ସାରାବଙ୍ଗ ପଞ୍ଚାୟତ ସମ୍ମୁଖରେ ଧାରଣା

ନୂଆପଡା ଅଫିସ,୩ା୮
ନୂଆପଡା ଜିଲା ସଦର ବ୍ଲକ ସାରାବଙ୍ଗ ପଞ୍ଚାୟତରେ ଉନ୍ନୟନ କାମରେ ଅନିୟମିତତା ହୋଇଥିବା ନେଇ ସାରାବଙ୍ଗ ଗ୍ରାମବାସୀ ଆଜକୁ ଦେଢ ମାସ ହେବ ଧାରଣା ଦେଇଥିବାବେଳେ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ପୁଞ୍ଜିଭୂତ ହେଉଛି । ବିଭିନ୍ନ ସମୟରେ ଅଧିକାରୀମାନେ ଆସି ବୁଲିଯାଉଛନ୍ତି । ହେଲେ ପରବର୍ତ୍ତି ସମୟରେ ତାହା ଫାଇଲ ତଳେ ଚାପି ହୋଇଯାଉଛି । କାର୍ଯ୍ୟାନୁଷ୍ଠାନ ହେବ ବୋଲି କେବଳ ଭୁଆଁ ବୁଲାଉଛି ପ୍ରଶାସନ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହା ଉପରେ କାର୍ଯ୍ୟାନୁଷ୍ଠାନ ନ ହେଲେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଚେତାଇ ଦେଇଛନ୍ତି ।
ଏମ୍‌ଜିଏନ୍‌ଆରଇଜିଏସ୍‌ରେ ଅନିୟମିତତା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହେଉକି ବିଭିନ୍ନ ଉନ୍ନତି ମୂଳକ ଯୋଜନାରେ ଅନିୟମିତତା ହୋଇଥିବା ନେଇ ତାରି ତଦନ୍ତ ଦାବିରେ ସାରାବଙ୍ଗ ଗ୍ରାମବାସୀ ପଞ୍ଚାୟତ ସମ୍ମୁଖରେ ଗତ ଜୁନ ୧୯ ତାରିଖ ଦିନ ଧାରଣା ଦେଇଛନ୍ତି । ସେହି ଦିନଠାରୁ ଭିନ୍ନ ଭିନ୍ନ ଦିନରେ ବ୍ଲକ ତଥା ଜିଲା ପ୍ରଶାସନର ପ୍ରତିନିଧି ଦଳ ଧାରଣାସ୍ଥଳକୁ ଆସି ବୁଲି ଯାଇଛନ୍ତି । ଏହା ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରତିଶ୍ରୁତି ଦେଇଯାଇଛନ୍ତି। ପ୍ରଥମେ ବିଡିଓ ସୁନୀଲ କୁମାର କେର୍କେଟା, ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ ଜୁନ ୨୨ ତାରିଖରେ ବୁଲି ଯାଇଛନ୍ତି। ପରେ ଡିଆରଡିଏରୁ ଏକ ୱାର୍କସ କମିଟି ଦାବିଗୁଡିକ ଉପରେ ତଦନ୍ତ କରି ଯାଇଛନ୍ତି । ହେଲେ ଆଜିପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ । ତେଣୁ କରି ଏହା ଉପରେ କାର୍ଯ୍ୟାନୁଷ୍ଠାନ ନ ହେବାଯାଏଁ ସେମାନେ ଏଥିରୁ ଓହରି ବେନାହିଁ ବୋଲି ଅଡି ବସିଛନ୍ତି । ଏଣେ ଦିନ ପରେ ଦିନ ଗଡିଚାଲିଛି । ଫଳରେ ସାଧାରଣ ବଣ୍ଟନ ବ୍ୟବସ୍ଥା ହେଉକି ଭତ୍ତା ବଣ୍ଟନ ଭଳି କାମରେ ବାଧା ସୃଷ୍ଟି ହେଉଛି । ଯେକୌଣସି ଅଭିଯୋଗ ଥାଉନା କାହିଁକି ଖୋଲା ଖୋଲି ଆସି ଆଲୋଚନା କରି ପାରିବେ ବୋଲି ସରପଞ୍ଚ କହିଥିବାବେଳେ ଆମେ ଗଣତାନ୍ତ୍ରିକ ପଦ୍ଧତିରେ ଆନ୍ଦୋଳନ କରୁଛୁ । କୌଣସି ପ୍ରକାର ବିଶୃଙ୍ଖଳା ସୃ୍‌ଷ୍ଟି କରିବା ଆମର ଉଦ୍ଦେଶ୍ୟ ନାହିଁ । ଆମରି ଅଧିକାରକୁ କର୍ତ୍ତୃପକ୍ଷକ୍ଷୂର୍ଣ୍ଣ କରୁଛନ୍ତି । ପଞ୍ଚାୟତର କାର୍ଯ୍ୟକଳା ପରେ କୌଣସି ହସ୍ତକ୍ଷେପ କରୁନାହୁଁ ବୋଲି ଆନ୍ଦୋଳନକାରୀମାନେ ଗଣମାଧ୍ୟମକୁ କହିଛନ୍ତି । ଆଜକୁ ଆନ୍ଦୋଳନ ଦେଢ ମାସ ବିତିଗଲାଣି । ଆଗକୁ ମଧ୍ୟ ଏହା ଜାରି ରହିବ। ହେଲେ ଆଗାମୀ ସୋମବାର ଜିଲାପାଳଙ୍କୁ ଭେଟି ଜଣାଇବା ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନ ହେଲେ ଏହାକୁ ତୀବ୍ର କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଏହାକୁ ନେଇ ପ୍ରଶାସନ କ’ଣ କରୁଛି ତାହା ଆଗାମୀ ଦିନରେ ଜଣାପଡିବ ବୋଲି ଲାଲ ସିଂ ମାଝି, ରାଜୁ ସୋନି ପ୍ରମୁଖ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଥମୁନି ଦାଦନ ଦୁଃଖ, ସର୍ଦ୍ଦାର, ମାଲିକଙ୍କ ବିରୋଧରେ ତେଜିଲା କାର୍ଯ୍ୟାନୁଷ୍ଠାନ ଦାବି

