ସରପଞ୍ଚଙ୍କୁ ଶପଥ ପାଠ କରାଇଲେ ମୁଖ୍ୟମନ୍ତ୍ରୀ: ବାହାର ରାଜ୍ୟରୁ ଆସୁଥିବା ଓଡ଼ିଆଙ୍କ ଉପରେ ପଞ୍ଚାୟତସ୍ତରରେ ରଖିବେ ନଜର; କରାଇବେ ରେଜିଷ୍ଟ୍ରେଶନ, କ୍ୱାରାଣ୍ଟାଇନ୍‌ ବ୍ୟବସ୍ଥା

ଭୁବନେଶ୍ୱର, ୨୨।୪(ବ୍ୟୁରୋ): ରାଜ୍ୟରେ କରୋନାର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ୬,୭୮୯ ପଞ୍ଚାୟତର ସରପଞ୍ଚମାନଙ୍କୁ ଦାୟିତ୍ୱର ଶପଥପାଠ କରାଇଛନ୍ତି। ଅନ୍ୟ ରାଜ୍ୟରୁ ଗ୍ରାମକୁ ଆସୁଥିବା ଲୋକଙ୍କୁ କ୍ୱାରାଣ୍ଟାଇନରେ ରଖିବା ଏବଂ ସେମାନଙ୍କର ରହିବା, ଖାଇବା, ଚିକିତ୍ସାର ଉଚିତ ବ୍ୟବସ୍ଥା କରିବା ସହ ଗାଁରେ କରୋନାକୁ ପଶିବାକୁ ଦେବେ ନାହିଁ ବୋଲି ମଧ୍ୟ ସରପଞ୍ଚମାନେ ଶପଥ ନେଇଛନ୍ତି।

ଆଗାମୀ ଦିନରେ ଓଡ଼ିଶାକୁ ବାହାରୁ ପ୍ରାୟ ୫ଲକ୍ଷ ଓଡ଼ିଆ ଆସିବାର ସମ୍ଭାବନା ରହିଛି। ଏଣୁ ପ୍ରତ୍ୟେକ ସରପଞ୍ଚ ନିଜ ପଞ୍ଚାୟତକୁ ଆସିବାକୁ ଥିବା ଲୋକମାନଙ୍କ ସମ୍ଭାବନାକୁ ଦୃଷ୍ଟିରେ ରଖି କ୍ୱାରାଣ୍ଟାଇନ୍‌ ବ୍ୟବସ୍ଥା କରିବାକୁ ପଡ଼ିବ। ରାଜ୍ୟ ସରକାର ଏଥିପାଇଁ ୨୪ତାରିଖରେ ଏକ ପୋର୍ଟାଲ ଖୋଲିବେ। ସେଥିରେ ଆସୁଥିବା ସମସ୍ତ ଲୋକଙ୍କ ଆତ୍ମୀୟ ଓ ପରିବାର ପଞ୍ଜୀକରଣ କରିବେ ତାହା ସୁନିଶ୍ଚିତ କରିବା ସରପଞ୍ଚଙ୍କ ଦାୟିତ୍ୱ। ସବୁ ପଞ୍ଚାୟତ ପାଇଁ ଜଣେ ଜଣେ ନୋଡ଼ାଲ ଅଫିସର ରହିବା ସହ ବିଡିଓମାନେ ପଞ୍ଚାୟତରେ ତଦାରଖ ପାଇଁ ଏକ ୫ଜଣିଆ ଟିମ୍‌ ଗଠନ କରିବାକୁ କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଛି। ଏହାଛଡ଼ା ମୁଖ୍ୟମନ୍ତ୍ରୀ ସରପଞ୍ଚମାନଙ୍କୁ କ୍ଷମତା ଦେବା ପରେ ସେମାନେ ଗ୍ରାମାଞ୍ଚଳରେ ଜଣେ ଜଣେ କୋଭିଡ ଯୋଦ୍ଧା ଭାବେ କାମ କରିବେ ବୋଲି କୁହାଯାଇଛି।

ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା, ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ। ସେହିଭଳି ସରପଞ୍ଚମାନେ ବ୍ଲକ ସ୍ତରରୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଯୋଡ଼ି ହୋଇଥିଲେ।

ସୂଚନାଯୋଗ୍ୟ, ରାଜ୍ୟରେ କରୋନା ସଂକ୍ରମଣ ରୋକିବା ଦିଗରେ ପଦକ୍ଷେପ ନେଇ ମୁଖ୍ୟମନ୍ତ୍ରୀ ସରପଞ୍ଚମାନଙ୍କୁ ଜିଲାପାଳ କ୍ଷମତା ପ୍ରଦାନ କରିଛନ୍ତି। ସେମାନେ ମହାମାରୀ ସଂକ୍ରମଣ ରୋକିବା ପାଇଁ ସରକାରଙ୍କ ପଦକ୍ଷେପକୁ କଡ଼କଡ଼ି ଭାବେ ଅନୁପାଳନ କରିବେ ତେବେ ଗ୍ରାମରେ କରୋନା ପଶିପାରିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହାଛଡ଼ା କ୍ୱାରାଣ୍ଟାଇନ୍‌ ସେଣ୍ଟରଗୁଡ଼ିକରେ ଲୋକମାନଙ୍କୁ ମାଗଣା ଖାଇବାକୁ ଦିଆଯିବା ସହ ସମୟସୀମା ସରିବା ପରେ ପ୍ରୋତ୍ସାହନ ରାଶି ଆକାରରେ ୨ହଜାର ଟଙ୍କା ଲେଖାଏ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରୁ ସୁସ୍ଥ ହେଲେ ଆଉ ୨୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୧ା୫(ବ୍ୟୁରୋ): ରାଜ୍ୟରୁ ଶନିବାର ଆଉ ୨୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୨,୭୯,୦୮୩ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି।...

ଭୋଜି ସାରି ଫେରୁଥିବାବେଳେ ପୋଲ ତଳକୁ ଖସି ପଡିଲା ବାଇକ: ୨ ମୃତ

ପରଜଙ୍ଗ,୫ା୯(ଡି.ଏନ.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଭାଲୁମୁଣ୍ଡା-ଆଳୁଅଝରଣ ପୂର୍ତ୍ତ ବିଭାଗ ରାସ୍ତାର ପୋଲ ତଳକୁ ଏକ ବାଇକ୍‌ ଖସି ଶନିବାର ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ...

ମାର୍ଚ୍ଚ ୨୦୨୩ ସୁଦ୍ଧା ଆଇଏସ୍‌ବିଟି କାମ ଶେଷ କର: ପାଣ୍ଡିଆନ

ଭୁବନେଶ୍ବର,୧୯ା୯(ବ୍ୟୁରୋ):ଭୁବନେଶ୍ୱର ସ୍ଥିତ ବରମୁଣ୍ଡା ଇଣ୍ଟର ଷ୍ଟେଟ୍‌ ବସ୍‌ ଟର୍ମିନାଲ ରାଜ୍ୟର ସବୁଠାରୁ ବ୍ୟସ୍ତ ବସ୍‌ ଟର୍ମିନାଲ। ପ୍ରତିଦିନ ଏଠାରୁ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଶହ ଶହ...

ଏନ୍‌ଆଇଟି, ଆଇଆଇଆଇଟି ନାମଲେଖା ପାଇଁ ନୂଆ ଗାଇଡ୍‌ଲାଇନ

ଭୁବନେଶ୍ୱର, ୧୨।୧(ବ୍ୟୁରୋ): ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ଏନ୍‌ଆଇଟି, ଆଇଆଇଆଇଟି ଏବଂ ସିଏଫ୍‌ଟିଆଇରେ ନାମଲେଖା ପାଇଁ ନୂଆ ଗାଇଡ୍‌ଲାଇନ ଆଣିଛି। ନୂଆ ନିୟମାନୁସାରେ, ଦ୍ବାଦଶ ପରୀକ୍ଷାରେ ୭୫...

ସବୁ ଜିଲାରେ ହେବ ବିଜ୍ଞାନ ପାର୍କ: ପ୍ରଥମ ପର୍ଯ୍ୟାୟରେ ୧୦ ଜିଲା, ଖର୍ଚ୍ଚ ହେବ ୬ କୋଟି

ଭୁବନେଶ୍ୱର,୧୭।୧୧(ବ୍ୟୁରୋ): ରାଜ୍ୟର ୧୦ଟି ଜିଲାରେ ବିଜ୍ଞାନ ପାର୍କ ନିର୍ମାଣ ହେବ। ସେହି ଜିଲାଗୁଡିକ ହେଲା ଗଞ୍ଜାମ, ନୟାଗଡ, ମୟୂରଭଞ୍ଜ, କେନ୍ଦୁଝର, କୋରାପୁଟ, ଭଦ୍ରକ, ପୁରୀ, ବଲାଙ୍ଗୀର,...

୧୯ ଯାଏ ସ୍ବଳ୍ପ ବର୍ଷା

ଭୁବନେଶ୍ୱର,୧୧।୭(ବ୍ୟୁରୋ): ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ରହିଛି। ଆବଶ୍ୟକତା ଅନୁଯାୟୀ ବର୍ଷା ହେଉ ନ ଥିବାରୁ ଚାଷୀମାନେ ମୁଣ୍ଡରେ ହାତ ଦେଲେଣି। ଜୁନ୍‌ ପହିଲାରୁ...

କ୍ୱାରାଣ୍ଟାଇନ ଶେଷ ପରେ ଗାଁରେ ପହଞ୍ଚାଇଲାନି ପ୍ରଶାସନ: ରାତିରେ ଅଧାରାସ୍ତାରେ ଛାଡ଼ିଗଲେ ଡ୍ରାଇଭର

ମାଲକାନଗିରି,୪ା୫(ଡି.ଏନ୍‌.ଏ.) : କରୋନା ଭୂତାଣୁର ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣକରି ଚାଲିଛନ୍ତି। ମାଲକାନଗିରି ଜିଲା ପ୍ରଶାସନ ଏହି ନିୟମକୁ...

ସଚିବାଳୟ ଜୁନିୟର ଷ୍ଟେନୋଗ୍ରାଫର ହେବେ ଜେଇଏ

ଭୁବନେଶ୍ୱର,୧୨।୧୦(ବ୍ୟୁରୋ): ଓଡ଼ିଶା ସଚିବାଳୟ ଷ୍ଟେନୋଗ୍ରାଫର ଓ ପିଏ ରୁଲ୍ସ-୧୯୯୭କୁ ସଂଶୋଧନ କରାଯାଇଛି। ନୂଆ ସର୍ଭିସ ରୁଲ୍ସରେ କେତେକ ପରବର୍ତ୍ତନ କରାଯାଇଛି। ଏଥିରେ ନିଯୁକ୍ତି ପାଇଁ ଥିବା...

Advertisement
Archives

Model This Week