛି। ଏହି ସମୟରେ ଅଟୋ ଶିଳ୍ପରେ ଭଲ ଅଭିବୃଦ୍ଧି ଦେଖାଯାଇଥିଲା। ଗତ କିଛି ମାସ ହେଲା ଗାଡ଼ି ବିକ୍ରି ଦ୍ରୁତଗତିରେ କାହିଁକି ହ୍ରାସ ପାଇଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଏ ସଂକ୍ରାନ୍ତରେ ଅଧ୍ୟୟନର ଆବଶ୍ୟକତା ରହିଛି ବୋଲି ଶ୍ରୀବାସ୍ତବ କହିଛନ୍ତି। ମାନ୍ଦାବସ୍ଥା ଦୂର କରିବା ଲାଗି ସରକାରଙ୍କ ଦ୍ୱାରା ଘୋଷିତ ଉପାୟ ପର୍ଯ୍ୟାପ୍ତ ନୁହେଁ ବୋଲି ସେ କହିଛନ୍ତି।
ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କାଳରେ ସେ କହିଛନ୍ତି ଯେ, କାର୍‌ କିିଣିବାକୁ ନେଇ ଏବେ ମଧ୍ୟ ଭାରତୀୟଙ୍କ ଧାରଣାରେ କୌଣସି ପରିବର୍ତ୍ତନ ହୋଇନି। ଲୋକେ ନିଜର ଆବଶ୍ୟକତା ଅନୁଯାୟୀ ଏବଂ ସଉକ ପୂର୍ଣ୍ଣ କରିବା ଲାଗି କାର୍‌ କିଣିବାକୁ ଚିନ୍ତା କରନ୍ତି। ସୂଚନାଥାଉ କି, ଅର୍ଥମନ୍ତ୍ରୀ ସୀତାରାମନ୍‌ କହିଥିଲେ ଯେ, ଲୋକଙ୍କ ମାନସିକତାରେ ପରିବର୍ତ୍ତନ ଆସିଛି। ଇଏମ୍‌ଆଇ ଦେଇ କାର୍‌ କିଣିବା ବଦଳରେ ଲୋକେ ଏବେ ଓଲା, ଉବର ଭଳି କ୍ୟାବ୍‌ ବ୍ୟବହାର କରିବାକୁ ଅଧିକ ପସନ୍ଦ କରୁଛନ୍ତି।
ଶ୍ରୀବାସ୍ତବଙ୍କ ମତରେ ଅଟୋ ସେକ୍ଟରରେ ଦେଖାଦେଇଥିବା ମାନ୍ଦାବସ୍ଥା ପାଇଁ ଓଲା,ଉବର ଦାୟୀ ନୁହେଁ। ପ୍ରକୃତ କାରଣ ସମ୍ପର୍କରେ ଏକ ସିଦ୍ଧାନ୍ତରେ ପହଞ୍ଚତ୍ବାକୁ ହେଲେ ଏ ସଂକ୍ରାନ୍ତରେ ଗଭୀର ଅଧ୍ୟୟନ ହେବା ଆବଶ୍ୟକ। ସେ କହିଛନ୍ତି ଯେ, ମାନ୍ଦାବସ୍ଥା ଦୂର ଲାଗି ସରକାରଙ୍କ ଘୋଷଣା ଦୀର୍ଘକାଳୀନ ସମୟ ପାଇଁ ଭଲ ହୋଇପାରେ। ସେ କହିଛନ୍ତି ଯେ, ଲୋକେ ଅଫିସ ଯିବା ଲାଗି ସପ୍ତାହ ଯାକ ଓଲା,ଉବର ବ୍ୟବହାର କରିପାରନ୍ତି। କିନ୍ତୁ ଛୁଟିଦିନରେ ପରିବାର ସହ ବାହାରକୁ ଯିବା ବେଳେ ନିଜ ଗାଡ଼ି ବ୍ୟବହାର କରିବାକୁ ଅଧିକ ପସନ୍ଦ କରୁଛନ୍ତି। ଅଟୋ ସେକ୍ଟରରେ ମାନ୍ଦାବସ୍ଥା ପାଇଁ ଅନେକଗୁଡ଼ିଏ କାରଣ ହୋଇପାରେ। ନଗଦ ସଙ୍କଟ, ନିୟାମକୀୟ ପ୍ରସଙ୍ଗ ଯୋଗୁ ଦାମ୍‌ ବଢ଼ିବା, ଅଧିକ ଟିକସ ଆଦାୟ ସହ ବୀମା ମହଙ୍ଗା ହେବା କାରଣ ହୋଇପାରେ। ନିକଟରେ ସୋସାଇଟି ଅଫ୍‌ ଇଣ୍ଡିଆନ ଅଟୋମୋବାଇଲ ମାନୁଫ୍ୟାକ୍‌ଚରର୍ସ(ସିଆମ୍‌)ର ତଥ୍ୟ ଅନୁଯାୟୀ ଅଗଷ୍ଟରେ ଗାଡ଼ି ବିକ୍ରି ୨୩.୫୫% ହ୍ରାସ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପବନ ହଂସକୁ ବିକ୍ରି ଲାଗି ପୁଣି ଉଦ୍ୟମ

ନୂଆଦିଲ୍ଲୀ,୨୧-୫: କେନ୍ଦ୍ର ସରକାର ରାଷ୍ଟ୍ରାୟତ୍ତ ପବନ ହଂସକୁ ବିକ୍ରି କରିଦେବା ଲାଗି ପୁନର୍ବାର ପ୍ରୟାସ ଆରମ୍ଭ କରିଛନ୍ତି। ଚଳିତ ମାସ ଶେଷରେ ନୂଆକରି ବିଡିଂ ପ୍ରକ୍ରିୟା...

ଜୁଲାଇ ସୁଦ୍ଧା ପିଏମ୍‌ କିଷାନରେ ୭୦ ମିଲିୟନ ଚାଷୀ ଯୋଡି ହେବେ

ନୂଆଦିଲ୍ଲୀ,୨୧-୭: କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଘୋଷଣା ହୋଇଛି। ତେବେ ଏହି ଯୋଜନାରେ ଏବେ ଅଧିକ...

ଜ୍ୟୁରିକ ବିଶ୍ୱର ସବୁଠାରୁ ପ୍ରାଚ୍ୟୁର୍ଯ୍ୟପୂର୍ଣ୍ଣ ସହର

ନୂଆଦିଲ୍ଲୀ,୨୩-୧୧: ନିକଟରେ ପ୍ରକାଶିତ ଗ୍ଲୋବାଲ ପ୍ରସପେରିଟି ଇଣ୍ଡେକ୍ସ ବା ବିଶ୍ୱ ପ୍ରାଚୁର୍ଯ୍ୟପୂର୍ଣ୍ଣ ସୂଚୀରେ ଭାରତର ବାଙ୍ଗାଲୋର ୮୩ତମ ସ୍ଥାନରେ ରହିଛି। ଏହି ତାଲିକାରେ ଥିବା ବିଶ୍ୱର...

ଆରମ୍ଭ ହେଲା ‘ବିଜ୍‌ନେସ୍‌ ଏମିନେନ୍ସ ଆୱାର୍ଡ୍ସ’

ଭୁବନେଶ୍ୱର,୨୦।୩(ବ୍ୟୁରୋ): ଆରମ୍ଭ ହେଲା ‘ବିଜ୍‌ନେସ୍‌ ଏମିନେନ୍ସ ଆୱାର୍ଡ୍ସ’। ଧରିତ୍ରୀ ଏବଂ ଓଡିଶାପୋଷ୍ଟ ଆନୁକୂଲ୍ୟରେ ଶନିବାର ହୋଟେଲ ସ୍ବସ୍ତି ପ୍ରିମିୟମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ...

ମୋଦି ୨.୦ର ପ୍ରସ୍ତୁତି; ଉଜ୍ଜ୍ୱଳାରେ ୫ କେଜିର ସିଲିଣ୍ଡର ହେବ ବାଧ୍ୟତାମୂଳକ

ନୂଆଦିଲ୍ଲୀ,୨୯-୫: ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଯୋଗୁ ଗ୍ରାମାଞ୍ଚଳର ମହିଳାମାନଙ୍କ ଭୋଟ୍‌ ହାତେଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଦ୍ୱିତୀୟ କାର୍ଯ୍ୟକାଳରେ ଆଉ ଏକ...

ବଜେଟ ଦସ୍ତାବିଜ ପ୍ରିଣ୍ଟିଂ ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ,୨୧-୧: ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୋମବାର ପାରମ୍ପରିକ ହାଲୁଆ ସେରିମନି ଅନୁଷ୍ଠିତ ହୋଇଯାଇଛି। ଏହା ସହ ୨୦୨୦-୨୧ ଆର୍ଥତ୍କ ବର୍ଷ ଲାଗି ବଜେଟ ଦସ୍ତାବିଜ ପ୍ରିଣ୍ଟିଂ...

ବାଲିଯାତ୍ରାରେ ଷ୍ଟାର୍‌ କିରଣର ଆକର୍ଷଣୀୟ ମଣ୍ଡପ

ଭୁବନେଶ୍ୱର,୧୨ା୧୧: ରାଜ୍ୟର ପ୍ରମୁଖ ମନୋରଞ୍ଜନଭିତ୍ତିକ ଘରୋଇ ଓଡ଼ିଆ ଚ୍ୟାନେଲ ଷ୍ଟାର୍‌ କିରଣ ଚଳିତ ବର୍ଷ କଟକ ବାଲିଯାତ୍ରାରେ ଅଂଶ ଗ୍ରହଣ କରିଛି। ଏପରିକି ବାଲିଯାତ୍ରର ତଳ...

୧୬.୫ କୋଟି ବାଣ୍ଟିଲା ନାବାର୍ଡ

ନୂଆଦିଲ୍ଲୀ,୭।୨:  ନ୍ୟାଶନାଲ ବ୍ୟାଙ୍କ ଫର୍‌ ଏଗ୍ରିକଲଚର ଆଣ୍ଡ ରୁରାଲ ଡେଭଲମେଣ୍ଟ(ନାବାର୍ଡ) ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବିଭିନ୍ନ କ୍ଷେତ୍ରର ବିକାଶ ନିମନ୍ତେ ପ୍ରାୟ ୩୦,୨୦୦ କୋଟି ଟଙ୍କା...

Advertisement
Archives

Model This Week