ସାମାଜିକ ଦୂରତା ହ୍ରାସ ପାଇଲେ ବଢ଼ିବ ସଙ୍କଟ: ମୋଦି

ନୂଆଦିଲ୍ଲୀ,୧୧।୫: ଦେଶରେ କରୋନା ଭାଇରସ୍‌ ମହାମାରୀ ସଙ୍କଟ ଜାରି ରହିଛି। ଦିନକୁ ଦିନ କରୋନା ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଇତିମଧ୍ୟରେ କରୋନା ବିରୋଧରେ ଜାରି ରହିଥିବା ଲଢ଼େଇ ପ୍ରସଙ୍ଗରେ ସୋମବାର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ଆଲୋଚନା କରିଛନ୍ତି। ସୋମବାର ଅପରାହ୍ନରେ ଭିଡିଓ କନ୍‌ଫରେନ୍ସିଂରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ମୋଦି କରୋନା ମୁକାବିଲା ରଣନୀତି ଓ ଲକ୍‌ଡାଉନକୁ ନେଇ ଆଲୋଚନା କରିଥିଲେ। ଏହି ବୈଠକରେ ସତର୍କତା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥିଲା। ଯଦି ଲୋକମାନେ ସାମାଜିକ ଦୂରତ୍ୱ ରକ୍ଷା ନ କରନ୍ତି ଓ ସତର୍କତା ଅବଲମ୍ବନ ନ କରନ୍ତି ତେବେ କରୋନା ସଙ୍କଟ ବୃଦ୍ଧି ପାଇବ ବୋଲି ମୋଦି କହିଛନ୍ତି। ତେଣୁ ଲକ୍‌ଡାଉନ ଓ ସାମାଜିକ ଦୂରତ୍ୱ କିଭଳି ପାଳନ କରାଯାଉଛି ସେନେଇ ଅଧିକ ଦୃଷ୍ଟି ଦେବା ଏବେ ଜରୁରୀ ହୋଇପଡ଼ିଛି। କରୋନା ବିରୋଧରେ ସବୁ ରାଜ୍ୟ ମିଶିକି କାର୍ଯ୍ୟ କରୁଥିବା ବେଳେ ସମସ୍ତେ ନିଜ ଦାୟିତ୍ୱ ଭଲଭାବେ ତୁଲାଇଛନ୍ତି ବୋଲି ମୋଦି କହିଛନ୍ତି। କରୋନାକୁ ନେଇ କ୍ୟାବିନେଟ ସଚିବ ଓ ରାଜ୍ୟ ସଚିବ ଉଭୟ ଲଗାତର ସମ୍ପର୍କରେ ରହିଛନ୍ତି। ଏହା ବିରୋଧରେ ଲଢ଼େଇ ପାଇଁ ଅଧିକ ଧ୍ୟାନ ଦେବା ସହ କାର୍ଯ୍ୟକଳାପକୁ ବୃଦ୍ଧି କରିବାକୁ ପଡ଼ିବ। ଏକ ସନ୍ତୁଳିତ ରଣନୀତି ସହ ଆଗକୁ ବଢ଼ି, ଚ୍ୟାଲେଞ୍ଜ ଗୁଡ଼ିକ କ’ଣ ଏହାର ସମାଧାନ କ’ଣ ତା’ ଉପରେ ଅଧିକ କାର୍ଯ୍ୟ କରିବାକୁ ମୋଦି ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି। ବିଭିନ୍ନ ରାଜ୍ୟ ଓ ଜିଲାରେ ଦ୍ରୁତ ଗତିରେ କରୋନା ବ୍ୟାପୁଥିବା ବେଳେ ଏହା କିପରି ଗାଁକୁ ନ ପହଞ୍ଚିବ ତା’ଏବେ ଏକ ଚ୍ୟାଲେଞ୍ଚ ପାଲଟିଛି। ତେବେ ସେଥିପ୍ରତି ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀମାନଙ୍କୁ ମୋଦି ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଦ୍ଭୁତ ଘଟଣା: ମା’ ପେଟରୁ ଏଭଳି ଜିନିଷ ହାତରେ ଧରି ବାହାରିଲେ ନବଜାତକ, ଡାକ୍ତର ଦେଖି ହେଲେ ଆଶ୍ଚର୍ଯ୍ୟ

ବିହାରର ମୁଜାଫରପୁରରେ ଜଣେ ପ୍ରସୂତି ନିକଟରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି। ତେବେ ଶିଶୁଟି ମା’ ଗର୍ଭରୁ ଏମିତି ଏକ ଜିନିଷ ଧରି ବାହାରିଥିଲେ, ଯାହାକୁ...

ପୁଣି ଇତିହାସ ରଚିଲା ଟଶିଗଂଗ, ମାଇନସ ତାପମାତ୍ରାରେ ବି ଶହେ ପ୍ରତିଶତ ମତଦାନ

ଶିମଲା,୧୩ ।୧୧: ହିମାଚଳ ପ୍ରଦେଶ ବିଧାନସଭା ଲାଗି ଶନିବାର ନିର୍ବାଚନ ଶେଷ ହୋଇଛି । ଏଠାରେ ଥିବା ଲାହୋଲ ସ୍ପିଟି ଜିଲାର ଟଶିଗଂଗ ବୁଥ ପୁଣି...

ଦିଲ୍ଲୀରେ ଦୁମକା କାଣ୍ଡ: କଥା ନ ଶୁଣିବାରୁ ଛାତ୍ରୀଙ୍କୁ ଗୁଳିକଲେ ଅମାନତ ଅଲ୍ଲି

ନୂଆଦିଲ୍ଲୀ,୧ ।୯: ଦକ୍ଷିଣ ଦିଲ୍ଲୀର ସଙ୍ଗମ ବିହାର ଅଞ୍ଚଳରେ ଏକାଦଶ ଶ୍ରେଣୀର ଛାତ୍ରୀଙ୍କୁ ଅଗଷ୍ଟ ୨୫ରେ ଗୁଳି ମାରିଥିବା ଅଭିଯୁକ୍ତ ଅମାନତ ଅଲ୍ଲୀଙ୍କୁ ପୋଲିସ ଗିରଫ...

ବୀରଭୂମ ହିଂସାକୁ ନେଇ ରାଜନୀତି ସରଗରମ, ବ୍ରେକଫାଷ୍ଟରେ ପଶ୍ଚିମବଙ୍ଗ ଭାଜପା ଏମପିଙ୍କୁ ଭେଟିବେ ମୋଦି

ନୂଆଦିଲ୍ଲୀ,୨୯ ।୩: ପଶ୍ଚିମବଙ୍ଗ ବୀରଭୂମ ହିଂସା ଘଟଣା ବେଳକୁ ବେଳ ରାଜନୀତି ପାଣିପାଗକୁ କରୁଛି ସରଗରମ । ରାଜ୍ୟର ଶାସକ ତ୍ରୁଣମୂଳ କଂଗ୍ରେସ ଓ ଭାରତୀୟ...

ମୂଷା କାଟି ଦେଲେ ଜମିଜମା କାଗଜପତ୍ର: ପ୍ରଶାସନର ଅକଲ ଗୁଡୁମ୍‌

ଆଗ୍ରା, ୧୦।୧୦: ଆଗ୍ରା ନଗର ନିଗମ କାର୍ଯ୍ୟାଳୟର ଅବହେଳା ସମ୍ପର୍କରେ ଏକ ଖବର ପଦାକୁ ଆସିଛି। ଏଠାରେ ମୂଷାମାନେ ଲୋକଙ୍କ ଜମିଜମା କାଗଜ ପତ୍ରର ରେକର୍ଡ...

ଜୀବନ ନେଇପାରେ ଦେଶୀ, ନକଲି ମଦ

ଭୁବନେଶ୍ୱର,୩୦ା୩(ବ୍ୟୁରୋ): ମହାମାରୀ କରୋନାକୁ ନେଇ ଏବେ ସମସ୍ତେ ଆତଙ୍କିତ। ଘାତକ ଭୂତାଣୁ ‘କୋଭିଡ୍‌-୧୯’ କବଳରୁ ରକ୍ଷା ପାଇବା ପାଇଁ ଏଯାଏ ସଫଳ ଔଷଧ ବାହାରି ନାହିଁ।...

ଲକ୍‌ଡାଉନ୍‌ ପାଇଁ ସମସ୍ୟାରେ ବରିଷ୍ଠ ନାଗରିକ

ଭୁବନେଶ୍ୱର,୧୧ା୪ (ବ୍ୟୁରୋ): କରୋନା ସଂକ୍ରମଣ ରୋକିବା ପାଇଁ ସରକାର ଏପ୍ରିଲ ୩୦ ପର୍ଯ୍ୟନ୍ତ ଲକ୍‌ଡାଉନ୍‌କୁ ବୃଦ୍ଧି କରିଛନ୍ତି। ଏବେ ଏହି ଲକ୍‌ଡାଉନ୍‌ ପାଇଁ ଅଧିକ ସମସ୍ୟା...

ଅନୀଲ ଅମ୍ବାନୀଙ୍କୁ ମିଳିଲା ଆଶ୍ୱସ୍ତି

ନୂଆଦିଲ୍ଲୀ,୯।୯: ରୁଣରେ ବୁଡିଥିବା ପ୍ରଖ୍ୟାତ ବ୍ୟବସାୟ ଅନିଲ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଇନଫ୍ରାଷ୍ଟ୍ରକଚରକୁ ଆଶ୍ୱସ୍ତି ମିଳିଛି। ଦିଲ୍ଲୀ ମେଟ୍ରୋ (ଡିଏମଆରସି) ବିରୋଧରେ ହୋଇଥିବା ମାମଲାରେ ଏକ...

Advertisement
Archives

Model This Week