Posted inପୁରୀ

ସାକ୍ଷୀଗୋପାଳରେ ୨ଘରୁ ଡକାୟତି: ହାତଗୋଡ ବାନ୍ଧି ଲୁଟିନେଲେ ଟଙ୍କା, ସୁନା

ସାକ୍ଷୀଗୋପାଳ, ୪ା୮(ଡି.ଏନ୍‌.ଏ.): ସାକ୍ଷୀଗୋପାଳ ରେଳଷ୍ଟେଶନ ନିକଟରେ ଶୁକ୍ରବାର ବିଳମ୍ବିତ ରାତ୍ରିରେ ଏକ ଦୁଇଟି ପରିବାରରୁ ଲୁଟେରାମାନେ ବିପୁଳ ପରିମାଣର ସମ୍ପତ୍ତି ଲୁଟ୍‌ କରିନେଇଛନ୍ତି। ଲୁଟେରାମାନେ ଯାଦବ ନିବାସରେ ୧୦ଜଣ ଡକାୟତ ପଶି ୭ଜଣ ପରିବାର ସଦସ୍ୟଙ୍କ ମୁଣ୍ଡରେ ପିସ୍ତଲ ଲଗାଇ ହାତଗୋଡ ବାନ୍ଧି ସେମାନଙ୍କୁ ମାରପିଟ୍‌ କରି ଲକ୍ଷାଧିକ ଟଙ୍କା, ସୁନା ଗହଣା ଲୁଟ୍‌ କରିଛନ୍ତି। ମାତ୍ର ୪୦ ମିନିଟ୍‌ ଭିତରେ ସେମାନେ ଅବସରପ୍ରାପ୍ତ ଦୁଇ କର୍ମଚାରୀଙ୍କୁ ସର୍ବଶାନ୍ତ କରିଦେଇ ଘଟଣାସ୍ଥଳରୁ ଖସି ପଳାଇ ଯାଇଥିଲେ। ଖବରପାଇ ରାତି ୩ଟାରେ ସତ୍ୟବାଦୀ ଥାନା ଆଇଆଇସି ତପନ କୁମାର ରାଉତ ଓ ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚତ୍ ଆଖପାଖ ଅଞ୍ଚଳରେ ଚଢ଼ାଉ କରିଥିଲେ। ଦୁଇ ପରିବାର ପକ୍ଷରୁ ସତ୍ୟବାଦୀ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଏନେଇ ସତ୍ୟବାଦୀ ଥାନା କେସ୍‌ ନଂ ୧୩୦/୧୯ରେ ଏକ ମାମଲା ରୁଜୁ କରାଯାଇଛି। ତଦନ୍ତକାରୀ ଅଧିକାରୀ ରବିନ୍ଦ୍ର ନାଥ ନନ୍ଦ ସାଇଣ୍ଟିଫିକ୍‌ ଟିମ୍‌ ସହ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି। ସାକ୍ଷୀଗୋପାଳ ଷ୍ଟେଶନ ନିକଟରେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ଯାଦବ ନାୟକ ତାଙ୍କ ପରିବାର ସହ ଉପର ମହଲାରେ ରହୁଥିବାବେଳେ ଅନ୍ୟଜଣେ ଅବସରପ୍ରାପ୍ତ କର୍ମଚାରୀ ଗଦାଧର ରଥ ସ୍ତ୍ରୀ କଲ୍ୟାଣୀଙ୍କ ସହ ତଳେ ଭଡାରେ ରୁହନ୍ତି। ଡକାୟତମାନେ ମୁଖ୍ୟ ଫାଟକ ତାଲା ଭାଙ୍ଗି ଗୋଟିଏ ଝରକା ଗ୍ରୀଲ ତାଡି ଗଦାଧରଙ୍କ କୋଠରୀକୁ ପଶିଥିଲେ। ଗଦାଧର ଓ କଲ୍ୟାଣୀଙ୍କୁ ଖଟ ଉପରେ ବାନ୍ଧିଦେଇ ସେମାନଙ୍କ ଠାରୁ ଆଲମିରା ଚାବି ନେଇ ୪୦ ହଜାର ଟଙ୍କା, ୪ ଭରି ଓଜନର ସୁନା ଗହଣା ଲୁଟି ନେଇଥିଲେ। ଏହା ସହ ଆଲମିରା, ଫ୍ରିଜ୍‌, ରୋଷେଇଘର, ଟେବୁଲ ଡ୍ରରୁ ଜିନଷ ପତ୍ର ବାହାର କରି ପକାଇ ଦେଇଥିଲେ। ପରେ ଡକାୟତ ଦଳ ଉପର ମହଲାରେ ଯାଦବ ନାୟକ, ତାଙ୍କ ସ୍ତ୍ରୀ ମୀନା ଦେବୀ, ଦୁଇଝିଅ ଗୀତାଞ୍ଜଳୀ, ପୁଷ୍ପାଞ୍ଜଳୀ ଓ ନାତି ସୌମ୍ୟରଞ୍ଜନଙ୍କ ମୁଣ୍ଡରେ ପିସ୍ତଲ ଲଗାଇ ସେମାନଙ୍କୁ ଗୋଟିଏ ଘରେ ବାନ୍ଧି ବନ୍ଦ କରିଦେଇଥିଲେ। ଝିଅ ଓ ସ୍ତ୍ରୀ ପିନ୍ଧିଥିବା ସୁନା ଅଳଙ୍କାର ଛଡାଇ ନେଇଥିଲେ। ନଗଦ ଏକ ଲକ୍ଷ ଟଙ୍କା, ୧୦ ଭରି ସୁନା ଅଳଙ୍କାର, ରୂପା ଗହଣା, ୩ ଟି ମୋବାଇଲ ଓ ୪ ଟି ହାତ ଘଣ୍ଟା ଆଦି ଲୁଟି ନେଇଥିବା ପୋଲିସ ନିକଟରେ ଅଭିଯୋଗରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନେ କରୁଥିଲେ ନକଲ, ଏବେ ଟିମ୍‌ ଇଣ୍ଡିଆ ପାଇଁ ଡେବ୍ୟୁ କରିବେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୩୦।୯: କୁହାଯାଏ, ନକଲ ପାଇଁ ମଧ୍ୟ ଅକଲ ଦରକାର। ଦକ୍ଷିଣ ଆଫ୍ରିକାର ପୂର୍ବତନ ଦ୍ରୁତ ବୋଲର ଡେଲ ଷ୍ଟେନଙ୍କ ଆଦର୍ଶ ମାନି ତାଙ୍କ ବୋଲିଂ ଆକ୍ସନ ଓ…

