‘ସିନେମାର କାହାଣୀ ଭଳି ମୋ ଜୀବନ’

ମୁମ୍ବାଇ: କୋଲକାତାର ରେଳଷ୍ଟେଶନ୍‌ରେ ସିନେମା ଗୀତ ଗାଇ ଭିକ ମାଗୁଥିବା ରାନୁ ମଣ୍ଡଳ ବର୍ତ୍ତମାନ ମୁମ୍ବାଇ ସଂଗୀତ ଜଗତର ଅନ୍ୟତମ ସେଲିବ୍ରିଟି। ତାଙ୍କ ଗାୟନ ଶୈଳୀକୁ ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ହେଉଥିବାବେଳେ ତାଙ୍କ ଜୀବନୀକୁ ନେଇ ଫିଲ୍ମ ନିର୍ମାଣ କରାଯାଇପାରେ ବୋଲି ରାନୁ ପ୍ରକାଶ କରିଛନ୍ତି। ୧୯୬୦ ନଭେମ୍ବର ୫ରେ ସେ ଏକ ଧନିକ ପରିବାରରେ ଜନ୍ମ ହୋଇଥିଲେ ହେଁ ମାତାପିତାଙ୍କଠାରୁ ତାଙ୍କୁ ପୃଥକ୍‌ କରିଦିଆଯାଇଥିଲା। ବଲିଉଡ ଷ୍ଟାର ଫିରୋଜ ଖାନ୍‌ଙ୍କ ରୋଷେଇଆକୁ ସେ ବିବାହ କରିବା ପରେ ନିଜ ରାଜ୍ୟ ପଶ୍ଚିମବଙ୍ଗରୁ ମୁମ୍ବାଇ ଚାଲିଯାଇଥିଲେ। ସ୍ବାମୀଙ୍କ ମୃତ୍ୟୁ ପରେ ରାନୁଙ୍କ ଜୀବନ ଆକାଶରେ କଳାବାଦଲ ଘୋଟି ଆସିବାରୁ ସେ ବଞ୍ଚତ୍ବା ପାଇଁ ସଂଗ୍ରାମ କରିଥିଲେ। ରାନାଘାଟ ଷ୍ଟେଶନ୍‌ ସିଙ୍ଗରରୁ ରାନୁ ଆଜି ପାଲଟିଯାଇଛନ୍ତି ବଲିଉଡ୍‌ ସିଙ୍ଗର। ରେଲଓ୍ବେ ପ୍ଲାଟଫର୍ମରେ ନିଜର ସୁଲଳିତ କଣ୍ଠରେ ଲତା ମଙ୍ଗେସ୍‌କରଙ୍କ ବହୁଚର୍ଚ୍ଚିତ ସଂଗୀତ ‘ଏକ ପ୍ୟାର କା ନଗ୍‌ମା ହୈ’ ସୋସିଆଲ ମେଡିଆରେ ଭାଇରାଲ ହେବାପରେ ବହୁ ସଂଗୀତ ପ୍ରେମୀ ଓ ଜନସାଧାରଣ ମନ୍ତ୍ରମୁଗ୍‌ଧ ହୋଇଥିଲେ। ସଂଗୀତ ନିର୍ଦ୍ଦେଶକ ହିମେଶ ରେଶ୍‌ମିଆ ବଲିଉଡର ପ୍ରଚ୍ଛଦପଟ ଗାୟିକା ଭାବରେ ତାଙ୍କୁ ସୁଯୋଗ ଦେଇଛନ୍ତି। ଆଜି ଯେଉଁ ସ୍ତରରେ ସେ ପହଞ୍ଚତ୍ଛନ୍ତି ତାହା ସ୍ବପ୍ନ ଭଳି ଲାଗୁଛି ବୋଲି ରାନୁ କହିଛନ୍ତି। ‘ମୁଁ ଫୁଟପାଥ୍‌ରେ ଜନ୍ମ ହୋଇ ନ ଥିଲି। ମୋ ପରିବାରର ବଂଶମର୍ଯ୍ୟାଦା ଥିଲା। ୬ ମାସର ହୋଇଥିବାବେଳେ ମାତାପିତାଙ୍କଠାରୁ ପୃଥକ୍‌ କରିଦିଆଯାଇଥିଲା। ଜେଜେ ମା’ଙ୍କ ଆଦରଯତ୍ନରେ ପ୍ରତିପାଳିତ ହୋଇଥିଲେ ବି ବଞ୍ଚତ୍ବା ଥିଲା ଖୁବ୍‌ କଷ୍ଟଦାୟକ। ବାହାଘର ପରେ ଦୁର୍ଭାଗ୍ୟ ପିଛା ଛାଡି ନ ଥିଲା। ପେଟ ପୋଷିବାକୁ ରେଲଷ୍ଟେଶନ୍‌ରେ ଗୀତ ଗାଇ ଭିକ ମାଗିବାକୁ ପଡୁଥିଲା। ଜୀବନ ଯୁଦ୍ଧରେ ସଂଗ୍ରାମ କଲାବେଳେ ସବୁବେଳେ ଈଶ୍ୱରଙ୍କ ଉପରେ ଭରସା ରଖୁଥିଲି। ଗୀତ ଗାଇବା ପାଇଁ ସୁଯୋଗ ନ ଥିଲା। ଗୀତ ଭଲଲାଗେ ବୋଲି ପରିସ୍ଥିତିରେ ପଡି ଗାଉଥିଲି। ଲତା ମଙ୍ଗେସ୍‌କରଙ୍କ ଗୀତ ଖୁବ୍‌ ପସନ୍ଦ। ତାଙ୍କର ଗୀତ ଗାଇବା ଶୈଳୀ ରେଡିଓ ଓ କ୍ୟାସେଟରୁ ଶିଖି ନେଉଥିଲି।’
ରାନୁଙ୍କର ୫ରୁ ୬ଟି ଗୀତ ରେକର୍ଡିଂ ହୋଇସାରିଲାଣି। ରାନୁ ତାଙ୍କ ଯାତ୍ରାପଥରେ କେତେ ଦୂର ଯାଇପାରୁଛନ୍ତି ତାହା ଦେଖିବାକୁ ପ୍ରଶଂସକମାନେ ଚାହିଁ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବର୍ଣ୍ଣ ଜିତି ସୁନାମ ଅର୍ଜନ କଲେ ଛତ୍ରପୁର ବାସିନ୍ଦା ରମେଶ: ଦେଶ ପାଇଁ ଆଣିଲେ ଗୌରବ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଛତ୍ରପୁର, ୧୩।୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ନାଇଜେରିଆର ଲାଗୋସ ସହରରେ ଆୟୋଜିତ କମନୱେଲଥ ପାରା ଫେନ୍ସିଂ ଚାମ୍ପିଅନସିପ ୨୦୨୬ରେ କୃତିତ୍ୱ ଅର୍ଜନ କରିଛନ୍ତି ଓଡ଼ିଆ ପୁଅ ଭି.…

ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଲୀନ ହେବା ପୂର୍ବରୁ ବଞ୍ଚାଅ: ଦୀର୍ଘକାଳୀନ ପଦକ୍ଷେପ ଦାବି

ଛତ୍ରପୁର, ୧୩।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲାର ଛତ୍ରପୁର ନିକଟସ୍ଥ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ସମୁଦ୍ର କ୍ରମଶଃ କୂଳ ଲଙ୍ଘି ଗାଁ ଆଡକୁ ମାଡ଼ି ଆସୁଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ…

ତ୍ରିରଙ୍ଗା ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ: ଯୋଗଦେଲେ ଫୁଲବାଣୀ ବିଧାୟକ

ଜି.ଉଦୟଗିରି,୧୩।୮(ଚିନ୍ମୟ କୁମାର ସେଠୀ): ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ସମସ୍ତ ସ୍କୁଲ,କଲେଜ ଛାତ୍ରୀଛାତ୍ରମାନଙ୍କୁ ନେଇ ଘର ଘର ତ୍ରିରଙ୍ଗା ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ…

ପୂର୍ବାଫାଲ୍ଗୁନୀ ନକ୍ଷତ୍ରରେ ସୂର୍ଯ୍ୟଙ୍କ ଗୋଚର ଦେବ ବଡ଼ ଫାଇଦା, ମେଷ-ମିଥୁନ ସମେତ ୫ ରାଶିଙ୍କ ପାଇଁ ବଲ୍ଲେ-ବଲ୍ଲେ

ବୈଦିକ ଜ୍ୟୋତିଷରେ ପୂର୍ବା ଫାଲ୍ଗୁନୀ ୨୭ଟି ନକ୍ଷତ୍ର ମଧ୍ୟରୁ ୧୧ତମ ନକ୍ଷତ୍ର, ଯାହାର ସ୍ବାମୀ ଶୁକ୍ର। ଏହି ନକ୍ଷତ୍ରର ସମ୍ପର୍କ କଳା, ସଙ୍ଗୀତ, ସୌନ୍ଦର୍ଯ୍ୟ ଏବଂ ସାଜସଜ୍ଜା…

କୋଚିଙ୍ଗ ସେଣ୍ଟର୍‌ ଝରକା ଗ୍ରିଲ କାଟି ୪ ଦଶମ ଶ୍ରେଣୀ ଛାତ୍ର ଫେରାର

ପାଟଣା,୧୩।୮(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇ ପୋଷିସ୍ଥିତ ଏକ ଘରୋଇ ରେସି ଡେଣ୍ଟାଲ କୋଚିଂ ସେଣ୍ଟରରୁ ବୁଧବାର ବିଳମ୍ବିତ ରାତିରେ କୋଚିଂ ସେଣ୍ଟରର ଝରକା…

ଶୋଇଥିବାବେଳେ ବିଳମ୍ବିତ ରାତିରେ ସୁରେନ୍ଦ୍ରଙ୍କ ଘରେ ଲାଗିଲା ନିଆଁ, ଚାହୁଁ ଚାହୁଁ ଚାରିଆଡେ ବ୍ୟାପିଗଲା…

ଦିଗପହଣ୍ଡି,୧୩।୮(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମ ପାଣ୍ଡା ଛକ ନିକଟ ଉଲୁକପଲ୍ଲୀ ସାହିର ସୁରେନ୍ଦ୍ର ସାହୁଙ୍କ ଘରେ ବୁଧବାର ବିଳମ୍ବିତ…

ଭାରତରେ ପେଟ୍ରୋଲ-ଡିଜେଲ ଦର କମିବା ଆଶା! ୫ ଦିନର ଦ୍ରୁତ ବୃଦ୍ଧି ପରେ ଖସିଲା…

ନୂଆଦିଲ୍ଲୀ,୧୩।୮: ଅନ୍ତର୍ଜାତୀୟ ବଜାରରେ କଚା ତେଲ (Crude Oil) ଦରରେ ଗତ ୫ ଦିନ ଧରି ଚାଲିଆସୁଥିବା ବୃଦ୍ଧିରେ ଶେଷରେ ବ୍ରେକ ଲାଗିଛି। ୧୩ ଅଗଷ୍ଟ ୨୦୨୬ରେ…

କେସିଙ୍ଗା ଶିକ୍ଷା ବ୍ୟବସ୍ଥାକୁ ନେଇ ଅପପ୍ରଚାର: ଦୃଢ଼ କାର୍ଯ୍ୟାନୁଷ୍ଠାନ ଚେତାବନୀ

କେସିଙ୍ଗା, ୧୩।୮( ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର କେତେକ ବିଦ୍ୟାଳୟରେ ଶିକ୍ଷକ ଅଭାବ ଥିବାବେଳେ, ଅନ୍ୟ କେତେକ ସ୍କୁଲରେ ଅଧିକ ଶିକ୍ଷକ ରହିଛନ୍ତି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri