ସାଇକେଲରେ ସବୁଜ ବାହିନୀର ସଚେତନତା

ବ୍ରହ୍ମପୁର ଅଫିସ,୨ା୧- ନୂତନ ବର୍ଷକୁ କିଛି ନିଆରା ଢଙ୍ଗରେ ସ୍ବାଗତ କରିଛନ୍ତି ବ୍ରହ୍ମପୁର ସବୁଜ ବାହିନୀ କର୍ମକର୍ତ୍ତା ।
ନୂତନ ବର୍ଷରୁ ଗୃହ ମଧ୍ୟରେ ଚାରା ତଥା ଅନ୍ତଃଗୃହ ଚାରା ରୋପଣ ଦିଗରେ ଜନସଚେତନତା ଆରମ୍ଭ କରିଛନ୍ତି। ପୂର୍ବରୁ ସବୁଜ ବାହିନୀ ତରଫରୁ ବିଭିନ୍ନ ସ୍ଥାନରେ ବାହ୍ୟ ଚାରାରୋପଣ ଉପରେ ସଚେତନତା ସହ ଏ ଦିଗରେ ବହୁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।
ଏବେ ଅନ୍ତଃଗୃହ ଚାରା ରୋପଣ ଓ ତା’ର ଆବଶ୍ୟକତା ଉପରେ ସଚେତନତା ସୃଷ୍ଟି କରିବାକୁ ସବୁଜ ବାହିନୀ ଅଣ୍ଟା ଭିଡିଛି। ଏନେଇ ନୂତନ ବର୍ଷ ଅବସରରେ ଏକ ସଚେତନତା ସାଇକେଲ ଯାତ୍ରା ଆୟୋଜିତ ହୋଇଥିଲା। ପୁରୁଣା ବସ୍‌ଷ୍ଟାଣ୍ଡରୁ ଏହି ସାଇକେଲ ଶୋଭାଯାତ୍ରା ବାହାରି ବିଭିନ୍ନ ଅଞ୍ଚଳ ପରିକ୍ରମା କରି ଗିରିଜା ଛକରେ ପହଞ୍ଚିଥିଲା ।
ଏଥିରେ ପ୍ରାୟ ୧୬ ଜଣ ସ୍ବେଚ୍ଛାସେବୀ, ସାମାଜିକ କର୍ମୀ, ସମାଜସେବୀ ସାମିଲ ହୋଇ ଅନ୍ତଃଗୃହ ଚାରାରୋପଣର ଅବଶ୍ୟକତା ଓ ଗୁରୁତ୍ୱ ଉପରେ ସଚେତନ କରିଥିଲେ। ଆଧୁନିକ ସମାଜରେ ବିଳାସପୂର୍ଣ୍ଣ ତଥା ଅତ୍ୟାଧୁନିକ ସାଜସଜ୍ଜା ଗୃହରେ ରହିବାକୁ ଅନେକ ପସନ୍ଦ କରୁଛନ୍ତି ା ଫଳରେ ଅନେକଙ୍କ ବାହ୍ୟ ଚାରାରୋପଣ ପାଇଁ ଇଚ୍ଛା ସତ୍ତ୍ୱେ ଏହା କରିପାରୁ ନାହାନ୍ତି। ତେଣୁ ଇଚ୍ଛୁକ ଜନସାଧାରଣ ଗୃହ ଭିତରେ ଘିକୁଅଁାରୀ, ତୁଳସୀ ଓ ମନି ପ୍ଲାଣ୍ଟ ଭଳି ଅନ୍ତଃଗୃହ ଚାରା ରୋପଣ କରିପାରିବେ ବୋଲି ସଂଗଠନ ପକ୍ଷରୁ ସୂଚାଯାଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଚକ୍ଷୁ ବିଶେଷଜ୍ଞ ଡ. ବି.ନାଗେଶ୍ୱର ରାଓ ସୁବୁଦ୍ଧି ଯୋଗଦେଇ ଶୋଭାଯାତ୍ରାକୁ ଉଦ୍‌ଘାଟନ କରିଥିଲେ। ସମ୍ମାନିତ ଅତିଥି ମଧୁମେହ ବିଶେଷଜ୍ଞ ଡା.ସୁନୀଲ କୋଟା ଏହାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଇକୋକ୍ଲବ ଜିଲା ସଂଯୋଜକ ଡ. ଶଙ୍କର ନାରାୟଣ ବେଜ ସ୍ବାଗତ ଭାଷଣ ଦେଇଥିଲେ ା ସବୁଜ ବାହିନୀ ସଭାପତି ଶିବରାମ ପାଣିଗ୍ରାହୀ, ସମ୍ପାଦକ ଏମ୍‌.ଦିଲୀପ କୁମାର, ଆଞ୍ଚଳିକ ବିକାଶ ପରିଷଦ ସଭାପତି ସାଗର କୁମାର ପାତ୍ର, ସମ୍ପାଦକ ବିଜେନ୍ଦ୍ର ମାଝି, ମାରୱାଡି ମହିଳା ସମ୍ପାଦିକା ରୁବି ଖେମାଣି, ମହାତ୍ମା ହେଲ୍‌ଫି ହ୍ୟାଣ୍ଡର ଏମ୍‌. ଭେଙ୍କଟ ରାମାଣା, ବନମାଳୀ ପ୍ରଧାନ, ଅରବିନ୍ଦ ଦେଶି ବେହେରା ଓ ଗୋପାଳ କୃଷ୍ଣ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କୁ ହତ୍ୟା ଅଭିଯୋଗ, ସ୍ବାମୀ ଅଟକ

ଭଞ୍ଜନଗର,୭।୩(ଡି.ଏନ୍‌.ଏ.): ଭଞ୍ଜନଗର ଥାନା ବାଲିଆପଟାର ବସୁମତି ନାୟକ (୨୮)ଙ୍କୁ ଶୁକ୍ରବାର ରାତିରେ ଶାଶୁଘର ଲୋକେ ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଶନିବାର ସକାଳେ...

ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଯୁକ୍ତ ୩ ପରୀକ୍ଷାଫଳ ପ୍ରକାଶ : ପାସ୍‌ ହାର ୯୦ ପ୍ରତିଶତ

ବ୍ରହ୍ମପୁର ଅଫିସ୍‌,୯ା୬-ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଅଧୀନ ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ, ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଏବଂ ଗୋପାଳପୁର ଡିଗ୍ରୀ ମହାବିଦ୍ୟାଳୟର ଯୁକ୍ତ ୩ ପରୀକ୍ଷା ଫଳ...

କୋଚିଂ ସେଣ୍ଟରରୁ ଛାତ୍ରୀଙ୍କୁ ଅପହରଣ

ବୁଗୁଡା,୨୨ା୪: ଗଞ୍ଜାମ ଜିଲା ବୁଗୁଡ଼ା ଥାନା ଅଞ୍ଚଳର ଜନୈକା ଛାତ୍ରୀଙ୍କୁ ଅପହରଣ ଅଭିଯୋଗରେ ପୋଲିସ ଗୁରୁବାର ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।...

ଫାସିବନ୍ଧ ଗାଁରେ ଅଗ୍ନିକାଣ୍ଡ: ଜଳିଗଲା ୩ ବଖରା

ଦିଗପହଣ୍ଡି,୨୫।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଫାସିବନ୍ଧ ଗାଁରେ ଗୁରୁବାର ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗାଁର ରମେଶ ଗୌଡଙ୍କ ୩...

ଚେନ୍ନାଇରୁ ବୋଟ୍‌ରେ ଆସିଲେ ୪୨ ଶ୍ରମିକ : ସମୁଦ୍ରରେ ୫ ଦିନ ଯାତ୍ରା, କ୍ୱାରାଣ୍ଟାଇନ୍‌କୁ ଗଲେ ସମସ୍ତେ

ବ୍ରହ୍ମପୁର ଅଫିିସ,୧୨ା୫-ଗଞ୍ଜାମ ଜିଲାକୁ ପୁଣି ବୋଟ୍‌ରେ ଆସିଲେ ପ୍ରବାସୀ ଶ୍ରମିକ। ସୋମବାର ସନ୍ଧ୍ୟାରେ ଚେନ୍ନାଇରୁ ସମୁଦ୍ରରେ ୪୨ ଜଣ ଶ୍ରମିକ ମାର୍କଣ୍ଡିରେ ପହଞ୍ଚିଛନ୍ତି । ଏମାନଙ୍କ...

ପାଞ୍ଚୋଟି ଚେକ୍‌ ଡ୍ୟାମ୍‌ର ପୁନରୁଦ୍ଧାର ଦାବି

ପୋଲସରା, ୨୦।୪: ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ କାଶୀନାଥପୁର ଡାବୁରିଆ ନାଳରେ ନିର୍ମିତ ପାଞ୍ଚୋଟି ଚ୍ୟାକ୍‌ ଡ୍ୟାମ୍‌ର ମାଟି ବ୍ୟାଙ୍କ, ଗାର୍ଡ ୱାଲ, ପଥର ପ୍ୟାକିଙ୍କି,...

ନାବାଳିକାଙ୍କୁ ବଳାତ୍କାର, ଅଶ୍ଳୀଳ ଫଟୋ ଭାଇରାଲ

ଗୋପାଳପୁର,୭ା୯-ଗଞ୍ଜାମ ଜିଲାର ବିଭିନ୍ନ ଗ୍ରାମାଞ୍ଚଳରେ ଏବେ ମଧ୍ୟ ବାଲ୍ୟବିବାହ ଚାଲିଛି। ଗୋଳନ୍ଥରା ଥାନା ଅଞ୍ଚଳର ଜଣେ ନାବାଳିକା ବିବାହ ପରେ ଗଁ।କୁ ଆସିଥିବାବେଳେ ତାଙ୍କୁ ବଳାତ୍କାର...

ଉନ୍ନୟନ କାର୍ଯ୍ୟ ଅନୁଧ୍ୟାନ କଲେ ପ୍ରମୁଖ ସଚିବ

ଗୋପାଳପୁର/ହିଞ୍ଜିଳିକାଟୁ/ଶେରଗଡ଼,୧୯ା୨(ଡି.ଏନ୍‌.ଏ.) – ଗୋପାଳପୁର/ହିଞ୍ଜିଳିକାଟୁ/ଶେରଗଡ଼,୧୮ା୨(ଡି.ଏନ୍‌.ଏ.)-ସାଧାରଣ ଉଦ୍ୟୋଗ ବିଭାଗ ପ୍ରମୁଖ ସଚିବ ବିଜୟ ଆରୋରା ମଙ୍ଗଳବାର ଗଞ୍ଜାମ ଜିଲା ଗସ୍ତରେ ଆସିଥିଲେ। ରଙ୍ଗେଇଲୁଣ୍ଡା, ହିଞ୍ଜିଳିକାଟୁ, ଶେରଗଡ଼ ବ୍ଲକ ଗସ୍ତ କରି...

Advertisement
Archives

Model This Week