ସାମାଜିକ ଦୂରତା ନିୟମକୁ ଫୁ’

ଭୁବନ, ୧୬।୪(ଡି.ଏନ.ଏ.) ବ୍ୟାପକ ସଚେତନତା ଓ ବାରମ୍ବାର ତାଗିଦ୍‌ ସତ୍ତ୍ୱେ ସାମାଜିକ ଦୂରତା ନିୟମକୁ ମାନୁନାହାନ୍ତି ସାଧାରଣ ଲୋକେ। ହାଟ ବଜାରରେ ଅସମ୍ଭାଳ ଭିଡ଼ ହେଉଛି। ଏହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଭୁବନ ଏନ୍‌ଏସି କର୍ତ୍ତୃପକ୍ଷ ଏବଂ ପୋଲିସ। ଏହାର ସମାଧାନ ନିମନ୍ତେ ଗୁରୁବାରଠାରୁ ନୂଆବଜାର ପରିବା ମାର୍କେଟ ଏନ୍‌ଏସି କାର୍ଯ୍ୟାଳୟ ନିକଟ ଯାତ୍ରା ପଡ଼ିଆକୁ ସ୍ଥାନାନ୍ତର କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ବରାଳ ସୂଚନା ଦେଇଛନ୍ତି। ସରକାରୀ ନିୟମ ଅନୁଯାୟୀ, ଏନ୍‌ଏସିରେ ସକାଳ ୬ଟାରୁ ପୂର୍ବାହ୍ନ ୧୦ଟା ଯାଏ ଅତ୍ୟାବଶ୍ୟକ ସାମଗ୍ରୀ, ପରିବା ଦୋକାନ ଖୋଲାରହିବ। ନୂଆ ବଜାରରେ ୧୦୦ରୁ ଊର୍ଦ୍ଧ୍ୱ ବ୍ୟବସାୟୀ ବ୍ୟବସାୟ କରୁଛନ୍ତି। ହେଲେ ଦୋକାନ ଖୋଲିଲେ କେହି କାହାରିକୁ ମାନୁନାହାନ୍ତି। ଏହା କରୋନା ସଂକ୍ରମଣର ଭୟକୁ ବଢ଼ାଇ ଦେଇଛି। ଏ ନେଇ ଜଗନ୍ନାଥ ଚାରିଟେବୁଲ ସଂସ୍ଥାର କର୍ମକର୍ତ୍ତାମାନେ ତହସିଲଦାର ଶକ୍ତିକାନ୍ତ ରାୟ, ଥାନାଧିକାରୀ ନିର୍ମଳା ଗୋଚ୍ଛାୟତ, ନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ବରାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏଣିକି ନିୟମ ଉଲ୍ଲଂଘନକାରୀଙ୍କ ଉପରେ ପୋଲିସ କଠୋର ହେବ ବୋଲି ଥାନାଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବ୍ରହ୍ମପୁର ଅଫିସ,୯।୩: ସ୍ବତନ୍ତ୍ର ଭିଜିଲାନ୍ସ ଜଜଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ବ୍ରହ୍ମପୁର ଗ୍ରାମ୍ୟ ନିର୍ମାଣ(ବୈଦ୍ୟୁତିକ) ବିଭାଗର ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ସେଠୀଙ୍କ ଘରେ ବୁଧବାର ସକାଳୁ...

ଜୀବନ ଦେବୁ ପଛେ ଜମି ଦେବୁନି

କୁତ୍ରା,୨୬ା୮(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୁତ୍ରା ବ୍ଲକ ଅନ୍ତର୍ଗତ କଣ୍ଡେଇମୁଣ୍ଡା ପଞ୍ଚାୟତରେ ଏକ ସିମେଣ୍ଟ ଅଧିକୃତ ଜେଏସ୍‌ଡବ୍ଲ୍ୟୁ କାରଖାନା ବାର୍ଷିକ ୦.୧୬୫ ନିୟୁତ ମେଟ୍ରିକ ଟନରୁ ୩.୦୦ନିୟୁତ...

ରେଳବାଇ କଲୋନୀ ପାଚେରି ଭୁଶୁଡିଲା

ବସ୍ତା, ୨୮ା୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ବସ୍ତା ଷ୍ଟେଶନ ନିକଟରେ ଥିବା ରେଳବାଇ କଲୋନୀର ପ୍ରେସ କ୍ଲବ ଛକ ପାଖ ପାଚେରି ଭୁଶୁଡି ପଡ଼ିିଛି। ଶୁକ୍ରବାର ସନ୍ଧ୍ୟାରେ ପ୍ରବଳ...

ସୌନ୍ଦର୍ଯ୍ୟର ସମ୍ଭାର ଭୀମକୁଣ୍ଡ

କେନ୍ଦୁଝର ଜିଲା ଖଣିଖାଦାନରେ ଭରପୂର ଥିବା ବେଳେ ଜିଲାରେ ପ୍ରାକୃତିକ ଶୋଭାରାଜି ମଧ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ବଣ ପାହାଡ଼, ଘଞ୍ଚ ଜଙ୍ଗଲ ସାଙ୍ଗକୁ ଆକାଶ...

ମୋବାଇଲ ଟାୱାର ବସାଇବାକୁ କହି ଠକେଇ: କଟକରୁ ବାନ୍ଧିଲା ପୋଲିସ

ବୈଶିଙ୍ଗା,୧୮ା୧୧(ଡି.ଏନ.ଏ.):  ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ତିଳଦା ଗ୍ରାମର ଜନୈକା ମହିଳାଙ୍କୁ ମୋବାଇଲ ଟାୱାର ବସାଇବାକୁ କହି ଟଙ୍କା ହଡ଼ପ ଘଟଣାରେ କଟକରୁ ଅଭିଯୁକ୍ତଙ୍କୁ...

ଥରୁଛି ଜି.ଉଦୟଗିରି

ଜି.ଉଦୟଗିରି,୩ା୨(ଡି.ଏନ୍‌.ଏ.): କିଛିଦିନର ବ୍ୟବଧାନ ପରେ ଜି.ଉଦୟଗିରି ସହର ସମେତ ଆଖପାଖ ଅଞ୍ଚଳରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଜି ଉଦୟଗିରି ଠାରେ ସର୍ବନିମ୍ନ ତାପମାତ୍ରା ୩...

ଶୌଚ ପାଇଁ ଯାଇ ହାତୀ ଆକ୍ରମଣର ଶିକାର, ବୃଦ୍ଧ ମୃତ

ବେତନଟୀ, ୧।୧୦(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ବେତନଟୀ ବନାଞ୍ଚଳ ଜାମୁଗଧା ଗ୍ରାମର ଜଣେ ବୃଦ୍ଧଙ୍କର ହାତୀ ଆକ୍ରମଣରେ ମଙ୍ଗଳବାର ସକାଳେ ମୃତ୍ୟୁ ଘଟିଛି। ସେ ହେଲେ ଗଜେନ୍ଦ୍ର...

ବିଦ୍ୟୁତ୍‌ ତାର ବିପଦସଙ୍କୁଳ: ପରିବର୍ତ୍ତନ ଦାବି କଲେ ଗ୍ରାମବାସୀ

କର୍ଲାମୁଣ୍ଡା,୧୬।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ବିଦ୍ୟୁତ୍‌ ଯୋଗୁ ଆଗାମୀ ଦିନରେ ଦୁର୍ଘଟଣା ଘଟିବା ଯଥେଷ୍ଟ ସମ୍ଭାବନା ରହିଛି। ବ୍ଲକ ସଦରଠାରେ ଥିବା...

Advertisement
Archives

Model This Week