Posted inଖେଳ

ସିନ୍‌ସିନାଟି ମାଷ୍ଟର୍ସ ଟେନିସ : ସେମିରେ ହାରିଲେ ଜୋକୋଭିଚ୍‌, ମେଡଭେଡେଭ- ଗଫିନ୍‌ ଫାଇନାଲ

ସିନସିନାଟି, ୧୮।୮(ଏଏଫ୍‌ପି): ଏଠାରେ ଚାଲିଥିବା ସିନସିନାଟି ମାଷ୍ଟର୍ସ ଟେନିସ ଟୁର୍ନାମେଣ୍ଟରେ ବିଶ୍ୱର ୧ ନମ୍ବର ଖେଳାଳି ସର୍ବିୟାର ନୋଭାକ ଜୋକୋଭିଚ୍‌ ସେମିଫାଇନାଲରେ ପରାସ୍ତ ହୋଇ ବିଦାୟ ନେଇଛନ୍ତି। ଶନିବାର ଅନୁଷ୍ଠିତ ସେମିଫାଇନାଲରେ ରୁଷିଆର ନବମ ସିଡ୍‌ ଖେଳାଳି ଡାନିଲି ମେଡଭେଡେଭ ୩-୬, ୬-୩, ୬-୩ ସେଟରେ ଜୋକୋଭିଚ୍‌ଙ୍କୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛନ୍ତି। ଟାଇଟଲ ପାଇଁ ସେ ଫାଇନାଲରେ ବେଲଜିୟମର ୧୬ତମ ସିଡ ଖେଳାଳି ଡେଭିଡ ଗଫିନ୍‌ଙ୍କୁ ଭେଟିବେ। ଗଫିନ ଅନ୍ୟ ଏକ ସେମିଫାଇନାଲ ମ୍ୟାଚ୍‌ରେ ଫ୍ରାନ୍ସର ରିଚାର୍ଡ ଗାସ୍‌କ୍ୱେଟଙ୍କୁ ୬-୩, ୬-୩ ସେଟରେ ପରାସ୍ତ କରି ଫାଇନାଲକୁ ଉଠିଛନ୍ତି। ଦୁଇଟି ଯାକ ସେମିଫାଇନାଲରେ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଜୋକୋଭିଚ୍‌ ନିଜ ପ୍ରଦର୍ଶନରେ ନିରାଶ ହୋଇଛନ୍ତି ବୋଲି କହିଛନ୍ତି। ତେବେ ଜୋକୋଭିଚ୍‌ଙ୍କୁ ହରାଇଥିବାର ମେଡଭେଡେଭ ଖୁସି ଜାହିର କରିଛନ୍ତି। ଗତ ଏପ୍ରିଲରେ ମୋଣ୍ଟେ କାର୍ଲୋରେ ମଧ୍ୟ ମେଡଭେଡେଭ ଓ ଜୋକୋଭିଚ୍‌ ମୁହାଁମୁହିଁ ହୋଇଥିଲେ ଓ ଏଥି ମେଡଭେଡେଭ ବାଜି ମାରିଥିଲେ। ଗତଥରର ଚାମ୍ପିୟନ ଜୋକୋଭିଚ୍‌ ଜୁଲାଇରେ ଓ୍ବିମ୍ବେଲଡନ ଟାଇଟଲ ଜିତିବା ପରେ ପ୍ରଥମ ଟୁର୍ନାମେଣ୍ଟ ଖେଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି-୨୦ ବିଶ୍ୱକପ୍‌ ପାଇଁ ନିଜ ଦଳ ବାଛିଲେ ଗାଭାସ୍କର: ବଡ଼ ବଡ଼ ଖେଳାଳିଙ୍କୁ ଦେଲେ ବାଦ୍‌

ନୂଆଦିଲ୍ଲୀ,୮।୯: ଆଇସିସି ଟି -୨୦ ବିଶ୍ୱକପ ୨୦୨୧ ପାଇଁ ବୁଧବାର ଭାରତୀୟ କ୍ରିକେଟ ଦଳ ଘୋଷଣା କରାଯିବ। ଦଳ ଘୋଷଣା ପୂର୍ବରୁ ଏହା କୁହାଯାଉଛି ଯେ,...

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଯୁବତୀ ଜଣଙ୍କ କିଏ? ଟୋକିଓ ଅଲିମ୍ପିକ୍ସରେ…

ଜାପାନର ରାଜଧାନୀ ଟୋକିଓରେ ଅଲିମ୍ପିକ ଖେଳର ଆୟୋଜନ କରାଯାଛି। ଖେଳର ଏହି ମହାକୁମ୍ଭରେ କିଛି ମହିଳା ନିଜର ପ୍ରଦର୍ଶନକୁ ନେଇ ଚର୍ଚ୍ଚାରେ ଥିବା ବେଳେ କିଛଇ...

ଅଧିନାୟକ କୋହଲି ପିଅନ୍ତି ଫ୍ରାନ୍ସରୁ ଆସୁଥିବା ଏହି ବୋତଲ ପାଣି: ଲିଟର ପିଛା ଦାମ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୯।୮: ଭାରତୀୟ ଅଧିନାୟକ ବିରାଟ କୋହଲି ନିଜର ଫିଟ୍‌ନେସକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଏହାକୁ ନେଇ ସେ ଅନ୍ୟ କ୍ରିକେଟରଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି।...

ଟେନିସ କୋର୍ଟକୁ ଫେରିବେ ସାନିଆ

ମୁମ୍ବାଇ,୨୮।୧୧- ଭାରତୀୟ ଷ୍ଟାର ମହିଳା ଟେନିସ ଖେଳାଳି ସାନିଆ ମିର୍ଜା ଆସନ୍ତା ବର୍ଷ ୨୦୨୦ ଜାନୁୟାରୀରେ ହବାର୍ଟ ଇଣ୍ଟରନ୍ୟାଶନାଲ ପ୍ରତିଯୋଗିତାରେ କୋର୍ଟକୁ ଫେରିବେ। ଏ ନେଇ...

ଟେଷ୍ଟ ସିରିଜ ୪ ପରିବର୍ତ୍ତେ ୫କୁ ବୃଦ୍ଧି

ମେଲବୋର୍ନ,୮ା୭: ପରବର୍ତ୍ତୀ ଫ୍ୟୁଚର ଟୁର୍‌ ପ୍ରୋଗ୍ରାମ୍‌(ଏଫ୍‌ଟିପି) ସାଇକେଲ ୨୦୨୪-୩୨ ଟେଷ୍ଟ ସଂଖ୍ୟା ୪ରୁ ୫କୁ ବୃଦ୍ଧି ପାଇବ। ଭାରତୀୟ କ୍ରିକେଟ ଦଳ ଦୁଇଥର ଅଷ୍ଟ୍ରେଲିଆ ଟୁର୍‌ରେ...

ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ: ନେଦରଲାଣ୍ଡ୍ସକୁ ହରାଇଲା ଭାରତ

ଭୁବନେଶ୍ୱର,୧୯।୧(କ୍ରୀଡ଼ା ପ୍ରତିନିଧି)- ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ ଲିଗ୍‌ରେ ଘରୋଇ ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିଛି। ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଶନିବାର ଖେଳାଯାଇଥିବା ମ୍ୟାଚରେ...

ଅଷ୍ଟ୍ରେଲିଆ ବ୍ୟାଟ୍‌ କମ୍ପାନୀ ବିରୋଧରେ ମକଦ୍ଦମା ଦାୟକ କଲେ ସଚିନ

ନୂଆଦିଲ୍ଲୀ,୧୪।୬: ଭାରତୀୟ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଅଷ୍ଟ୍ରେଲିଆର ଏକ ବ୍ୟାଟ ପ୍ରସ୍ତୁତକାରୀ କମ୍ପାନୀ ବିରୋଧରେ ଦଓ୍ବୋନୀ ମକଦ୍ଦମା ଦାୟର କରିଛନ୍ତି। ଉକ୍ତ କମ୍ପାନୀ ବ୍ୟାଟ୍‌...

ଟେଷ୍ଟ ଦଳକୁ ପୃଥ୍ବୀଙ୍କ ପ୍ରତ୍ୟାବର୍ତ୍ତନ

ହାମିଲଟନ, ୪।୨ (ପି.ଟି.)- ନ୍ୟୁଜିଲାଣ୍ଡ ବିପକ୍ଷ ଆଗାମୀ ୨ ମ୍ୟାଚ୍‌ବିଶିଷ୍ଟ ଟେଷ୍ଟ ସିରିଜ ଲାଗି ମଙ୍ଗଳବାର ଭ୍ରମଣକାରୀ ଭାରତୀୟ ଦଳ ଘୋଷଣା କରାଯାଇଛି। ଯୁବ ଓପନର୍‌...

Advertisement
Archives

Model This Week