ସାହାରପଡ଼ା ଅଞ୍ଚଳର ଟିକ୍‌ଟକ୍‌ ଭିଡିଓ କଳାକାରଙ୍କ ଓଡ଼ିଆ ସିନେମାରେ ପ୍ରବେଶ

ପାଟଣା, ୧।୮(ସ୍ବ.ପ୍ର.)-ଟିକ୍‌ଟିକ୍‌ କେତେକ କ୍ଷେତ୍ରରେ ଲୋକଙ୍କୁ ବଦନାମ କରିଥିବାବେଳେ କେତେକଙ୍କ ପାଇଁ ଖୁସିର ସମାହାର ଆଣିଦେଇଛି। ତେବେ ସବୁର ବ୍ୟବହାର ଜାଣିଲେ ହେଲା। ଭଲ କାମ ପାଇଁ ବ୍ୟବହାର କରି ରାଜ ଓଡ଼ିଆ ସିନେମା ଜଗତରେ ପ୍ରଥମ ଥର ପାଇଁ ପ୍ରବେଶ କରିଛନ୍ତି। ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଟଣା ଥାନା ସାହାରପଡା ବ୍ଲକ ଖଜିରାପାଟ ପଞ୍ଚାୟତ ପଡ଼ିଆପଶି ଗ୍ରାମର ରାଜ ପଣ୍ଡାଙ୍କ ଏଣ୍ଟ୍ରି ହୋଇଛି। ଆଗାମୀ ଦୁର୍ଗାପୂଜାରେ ରିଲିଜ ହେବାକୁ ଥିବା ‘ତୋ ପ୍ରେମରେ ମୁଁ ହିଁ ମୁଁ’ ଫିଲ୍ମରେ ହିରୋ ଭୂମିକାରେ ଅଭିନୟ କରିବାର ସେ ସୁଯୋଗ ପାଇଛନ୍ତି। ସେ କରିଥିବା ବିଭିନ୍ନ ଟିକ ଟକ ଭିଡିଓକୁ ଦେଖି ଫିଲ୍ମ ପ୍ରଯୋଜକ ରବିନାରାୟଣ ପଣ୍ଡା ତାଙ୍କୁ ଏହି ସୁଯୋଗ ଦେଇଛନ୍ତି। ଜୁଲାଇ ୨୬ ତାରିଖରେ ଭୁବନେଶ୍ୱର ସ୍ଥିତ ଏକ ହୋଟେଲରେ ଏହି ଫିଲ୍ମର ଶୁଭମହୁରତ ହୋଇଛି। ଶ୍ରୀ ରାଜ ସେନାବାହିନୀ ରେ କାର୍ଯ୍ୟ କରୁଥିବା ବେଳେ ତାଙ୍କର ଟିକ ଟକ ଭିଡିଓ ପାଇଁ ସେ ଲୋକପ୍ରିୟତା ଲାଭ କରିଥିଲେ। ସେ ଫିଲ୍ମରେ ପ୍ରଥମ ଥର ଅଭିନୟ କରିବା ଜାଣି ତାଙ୍କର ଶୁଭେଚ୍ଛୁ, ସହପାଠୀ, ସହକର୍ମୀ ଓ ଗ୍ରାମରେ ଖୁସିର ଲହରୀ ଖେଳିଯାଇଛି। ଆଗରୁ ସାହାରପଡା ବ୍ଲକ ଅଞ୍ଚଳରୁ ରାଇମୋହନ ପରିଡା ସିନେ ଜଗତରେ ଲୋକପ୍ରିୟତା ଲାଭକରିଥିବା ରାଜ ଉକ୍ତ ବ୍ଲକ ର ଦ୍ୱିିତୀୟ କଳାକାର ଭାବେ ଫିଲ୍ମରେ ଅଭିନୟ କରିବାର ସୁଯୋଗ ପାଇଥିବାରୁ ସାହାରପଡା ଅଞ୍ଚଳ ତଥା କେନ୍ଦୁଝର ଜିଲାବାସୀଙ୍କ ମନରେ ଖୁସିର ଲହାରୀ ଖେଳିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝର-ଭଦ୍ରକ ଜିଲା ସୀମାରେ ବଢ଼ିଲା ସୁରକ୍ଷା: ପହରା ଦେଉଛି ପୋଲିସ

କେନ୍ଦୁଝର,୨୫।୪(ସ୍ବ.ପ୍ର.): ରାଜ୍ୟରେ ଭଦ୍ରକ ଜିଲା କରୋନା ସଂକ୍ରମଣରେ ଦ୍ୱିତୀୟ ସମସ୍ୟା ବହୁଳ ଜିଲା ଭାବରେ ପରିଗଣିତ ହେଉଛି। ତେବେ ଭୟରେ ବହୁଲୋକ ରାତି ଅଧରେ ବିଭିନ୍ନ...

