ସହରକୁ ସ୍ବଚ୍ଛ, ସୁନ୍ଦର କରିବାକୁ ସଙ୍କଳ୍ପ

ବ୍ରହ୍ମପୁର ଅଫିସ,୨ା୧- ନୂତନବର୍ଷରେ ବହୁ ନୂଆ ପଦକ୍ଷେପ ଗ୍ରହଣ କରିଛି ବ୍ରହ୍ମପୁର ମହାନଗର ନିଗମ। ସହରବାସୀ ଘର ପାଖରେ ବିଭିନ୍ନ ଅତ୍ୟାବଶ୍ୟକ ସେବା ଉପଲବ୍ଧ କରାଇବା ନେଇ ବିଏମ୍‌ସି ପକ୍ଷରୁ ଅର୍ବାନ ସେବା ଆପ୍‌ର ଶୁଭାରମ୍ଭ କରାଯାଇଛି। ସେହିପରି ସହରରେ ଆପରାଧିକ କାର୍ଯ୍ୟକଳାପ ରୋକିବା, ବିଏମ୍‌ସିର ନିୟମ ଖିଲାପକାରୀଙ୍କ ଉପରେ ନଜର ରଖିବା, ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କୁ ରୋକିବା ନେଇ ସିଟି ସର୍ଭିଲାନ୍ସ ବ୍ୟବସ୍ଥାର ମଧ୍ୟ ବିଏମ୍‌ସି ପକ୍ଷରୁ ଶୁଭାରମ୍ଭ କରାଯାଇଛି । ବିଏମ୍‌ସି ପରିସରରେ ନୂତନ ବର୍ଷ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବ୍ରହ୍ମପୁର ଏମ୍‌ପି ଚନ୍ଦ୍ର ଶେଖର ସାହୁ ଏହି ଦୁଇ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ଏଥିସହ ଆମ୍ବପୁଆରେ ବିଡିଏ ପକ୍ଷରୁ ୮ କୋଟି ଟଙ୍କାରେ ନର୍ମାଣାଧୀନ ରକ୍‌ ଗାର୍ଡେନ(ପଥର ବଗିଚା) ନିର୍ମାଣ କାର୍ଯ୍ୟ, ମର୍ଦ୍ଦରାଜ ଭେଣ୍ଡିଂ ଜୋନ୍‌ ପରିସରରେ ୨.୮୬ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁଥିବା ଅତ୍ୟାଧୁନିକ ମାଛମାର୍କେଟ କାର୍ଯ୍ୟ, ବିଏମ୍‌ସି ପରିସରରେ ଖାଲିଥିବା ସ୍ଥାନରେ ୨୨ ଲକ୍ଷ ଟଙ୍କାରେ ପାକାଯିବାକୁ ଥିବା ବ୍ଲକ କାର୍ଯ୍ୟର ମଧ୍ୟ ଏମ୍‌ପି ଶୁଭ ଦେଇଥିଲେ ା ବ୍ରହ୍ମପୁରକୁ ସବୁଜ, ସୁନ୍ଦର ଓ ସ୍ମାର୍ଟ ସହରରେ ପରିଣତ କରିବା ନେଇ ପୂର୍ବରୁ ବହୁ ପଦକ୍ଷେପ ଗ୍ରହଣ କରାଯାଇଛି ା ନୂତନ ବର୍ଷ ଅବସରରେ ଶୁଭାରମ୍ଭ ହୋଇଥିବା ସିଟି ସର୍ଭିଲାନ୍ସ ଓ ଅର୍ବାନ ସେବା ଆପ୍‌ ମହାନଗରକୁ ରାଜ୍ୟ ତଥା ଦେଶର ଏକ ଅଗ୍ରଣୀ ତଥା ସ୍ମାର୍ଟ ସହରରେ ପରିଣତ କରିବାରେ ଯଥେଷ୍ଟ ସହାୟକ ହେବା ନେଇ ବିଏମ୍‌ସି ପକ୍ଷରୁ କୁହାଯାଇଥିଲା। କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ା ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ, କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର, ଗଞ୍ଜାମ ଏସ୍‌ପି ବ୍ରିଜେଶ ରାଏ, ବ୍ରହ୍ମପୁର ଏସ୍‌ପି ପିନାକ୍‌ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ା ଏହି ପରିପ୍ରେକ୍ଷୀରେ ସହରକୁ ସବୁଜ,ସୁନ୍ଦର, ସ୍ବଚ୍ଛ ଓ ପ୍ଲାଷ୍ଟିକ ମୁକ୍ତ ସହରରେ ପରିଣତ କରିବାକୁ ବିଏମ୍‌ସି କର୍ମଚାରୀଙ୍କୁ ଅତିଥିମାନେ ଶପଥପାଠ କରାଇଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ପାତ୍ରପୁର ସରପଞ୍ଚ ଅଯୋଗ୍ୟ ଘୋଷିତ

ପାତ୍ରପୁର,୨୭ା୧୧(ଡି.ଏନ୍‌.ଏ.)-ନିର୍ବାଚନ ସରିବାର ଅଢ଼େଇବର୍ଷ ପରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ପାତ୍ରପୁର ସରପଞ୍ଚ ଏ. ଶ୍ରୀଦେବୀଙ୍କ ପଦବୀକୁ କୋର୍ଟ ଅଯୋଗ୍ୟ ଘୋଷିତ କରିଛି। ପାତ୍ରପୁର ପାଷ୍ଟ...

ହାଇକୋର୍ଟ ଗଲେ ସୁମିତ୍‌ଙ୍କ ବାପା

ବ୍ରହ୍ମପୁର ଅଫିସ,୧୦।୧: ବ୍ରହ୍ମପୁର ବ୍ରହ୍ମାନଗରର ବହୁଚର୍ଚ୍ଚିତ ତପସ୍ବିନୀ ଦାଶ ଓ ସୁମିତ ସାହୁଙ୍କ ପାରିବାରିକ ବିବାଦ ମାମଲା ଦିନକୁ ଦିନ ନୂଆ ମୋଡ ନେଉଛି। ସୁମିତଙ୍କ...

ଗଞ୍ଜାମରେ ନ୍ୟାଶନାଲ ଡିଫେନ୍ସ ଏକାଡେମୀ ପ୍ରତିନିଧି ଦଳ

ଛତ୍ରପୁର,୫।୨(ଡି.ଏନ୍‌.ଏ.): ନ୍ୟାଶନାଲ ଡିଫେନ୍ସ ଏକାଡେମୀର ଭାରତ, ଉଗାଣ୍ଡା, ନେପାଳର ୧୪ ଜଣିଆ ପ୍ରତିନିଧି ଦଳ ବୁଧବାର ଗଞ୍ଜାମ ଜ଼ିଲା ଗସ୍ତରେ ଆସିଛନ୍ତି। ଜିଲାପାଳ ବିଜୟ ଅମୃତା...

ଶତାଧିକ ମହିଳା ସଂଘକୁ ମିଳୁନି ବ୍ୟାଙ୍କ ଋଣ

ବ୍ରହ୍ମପୁର ଅଫିସ,୨୯ା୪-ବ୍ରହ୍ମପୁରର ୩ ଶତାଧିକ ମହିଳା ସଂଘ ବ୍ୟାଙ୍କ ଋଣ ପାଇବାରୁ ବଞ୍ଚିତ ହୋଇଛନ୍ତି। ଏଥିପାଇଁ ବିଏମ୍‌ସି (ମହାନଗର ନିଗମ)ର ଅବହେଳା ଓ ପ୍ରତାରଣାକୁ ଦାୟୀ...

ଚୋରକୁ ଧରି ପାରୁ ନ ଥିଲା ପୋଲିସ : ଲୋକେ ଧରି ଦେଲେ ଜିମା

ପୁରୁଷୋତ୍ତମପୁର,୨୯।୪(ଡି.ଏନ.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘନ ଘନ ଚୋରି ଘଟଣା ଯୋଗୁ ଲୋକଙ୍କ ନିିଦ ହଜିଯାଇଛି। ଏହାକୁ ନେଇ ଲୋକେ ପୋଲିସରେ ଅଭିଯୋଗ କରୁଥିଲେ...

ତପ୍ତପାଣି ଘାଟିରେ ଓଲଟିଲା ପିକ୍‌ନିକ୍‌ ବସ୍‌ ୩୫ରୁ ଊଦ୍ଧର୍‌ବ ଆହତ, ୧୯ ଗୁରୁତର

ଦିଗପହଣ୍ଡି,(ଡି.ଏନ୍‌.ଏ.)/ପାଟପୁର,୨୪ା୧୨- ଗଞ୍ଜାମ-ଗଜପତି ଜିଲା ସୀମାନ୍ତ ପର୍ଯ୍ୟଟନ କ୍ଷେତ୍ର ତପ୍ତପାଣି ଘାଟିରେ ସୋମବାର ରାତି ପ୍ରାୟ ୮ଟାରେ ଏକ ପିକ୍‌ନିକ୍‌ ବସ୍‌ ଓଲଟି ପଡିବାରୁ ୩୫ରୁ ଊଦ୍ଧର୍‌ବ...

ଶିକ୍ଷୟିତ୍ରୀଙ୍କୁ ଆକ୍ରମଣ କରି ଅଳଙ୍କାର ଲୁଟ୍‌

ବ୍ରହ୍ମପୁର ଅଫିସ,୧୫/୮- ମୋହଡା ନିକଟ ନରସିଙ୍ଗପୁର ଗ୍ରାମରେ ଥିବା ପ୍ରାଥମିକ ସ୍କୁଲର ଶିକ୍ଷୟିତ୍ରୀ ଏଲ. ଶୋଭନାଙ୍କୁ ଗୁରୁବାର ଦୁର୍ବୃତ୍ତମାନେ ଅକ୍ରମଣ କରି ସୁନା ଅଳଙ୍କାର ଲୁଟି...

ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ

ଦିଗପହଣ୍ଡି/ପାଟପୁର,୧୬।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ନିସ୍ତିପୁର ଗ୍ରାମ ନିକଟ ମୁହାଣ ନାଳରୁ ଶୁକ୍ରବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ସେ ହେଲେ ନିସ୍ତିପୁର...

Advertisement
Archives

Model This Week