ସର୍ବଭାରତୀୟ ବିଜ୍ଞାନ ପ୍ରଦର୍ଶନୀରେ ଚମକିଲେ ସୋନାଲୀ

ଅନୁଗୋଳ ଅଫିସ, ୯।୧ – ଧୀରେ ଧୀରେ ବଢ଼ୁଥିବା ପ୍ରଦୂଷଣ ସମସ୍ୟାକୁ କିପରି ନିୟନ୍ତ୍ରଣ କରାଯାଇପାରିବ ସେ ଉପରେ ସର୍ବଭାରତୀୟ ବିଜ୍ଞାନ ପ୍ରଦର୍ଶନୀରେ ନିଜ ପ୍ରକଳ୍ପ ପ୍ରଦର୍ଶନ କରି ଦ୍ୱିତୀୟ ସ୍ଥାନ ଅଧିକାର କରିବା ସହ ବିଚାରକଙ୍କ ଦୃଷ୍ଟି ଆକର୍ଷଣ କରିପାରିଛନ୍ତି ଅନୁଗୋଳର ଛାତ୍ରୀ ସୋନାଲୀ ମିଶ୍ର। ଉତ୍ତରପ୍ରଦେଶର କାନପୁର ଠାରେ ଅନୁଷ୍ଠିତ ଉକ୍ତ ପ୍ରଦର୍ଶନୀରେ ସୋନାଲୀଙ୍କୁ ମିଳିଛି ଏହି ସଫଳତା। ଏହା ପୂର୍ବରୁ ପୂର୍ବ ଭାରତ ବିଜ୍ଞାନ ପ୍ରଦର୍ଶନୀରେ ମଧ୍ୟ ତାଙ୍କର ଏହି ପ୍ରକଳ୍ପ ପ୍ରଥମ ସ୍ଥାନ ଅଧିକାର କରିଥିଲା।
ସୋନାଲୀ ଅନୁଗୋଳ ଗାନ୍ଧୀମାର୍ଗସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଯୁକ୍ତ ୨ ବିଜ୍ଞାନର ପ୍ରଥମ ବର୍ଷ ଛାତ୍ରୀ। ତାଙ୍କ ପୈତୃକ ଘର ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ପାଇକ ପୁରୁଣାକୋଟ ପଞ୍ଚାୟତର ନରହରିପୁର ଶାସନ। ବାପା ପ୍ରକାଶ ମିଶ୍ର ଅନୁଗୋଳର ଏକ ଘରୋଇ କମ୍ପାନୀରେ କାର୍ଯ୍ୟକରୁଥିବାରୁ ମା’ ମମତା ମିଶ୍ର ଓ ସାନ ଭାଇଙ୍କ ସହ ସେ ଅନୁଗୋଳର ହାତୀଶାଳପଡ଼ାରେ ରହୁଛନ୍ତି। ତାଙ୍କଦ୍ୱାରା ନିର୍ମିତ ଉକ୍ତ ପ୍ରକଳ୍ପ ମୁଖ୍ୟତଃ ଯାନବାହନ ଦ୍ୱାରା ହେଉଥିବା ପ୍ରଦୂଷଣକୁ ରୋକିପାରିବ ବୋଲି ସୋନାଲୀ ଦାବି କରିଛନ୍ତି। ସେ କହିଛନ୍ତି, ପ୍ରଦୂଷଣ ସମସ୍ୟାକୁ କିପରି ଅତି ସହଜରେ ଓ ସ୍ବଳ୍ପଖର୍ଚ୍ଚରେ ନିୟନ୍ତ୍ରଣ କରାଯିବ ତାହାକୁ ନେଇ ଚିନ୍ତା କରିଥିଲେ। ସ୍କୁଲର ବିଜ୍ଞାନ ଶିକ୍ଷକଙ୍କ ସାହାଯ୍ୟ ନେଇ ନିଜ ଜ୍ଞାନକୌଶଳ ସହାୟତାରେ ସେ ଉକ୍ତ ପ୍ରକଳ୍ପ ପ୍ରସ୍ତୁତ କରିଥିଲେ। ତାଙ୍କ ଦ୍ୱାରା ନିର୍ମିତ ମେଶିନ୍‌ ରାସ୍ତା ପାର୍ଶ୍ୱରେ ସମ୍ପୂର୍ଣ୍ଣ ସୋଲାର ସିଷ୍ଟମରେ ଚାଲିବ। ଯାନବାହନ ଦ୍ୱାରା ହେଉଥିବା ପ୍ରଦୂଷଣକୁ ତାହା ଶୋଷିନେଇ ସେଠାରେ ପାଣିରେ ମିଶାଇବ। ପରେ ଉକ୍ତ ପାଣିକୁ ମଶାମାରିବା କାର୍ଯ୍ୟରେ ବ୍ୟବହାର କରାଯିବ। ଯୁବ ବୈଜ୍ଞାନିକ ଭାବେ ପୁରସ୍କୃତ ହେବା ନେଇ ସେ ବେଶ୍‌ ଖୁସି ଅଛନ୍ତି। ତାଙ୍କର ଏହି ସଫଳତା ପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ପରିବାର ଲୋକଙ୍କ ନିକଟକୁ ଅନେକ ଆଡ଼ୁ ଶୁଭେଚ୍ଛାର ସୁଅ ଛୁଟୁଛି। ତାଙ୍କ ମଡେଲକୁ ସରକାରୀ କିମ୍ବା ଶିଳ୍ପ ସଂସ୍ଥାଗୁଡିକ ବ୍ୟବହାର କରି ପ୍ରଦୂଷଣ ନିୟନ୍ତ୍ରଣ ଦିଗରେ କାର୍ଯ୍ୟ କରିବେ ବୋଲି ସୋନାଲୀ ଆଶା ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଗା ପାଇଁ ଉଚ୍ଛନ୍ନ ଜନମନ

ଅନୁଗୋଳ ଅଫିସ, ୧୪।୧୨:  ଆସନ୍ତା ୨୩ ତାରିଖରେ ଭକ୍ତଙ୍କ ପାଇଁ ବଡ଼ଦେଉଳ ଦ୍ୱାର ଖୋଲିବାକୁ ଛତିଶାନିଯୋଗ ବୈଠକରେ ଆଲୋଚନା ହୋଇଥିବା ଶ୍ରୀମନ୍ଦିର ପ୍ରଶାସନ କହିବା ପରେ...

କଳାରେ ୫୭.୮୧ %, ବାଣିଜ୍ୟରେ ୫୨.୫୬ %

ଅନୁଗୋଳ ଅଫିସ,୨୨।୬ – ଯୁକ୍ତ୨ ବାଣିଜ୍ୟ ଏବଂ କଳା ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ଅନୁଗୋଳ ଜିଲାରେ କଳାରେ ପରୀକ୍ଷା ଦେଇଥିବା ମୋଟ୍‌ ୫୭୩୨...

ଚିକିତ୍ସା ଅବହେଳାରୁ ମୃତ୍ୟୁ ଅଭିଯୋଗ : ଡାକ୍ତରଖାନା ପରିସରରେ ଉତ୍ତେଜନା

ଅନୁଗୋଳ ଅଫିସ,୨୬।୯: ଜିଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ଅବହେଳାରୁ ଗୁରୁବାର ଜଣଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତକଙ୍କ ଘର ବଅଁରପାଳ ବ୍ଲକ...

ସମନ୍ବୟ ରଖି କାର୍ଯ୍ୟ କରିବାକୁ ପରାମର୍ଶ

ଅନୁଗୋଳ ଅଫିସ, ୨୨।୧ – ସମସ୍ତଙ୍କ ସହିତ ସମନ୍ବୟ ରକ୍ଷା କରି କାର୍ଯ୍ୟ କର। ଜନପ୍ରତିନିଧିଙ୍କ ସହ ପ୍ରଶାସନିକ ଅଧିକାରୀ ଉତ୍ତମ ସମ୍ପର୍କ ରଖିଲେ ଜିଲାର...

୬ ବର୍ଷର ଶିଶୁ କରୋନା ପଜିଟିଭ୍‌

ଅନୁଗୋଳ ଅଫିସ୍‌, ୨।୬- ଅନୁଗୋଳ ଜିଲାରେ ମଙ୍ଗଳବାର ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂକ୍ରମିତ ଜଣକ ଜଣେ ୬ ବର୍ଷ ଶିଶୁ ବୋଲି...

ବାଜି ଲାଗିଛି ଜୀବନ ଜୀବିକା: ପୁଣି ପ୍ରବାସୀ କର୍ମଭୂମି ମୁହାଁ

ମାଧପୁର,୧୮ା୯(ଡି.ଏନ୍‌.ଏ.): ଜୀବନ ଜୀବିକା ଲାଗିଛି ବାଜିରେ। ଦୁଇ ଓଳା ଦୁଇମୁଠା ଦାନା ଯୋଗାଡ଼ ପାଇଁ ଅନୁଗୋଳ ଜିଲା ଆଠମଲ୍ଲିକ ଅଞ୍ଚଳରୁ ପ୍ରବାସୀମାନେ ପୁଣି ଭିଟାମାଟି ଛାଡ଼ି...

ଆଶା ସଞ୍ଚାର କଲେ ସରକାର

ତାଳଚେର,୭ା୪ (ନି.ପ୍ର.) – ମାର୍ଚ୍ଚ ୩୧ ତାରିଖରୁ ବନ୍ଦ ହୋଇଯାଇଥିବା ଏନ୍‌ଟିପିସି ପରିଚାଳନାଧୀନ ତାଳଚେର ଥର୍ମାଲ ପାଓ୍ବାର ଷ୍ଟେଶନ (ଟିଟିପିଏସ୍‌) ପୁନଃ ଚାଲୁ ନେଇ ସମ୍ଭାବନା...

ନାବାଳିକାଙ୍କୁ ଚିକିତ୍ସାରେ ଅବହେଳା ଅଭିଯୋଗ ଘଟଣା:ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ କଲେ ସହରବାସୀ

ଅନୁଗୋଳ ଅଫିସ, ୩୦।୭ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଗତ ଶୁକ୍ରବାର ଜଣେ ୧୦ ବର୍ଷିୟା ବାଳିକାଙ୍କୁ ଉପଯୁକ୍ତ ଚିକିତ୍ସା ନ ଦେଇ ପେଡିଆଟ୍ରିକ୍‌ ୱାର୍ଡରେ...

Advertisement
Archives

Model This Week