ସରିଲା ନିଟ୍‌ବାହାରେ ରବର ବ୍ୟାଣ୍ଡ, କ୍ଲିପ୍‌ ରଖିଲେ ଛାତ୍ରୀ

ଭୁବନେଶ୍ୱର,୨୧।୫(ବ୍ୟୁରୋ): ରାଜ୍ୟ ତଥା ଦେଶର ପ୍ରମୁଖ ମେଡିକାଲ କଲେଜରେ ଏମ୍‌ବିବିଏସ୍‌ ଓ ବିଡିଏସ୍‌ ପାଠ୍ୟକ୍ରମରେ ନାମଲେଖା ପାଇଁ ନ୍ୟାଶନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ(ନିଟ୍‌) ସୋମବାର ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇ ଅପରାହ୍ନ ୧ଟାରେ ଶେଷ ହୋଇଥିଲା। ଅନୁଗୋଳ, ବାଲେଶ୍ବର, ବ୍ରହ୍ମପୁର, ଭୁବନେଶ୍ବର, କଟକ, ରାଉରକେଲା ଓ ସମ୍ବଲପୁର ସହରର ପରୀକ୍ଷା କେନ୍ଦ୍ରରେ ପ୍ରାୟ ୪୨ହଜାର ଛାତ୍ରୀଛାତ୍ର ପରୀକ୍ଷା ଦେଇଛନ୍ତି। ଏଥର ମଧ୍ୟ ପରୀକ୍ଷାର୍ଥୀଙ୍କ ପାଇଁ କଡ଼ା ନିୟମ କରାଯାଇଥିଲା। ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ସମୟରେ ପରୀକ୍ଷାର୍ଥୀ ସାଙ୍ଗରେ ପେନ୍‌ସିଲ୍‌ ବକ୍ସ, ପ୍ଲାଷ୍ଟିକ୍‌ ପାଉଚ୍‌, କାଲ୍‌କୁଲେଟର, ପେନ୍‌, ସ୍କେଲ୍‌, ପେନ୍‌ ଡ୍ରାଇଭ୍‌, ରବର, ଇଲେକ୍ଟ୍ରୋନିକ୍‌ ପେନ୍‌, ମୋବାଇଲ୍‌ ଫୋନ୍‌, ବ୍ଲୁଟୁଥ୍‌, ଇୟରଫୋନ୍‌, ମାଇକ୍ରୋଫୋନ୍‌, ହେଲଥ୍‌ ବ୍ୟାଣ୍ଡ, ହ୍ୟାଣ୍ଡବ୍ୟାଗ୍‌, ଓ୍ବାଲେଟ୍‌, କ୍ୟାପ୍‌, ହାତଘଣ୍ଟା, ବ୍ରେସ୍‌ଲେଟ୍‌, କ୍ୟାମେରା, ଅଳଙ୍କାର, ଖାଦ୍ୟ ସାମଗ୍ରୀ, ପାଣି ବୋତଲ ଆଦି ନେଇପାରିବେ ନାହିଁ ବୋଲି ନିୟମ ରହିଥିଲା। ସୋମବାର ପରୀକ୍ଷା ଦେବା ପାଇଁ ଛାତ୍ରୀଛାତ୍ର ସକାଳ ସାଢ଼େ ୯ଟାରେ ପ୍ରବେଶ କରିଥିଲେ। ପ୍ରବେଶ ସମୟରେ ଛାତ୍ରୀମାନେ ମୁଣ୍ଡରେ ବାନ୍ଧିଥିବା ରବର ବ୍ୟାଣ୍ଡକୁ ଓହ୍ଲାଇ ଯାଇଥିଲେ। ଏପରି କି, ଲଗାଇଥିବା କ୍ଲିପ୍‌ ମଧ୍ୟ ବାହାରେ ରଖି ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅକାମୀ ହୋଇପଡ଼ିଛି ବିଦ୍ୟୁତ ଟ୍ରାନ୍ସଫର୍ମର: ୧୫ ଦିନ ହେଲା ଅନ୍ଧାରରେ ଗ୍ରାମବାସୀ

ଆର. ଉଦୟଗିରି,୪।୬(ମନୋଜ କୁମାର ପାଢୀ):ଅକାମୀ ହୋଇଛି ବିଦ୍ୟୁତ ଟ୍ରାନ୍ସଫର୍ମର। ୧୫ ଦିନ ହେଲା ଅନ୍ଧାରରେ ଗ୍ରାମବାସୀ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗଜପତି ଜିଲା…

ବାଦ୍ୟଯନ୍ତ୍ର ନିର୍ମାଣରେ ସିଦ୍ଧହସ୍ତ ରତ୍ନାକର: ପ୍ରୋତ୍ସାହନ ଅଭାବରୁ ବିତୁଛି ଅବହେଳିତ ଜୀବନ

ପଦ୍ମପୁର,୪।୬(ପ୍ରଦୀପ୍ତ ଦାଶ):ପଶ୍ଚିମ ଓଡ଼ିଶାର ଲୋକକଳାର ବିଭିଧତା ଓ ବିଭବତାକୁ ନେଇ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ଭିନ୍ନ ଏକ ପରିଚୟ ସୃଷ୍ଟି କରିଛି। ଦ୍ୱିତୀୟତଃ ଲୋକକଳା ଅଛି…

ମିଲର୍ସଙ୍କ ମର୍ଜିରେ ଚାଲିଛି ଧାନକିଣା: ଗର୍ଜିଲେ ଚାଷୀ

ବରଗଡ଼,୪।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଆଉ ସପ୍ତାହକ ପରେ ଏହି ପ୍ରକ୍ରିୟାକୁ ମାସେ ବିତିବ। ହେଲେ ଏପର୍ଯ୍ୟନ୍ତ ଜିଲାରେ ଧାନ ସଂଗ୍ରହ…

ମମି ଶରୀରରେ ବଢୁଛନ୍ତି ଅଣୁଜୀବ: ୫,୩୦୦ ବର୍ଷ ପରେ ବି ଜୀବିତ

ବୋଲଜାନୋ (ଇଟାଲୀ),୪ା୬:ପ୍ରାୟ ୫,୩୦୦ ବର୍ଷ ପୂର୍ବେ ଇଟାଲୀର ଆଲ୍ପସ ପର୍ବତମାଳାରେ ଜଣେ ଶିକାରୀଙ୍କୁ ତୀର ମାରି ହତ୍ୟା କରାଯାଇଥିଲା। ବର୍ଷ ବର୍ଷ ଧରି ବରଫ ତଳେ ପୋତିହୋଇ…

ଆମ୍ବ ତୋଟା ପାଚେରୀରେ ଲାଗିଥିଲା କରେଣ୍ଟ ତାର, ସଂସ୍ପର୍ଶରେ ଆସି ମାଈ ହାତୀର ମୃତ୍ୟୁ

​ସମ୍ବଲପୁର,୩।୬(ପ୍ରମୋଦ ବହିଦାର): ସମ୍ବଲପୁର ସଦର ରେଞ୍ଜ ଅନ୍ତର୍ଗତ ମାନେଶ୍ବରର ଝାଙ୍କରପାଲି ସେକ୍ସନ ଅଧୀନସ୍ଥ ବଦୁଆପାଲି ଗ୍ରାମରେ ବିଦ୍ଯୁତଘାତରେ ଏକ ମାଈ ହାତୀର ମୃତ୍ଯୁ ହୋଇଥିବା ଖବର ମିଳିଛି।…

ନାବାଳିକାଙ୍କୁ ନିଶା ଦେଇ ଚଳନ୍ତା କାରରେ ଗଣବଳାତ୍କାର, ପରେ କଲେ ଏଭଳି କାଣ୍ଡ

ଆସାମ ବିଶ୍ୱନାଥ ଜିଲାର ଚାଲିଆ ଚାପୋରିରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ଭୟଙ୍କର ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ୧୫ବର୍ଷୀୟା ନାବାଳିକାଙ୍କୁ ପାଞ୍ଚ ଜଣ ପୁରୁଷ…

ଧାନକଟା ମେଶିନରେ ଚାଲିଥିଲା କଫ୍ ସିରପ୍ ଚାଲାଣ, ଅତାବିରାରୁ ୨ ଗିରଫ

ଅତାବିରା,୩।୬(ଯୁଧିଷ୍ଠିର ମହାପାତ୍ର)-ବରଗଡ଼ ଜିଲା ଅଞ୍ଚଳରେ ଦିନକୁ ଦିନ କଫ୍ ସିରପ୍‌ କାରବାର ବଢ଼ିବାରେ ଲାଗିଛି । ମଙ୍ଗଳବାର ଅତାବିରା ଥାନା ପୋଲିସ ଏହି କାରବାରରେ ୨ ଅଭିଯୁକ୍ତଙ୍କୁ…

୬୧ବର୍ଷ ବୟସରେ ବର ସାଜିବେ ଆମିର, ଜୁଲାଇ ୫ରେ ତୃତୀୟ ବିବାହ…

ମୁମ୍ବାଇ: ପୁଣି ଥରେ ବିବାହ କରିବେ ବଲିଉଡର ‘ମିଷ୍ଟର ପରଫେକ୍ସନିଷ୍ଟ’। ୬୧ ବର୍ଷ ବୟସରେ ଆମିର ପୁଣି ଥରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri