ସାଇକେଲ ପଛରେ ପିତାଙ୍କୁ ବସାଇ ୧୨ଶହ କିଲୋମିଟର ଯାତ୍ରା କରିଥିବା ବିହାର ଯୁବତୀଙ୍କୁ ପ୍ରଶଂସା କଲେ ଇଭାଙ୍କା

ଦରଭଙ୍ଗା,୨୩।୫: ଲକ୍‌ଡାଉନ ଯୋଗୁ ବାହାରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନେ ଏବେ ଘରମୁହାଁ ହୋଇଛନ୍ତି। ଏହି କ୍ରମରେ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ବିହାରର ୧୫ ବର୍ଷର ଝିଅ ଜ୍ୟୋତି କୁମାରୀ। ସେ ତାଙ୍କ ଆହତ ପିତାଙ୍କୁ ସାଇକେଲରେ ବସାଇ ୧୨୦୦ କିଲୋମିଟର ଯାତ୍ରା କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଜ୍ୟୋତିଙ୍କ ଏହି ସାହସିକତା ପାଇଁ ସାଇକ୍ଲିଂ ଫେଡେରେଶନ ଅଫ୍‌ ଇଣ୍ଡିଆ(ସିଏଫ୍‌ଆଇ)ତାଙ୍କର ପ୍ରଶଂସା କରିବା ସହ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଟ୍ରମ୍ପ ମଧ୍ୟ ଜ୍ୟୋତିଙ୍କ ସାହସିକତାର ପ୍ରଶଂସା କରିଛନ୍ତି। ଇଭାଙ୍କା ଶୁକ୍ରବାର ଟୁଇଟ କରି ଜ୍ୟୋତିଙ୍କ ପ୍ରଶଂସା କରିଛନ୍ତି। ସୂଚନାଯୋଗ୍ୟ, ଜ୍ୟୋତି କୁମାରୀଙ୍କ ପିତା ମୋହନ ପାଶଓ୍ବାନ ହରିୟାଣାର ଗୁରୁଗ୍ରାମରେ ଇ-ରିକ୍ସା ଚଳାଉଥିବା ବେଳେ ନିକଟରେ ଝିଅ ଜ୍ୟୋତି ତାଙ୍କ ପାଖକୁ ଯାଇଥିଲେ। ଏହି ସମୟରେ ପିତାଙ୍କର ଦୁର୍ଘଟଣା ହେବାରୁ ତାଙ୍କ ଗୋଡ଼ରେ ଆଘାତ ଲାଗିଥିଲା ଓ ସେ ଆଉ ରିକ୍ସା ଚଳାଇ ପାରି ନ ଥିଲେ। ଅନ୍ୟପଟେ ଲକ୍‌ଡାଉନ ଯୋଗୁ ତାଙ୍କ ପିତାଙ୍କ ରୋଜଗାର ନ ଥିବାରୁ ବାପ-ଝିଅଙ୍କ ଚଳିବା କଷ୍ଟକର ହୋଇ ପଡିଥିଲା। ଏପଟେ ଏମାନଙ୍କ ପାଖରେ ଅର୍ଥର ଅଭାବ ଥିବାରୁ ଘରକୁ ଫେରିବାକୁ ମଧ୍ୟ ସେମାନେ ସାହାସ କରିପାରୁ ନ ଥିଲେ। ଶେଷରେ ଜ୍ୟୋତି ସାହସ ଜୁଟାଇ ଆହତ ପିତାଙ୍କୁ ସାଇକେଲ ପଛରେ ବସାଇ ଦୀର୍ଘ ୧୨୦୦ କିଲୋମିଟର ଯାତ୍ରା କରି ନିଜଗ୍ରାମ ବିହାରର ଦରଭଙ୍ଗାରେ ପହଞ୍ଚିଥିବାକୁ ତାଙ୍କୁ ୭ ଦିନ ସମୟ ଲାଗିଥିବା ସେ କହିଛନ୍ତି। ଏବେ ଜ୍ୟୋତିଙ୍କର ଏହି ସାହସକୁ ଦେଖି ନ୍ୟାଶନାଲ ସାଇକ୍ଲିଂ ଏକାଡେମୀ ତାଙ୍କର ଏକ ଟେଷ୍ଟ ନେବାକୁ କହିଛି। ହେଲେ ଏଥିପାଇଁ ସେ ଏକମାସ ସମୟ ମାଗିଛନ୍ତି। ଇଭାଙ୍କାଙ୍କ ଟୁଇଟ୍‌ ଦେଖିବା ପରେ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲା ମଧ୍ୟ ଜ୍ୟୋତିଙ୍କ ସାହସିକତାର ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ଦେଶ, ଯେଉଁଠି ଛତାଧରି ସାଇକେଲ ଚଲାଇବା ମନା

ଜାପାନର ଟେକ୍‌ନୋଲୋଜି ସବୁଠାରୁ ଭିନ୍ନ। ଏଠାକାର ଆଇନ ମଧ୍ୟ ବହୁତ କଡ଼ା। ଯାହାକି ଏହାକୁ ସୁରକ୍ଷିତ ଦେଶ କରିପାରିଛି। ଜାପାନରେ କଡ଼ା ଆଇନ ରହିଛି। ସାଇକେଲ...

ଗାଁରେ ବିତାଅ ୭୫ ଘଣ୍ଟା, ଏମ୍‌ପିଙ୍କୁ ପ୍ରଧାନମନ୍ତ୍ରୀଙ୍କ ଗୁରୁମନ୍ତ୍ର…

ନୂଆଦିଲ୍ଲୀ,୨୭।୭: ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ରାଜ୍ୟ ସଭା ଏବଂ ଲୋକ ସଭାରେ ଅଚଳାବସ୍ଥା ଜାରି ରହିଛି। ଏପରିସ୍ଥଳେ ଭାଜପା ସଂସଦୀୟ ଦଳ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ପାକିସ୍ତାନ ବିପକ୍ଷରେ ଭାରତର ବିଜୟ: ଅମିତ ଶାହ କହିଲେ, ଆଉ ଏକ ସର୍ଜିକାଲ ଷ୍ଟ୍ରାଇକ୍‌

ନୂଆଦିଲ୍ଲୀ, ୧୭।୬: ବିଶ୍ୱକପର ଏକ ହେଭିଓ୍ବେଟ ମୁକାବିଲାରେ ଭାରତ ୮୯ ରନରେ ପାକିସ୍ତାନକୁ ପରାସ୍ତ କରିଛି। ଏହି ମହାବିଜୟ ପରେ ଭାରତକୁ ଶୁଭେଚ୍ଛା ଜଣାଇଛନ୍ତି ବହୁ...

ପ୍ରଧାନମନ୍ତ୍ରୀ ମୋଦି ଫୋନ କରିବା ମାତ୍ରେ କାନ୍ଦିଲେ ମହିଳା ହକି ଖେଳାଳି

ଟାକିଓ ଅଲିମ୍ପିକ୍ସରେ ଭାରତୀୟ ମହିଳା ହକି ଦଳ ବ୍ରିଟେନ ବିପକ୍ଷରେ ପରାଜୟର ସମ୍ମୁଖୀନ ହୋଇଛି ସତ ମାତ୍ର ଦଳ ୧୩୦ କୋଟି ଦେଶବାସୀଙ୍କ ହୃଦୟ ଜିତି...

ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ବଦଳରେ ଜୀବିତ ଯବାନଙ୍କ ଘରେ ପହଞ୍ଚିଗଲେ କେନ୍ଦ୍ର ମନ୍ତ୍ରୀ

ବେଙ୍ଗାଲୁରୁ,୨୨।୮: କର୍ନାଟକରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଏ ନାରାୟଣସ୍ବାମୀ ଶହୀଦ ହୋଇଥିବା ଯବାନଙ୍କ ବଦଳରେ...

ଭାଜପା ଏମ୍‌ପିଙ୍କ ବିବାଦୀୟ ମନ୍ତବ୍ୟ:ଦଳୀୟ ସ୍ବାର୍ଥ ଦୃଷ୍ଟିରୁ ଜେଡିୟୁ ସହ ମେଣ୍ଟ ହୋଇଛି

ପାଟନା, ୪।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରୀମଣ୍ଡଳର ଆବଣ୍ଟନକୁ ନେଇ ବିବାଦ ଦେଖା ଦେବା ପରେ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇ ନ ଥିଲା ବିହାର ମୁଖ୍ୟମନ୍ତ୍ରୀ...

କାହିଁକି ମଣିଷ ରକ୍ତ ପିଅନ୍ତି ମଶା… କାରଣ ଜାଣି ଚକିତ ହେଲେ ବୈଜ୍ଞାନିକ

ଆପଣ ଜାଣନ୍ତି କି ମଶା ଆପଣଙ୍କ ରକ୍ତକୁ କାହିଁକି ଶୋଷନ୍ତି? ସେମାନେ କିପରି ରକ୍ତ ପିଇବାର ଅଭ୍ୟାସରେ ପଡ଼ିଲେ? ହୁଏତ ନା। ଏବେ ବୈଜ୍ଞାନିକମାନେ ଏହାର...

ମୋଦିଙ୍କୁ କୁକିଙ୍କ ନିବେଦନ: ସାର୍‌ ବିଦାୟ ସମ୍ବର୍ଦ୍ଧନା ତ କରି ଦିଅନ୍ତୁ, +୨ ପଢ଼ୁଥିବା ନେହାଙ୍କୁ ଶାଢ଼ିରେ ଦେଖିବାକୁ ଇଚ୍ଛା ଥିଲା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ବସିଥିବା ବୈଠକ ପରେ ସିବିଏସ୍‌ଇର ଦ୍ୱାଦଶ ଶ୍ରେଣୀ ପରୀକ୍ଷା ରଦ୍ଦ କରାଯିବା ନେଇ ଘୋଷଣା କରାଯାଇଥିଲା। କୋଭିଡର...

Advertisement


Archives

Model This Week