ସିଙ୍ଗାପୁରରେ ଚାକିରି ଦେବା ନାଁରେ ଠକେଇ- କ୍ରାଇମ୍‌ ଡିଏସ୍‌ପିଙ୍କୁ ମିଳିଲା ତଦନ୍ତ ଦାୟିତ୍ୱ

ବ୍ରହ୍ମପୁର ଅଫିସ,୩ା୬-ସିଙ୍ଗାପୁରରେ ଚାକିରି ଦେବା କହି ଆନ୍ଧ୍ରପ୍ରଦେଶର ଇଚ୍ଛାପୁର ଓ ବିଶାଖାପାଟଣା ସମେତ ଗଞ୍ଜାମ ଜିଲାର ପାତ୍ରପୁର, ଚିକିଟି ବ୍ଲକର ୫୦୦ରୁ ଊର୍ଦ୍ଧ୍ୱ ପାଠୁଆ ବେକାରି ଯୁବକଙ୍କଠାରୁ କୋଟିଏ ଟଙ୍କା ଠକେଇ ହୋଇଛି। ଏନେଇ ଶତାଧିକ ଯୁବକ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ରଙ୍କୁ ଭେଟି ଅଭିଯୋଗ କରିଥିଲେ।ସିଙ୍ଗାପୁରରେ ଚାକିରି କରାଇଦେବା ଲାଗି ପ୍ରାୟ ୫୦୦ ଯୁବକଙ୍କଠାରୁ ପର୍ଯ୍ୟାୟକ୍ରମେ ୨୫ରୁ ୩୦ ହଜାର ଟଙ୍କା ହିସାବରେ ୧ କୋଟି ଟଙ୍କା ସୁବ୍ରତ କୁମାର ପାଳ ଠକେଇ କରିଥିବା ଅଭିଯୋଗ ହୋଇଛି।ସଦର ଥାନା ଅନ୍ତର୍ଗତ ଭାବିନୀପୁର ମେନ ରୋଡ ଗୌତମ ନଗରରେ ଜବ୍‌ ଟ୍ରାକ୍‌ କନସଲଟାନ୍ସି ଟ୍ରେନିଂ ସେଣ୍ଟର ଖୋଲିଥିବା ସୁବ୍ରତ ଓ ତାଙ୍କ ପାର୍ଟନର ହିଞ୍ଜିଳିକାଟୁ ଗୋପୀନାଥପୁରର ବଳରାମ ମହାରଣା ନିରୀହ ଯୁବକମାନଙ୍କୁ ଟାର୍ଗେଟ କରି ଏପରି ଠକେଇ କରିଥିଲେ।ଅଭିଯୋଗ ପାଇବା ପରେ ଏସ୍‌ପି ମିଶ୍ର ଘଟଣାର ତଦନ୍ତ କରିବା ପାଇଁ କ୍ରାଇମ ଡିଏସ୍‌ପି ରାମକୃଷ୍ଣ ପତିଙ୍କୁ ଦାୟିତ୍ୱ ଦେଇଛନ୍ତି।
ଏନେଇ ଡିଏସ୍‌ପି ପତି କୁହନ୍ତି, ଯୁବକମାନେ କରିଥିବା ଅଭିଯୋଗର ସତ୍ୟତା ରହିଛି। ଏନେଇ ସଦର ଥାନାରେ ନଂ.୧୪୧/୧୯ରେ ଏକ ଠକେଇ ମାମଲା ରୁଜୁ ହୋଇଛି। ପୋଲିସ ଏବେ ଘଟଣାର ଅନୁସନ୍ଧାନ ଚଳାଇଛି।
