ସିନାପାଲିରେ ବର୍ଷା ବିତ୍ପାତ, ବ୍ୟାପକ କ୍ଷୟକ୍ଷତି: ସିନାପାଲି ବିଡିଓ, ରାଜସ୍ବ ଅଧିକାରୀଙ୍କ ଅଞ୍ଚଳ ପରିଦର୍ଶନ

ସିନାପାଲି,୯।୮(ଡି.ଏନ.ଏ.)-ନୂଆପଡା ସିନାପାଲି ଅଞ୍ଚଳରେ ଗତ ୨ ଦିନର ଲଗାଣ ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଅନେକ ଲୋକଙ୍କ ଘରଦ୍ୱାରା ଭୁଶୁଡି ପଡିଥିବା ବେଳେ ଚାଷଜମିଗୁଡିକରେ ହିଡ ଭାଙ୍ଗି ପୋତି ହୋଇଯାଇଛି। ଶହ ଶହ ଏକର ଜମି ବାଲିଚର ହୋଇଯାଇଛି । ସୀମାନ୍ତବର୍ତ୍ତୀ ନୂଆମାଲପଡା ଗ୍ରାମପଞ୍ଚାୟତ ଅଖଡାଭଟାସ୍ଥିତ ପୋଲ ଭୁଶୁଡିଯାଇଛି । ଫଳରେ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ସମେତ ସଦର ସିନାପାଲିକୁ ଯୋଗାଯୋଗ ବିଚ୍ଛିନ ହୋଇରହିଛି। ଅଖଡାଭଟା ନିକଟସ୍ଥ ମେଣ୍ଢାରନାଳରେ ବନ୍ୟାଜଳ ପ୍ରବାହିତ ଯୋଗୁ ଯାତାୟାତ ବାଧାପ୍ରାପ୍ତ ହେଉଛି। ଫଳରେ ଅଖଡାଭଟା ଗ୍ରାମବାସୀ ଜଳବନ୍ଦୀ ଭାବେ ରହିଯାଇଛନ୍ତି । ଗୁରୁବାର ସିନାପାଲି ବିଡିଓ ସୁରେନ୍ଦ୍ର ମେହେର, କେନ୍ଦୁମୁଣ୍ଡା ଆରଆଇ ରମେଶ ଚନ୍ଦ୍ର ମେହେର, ସ୍ଥାନୀୟ କୃଷି କର୍ମଚାରୀ ପବିତ୍ର ହଂସ ପ୍ରମୁଖ କ୍ଷୟକ୍ଷତି ଅଞ୍ଚଳ ପରିଦର୍ଶନ କରିଛନ୍ତି । କ୍ଷୟକ୍ଷତିର ସବିଶେଷ ରିପୋର୍ଟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଜଣାଇ କ୍ଷତି ପୂରଣ ଦିଆଯିବ ଏବଂ ଗ୍ରା.ପ. ପାଣ୍ଠିରୁ ରାସ୍ତା ମରାମତି ଯଥାଶୀଘ୍ର କରାଯିବ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ପାଇଁ ସଂପୃକ୍ତ ବିଭାଗକୁ ଜଣାଇ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଛନ୍ତି। ନୂଆମାଲପଡାର ଚାରିଜଣଙ୍କ ଘର ଭୁଶୁଡି ପଡିଥିବା ବେଳେ ଟଙ୍କାମାଲ ଗାଁର ଦୁଇଜଣଙ୍କ ଘର ଭୁଶୁଡି ପଡିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ବୋଲି କେନ୍ଦୁମୁଣ୍ଡା ରାଜସ୍ବ ଅଧିକାରୀ ରମେଶ ଚନ୍ଦ୍ର ମେହେର ପ୍ରକାଶ କରିଛନ୍ତି । ବର୍ଷାରେ କ୍ଷୟକ୍ଷତି ହୋଇଥିବ ମକା, ବାଦାମ, ବିରି ସମେତ ଡାଲିଜାତୀୟ ଫସଲର ସବିଶେଷ ରିପୋର୍ଟ ପ୍ରସ୍ତୁତ କରି ଚାଷୀମାନଙ୍କୁ କ୍ଷତି ପୂରଣ ଦିଆଯିବ ବୋଲି କୃଷି କର୍ମଚାରୀ ପବିତ୍ର ହଂସ ପ୍ରକାଶ କରିଛନ୍ତି । ସିନାପାଲି ଅଞ୍ଚଳରେ ଲଗାଣ ବର୍ଷା ଯୋଗୁ ସୀମାନ୍ତବର୍ତ୍ତୀ ନୂଆମାଲପଡା, ନଙ୍ଗଲବୋଡ, ଘାଟମାଲ ଅଞ୍ଚଳରେ ବିଶେଷ କ୍ଷୟକ୍ଷତି ଘଟାଇଛି। ଜଙ୍ଗଲବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ଜଙ୍ଗଲର ଛୋଟ ଛୋଟ ଝରଣାର ପାଣି ଆସି ସ୍ଥାନୀୟ ଅଞ୍ଚଳର ପୋଖରୀଗୁଡିକ ଭାଙ୍ଗି ଏଭଳି ଅବସ୍ଥା ହୋଇଥିବା ଜଣାପଡିଛି ।
ସେହିପରି ନୂଆମାଲପଡାସ୍ଥିତ ଖନ୍ଦାପଡା ସରକାରୀ ପୋଖରୀ ଜମିହୁଡା ଭାଙ୍ଗି ବ୍ୟାପକ କ୍ଷୟକ୍ଷତି ଘଟାଇଛି। ପୋଖରୀ ତଳି ଅଞ୍ଚଳ ଚାଷଜମି ସମ୍ପୂର୍ଣ୍ଣ ଭାବେ ମାଟି ପୋତିଦେଇଛି। ନୂଆମାଲପଡା ଗ୍ରାମର ଚିନ୍ମୟ କୁମାର ମୁଣ୍ଡଙ୍କ ବେସରକାରୀ ପୋଖରୀ ହୁଡା ଭାଙ୍ଗି ତଳି ଅଞ୍ଚଳର ଶତାଧିକ ଏକର ଚାଷ ଜମିରେ ବାଲିଚର ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Video: ମେଟ୍ରୋରେ ଯାତ୍ରା କଲେ ପ୍ରଧାନମନ୍ତ୍ରୀ ମୋଦି, ପିଲାମାନଙ୍କ ସହିତ ଆଲୋଚନା ସମୟରେ ତାଙ୍କ ସଂସଦୀୟ କ୍ଷେତ୍ର କାଶୀକୁ ମନେ ପକାଇଲେ, ଯାହାକୁ ନେଇ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୬।୯: ଦିଲ୍ଲୀ ମେଟ୍ରୋରେ ଯାତ୍ରା କରୁଥିବା ଯାତ୍ରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ, ଶନିବାର (ସେପ୍ଟେମ୍ବର 5, 2026) ସାରେ, ସେମାନଙ୍କ ସହିତ ଯାତ୍ରା କରୁଥିବା ଦେଖି ଖୁସିରେ…

