ସାବିତ୍ରୀ ପାଇଁ ବଜାର ଦର ଆକାଶଛୁଆଁ

ଖଣ୍ଡପଡ଼ା,୩୧ା୫(ସ୍ବ.ପ୍ର.)-୨ଦିନ ପରେ ସାବିତ୍ରୀ ବ୍ରତ। ଏଥିପାଇଁ ରାସ୍ତା ପାର୍ଶ୍ୱ, ସାହି, ବସ୍ତି, ଛକ ଓ ବଜାରରେ ଫଳ ବ୍ୟବସାୟୀ ପସରା ମେଲାଇଛନ୍ତି। ଶାଢ଼ି, ଚୁଡ଼ି, କସମେଟିକ୍ସ ଆଦି ଦୋକାନ/ବଜାରରେ ଦର ଆକାଶଛୁଆଁ ହୋଇଛି। ଏ ସମୟରେ ସମସ୍ତ ପ୍ରକାର ଜିନିଷର ଚାହିଦା ଅଧିକ ଥିବାରୁ ବ୍ୟବସାୟୀମାନେ ଦର ବୃଦ୍ଧି କରିବାକୁ ପଛାଉନାହାନ୍ତି। ଗୁରୁବାର ସକାଳେ ଖଣ୍ଡପଡ଼ା, ଖଳିସାହି, କଣ୍ଟିଲୋ, ବେଣାଗାଡିଆ, ସିଧାମୂଳା ଆଦି ବଜାରରେ ସୀମିତ ପରିମାଣରେ ଫଳ ରହିଥିବାରୁ ବ୍ୟବସାୟୀମାନେ ଫଳ ଓ ସାବିତ୍ରୀ ବ୍ରତ ପାଳନ ନିମନ୍ତେ ଆବଶ୍ୟକ ଜିନିଷକୁ ଚଢ଼ା ଦରରେ ବିକ୍ରି କରୁଥିବା ଦେଖାଯାଇଛି। ଆମ୍ବ, ପଣସ, ସପୁରି, ଲିଚୁ, କମଳା, ସପେଟା, ଅଙ୍ଗୁର, କଦଳୀ, ଜଙ୍ଗଲୀ କେନ୍ଦୁ, ଖଜୁରି, ତାଳ ଆଦି ଫଳମୂଳ ସହ ଗଜା ମୁଗର ଦର ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି। ତେଣୁ ଏ ସମୟରେ ବିବାହିତା କନ୍ୟା ପିତା ଏବଂ ସତ୍ୟବାନ ସାଜିଥିବା ସ୍ବାମୀଙ୍କ ମାନସିକ ଚାପ ଉଚ୍ଚରେ ରହିଥାଏ। ବିଶେଷ ଭାବେ ନୂଆ କରି ବିବାହ କରିଥିବା କନ୍ୟା ପିତାଙ୍କୁ ପାଇଁ ଏଭଳି ପରିସ୍ଥିତି ଆର୍ଥତ୍କ ବୋଝ ମନେ ହୋଇଥାଏ। କାରଣ ଦର ଯେତେ ଅଧିକ ହେଲେ ମଧ୍ୟ ସାବିତ୍ରୀ ଭାର ଦେବାକୁ ହିଁ ପଡ଼ିବ। ସ୍ତ୍ରୀ ମନ ରଖିବାକୁ ବିଚରା ସ୍ବାମୀମାନଙ୍କୁ ମଧ୍ୟ ଏ ସବୁ ଜିନିଷ କିଣିବାକୁ ପଡ଼ିବ। ଅବଶ୍ୟ ବିଭିନ୍ନ ସ୍ଥାନ ଏବଂ ଗୁଣବତ୍ତା ଅନୁସାରେ କେଉଁଠାରେ ଦର କମ୍‌ ଓ ଅଧିକ ରହିଛି। ତେବେ ଫନୀ ବାତ୍ୟା ଓଡ଼ିଶାରେ ଆମ୍ବ ଦର ବୃଦ୍ଧି ନିମନ୍ତେ ବେଶ୍‌ ସହାୟକ ହୋଇଥିବା ଲୋକେ କହୁଛନ୍ତି। ଆମ୍ବ କିଲୋ ପ୍ରତି ୪୦ରୁ ୫୦ଟଙ୍କା ଥିବାବେଳେ ସେଓ, ଅଙ୍ଗୁର, କମଳା କିଲୋ ପ୍ରତି ଶହେ ଟଙ୍କାରୁ ଅଧିକ, କଦଳୀ ଡଜନ ପ୍ରତି ସର୍ବନିମ୍ନ ୩୦ରୁ ୩୫, ସପୁରି ଗୋଟା ୩୦ରୁ ୪୦ଟଙ୍କା, ସପେଟା ୯୦ ଟଙ୍କା, ପଣସ ୧୦୦ ଟଙ୍କା, ଗୋଟାତାଳ ୫ଟଙ୍କା, କେନ୍ଦୁ ଗୋଟା ୫ଟଙ୍କା, ନଡ଼ିଆ ଗୋଟାକୁ ୨୫ରୁ ୩୦ଟଙ୍କା ହୋଇଥିବାବେଳେ କାକୁଡ଼ିି କିଲୋ ୩୦ଟଙ୍କା ରହିଛି। ଯେ କୌଣସି ମତେ ଓଡ଼ିଆ ବୋହୂ ଉପରୋକ୍ତ ଜିନିଷ କିଣି ଏହି ପାରମ୍ପରିକ ବ୍ରତ ପାଳନ କରିବେ। ପୌରାଣିକ କଥା ଅନୁସାରେ ନିଜର ନିଷ୍ଠା, ଭକ୍ତି, ସତୀତ୍ୱ, ପବିତ୍ରତା ଏବଂ ପତିବ୍ରତା(ସ୍ବାମୀ ହିଁ ବ୍ରତ)ଧର୍ମ ଯୋଗୁ ସାବିତ୍ରୀ ସ୍ବାମୀ ସତ୍ୟବାନଙ୍କୁ ମୃତ୍ୟୁର ଅଧିଶ୍ୱର ଯମରାଜଙ୍କଠାରୁ ଫେରାଇ ଆଣି ପାରିଥିଲେ। ତେଣୁ ହିନ୍ଦୁ ପରିବାରର ବିବାହିତା ମହିଳାମାନେ ସ୍ବାମୀଙ୍କ ଶୁଭକାମନା କରି ରୀତିନୀତି ଅନୁସାରେ ଏହି ପୂଜା କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

