ସାଇକେଲରେ ତାମିଲନାଡୁରୁ ସୁବର୍ଣ୍ଣପୁର

ସୋନପୁର,୭।୬(ନି.ପ୍ର.)-ତାମିଲନାଡୁର ଶ୍ରବଣପଲିରୁ ସୁବର୍ଣ୍ଣପୁର ଜିଲାର ନାରାୟଣପୁର ଦୀର୍ଘ ୧୭୦୦ କି.ମି. ସାଇକେଲ ଯାତ୍ରା। ସୁବର୍ଣ୍ଣପୁର ଜିଲା ସୋନପୁର ବ୍ଲକ ନାରାୟଣପୁରର କରୁଣା ଧରୁଆ(୨୭), ଗିରିଗୋବର୍ଦ୍ଧନ ଧରୁଆ(୨୯), କୃଷ୍ଣଚନ୍ଦ୍ର ବଗର୍ତ୍ତି(୨୬), ଭଗବାନ ମାଝି(୩୦) ଓ ତରଭା ବ୍ଲକ କଟାପାଲି ପଞ୍ଚାୟତ ଶତ୍ରୁପାଲି ଗାଁର ପୃଥ୍ବୀରାଜ ଭୋଇ(୨୮) ସାଇକେଲ ଚଳାଇ ୧୪ ଦିନରେ ନିଜ ଗଁା ନିକଟରେ ପହଞ୍ଚତ୍ଛନ୍ତି । ଏତେ ଲମ୍ବା ପଥ ଆସିବା ବେଳେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥିଲେ ମଧ୍ୟ ନିଜ ଲକ୍ଷ୍ୟସ୍ଥଳରୁ ସେମାନେ ବିଚ୍ୟୁତ ହୋଇ ନ ଥିଲେ। ଜୀବନକୁ ବାଜି ଲଗାଇ ଗାଁରେ ଗତ ୫ ତାରିଖ ସନ୍ଧ୍ୟାରେ ପହଞ୍ଚତ୍ବା ପରେ ସେମାନେ ଆଶ୍ୱସ୍ତ ହୋଇଛନ୍ତି । ପୋଲିସ ଓ ସରପଞ୍ଚ ନାରାୟଣପୁରର ୪ ପ୍ରବାସୀ ଶ୍ରମିକଙ୍କୁ ସ୍ଥାନୀୟ ହାଇସ୍କୁଲ ଟିଏମ୍‌ସିରେ କ୍ୱାରାଣ୍ଟାଇନ୍‌ରେ ରଖିବାର ବ୍ୟବସ୍ଥା କରିଛନ୍ତି। ସେହିଭଳି ପୃଥ୍ବୀରାଜଙ୍କୁ ତରଭା ବ୍ଲକ କଣ୍ଟାପାଲି କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରଖାଯାଇଛି । ସମସ୍ତେ ଏବେ ସୁସ୍ଥ ଅଛନ୍ତି।
ମହାମାରୀ କରୋନା ମୁକାବିଲା ପାଇଁ ମାର୍ଚ୍ଚ ୨୫ ତାରିଖରେ କେନ୍ଦ୍ର ସରକାର ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା କରିଥିଲେ । ଏପଟେ କର୍ମସଂସ୍ଥାନ ହରାଇ ବାହାର ରାଜ୍ୟରେ କାମ କରୁଥିବା ଓଡିଆ ଲୋକେ ଘରକୁ ଫେରିବାକୁ ବ୍ୟଗ୍ର ହୋଇପଡିଲେ। କିଏ ଚାଲି ଚାଲି ତ ପୁଣି କିଏ ଲୁଚିଛପି ପଳାଇ ଆସିଲେ। ହେଲେ ସୁବର୍ଣ୍ଣପୁରର ଏହି ୫ ଯୁବକ ସାଇକେଲରେ ଗାଁକୁ ଫେରିବାକୁ ମନସ୍ଥ କରିଥିଲେ। ସେମାନେ କିଛିବର୍ଷ ହେଲା କୋଏମ୍ବାଟୁର ନିକଟସ୍ଥ ଶ୍ରବଣପଲିରେ ଏକ ଅଟୋ ମୋବାଇଲସ୍‌ ପାଟର୍‌ସ କାରଖାନାରେ କାମ କରୁଥିଲେ । ଲକ୍‌ଡାଉନ୍‌ ଯୋଗୁ କାରଖାନା ବନ୍ଦ ହୋଇ ଯିବାରୁ ସେଠାରେ ସେମାନେ ବହୁ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ଖାଇବାକୁ ନ ପାଇ ଭୋକରେ ରହିବାକୁ ପଡିଥିଲା । ଶେଷରେ ସମସ୍ତେ ଗ୍ୟାସ୍‌ ଚୁଲା ଓ ସିଲିଣ୍ଡର ବିକ୍ରି କରି ଗୋଟିଏ ଲେଖାଏ ସାଇକେଲ କଣିଥିଲେ । ସେହି ସାଇକେଲରେ ଘରକୁ ଫେରିବା ପାଇଁ ନିଷ୍ପତ୍ତି ନେଇଥିଲେ । ସେମାନେ ମେ ୨୨ ତାରିଖରେ ଶ୍ରବଣପଲିରୁ ବାହାରିଥିଲେ । ବହୁ ସ୍ଥାନରେ ପୋଲିସ ଅଟକାଇ ଥିଲା । ମାତ୍ର ସେମାନେ ନିଜ ସମସ୍ୟା ଜଣାଇ ଖସି ଆସିଥିଲେ । କେତେକ ସ୍ଥାନରେ ସ୍ଥାନୀୟ ଲୋକେ ଖାଇବାକୁ ଦେଇଥିଲେ । ଅଧିକାଂଶ ଦିନ ଭୋକ ଉପାସରେ ସାଇକେଲ ଚଳାଇବାକୁ ପଡୁଥିଲା ବୋଲି ସେମାନେ କହିଛନ୍ତି । କ୍ୱାରାଣ୍ଟାଇନ୍‌ ଅବଧି ପରେ ସେମାନେ ଆଉ ତାମିଲନାଡୁ ଫେରିବେ ନାହିଁ। ସରକାର ଆମକୁ କାମ ଯୋଗାଇ ଦେଲେ ଆମେ ଏଇଠି କାମ କରିବୁ ବୋଲି ପ୍ରବାସୀ ଶ୍ରମିକମାନେ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଘରେ ପହଞ୍ଚିବ ଭୋଗ, ବ୍ରତ, ଶଙ୍ଖା, ସିନ୍ଦୂର

କଟକ ଅଫିସ, ୧୦ା୧୦: ଦୁର୍ଗାପୂଜା ଆସିଲେ ଚଳଚଞ୍ଚଳ ହୋଇଉଠେ କଟକ ସହର। ପ୍ରାୟ ୧ ମାସ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୋଇଥାଏ। କାରିଗରମାନେ ମୂର୍ତ୍ତି ଓ...

ଓଡିଶା ଉପରେ ଏବେ ସାରା ବିଶ୍ୱର ନଜର: ନବୀନ

ଭୁବନେଶ୍ୱର,୨୨।୬(ବ୍ୟୁରୋ)-ପୁରୀ ରଥଯାତ୍ରା ପାଇଁ ସୋମବାର ମାନ୍ୟବର ସୁପ୍ରିମକୋର୍ଟ ଅନୁମତି ଦେବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତିକୁ ଜୋରଦାର କରାଯାଇଛି। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ...

୧୫ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଉତ୍ସବ

ଭୁବନେଶ୍ୱର,୧୧।୧୨(ବ୍ୟୁରୋ): ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଓ ସମ୍ବର୍ଦ୍ଧନା ଉତ୍ସବ ଆସନ୍ତା ୧୫ ତାରିଖରେ ଅନୁଷ୍ଠିତ ହେବ। ୨୦୧୫ ଓ ୨୦୧୬ ମସିହା ପାଇଁ ଓଡ଼ିଆ...

ଚିକିତ୍ସା ଭତ୍ତା ଦାବିକଲା ଅବସରପ୍ରାପ୍ତ କର୍ମଚାରୀ ମହାସଂଘ

ଭୁବନେଶ୍ୱର,୫ା୩(ବ୍ୟୁରୋ): ଓଡ଼ିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘର ୫ମ ଦ୍ୱିବାର୍ଷିକ ରାଜ୍ୟ ସମ୍ମିଳନୀ ବୁଧବାର ଭଞ୍ଜକଳା ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ସମ୍ମିଳନୀରେ ରାଜ୍ୟ ପେନ୍‌ସନ୍‌ଭୋଗୀଙ୍କ ମୁଖ୍ୟ...

ଟଙ୍କା ଭର୍ତ୍ତି ପର୍ସ ପାଇ ଫେରାଇଲେ ମହିଳା କନଷ୍ଟେବଳ ଲକ୍ଷ୍ମୀପ୍ରିୟା

ଭୁବନେଶ୍ୱର,୨୧।୭(ବ୍ୟୁରୋ): ଭୁବନେଶ୍ୱର ରେଳ ଷ୍ଟେଶନରେ ଶନିବାର ଏକ ପ୍ରଶଂସନୀୟ ଘଟଣା ଦେଖିବାକୁ ମିଳିଛି। ଟଙ୍କା ଭର୍ତ୍ତି ପର୍ସ ପାଇ ଜଣେ ଆରପିଏଫ କନ୍‌ଷ୍ଟେବଳ ସମ୍ପୃକ୍ତ ବ୍ୟକ୍ତିଙ୍କୁ...

ସ୍ବାମୀଙ୍କୁ କାଠଫାଳିଆରେ ପିଟିପିଟି ମାରିଦେଲେ ସ୍ତ୍ରୀ

କପ୍ତିପଦା,୧୯ା୫(ଡି.ଏନ୍‌.ଏ.): ପାରିବାରିକ କଳହରୁ ସ୍ବାମୀଙ୍କୁ କାଠଫାଳିଆରେ ପିଟିପିଟି ମାରି ଦେଇଛନ୍ତି ସ୍ତ୍ରୀ। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ଶରତ ଥାନା ଅନ୍ତର୍ଗତ...

ସରିଲା କମିଶନିଂ: ୨୩ରେ ପୋଲିଂ ବୁଥ୍‌କୁ ଯିବ ଇଭିଏମ୍‌

ଭୁବନେଶ୍ୱର,୨୧।୩(ବ୍ୟୁରୋ): ନିର୍ବାଚନ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଗୁରୁବାରଠାରୁ ଇଭିଏମ୍‌ରେ କମିଶନିଂ ଆରମ୍ଭ ହୋଇଥିବାବେଳେ ଶୁକ୍ରବାର...

ଧରାପଡ଼ିଲା ସାଇବର ଠକଙ୍କୁ ସିମ୍‌ ଦେଉଥିବା ର଼୍ୟାକେଟ

ଭୁବନେଶ୍ୱର,(ବ୍ୟୁରୋ)/ଢେଙ୍କାନାଳ ଅଫିସ,୩।୫: ବିଭିନ୍ନ ଟେଲିକମ୍‌ କମ୍ପାନୀର ସିମ୍‌ କାର୍ଡକୁ ପ୍ରି-ଆକ୍ଟିଭେଟ୍‌ କରି ଉକ୍ତ ନମ୍ବରକୁ ସାଇବର ଠକଙ୍କୁ ଯୋଗାଉଥିବା ଏକ ର଼୍ୟାକେଟ କ୍ରାଇମବ୍ରାଞ୍ଚ ହାତରେ ଧରା...

Advertisement
Archives

Model This Week