ପ୍ରକାଶ ଯେ, ଗତ ୪ ମାସ ତଳେ ସୁବ୍ରତ ଓ ତାଙ୍କ ପାର୍ଟନର ବଳରାମ ବେକାର ଯୁବକଙ୍କୁ ଅନୁସନ୍ଧାନ କରି ପ୍ରଥମେ ସେମାନଙ୍କୁ ଟାର୍ଗେଟ କରିଥିଲେ। ପରେ ଫୋନ ମାଧ୍ୟମରେ ସେମାନଙ୍କ ବିଶ୍ୱାସଭାଜନ ହୋଇ ସିଙ୍ଗାପୁରରେ ଚାକିରି କରାଇ ଦେବୁ ବୋଲି କହିଥିଲେ। ପ୍ରଥମେ ମେଡିକାଲ ଟେଷ୍ଟ ପାଇଁ ୭ ହଜାର ଓ ପରେ ଭିଜା ଓ ଫ୍ଲାଇଟ ଟିକେଟ ପାଇଁ ୨୦ ରୁ ୨୫ ହଜାର ଟଙ୍କା ଲେଖାଏ ସୁବ୍ରତ ଯୁବକମାନଙ୍କଠାରୁ ନେଇଥିଲେ।ମଇ ୩୦ ଓ ୩୧ରେ ସିଙ୍ଗାପୁର ଯିବା ପାଇଁ ଯୁବକମାନଙ୍କୁ ଫ୍ଲାଇଟ ଟିକେଟ ଓ ଭିଜା ପାସ୍‌ପୋର୍ଟ ଗତ ୨୫ ତାରିଖରେ ସୁବ୍ରତ ସେମାନଙ୍କୁ ଦେଇଥିଲେ। ଯୁବକମାନଙ୍କ ମଧ୍ୟରୁ କେତେକ ଭୁବନେଶ୍ୱର ଓ ବିଶାଖାପାଟଣାମ୍‌ ଏରୋଡ୍ରମରେ ପହଞ୍ଚତ୍ ତାଙ୍କ ପାସପୋର୍ଟ ଓ ଟିକେଟ ଯାଞ୍ଚ କରିବା ବେଳେ ତାହା ନକଲି ବୋଲି ଜାଣିବାକୁ ପାଇଥିଲେ। ଶୁକ୍ରବାର ସେମାନେ ସୁବ୍ରତଙ୍କୁ ଭେଟିବାକୁ ଗୌତମ ନଗର ଯାଇଥିଲେ। ହେଲେ ସେଠାରେ ସେମାନେ ତାଙ୍କୁ ପାଇ ନ ଥିଲେ। ପରେ ଫୋନରେ ଯୋଗାଯୋଗ ପାଇଁ ଚେଷ୍ଟା କରିଥିଲେ ମଧ୍ୟ ତାହା ସୁଇଚ୍‌ ଅଫ୍‌ ଥିଲା।ଠକାମିର ଶିକାର ହୋଇଥିବା ଜାଣି ଶନିବାର ଶତାଧିକ ଯୁବକ ଏସ୍‌ପିଙ୍କୁ ଗୁହାରି ଜଣାଇବାକୁ ଆସିଛୁ ବୋଲି ପାତ୍ରପୁର ବ୍ଲକ ଜୟନ୍ତୀପୁରର ସନ୍ତୋଷ କୁମାର ରାଉଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଳୀ ମନ୍ଦିର ଆଗରେ ତଣ୍ଟି ଚିପି ହତ୍ୟା: ବନ୍ଧାହେଲେ ଅଭିଯୁକ୍ତ

ଛତ୍ରପୁର,୧୭ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅଧୀନ ଜାତୀୟ ରାଜପଥ ନିକଟ ଢାବା- କୁମାରବେଗପଲ୍ଳୀ ରାସ୍ତା କାଳୀ ମନ୍ଦିର ଆଗରେ ବାବୁଲା ବେହେରାଙ୍କୁ ତଣ୍ଟିଚିପି ହତ୍ୟା...

ରେଡ୍‌ ଜୋନରେ ଗଞ୍ଜାମର ୪୫୨ଗାଁ: ଡରାଉଛନ୍ତି ଏସବୁ ବ୍ଲକ

ଛତ୍ରପୁର,୨୨।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏଥିସହ ଦୈନିକ ୨୦୦ ରୁ ୩୦୦ କରୋନା ପଜିଟିଭ ଚିହ୍ନଟ...

୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ମଦ ଲୁଟ୍‌

ଗଞ୍ଜାମ,୨୦।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ ହୁବଟେଶ୍ୱର ରାସ୍ତାରେ ଥିବା ବିଦେଶୀ ମଦ କାଉଣ୍ଟରରୁ ବଡ଼ ଧରଣର ଲୁଟ ହୋଇଥିବା ଜଣା ପଡିଛିl ଖବରପାଇ...

ରୋଗୀଙ୍କୁ ମିଳୁନି ସଫା ବେଡ୍‌ଶିଟ୍‌

ବ୍ରହ୍ମପୁର ଅଫିସ,୧୫।୧: ଏମ୍‌କେସିଜି ମେଡିକାଲ ରୋଗୀଙ୍କୁ ସଫା ବେଡ୍‌ଶିଟ୍‌ ମିଳୁ ନ ଥିବା ଅଭିଯୋଗ ହୋଇଛି। ଫଳରେ ରୋଗୀମାନେ ମାସ ମାସ ଧରି ଖାଲି ବେଡ୍‌ରେ ଶୋଉଛନ୍ତି।...

ଦୁଇ କାର୍‌ ମୁହାଁମୁହିଁ ଧକ୍କା: ମାଉସୀ-ପୁତୁରା ଆହତ, ଜଣେ ଗୁରୁତର

ଦିଗପହଣ୍ଡି,୧୯ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ ପେଟ୍ରୋଲ ପମ୍ପ ନିକଟରେ ଶନିବାର ପୂର୍ବାହ୍ନରେ ବିପରୀତ ଦିଗରୁ ଆସୁଥିବା ୨ଟି କାର ଚାଳକଙ୍କ ଅସାବଧାନତା ଯୋଗୁ...

ପୁଅର ଶାବଳ ମାଡ଼ରେ ବାପା, ଭାଇବୋହୂ ଗୁରୁତର

ଭଦ୍ରକ ଅଫିସ,୨୨।୧୦: ଭଦ୍ରକ ଜିଲା ଧୂଷୁରୀ ଥାନା ଅସୁରାଳି ହଂସପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ପୁଅର ଶାବଳ ମାଡ଼ରେ ବାପା ଓ ଭାଇବୋହୂ...

ବିଏମ୍‌ସିରେ ସାମିଲ ହେବ ସହରତଳି ପଞ୍ଚାୟତ ଅଞ୍ଚଳ

ବ୍ରହ୍ମପୁର ଅଫିସ,୨୬ା୧-ବ୍ରହ୍ମପୁର ମହାନଗର ନିଗମରେ ସହରତଳି ପଞ୍ଚାୟତ ଅଞ୍ଚଳ ସାମିଲ ହେବା ନେଇ ବାଟ ଫିଟିଛି । ଲୋଚାପଡା ପଞ୍ଚାୟତ ସମେତ ୩ ଗଁ। ବିଏମ୍‌ସିରେ...

ବଜ୍ରପାତରେ ଗୌରଗୋପାଳ ମଠରୁ ଖସିଲା ଦଧିନଉତି

ଗଞ୍ଜାମ,୯ା୪(ଡି.ଏନ୍‌.ଏ.) : ଗଞ୍ଜାମ ସହରରେ ବୁଧବାର ସନ୍ଧ୍ୟାରେ ପ୍ରବଳ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା। ଏହି ସମୟରେ ବଜ୍ରପାତ ଘଟି ପଣ୍ଡାସାହି ଚଉଦଘରିଆ ଗୌର ଗୋପାଳ...

Advertisement
Archives

Model This Week