ପ୍ରବଳ ବର୍ଷାକୁ ନେଇ ଚିନ୍ତାରେ ଚାଷୀ, ଆନନ୍ଦପୁର ଉପଜିଲାପାଳ କହିଲେ…

ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ପାଣିପାଗ ବିଭାଗ ତରଫରୁ କେନ୍ଦୁଝର ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଥିଲା । ଏହାପରେ ଲୋକଙ୍କ ଧନ, ଜୀବନକୁ ଦୃଷ୍ଟିରେ ରଖି ପ୍ରଶାସନ…

ସଶକ୍ତ ଶିଶୁ ସଶକ୍ତ ଭାରତ କାର୍ଯ୍ୟକ୍ରମରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ, କହିଲେ ଶିଶୁଙ୍କ ବୈଷୟିକ ଜ୍ଞାନକୌଶଳ…

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ମଧୁବିଦ୍ଯା ପୀଠ ବିଦ୍ୟାଳୟ ପରିସରରେ ‘ସଶକ୍ତ ଶିଶୁ ସଶକ୍ତ ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରୋଟାରୀ…

ଜଳପ୍ରପାତରେ ଗାଧୋଉଥିବା ବେଳେ ଖସିପଡ଼ିଲେ ଶିକ୍ଷକ, ତାପରେ….

ବରଗଡ଼,୧୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ଅଞ୍ଚଳରେ ଥିବା ପର୍ଯ୍ୟଟନସ୍ଥଳୀ ବାରବଖରା ଜଳପ୍ରପାତରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି । ଏହି ଜଳପ୍ରପାତରେ ଗାଧୋଉଥିବା…

ବର୍ଷାରେ ଧସିଲା ଗାର୍ଡ଼ ୱାଲ୍‌, ନଦୀକୂଳ ବାସୀ ଭୟଭିତ

ଆଳି,୧୬।୮(ବନମାଳୀ ସେନାପତି): କେନ୍ଦ୍ରାପଡ଼ା ଜିଲା ଆଳି ରିଙ୍ଗ ବନ୍ଧର ବଉଳଯୋଡି ନିକଟରେ ଥିବା ସଲୁଇସ୍‌ ଗେଟର ଗାର୍ଡ ୱାଲ୍‌ ବର୍ଷା ଯୋଗୁ ଧସି ଯାଇଛି। ଗାର୍ଡୱାଲ ଧସିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri