ସିବିଏସ୍‌ଇ ବୋର୍ଡ ପରୀକ୍ଷା ଫି ବୃଦ୍ଧି ପ୍ରସଙ୍ଗ: ଓଡ଼ିଶା ଅଭିଭାବକ ମହାସଂଘ ପକ୍ଷରୁ ବିରୋଧ

ଭୁବନେଶ୍ୱର, ୧୨।୮(ବ୍ୟୁରୋ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଫି ବୃଦ୍ଧି କରିଛନ୍ତି। ହଠାତ୍‌ ଏପରି ପରୀକ୍ଷା ଫି ବୃଦ୍ଧିକୁ ଓଡ଼ିଶା ଅଭିଭାବକ ମହାସଂଘ ସୋମବାର ବିରୋଧ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ଲୋଡିଛି। ଏଥିସହ ମାନବସମ୍ବଳ ବିକାଶ ମନ୍ତ୍ରୀଙ୍କୁ ଚିଠି ଲେଖି ସିବିଏସ୍‌ଇ ପରୀକ୍ଷା ଫି ବୃଦ୍ଧି ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ମହାସଂଘ ଦାବି କରିଛି।
ପ୍ରକାଶ ଯେ, ଅନୁସୂଚିତ ଜାତି ଓ ଜନଜାତି (ଏସ୍‌ସି/ଏସ୍‌ଟି) ପିଲାଙ୍କ ଲାଗି ପରୀକ୍ଷା ଫି ୨୪ ଗୁଣ ବୃଦ୍ଧି ପାଇଛି। ସେମାନେ ପୂର୍ବରୁ ୫୦ ଟଙ୍କା ଦେଉଥିବା ବେଳେ ଏଣିକି ୧୨୦୦ ଟଙ୍କା ଦେୟ ପୈଠ କରିବେ। ସାଧାରଣ ବର୍ଗର ଛାତ୍ରୀଛାତ୍ରଙ୍କ ପରୀକ୍ଷା ଫି ଦୁଇଗୁଣ କରାଯାଇଛି। ସେମାନଙ୍କୁ ଏଣିକି ୧୫୦୦ ଟଙ୍କା ପୈଠ କରିବାକୁ ପଡ଼ିବ। ପୂର୍ବରୁ ସେମାନେ ୭୫୦ ଟଙ୍କା ଦେଉଥିଲେ। ସେହିପରି ମାଇଗ୍ରେସନ୍‌ ଫି ୧୫୦ ଟଙ୍କା ବଦଳରେ ୩୫୦ ଟଙ୍କାକୁ ବୃଦ୍ଧି କରାଯାଇଛି। ତେବେ ଦୃଷ୍ଟିହୀନ ଛାତ୍ରୀଛାତ୍ରଙ୍କୁ କୌଣସି ପରୀକ୍ଷା ଫି ଦେବାକୁ ପଡ଼ିବ ନାହିଁ ବୋଲି ସିବିଏସ୍‌ଇ ପକ୍ଷରୁ ଘୋଷଣା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାଳ ହେଲା ମର୍ନିଂ ଓ୍ବାକ୍‌

ଭଞ୍ଜନଗର/ବୁଗୁଡ଼ା,୧୦।୬: ଗଞ୍ଜାମ ଜିଲା ଦକ୍ଷିଣ ଘୁମୁସର ବନଖଣ୍ଡ ବୁଗୁଡ଼ା ରେଞ୍ଜ ଅଞ୍ଚଳରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ହାତୀ ଆକ୍ରମଣରେ ପ୍ରାତଃ ଭ୍ରମଣରେ ଯାଉଥିବା...

ଆଜିଠୁ ମାଟ୍ରିକ ଖାତାଦେଖା ଆରମ୍ଭ : ଅଗଷ୍ଟ ଶେଷ ସୁଦ୍ଧା ପ୍ରକାଶ ପାଇବ ଫଳ

କଟକ ଅଫିସ,୧୧।୮: ମାଟ୍ରିକ ଅଫଲାଇନ ଖାତାଦେଖା ବୁଧବାରଠାରୁ ଆରମ୍ଭ ହୋଇଛି। ୭ଟି ଜିଲାର ୯ଟି କେନ୍ଦ୍ରରେ ଖାତା ଦେଖାହେଉଛି। କଟକ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡା, ଖୋର୍ଦ୍ଧା,...