ଟିମ ମାହୋଲରେ ଖୁସିନାହାନ୍ତି ବିରାଟ କୋହଲି: ଚାଞ୍ଚଲ୍ୟକର ବୟାନ ଦେଲେ କ୍ରିକେଟ୍‌ କିମ୍ବଦନ୍ତୀ

ନୂଆଦିଲ୍ଲୀ,୩୦।୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‌ରେ ବ୍ୟସ୍ତ ଅଛନ୍ତି ବିରାଟ କୋହଲି। ଏହି ସମୟରେ ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ବିରାଟଙ୍କ ଟେଷ୍ଟ କ୍ରିକେଟରୁ ଅବସରକୁ…

ମହାନଦୀର ପଛୁଆ ପାଣିରେ ବୁଡ଼ିଲା ରାସ୍ତାଘାଟ, ଡଙ୍ଗା ପାଲଟିଛି ସାହାରା

ଖୋର୍ଦ୍ଧା,୩୦ା୯(ପ୍ରଭାତ ପାଣିଗ୍ରାହୀ): ମହାନଦୀର ପଛୁଆ ପାଣି ପ୍ରବେଶ ଯୋଗୁ ଖୋର୍ଦ୍ଧା ବ୍ଲକରେ ବନ୍ୟାଜଳ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ବ୍ଲକ ଓରବରସିଂହ ପଞ୍ଚାୟତର ହିରୁମୂଳକୁ ସଂଯୋଗ କରୁଥିବା…

ଲଭ-ସେକ୍ସ-ଧୋକା: ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗ: ଅଭିଯୁକ୍ତ ଫେରାର

ଦିଗପହଣ୍ଡି, ୩୦।୯ (ଅଶେଷ ନାଥ ମିଶ୍ର): ଭଲ ପାଇବା, ବିବାହର ପ୍ରତିଶ୍ରୁତି ଏବଂ ପରେ ପ୍ରତାରଣା ଅଭିଯୋଗକୁ ନେଇ ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଏକ ମାମଲା…

‘ମୋଦି ମୋତେ କହିଲେ ମୋ ପରେ ତୁମେ…’, ରାହୁଲଙ୍କ ବୟାନକୁ ନେଇ ଜୋରଦାର ଚର୍ଚ୍ଚା

ନୂଆଦିଲ୍‌ଲୀ,୩୦।୯: କଂଗ୍ରେସ କାର୍ଯ୍ୟକାରୀ କମିଟି (CWC) ବୈଠକ ପରେ ରାହୁଲ ଗାନ୍ଧୀଙ୍କ ଏକ କଥିତ ବୟାନକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି। ରାହୁଲ ଗାନ୍ଧୀ ବୈଠକରେ ର୍ନିବାଚନ…

ପାଣି ପାଇଁ ତାତିଲେ ମହିଳା, ହାଣ୍ଡି-ମାଠିଆ ଧରି ରାସ୍ତାରେ ବସିଲେ

ପୁରୁଷୋତ୍ତମପୁର,୩୦ା୯(ସବିତା ମିଶ୍ର): ପାଣି ପାଇଁ ଫୁଟିଲା ଅସନ୍ତୋଷ। ହାଣ୍ଡି-ମାଠିଆ ଧରି ରାଜରାସ୍ତାକୁ ଓହ୍ଲାଇଲେ ମହିଳା। ଦୁଇ ମାସ ଧରି ପାନୀୟଜଳ ମିଳୁ ନ ଥିବା ଅଭିଯୋଗରେ ଗଞ୍ଜାମ…

ବଦଳିବ ରାହୁ-କେତୁଙ୍କ ଚାଲି: କନ୍ୟା,ମୀନ ରାଶିଙ୍କ ସମେତ ୬ ରାଶିଙ୍କ ଗୋଲଡେନ ଟାଇମ୍‌ ଆରମ୍ଭ, ଧନବର୍ଷା ସହ ବଡ଼ ଚାକିରିର ଅଫର୍‌

ରାହୁ ମକର ରାଶିକୁ ଏବଂ କେତୁ କର୍କଟ ରାଶିକୁ ଆସିବା ଫଳରେ ଡିସେମ୍ୱର ମାସରେ ଅନେକ ରାଶିଙ୍କ ପାଇଁ ଭଲ ସମୟ ଆରମ୍ଭ ହେବ। ଭାଗ୍ୟଶାଳୀ ରାଶିମାନଙ୍କ…

ବିଦ୍ୟାଭାରତୀଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ବଡ଼ ଝଟ୍‌କା: ଆବେଦନ ଖାରଜ

ଭୁବନେଶ୍ୱର,୩୦।୯: : ବହୁଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ ମହାପାତ୍ରଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ବିଦ୍ୟାଭାରତୀଙ୍କ ପକ୍ଷରୁ ଦାଖଲ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?