କେନ୍ଦୁଝରରେ ୪ରୁ ୩ ପୌର ପରିଷଦ ହାତେଇଲା ବିଜେଡି

କେନ୍ଦୁଝର,୨୬ା୩(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ପୌର ନିର୍ବାଚନ ଫଳାଫଳ ଶନିବାର ଘୋଷଣା ହୋଇଛି। ଜିଲାର ତିନୋଟି ପୌରପାଳିକା ଓ ଗୋଟିଏ ଏନ୍‌ଏସିରେ ନିର୍ବାଚନ ହୋଇଥିଲା। ବିଜେଡି ତିନୋଟି...

ଓଲଟିଲା ଟ୍ୟାଙ୍କର : ଚାଲିଗଲା ୨ ଶ୍ରମିଙ୍କ ଜୀବନ

କେନ୍ଦୁଝର,୧୨।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ରୋଇଡା ଲୁହା ଖଣି ପରିସରରେ ଏକ ପାଣି ଟ୍ୟାଙ୍କର ଓଲଟି ପଡ଼ିଛି। ସେଥିରେ ଥିବା ଦୁଇ ଜଣଙ୍କ...

ଗୁଟ୍‌ଖା ବିକ୍ରି ରୋକିବାକୁ ଝୁମ୍ପୁରା ବଜାରରେ ଚଢ଼ାଉ

ଝୁମ୍ପୁରା, ୧୩।୧୨ (ଡି.ଏନ.ଏ.): କେନ୍ଦୁଝର ଜିଲା ଝୁମ୍ପୁରା ଏବଂ ନିକଟସ୍ଥ ଅର୍ଶଳା ବଜାରରେ ଥିବା ବିଭିନ୍ନ ଦୋକାନରେ ଗୁଟୁଖା ବିକ୍ରି ବନ୍ଦ କରିବା ପାଇଁ ପ୍ରଶାସନ...

ବିଜେଡିର ସଭ୍ୟ ସଂଗ୍ରହ ପାଇଁ କର୍ମୀ ସମ୍ମିଳନୀ

ପାଟଣା,୨୧।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ କଣ୍ଟିଆପଡ଼ା ପଞ୍ଚାୟତ ଭଗପଶିଠାରେ ବିଜେଡିର ପାଟଣା ନିର୍ବାଚନମଣ୍ଡଳୀର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ପାଟଣା ବିଧାୟକ ଜଗନ୍ନାଥ ନାଏକଙ୍କ...

ଡିଜିଟାଲ ପେମେଣ୍ଟରେ ବାହାରୁଛି ପେଟ୍ରୋଲ: ମେଶିନ ତିଆରି କରି ଚର୍ଚ୍ଚାରେ ଯୁବକ

କେନ୍ଦୁଝର, ୨୦ା୯(ଡି.ଏନ.ଏ.)-ଟଙ୍କା ଭର୍ତ୍ତି କଲେ ପେଟ୍ରୋଲ ବାହାରୁଥିବା ମେଶିନ ତିଆରି କରି ଲୋକଙ୍କୁ ଚକିତ କରିଦେଇଥିବା ଆଦିବାସୀ ଯୁବକ ଏବେ ଆଉ ପାଦେ ଆଗକୁ ବଢିଛନ୍ତି।...

ଭାଲୁ ସହ ହାତାହାତି: ଯୁବକ ଗୁରୁତର

କେନ୍ଦୁଝର, ୯ା୩: (ସ୍ବ.ପ୍ର.):ଜଙ୍ଗଲଜାତ ଆଳୁ ଖୋଳିବାକୁ ଜଣେ ଯୁବକ ଯାଇଥିବା ବେଳେ ଭାଲୁ ହାବୁଡ଼ରେ ପଡ଼ି ଗୁରୁତର ହୋଇଛନ୍ତି। ଉକ୍ତ ଯୁବକ ହେଲେ ହରିଚ଼ନ୍ଦନପୁର ବ୍ଲକ...

ନବ ବିବାହିତାଙ୍କ ମୃତଦେହ ଜବତ

ଚମ୍ପୁଆ,୨୧ା୮(ମହେଶ୍ୱର ଦାସ): କେନ୍ଦୁଝର ଜିଲା ଚମ୍ପୁଆ ଥାନା ଅନ୍ତର୍ଗତ ଚମ୍ପୁଆ ଏନ୍‌ଏସି ୨ ନଂ. ୱାର୍ଡର ଶିରପୁର ଗାଁରେ ଜଣେ ନବ ବିବାହିତାଙ୍କ ମୃତଦେହ ଝୁଲନ୍ତା...

Advertisement
Archives

Model This Week