Posted inଜାତୀୟ

ସହକର୍ମୀଙ୍କୁ କାନ୍ଧରେ ଶ୍ମଶାନ ପର୍ଯ୍ୟନ୍ତ ବୋହିନେଲେ ମହିଳା ଅଙ୍ଗନଓ୍ବାଡି କର୍ମୀ

କଟନି,୨୩।୮: ମଧ୍ୟପ୍ରଦେଶର କଟନି ଜିଲାରେ ଦେଖିବାକୁ ମିଳିଛି ଏମିତି ଏକ ଦୃଶ୍ୟ ଯାହା ସମସ୍ତଙ୍କ ଆଖିରେ ଲୁହ ଆଣି ଦେଇଛି। ଜଣେ ମହିଳା ଅଙ୍ଗନଓ୍ବାଡି କର୍ମୀଙ୍କୁ ଶେଷ ବିଦାୟ ଦେବାକୁ ଏକାଠି ହୋଇଥିଲେ ଆଖପାଖ ଅଞ୍ଚଳର ସମସ୍ତ ମହିଳା ଅଙ୍ଗନଓ୍ବାଡି କର୍ମୀ। ସମାଜର ରୁଢିବାଦୀ ଚିନ୍ତାଧାରାକୁ ଏହି ମହିଳାମାନେ ବଦଳାଇ ଦେଇଛନ୍ତି। କଟନି ଜିଲାର ବିଜୟରାଘବଗଡ଼ ବ୍ଲକ ଅଧିନରେ ଅଙ୍ଗନଓ୍ବାଡି କର୍ମୀ ଭାବେ କାମ କରୁଥିଲେ ପ୍ରେମା କୋଲ। ବୁଧବାର ତାଙ୍କର ହଠାତ୍‌ ମୃତ୍ୟୁ ହୋଇଯାଇଥିଲା। ଆଉ ଏହି ଖବର ପାଇବା ପରେ ସେହି ବ୍ଲକ ଅଧିନରେ ଥିବା ସମସ୍ତ ମହିଳା ଅଙ୍ଗନଓ୍ବାଡି କର୍ମୀ ଏକାଠି ହୋଇଥିଲେ। ପ୍ରେମାଙ୍କ ସ୍ବାମୀ ରୋଗଗ୍ରସ୍ତ ହୋଇଥିବା ବେଳେ ତାଙ୍କର ୧୦ ବର୍ଷର ପୁଅ ଓ ୧୫ ବର୍ଷର ଝିଅ ଅଛନ୍ତି। ତେବେ ପ୍ରେମା ପରିବାରର ଏକମାତ୍ର ରୋଜଗାରିଆ ସଦସ୍ୟ ଥିଲେ। ତାଙ୍କର ହଠାତ୍‌ ମୃତ୍ୟୁ ହୋଇଯିବା ଯେମିତି ପରିବାର ଉପରେ ଆକାଶ ଛିଡି ପଡିବା ଭଳି ଲାଗିଥିଲା। ପ୍ରେମାଙ୍କର ଅନ୍ତିମ ସଂସ୍କାର କରିବାକୁ ସ୍ବାମୀ, ଝିଅ, ପୁଅ କିଛି ଚିନ୍ତା କରି ପାରୁ ନ ଥିବା ବେଳେ ଏମାନଙ୍କୁ ସହଯୋଗର ହାତ ବଢାଥିଲେ ବିଜୟରାଘବଗଡ଼ ବ୍ଲକ ଅଧିନରେ ଅଙ୍ଗନଓ୍ବାଡି କର୍ମୀ ଭାବେ କାମ କରୁଥିବା ସମସ୍ତ ମହିଳାକର୍ମୀ। ଏଠାରେ ସାଧାରଣତଃ ପୁରୁଷମାନଙ୍କ ଦ୍ୱାରା ଅନ୍ତିମ ସଂସ୍କାର କରାଯାଉଥିବା ବେଳେ ପ୍ରେମାଙ୍କ ଅନ୍ତିମ ସଂସ୍କାରରେ ଦେଖାଦେଇଥିଲା ବ୍ୟତିକ୍ରମ। ମହିଳା ଅଙ୍ଗନଓ୍ବାଡି କର୍ମୀମାନେ ପ୍ରେମାଙ୍କ ଅନ୍ତିମ ସଂସ୍କାର ପାଇଁ କିଛି କିଛି ଅର୍ଥ ଚାନ୍ଦା ଆଦା କରିବା ସହ ତାଙ୍କୁ ଶ୍ମଶାନ ପର୍ଯ୍ୟନ୍ତ କାନ୍ଧେଇ ନେଇଯାଇଥିଲେ। ଆଉ ଏହି ସମୟରେ ସମସ୍ତଙ୍କ ଆଖିର ଲୁହ ସାରା ପରିବେଶକୁ ଶୋକାକୂଳ କରି ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୪୮ କୋଟି ପ୍ୟାନ୍‌ ଅଧାରରେ ଲିଙ୍କ୍‌, ୩୧ ମାର୍ଚ୍ଚ ସୁଦ୍ଧା ଅନିବାର୍ଯ୍ୟ, ନ ହେଲେ ୧୦ ହଜାର ଜରିମାନା…

ନୂଆଦିଲ୍ଲୀ,୬।୨ : ସ୍ଥାୟୀ ଆକାଉଣ୍ଟ ନମ୍ବର (ପ୍ୟାନ) କୁ ଆଧାର ସହିତ ବାଧ୍ୟତାମୂଳକ ସଂଯୋଗ ଉପରେ ସରକାର ପୁଣିଥରେ ଚେତାବନୀ ଦେଇଛନ୍ତି ଯେ ଯଦି ପ୍ୟାନ...

ଲିଟର ପିଛା ୧ ଟଙ୍କା ଶସ୍ତା ହେବ ପେଟ୍ରୋଲ, ଡିଜେଲ

କୋଲକାତା,୨୧।୨: ସମଗ୍ର ଦେଶରେ ପେଟ୍ରୋଲ ଡିଜେଲ ଦର ହୁ ହୁ ହୋଇ ବଢ଼ିଚାଲିଛି। ଏଭଳି ସ୍ଥିତିରେ ପଶ୍ଚିମବଙ୍ଗ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ପେଟ୍ରୋଲ...

ଲୁଚକାଳି ଖେଳୁ ଖେଳୁ ଫ୍ରିଜ୍‌ରେ ଲୁଚିଲେ ଶିଶୁ: ଶ୍ୱାସରୁଦ୍ଧ ହୋଇ ୨ମୃତ

ବେଙ୍ଗାଲୁରୁ,୨୯।୪: କର୍ନାଟକ ମୈସୁର ଜିଲାର ମାସେଜ ଗ୍ରାମରେ ଏକ ବଡ଼ ଅଘଟଣ ଘଟିଛି। ମାସେଜ ଗ୍ରାମରେ ବାସ କରୁଥିବା ନାଗରାଜୁ ଓ ଚିକ୍କଦେବମାଙ୍କ ଝିଅ ଭାଗ୍ୟା(୧୨)...

ସୋନାଲି ଫୋଗାଟ ମୃତ୍ୟୁ ମାମଲା, ହରିୟାଣା ଯିବ ଗୋଆ ପୋଲିସ

ପଣଜୀ,୩୦ ।୮: ଟିକ୍‌ଟକ୍ ଷ୍ଟାର ତଥା ଭାରତୀୟ ଜନତା ପାର୍ଟି(ଭାଜପା) ନେତ୍ରୀ ସୋନାଲି ଫୋଗାଟଙ୍କ ମୃତ୍ୟୁ ଓ ଡ୍ରଗ୍ସ ମାମଲାର ଯାଞ୍ଚ କରିବାକୁ ଗୋଆ ପୋଲିସର...

ନୀତୀଶଙ୍କ ନେତୃତ୍ୱରେ ବିହାର ବିଧାନସଭା ନିର୍ବାଚନ ଲଢିବ ଏନ୍‌ଡିଏ: ଶାହ

ନୂଆଦିଲ୍ଲୀ,୧୭।୧୦: ଆସନ୍ତା ୨୦୨୦ରେ ବିହାରରେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ। ଏଥିରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱରେ ଏନ୍‌ଡିଏ ନିର୍ବାଚନ ଲଢିବ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ...

ସଞ୍ଜୟଙ୍କ ବିଦେଶ ଗସ୍ତକୁ ନେଇ ଉପୁଜିପାରେ ବାଧା

ମୁମ୍ବାଇ,୧୩।୮: ବଲିଉଡ୍‌ ନାୟକ ସଞ୍ଜୟ ଦତ୍ତ କ୍ୟାନସରରେ ପୀଡ଼ିତ ହେବା ଜଣାପଡିବା ପରେ ସମସ୍ତେ ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛନ୍ତି। ତେବେ କ୍ୟାନସର ଚିକିତ୍ସା...

ଗେହଲଟ୍‌ଙ୍କ ରାଜସ୍ଥାନରେ ଭାଜପାର ପାଇଲଟ୍‌ ପ୍ରୋଜେକ୍ଟ

ଜୟପୁର,୧୩।୭: ରାଜସ୍ଥାନରେ ଭାଜପାର ଅପରେଶନ୍‌ ଲୋଟସ୍‌ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ସଚିନ୍‌ ପାଇଲଟ୍‌ଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଫାଟର ଫାଇଦା ନେବାକୁ...

ରାଜ୍ୟପାଳ ହେବା ଖବର ମିଛ: ସୁଷମା ସ୍ବରାଜ

ନୂଆଦିଲ୍ଲୀ, ୧୧।୬: ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ନିଯୁକ୍ତ ହେବା ଖବରକୁ ଖଣ୍ଡନ କରିଛନ୍ତି ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ। କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନ ନିଜ ଟୁଇଟରରେ...

Advertisement
Archives

Model This Week