ନୂଆପଡ଼ା,୨୧ା୭ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ଦାଦନ ଦୁଃଖ ଥମିବା ନାଁ ନେଉନାହିଁ। ସରକାରୀସ୍ତରରେ ଶ୍ରମ ଦିବସ ସୃଷ୍ଟି କରାଯାଇ ଶ୍ରମିକଙ୍କୁ କାମ ଯୋଗାଇବା ପାଇଁ ବିଭିନ୍ନ…

୧୬ କେଜି ଗଞ୍ଜେଇ ଜବତ, ୨ ଗିରଫ

ନୂଆପଡ଼ା,୨୧।୭ (ମକାରୁ ବେମାଲ): ନୂଆପଡ଼ା ଜିଲା ଅବକାରୀ ବିଭାଗ କର୍ମଚାରୀ ସୋମବାର ପୃଥକ୍‌ ସ୍ଥାନରେ ଚଢ଼ାଉ କରି ୧୬ କେଜି ଗଞ୍ଜେଇ ଜବତ ସହ ୨ଜଣଙ୍କୁ ଗିରଫ…

ବିପଦ ସୃଷ୍ଟି କରୁଛି ମୁକୁଳା ଟ୍ରାନ୍ସଫର୍ମର: ଛାତ୍ରୀଛାତ୍ରଙ୍କ ପ୍ରତି ବିପଦ

ନୂଆପଡ଼ା,୨୧ା୭ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସିଆଲଟି ପଞ୍ଚାୟତ ବାଗମୁଣ୍ଡା ଗାଁ ରାସ୍ତା କଡରେ ବିପଦସଙ୍କୁଳ ଅବସ୍ଥାରେ ମୁକଳା ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ରହିଥିବାରୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri