Posted inଜାତୀୟ

‘ସିଏଏକୁ ସମର୍ଥନ କରିଥିଲେ ମନମୋହନ’

ନୂଆଦିଲ୍ଲୀ, ୨୦।୧୨(ପି.ଟି.):ସିଏଏକୁ ନେଇ କେନ୍ଦ୍ର ସରକାର ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଜୋର୍‌ଦାର ବିରୋଧର ସମ୍ମୁଖୀନ ହେବା ପରେ ଭାଜପା ଗୁରୁବାର ବରିଷ୍ଠ କଂଗ୍ରେସ ନେତା ମନମୋହନ ସିଂଙ୍କ ୨୦୦୩ ବକ୍ତବ୍ୟର ଏକ ଭିଡିଓ ପୋଷ୍ଟ କରିଛି। ବାଂଲାଦେଶ ଭଳି ପଡୋଶୀ ଦେଶରୁ ଆସି ଭାରତରେ ରହୁଥିବା ସଂଖ୍ୟାଲଘୁମାନଙ୍କୁ ନାଗରିକତ୍ୱ ପ୍ରଦାନରେ ଉଦାରତା ପୋଷଣ କରିବା ସପକ୍ଷରେ ମନମୋହନ ସେତେବେଳେ ରାଜ୍ୟ ସଭାରେ ଉଦ୍‌ବୋଧନ ଦେଇଥିଲେ। ଦେଶ ବିଭାଜନ ପରେ ପଡୋଶୀ ଦେଶରେ ସଂଖ୍ୟାଲଘୁ ଧର୍ମୀୟ ଉତ୍ପୀଡନର ଶିକାର ହୋଇଥିଲେ। ଭାରତର ଶରଣ ନେଇଥିବା ସେହି ଲୋକଙ୍କ ପ୍ରତି ନୈତିକ ଆନୁଗତ୍ୟ ଦେଖାଇବା ଆମର କର୍ତ୍ତବ୍ୟ। ସେମାନଙ୍କୁ ନାଗରିକତ୍ୱ ପ୍ରଦାନ କରିବାରେ ସର୍ବାଧିକ ବଦାନ୍ୟତା ପ୍ରଦର୍ଶନ କରାଯିବା ଉଚିତ ବୋଲି ମନମୋହନ କହୁଥିବା ଭିଡିଓରେ ଦେଖାଯାଇଛି। ରାଜ୍ୟ ସଭା ଉପାଧ୍ୟକ୍ଷ ନଜମା ହେପତୁଲ୍ଲା ତତ୍କାଳୀନ ଉପପ୍ରଧାନମନ୍ତ୍ରୀ ଲାଲ୍‌କୃଷ୍ଣ ଆଡଭାନୀଙ୍କୁ କହିଥିଲେ ପାକିସ୍ତାନରେ ମଧ୍ୟ ସଂଖ୍ୟାଲଘୁ ଉତ୍ପୀଡ଼ନର ଶିକାର ହେଉଛନ୍ତି। ସେମାନଙ୍କ ଯତ୍ନ ନିଆଯିବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ଲାଠିମାଡ଼ରେ ଆହତ ଚାଷୀଙ୍କ ମୃତ୍ୟୁ

ଚଣ୍ଡିଗଡ଼, ୩୦।୮: ହରିୟାଣାର କର୍ନଲ ଜିଲାରେ ଶନିବାର ପୋଲିସ ଲାଠିମାଡ଼ରେ ଆହତ ଜଣେ ଚାଷୀଙ୍କର ହୃଦ୍‌ଘାତରେ ମୃତ୍ୟୁ ଘଟିଛି। ବରିଷ୍ଠ ବିକେୟୁ ନେତା ଗୁରନାମ୍‌ ସିଂ...

ଭବାନୀପୁର ଉପ ନିର୍ବାଚନକୁ ବନ୍ଦ କରାଯାଇ ପାରିବ ନାହିଁ, ହାଇକୋର୍ଟଙ୍କ ରାୟ…

କୋଲକାତା,୨୮।୯: ପଶ୍ଚିମବଙ୍ଗ ଭବାନୀପୁରରେ ସେପ୍ଟେମ୍ବର ୩୦ରେ ଉପନିର୍ବାଚନ କରାଯିବ। ଏହାକୁ କୌଣସି ବନ୍ଦ କରାଯାଇ ପାରିବ ନାହିଁ ବୋଲି ମଙ୍ଗଳବାର କୋଲକାତା ହାଇକୋର୍ଟ ରାୟ ଦେଇଛନ୍ତି।...