୫୦ ବର୍ଷରେ ଭାରତରେ ୧୧୭ ବାତ୍ୟା: ଓଡ଼ିଶାରେ ବିଧ୍ୱଂସକ ଥିଲା ୧୯୭୧

ନୂଆଦିଲ୍ଲୀ,୨୮/୫: ୧୯୭୦ରୁ ୨୦୧୯ ମଧ୍ୟରେ ଭାରତ ୧୧୭ ବାତ୍ୟାର ସମ୍ମୁଖୀନ ହୋଇଛି। ଏହି ୫୦ ବର୍ଷ ମଧ୍ୟରେ ସାମୁଦ୍ରିକ ଝଡ଼ ଓ ବାତ୍ୟାରେ ୪୦,୦୦୦ ଲୋକଙ୍କ...

‘ଏବେବି ଡେଲ୍‌ଟା ଭାରିଆଣ୍ଟ ସକ୍ରିୟ’

ଭୁବନେଶ୍ୱର,୨୯।୧(ବ୍ୟୁରୋ): ରାଜ୍ୟରେ ଓମିକ୍ରନ ସହ ଡେଲ୍‌ଟା ଭାରିଆଣ୍ଟ ସକ୍ରିୟ ରହିଛି। କିଛିଦିନ ତଳେ ହୋଇଥିବା ସାମ୍ପଲ ସର୍ଭେରୁ ଏହା ଜଣାପଡିଛି। ରାଜ୍ୟରେ ଏବେ ବି ୨୫ରୁ...

ସେସୁ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଯାଞ୍ଚ: ଜାତୀୟ ଷ୍ଟକ୍‌ ଏକ୍ସଚେଞ୍ଜରେ ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଜମା

କଟକ ଅଫିସ, ୩।୭: ସେଣ୍ଟ୍ରାଲ ଇଲେକ୍ଟ୍ରିସିଟି ସପ୍ଲାଏ ୟୁଟିଲିଟି (ସେସୁ)ର ପାରାଦୀପ ଡିଭିଜନ ଦାୟିତ୍ୱରେ ଥିବା କନିଷ୍ଠ ପରିଚାଳକ (ଅର୍ଥ) ଧନେଶ୍ୱର ସାହୁଙ୍କ ଘରେ ଭିଜିଲାନ୍ସ ଯାଞ୍ଚ...

ମେସିନ୍‌ କାଟି ଟଙ୍କା ଲୁଟିଲେ ଲୁଟେରା

ଭୁବନେଶ୍ୱର,୫।୪(ବ୍ୟୁରୋ): ରାଜଧାନୀରେ ପୁଣି ମାତିଲେ ଏଟିଏମ୍‌ ଲୁଟେରା। ସୋମବାର ବିଳମ୍ବିତ ରାତିରେ ଶିଶୁପାଳଗଡ଼ ଇନ୍ଦିରାକଲୋନୀ ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍‌ ହୋଇଛି। ଟଙ୍କା ନ ବାହାରିବାରୁ ଏଟିଏମ୍‌...

ପିଆଜର ଦରଦାମ ବୃଦ୍ଧି ପ୍ରତିବାଦ: ଯୋଗାଣ ମନ୍ତ୍ରୀଙ୍କ ଘର ଉପରକୁ ପିଆଜ ମାଡ଼ କଲା ଛାତ୍ର କଂଗ୍ରେସ

ଭୁବନେଶ୍ୱର,୧୦।୧୨(ବ୍ୟୁରୋ): ପିଆଜର ଦରଦାମ ବୃଦ୍ଧି ପ୍ରତିବାଦରେ ଛାତ୍ର କଂଗ୍ରେସ ପକ୍ଷରୁ ରାଜ୍ୟ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ସରକାରୀ ବାସଭବନ ଉପରେ...

ଶତାଧିକ ଜବ୍‌କାର୍ଡ ରଦ୍ଦ: ବିଡିଓଙ୍କ ଦ୍ୱାରସ୍ଥ ହେଲେ ହିତାଧିକାରୀ

କୋକସରା,୨୯ା୬(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ବଡ଼ପୋଡ଼ାଗୁଡ଼ା ପଞ୍ଚାୟତର ବାବେକୋହରା ଓ କଛାରପଡ଼ା ଗ୍ରାମର ଶତାଧିକ ଜବ୍‌କାର୍ଡ ହିତାଧିକାରୀଙ୍କ ଅଜାଣତରେ ରଦ୍ଦ କରିଥିବା ଅଭିଯୋଗ ନେଇ...

Advertisement
Archives

Model This Week