ସାମାଜିକ ଦୂରତ୍ୱ ହିଁ କରୋନାର ଭ୍ୟାକସିନ୍‌ : ସ୍ବାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୨୦।୪: ଭାରତରେ କରୋନା ଭାଇରସ୍‌ର ପ୍ରକୋପ ଜାରି ରଖିଥିବା ବେଳେ ଅନ୍ୟ ଦେଶ ତୁଳନାରେ ଏହାର ଆକ୍ରାନ୍ତଙ୍କ ସଂଖ୍ୟା କମ୍‌ ରହିଛି। ଯାହା ଭାରତ ପାଇଁ ଏକ ଆଶ୍ୱସ୍ତିକର ଖବର। ଭାରତରେ ଏବେ କରୋନା ମାମଲା ସାଢ଼େ ୭ଦିନରେ ଦୁଇଗୁଣା ବୃଦ୍ଧି ପାଉଥିବା ବେଳେ ପୂର୍ବରୁ ସାଢ଼େ ୩ ଦିନରେ ଏହି ସଂଖ୍ୟା ବୃଦ୍ଧି ପାଉଥିଲା ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି। ଗତ ୨୪ ଘଣ୍ଟାରେ କରୋନାର ୧୫୫୩ ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ଏଥିରେ ୩୬ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ୨୫୪୬ ଜଣ ସଂକ୍ରମିତ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହାକୁ ମିଶାଇ ଭାରତରେ ଏପର୍ଯ୍ୟନ୍ତ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭୨୬୫ ଟପିଛି ବୋଲି ସୋମବାର ଏକ ଖବରଦାତା ସମ୍ମିଳନୀରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରଓ୍ବାଲ ସୂଚନା ଦେଇଛନ୍ତି। କରୋନା ମୁକାବିଲା ପାଇଁ ଏପର୍ଯ୍ୟନ୍ତ କୌଣସି ଭ୍ୟାକସିନ୍‌ ବାହାରି ନ ଥିବା ବେଳେ ସାମାଜିକ ଦୂରତ୍ୱ ହିଁ କରୋନାର ଭ୍ୟାକସିନ୍‌ ବୋଲି ଲଭ୍‌ ଅଗ୍ରଓ୍ବାଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁସ୍ଥ ହୋଇ କାର୍ଯ୍ୟରେ ଯୋଗଦେଲେ ୮ କରୋନା ଯୋଦ୍ଧା

ଛତ୍ରପୁର,୧୫ା୭(ଡି.ଏନ୍‌.ଏ.) : କରୋନାରୁ ସୁସ୍ଥ ହୋଇ ଗଞ୍ଜାମ ଜିଲାରେ ୮ କରୋନା ଯୋଦ୍ଧା ପୁଣି ନିଜ କାର୍ଯ୍ୟରେ ମଙ୍ଗଳବାର ଯୋଗ ଦେଇଛନ୍ତି। ଏମାନଙ୍କ ମଧ୍ୟରେ ବିଡିଓ,...

ସିଏଏ ନିୟମ ପାଇଁ ପୁଣି ବଢ଼ିଲା ସମୟ ସୀମା, ୨ ବର୍ଷରେ ବଢ଼ିଲାଣି ୭ ଥର …

ନୂଆଦିଲ୍ଲୀ,୧୮।୧୦ : ନାଗରିକତ୍ୱ ସଂଶୋଧନ ଅଧିନିୟମ (ସିଏଏ), ୨୦୧୯ ପାଇଁ ନିୟମ ପ୍ରସ୍ତୁତ କରିବାକୁ ରାଜ୍ୟ ସଭା ଓ ଲୋକ ସଭା ଅଧିନସ୍ଥ ବିଧାନସଭା କମିଟି...

ଜ୍ୱର ରୋଗୀଙ୍କୁୁ ଛୁଇଁବାକୁ ଡର

ରାଞ୍ଚି: କରୋନା ଏବେ ଲୋକଙ୍କ ମନରେ ଏଭଳି ଭୟ ପୂରାଇ ଦେଇଛି ଯେ, ସାଧାରଣ ଜ୍ୱର ରୋଗୀଙ୍କୁ ବି ଦେଖିଲେ ଭୟରେ ଛୁଇଁବାକୁ ଇଚ୍ଛା କରୁନାହାନ୍ତି...

ଭାରତକୁ ମିଳିବ କରୋନା ଭ୍ୟାକସିନ୍‌!

ନୂଆଦିଲ୍ଲୀ,୨୩।୪: କରୋନା ଭାଇରସ ଏବେ ବିଶ୍ୱର ପ୍ରାୟ ୨୧୦ ଦେଶକୁ ବ୍ୟାପିଥିବା ବେଳେ ଏବେ ଏହା ଆମେରିକାରେ ସର୍ବାଧିକ ଲୋକଙ୍କ ଜୀବନ ନେଲାଣି। ଏହି ଭାଇରସର...

୨୬ ହଜାର ଟପିଲା ସକ୍ରିୟ ମାମଲା…

ନୂଆଦିଲ୍ଲୀ, ୭।୬ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ...

ହଠାତ୍‌ ଗାଁର ଭୂମି ଫାଟି ହେଲା ଦୁଇ ଫାଳ, ଆଉ ତା’ ପରେ…

ଭୋପାଳ,୩୦ା୬: ମଧ୍ୟପ୍ରଦେଶର ଭିଡ ଜିଲାର ଏକ ଗାଁରେ ହଠାତ୍‌ ଭୂମି ଫାଟି ୨ ଫାଳ ହୋଇଗଲା। ପ୍ରାୟ ୧ ଫୁଟ ଚଉଡ଼ା ଏବଂ ୨୦୦ ମିଟର...

ପୋଲିସର କଲାର ଧରିନେଲେ କଂଗ୍ରେସ ନେତ୍ରୀ ରେଣୁକା ଚୌଧୁରୀ

ନୂଆଦିଲ୍ଲୀ,୧୬ ।୬: ରାହୁଲ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ନୋଟିସ ଜାରି କରାଯିବା ଓ ୪ ଦିନ ହେବ ତାଙ୍କୁ ପଚରା ଉଚରା କରାଯିବା ଘଟଣାରେ...

ଭାଜପାର ଲକ୍ଷ୍ମଣରେଖା

ନୂଆଦିଲ୍ଲୀ, ୮ା୬: ଭାଜପାର ପୂର୍ବତନ ମୁଖପାତ୍ର ନୂପୁର ଶର୍ମା ଓ ନବୀନ କୁମାର ଜିନ୍ଦଲ ପ୍ରଫେଟ୍‌ ମହମ୍ମଦଙ୍କ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦ ଥମୁନି।...

Advertisement
Archives

Model This Week