ହିମାଚଳ ପ୍ରଦେଶ ନିର୍ବାଚନ ପାଇଁ ଆଜି ପ୍ରଚାର ଶେଷ, ବାହାରିବେ ପୋଲିଂ ପାର୍ଟି, ସିଲ ହେବ ସୀମା

ଶିମଲା,୧୦ ।୧୧: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନର ପ୍ରଚାର ଆଜି ଅର୍ଥାତ୍ ଗୁରୁବାର ଶେଷ ହେବ । ଏହାସହ ପୋଲିଂ ପାର୍ଟି ମତଦାନ କେନ୍ଦ୍ରକୁ ବାହାରିଯିବେ...

ଲୋକ ସଭାରୁ ଇସ୍ତଫା ଦେଲେ ଅଖିଳେଶ-ଆଜମ

ଲକ୍ଷ୍ନୌ,୨୨।୩: ସମାଜବାଦୀ ପାର୍ଟି(ଏସ୍‌ପି)ର ଅଧ୍ୟକ୍ଷ ଅଖିଳେଶ ଯାଦବ ଲୋକ ସଭା ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ମଙ୍ଗଳବାର ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲାଙ୍କୁ ଭେଟି ଅଖିଳେଶ...

ଦେଶରେ ଏପର୍ଯ୍ୟନ୍ତ ହୋଇନାହିଁ ଗୋଷ୍ଠୀ ସଂକ୍ରମଣ: ୧୬,୦୦୨ ଟେଷ୍ଟରୁ ମାତ୍ର ୨ ପ୍ରତିଶତ ପଜିଟିଭ

ନୂଆଦିଲ୍ଲୀ,୧୦।୪: ଦେଶରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏବେ ଏହା ୬ ହଜାର ଅତିକ୍ରମ କରି ସାରିଲାଣି। ସେହିପରି କରୋନା ମୃତ୍ୟୁ ସଂଖ୍ୟା...

୩ ହେଲିକପ୍ଟର ନେଇ ସହରରେ ପହଞ୍ଚିଲେ ରଦ୍ଦିଓ୍ବାଲା: ଆଉ ତା’ପରେ…

ଚଣ୍ଡିଗଡ଼,୨୩।୬: ପଞ୍ଜାବ ମନସାର ଜଣେ ରଦ୍ଦିଓ୍ବାଲା ଭାରତୀୟ ସେନାଠାରୁ ୬ ଗ୍ରାଉଣ୍ଡେଡ୍‌ ହେଲିକପ୍ଟର କ୍ରୟ କରିଛନ୍ତି। ଯାହାକୁ ଦେଖିବା ପାଇଁ ସହରରେ ପ୍ରବଳ ଭିଡ଼ ଜମିଥିବା...

କଂଗ୍ରେସ ଅଧ୍ୟକ୍ଷ ପଦକୁ ନେଇ ରାହୁଲଙ୍କ ବଡ ବୟାନ

ନୂଆଦିଲ୍ଲୀ,୧୦ ।୯: କଂଗ୍ରେସର ଅଧ୍ୟକ୍ଷ ପଦ ନିର୍ବାଚନକୁ ନେଇ ଟଣାଭିଡା ଜାରି ରହିଛି । ଶୁକ୍ରବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଯେତେବେଳେ ଅଧ୍ୟକ୍ଷ ପଦ...

ଅଲୀଗଡ଼ ହେବ ହରିଗଡ଼…

ଲକ୍ଷ୍ନୌ,୧୭।୮: ଉତ୍ତରପ୍ରଦେଶରେ ଜିଲା ପଞ୍ଚାୟତରେ କ୍ଷମତା ବଦଳିବା ପରେ ବିଭିନ୍ନ ଅଞ୍ଚଳର ନାମ ବଦଳାଇବା ଅଭିଯାନ ପୁଣି ଆରମ୍ଭ ହୋଇଛି। ଅଲୀଗଡ଼ ଜିଲାର ନା ପରିବର୍ତ୍ତନ...

Advertisement
Archives

Model This Week