ସରକାରୀ ସ୍କୁଲ, ଅଙ୍ଗନଓ୍ବାଡି ଗୃହ ମରାମତି କରିବ ପଞ୍ଚାୟତ

ଭୁବନେଶ୍ୱର,୬-୯(ବ୍ୟୁରୋ):ଗ୍ରାମାଞ୍ଚଳରେ ