ସାଇକେଲରେ ପୁନେରୁ ଆନନ୍ଦପୁର ଫେରିଲେ ଅରୁଣ

ଆନନ୍ଦପୁର,୧୭। ୫(ସ୍ବ.ପ୍ର.)-କେନ୍ଦୁଝର ଜିଲା ଆନନ୍ଦପୁର ବାସିନ୍ଦା ରାମ ଜେନାଙ୍କ ପୁଅ ଅରୁଣ ଜେନା ସାଇକେଲ ଯୋଗେ ମହାରାଷ୍ଟ୍ରର ପୁନେ ଅଞ୍ଚଳରୁ ଆସି ରବିବାର ଘରେ ପହଞ୍ଚିଛନ୍ତି। ଅରୁଣ ରୋଜଗାର କରିବା ପାଇଁ ପୁନେ ଅଞ୍ଚଳରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ଲକଡାଉନ ଘୋଷଣା ହେବା ପରେ କମ୍ପାନୀରୁ ଯାହା କିଛି ଟଙ୍କା ପାଇଥିଲେ ସେଥିରେ ଚଳିବାକୁ ଚେଷ୍ଟା କରିଥିଲେ। ହେଲେ ଟଙ୍କା ସରିଯିବା ପରେ କମ୍ପାନୀ ଆଉ ଅଧିକ ଅର୍ଥ ଦେବାକୁ ମନା କରିଦେଇଥିଲା। ଶେଷରେ ବାଧ୍ୟ ହୋଇ ସେ ନିଜ ଘରକୁ ଫେରିବାକୁ ଚେଷ୍ଟା କରିଥିଲେ। ପାଖରେ ଅର୍ଥ ନ ଥିବାରୁ ସେ ନିଜ ଘରକୁ ଅର୍ଥ ପଠାଇବା ପାଇଁ କହିଥିଲେ। ପରେ ପରିବାର ଲୋକ ଅର୍ଥ ପଠାଇବାର ବ୍ୟବସ୍ଥା କରିଥିଲେ। ସେହି ଅର୍ଥରେ ସାଇକେଲ ଖଣ୍ଡେ କିଣି ନିଜର ଘର ଅଭିମୁଖେ ବାହାରିଥିଲେ। ଦୀର୍ଘ ୯ ଦିନ ଯାତ୍ରା ପରେ ରବିବାର ଅରୁଣ ଆନନ୍ଦପୁରରେ ପହଞ୍ଚିଥିବା ପ୍ରକାଶ କରିଛନ୍ତି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ତାଙ୍କୁ କ୍ୱାରାଣ୍ଟାଇନରେ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାଠକୁ ଦେଉଛନ୍ତି ଜୀବନ୍ତ ରୂପ

ପାଟଣା, ୮ା୧୧(ସ୍ବ.ପ୍ର.): ତାଙ୍କ ନିହାଣ ମୁନରେ କାଠ କଥା କହେ, ହାତର ସ୍ପର୍ଶରେ ହୋଇଉଠେ ଅନନ୍ୟ। ଘରକରଣାଠାରୁ ଆରମ୍ଭ କରି ପ୍ରତିମୂର୍ତ୍ତିକୁ ଦିଅନ୍ତି ଜୀବନ୍ତ ରୂପ।...

କ୍ରିକେଟ ପଡ଼ିଆରୁ ୩ ବାଇକ, ୭ ସାଇକେଲ ଜବତ

ପାଟଣା, ୨୯ା୩(ସ୍ବ.ପ୍ର.): କରୋନା ପାଇଁ ସରକାର ସାରା ଦେଶରେ ଲକ୍‌ଡାଉନ ଘୋଷଣା କରିଛନ୍ତି। ହେଲେ ଏହି କଟକଣାକୁ ଉଲ୍ଲଂଘନ କରି କେନ୍ଦୁଝର ଜିଲା ପାଟଣା ଥାନା...

ପରୀକ୍ଷଣ ପରେ ବୈତରଣୀ ବ୍ୟାରେଜର ଖୋଲାଗଲା ଦୁଇଟି ଗେଟ୍‌

ଆନନ୍ଦପୁର,୧୭।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବୈତରଣୀ ନଦୀ ବ୍ୟାରେଜର ଦୁଇଟି ଗେଟ୍‌ ସୋମବାର ମଧ୍ୟାହ୍ନରେ ଖୋଲାଯାଇ ଜଳ ନିଷ୍କାସନ ପ୍ରକ୍ରିୟା ଆରମ୍ଭ ହୋଇଛି। ମାତ୍ର ୪...

ପରିବା ଦର ଆକାଶ ଛୁଆଁ : ଚାହିଦା ମେଣ୍ଟାଉଛି ପାହାଡ଼ି କାକୁଡ଼ି

କେନ୍ଦୁଝର, ୨୧ା୯ (ସ୍ବ.ପ୍ର.) -କେନ୍ଦୁଝରରେ ପନିପରିବା ଦର ଆକାଶ ଛୁଆଁ । ଏଭଳି ପରିସ୍ଥିତିରେ ବେପାରୀ ମାନେ ପରିବା ଦରକୁ ଆହୁରୀ ଅଧିକ ବଢାଇ ଦେଉଥିବାରୁ...

ବିନା ଲାଇସେନ୍ସରେ ଗାଡ଼ି ଚଳାଉଥିବା ୮ ନାବାଳକଙ୍କୁ ୨୫ ହଜାର ଜରିମାନା

କେନ୍ଦୁଝର,୨୯।୩(ସ୍ବ.ପ୍ର.): ବିନା ଲାଇସେନ୍ସରେ ଗାଡ଼ି ଚଳାଉଥିବା ୮ ଜଣ ନାବାଳକଙ୍କୁ ସ୍ବତନ୍ତ୍ର ଏନଫୋର୍ସମେଣ୍ଟ ଟିମ୍‌ ଧରିଛି। ପ୍ରତ୍ୟେକଙ୍କୁ ୨୫ ହଜାର ଟଙ୍କା ଫାଇନ୍‌ କରାଯିବା ସହ...

ଚାକିରି ଦେବା ନାମରେ ଠକେଇ, ଯୁବକ ଗିରଫ

କୋଡ଼ପଡ଼ା/ଆନନ୍ଦପୁର,୭ା୪(ଡି.ଏନ୍‌.ଏ./ସ୍ବ.ପ୍ର): କେନ୍ଦୁଝର ଜିଲା ଘସିପୁରା ପୋଲିସ ଠକେଇ ଅଭିଯୋଗରେ ଶୁକ୍ରବାର ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଉକ୍ତ ଥାନା ଅନ୍ତର୍ଗତ ବସନ୍ତପୁରା ଗ୍ରାମର...

ପାରୋଲରେ ଗଲେ ୫ କଏଦୀ

କେନ୍ଦୁଝର,୧୫ା୫(ଡି.ଏନ.ଏ.)-କରୋନା ସଂକ୍ରମଣ ବଢ଼ୁଥିବାବେଳେ ଜେଲରେ ସାମାଜିକ ଦୂରତ୍ୱ ବଜାୟ ରଖିବା ଲାଗି କଏଦୀ ସଂଖ୍ୟା ହ୍ରାସ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ସଜ୍ଜା କାଟୁଥିବା...

୨୭ କ୍ରୋମାଇଟ ଭର୍ତ୍ତି ଗାଡ଼ି ଅଟକ

ଆନନ୍ଦପୁର,୯ା୧୧(ସ୍ବ.ପ୍ର.): ଆନନ୍ଦପୁର ପୋଲିସ ଦ୍ୱାରା ୨୭ଟି କ୍ରୋମାଇଟ୍‌ ଭର୍ତ୍ତି ୬ ଚକିଆ ଯାନ ଅଟକ ରଖାଯାଇଛି। ଗାଡ଼ିଗୁଡ଼ିକ ମଙ୍ଗଳବାର ବିଳମ୍ବିତ ରାତିରେ କାଳିଆପାଣି ଅଞ୍ଚଳରୁ କ୍ରୋମାଇଟ୍‌...

Advertisement
Archives

Model This Week