ରୋନାଲ୍ଡୋ-ମେସିଙ୍କୁ ନେଇ ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି ଏମିତି ଘଟଣା, ଅପେକ୍ଷାରେ ପ୍ରଶଂସକ

ନୂଆଦିଲ୍ଲୀ,୬।୯: ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି ଫୁଟବଲ ଜଗତର ଦୁଇ କିମ୍ବଦନ୍ତୀ ତାରକା। ପ୍ରାୟ 15 ବର୍ଷ ଧରି, ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ…

ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ପୁଣି ଲଜ୍ଜାଜନକ ରେକର୍ଡ!

ନୂଆଦିଲ୍ଲୀ,୬।୯: ୨୦୨୬ ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ଏବଂ ୧୫ତମ ଓଭରରେ ୪୪ ରନ କରି ଆଉଟ ହୋଇଥିଲେ।…

କାର- ଅଟୋ ମୁହାଁମୁହିଁ ଧକ୍କା: ୨ ଜଣ ଗୁରୁତର

ଧାମନଗର, ୬/୯ (ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥର ଧାମନଗର ଛକ ଫ୍ଲାଏଓଭର ବ୍ରିଜ୍‌ ନିକଟରେ ରବିବାର ସକାଳ ପ୍ରାୟ…

ମହମ୍ମଦ ଶାମିଙ୍କୁ ନେଇ ଆସିଲା ବଡ଼ ଖବର, ଚୟନକର୍ତ୍ତାଙ୍କ ନଜର ଦୁଲୀପ ଟ୍ରଫି ଫାଇନାଲ ଉପରେ

ନୂଆଦିଲ୍ଲୀ,୬।୯: ଅଭିଜ୍ଞ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ODI ଦଳକୁ ଫେରିବା ପାଇଁ ପଥ ଖୋଲିପାରେ। ଭାରତ ସେପ୍ଟେମ୍ବର 27 ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ…

ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ, ପରିବାର ପକ୍ଷରୁ କ୍ଷତିପୂରଣ ଦାବି କରି…

ପାରଳାଖେମୁଣ୍ଡି,୬ା୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ସବ୍‌ଜେଲ୍‌ରେ ଜଣେ ବିଚାରାଧୀନ କଏଦୀଙ୍କ ଆକସ୍ମିକ ମୃତ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଛି। ମୃତକ ହେଲେ ରାୟଗଡ଼ ବ୍ଲକ ଜିରାଙ୍ଗ…

ଭାଜପାରେ ଯୋଗଦେଲେ ଅନେକ କର୍ମୀ, ପ୍ରଧାନମନ୍ତ୍ରୀଙ୍କ ଶାସନରେ…

ରିଷିଡ଼ା,୬ା୯(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହାସ୍ଥିତ ସୁବିଧା କେନ୍ଦ୍ରଠାରେ ଭାଜପାର ମାସିକ ବୈଠକ ଓ ମିଶ୍ରଣ ପର୍ବ ଶନିବାର ଭାଜପାର କର୍ଲାମୁଣ୍ଡା ମଣ୍ଡଳ ସଭାପତି ଡୋଳାମଣି…

ISRO ଘରୋଇକରଣକୁ ନେଇ କର୍ମଚାରୀଙ୍କ ମଧ୍ୟରେ ବଢିଲା ଚିନ୍ତା, ମୁଖ୍ୟଙ୍କଠାରୁ ସ୍ପଷ୍ଟୀକରଣ ଲୋଡିଲେ

ବେଙ୍ଗାଲୁରୁ,୬।୯: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO)ର କର୍ମଚାରୀମାନେ ଘରୋଇ କମ୍ପାନୀଗୁଡ଼ିକ ପାଇଁ ମହାକାଶ କ୍ଷେତ୍ର ଖୋଲାଯିବା ନେଇ ଚିନ୍ତିତ ହେଉଛନ୍ତି। ହଜାର ହଜାର ISRO କର୍ମଚାରୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri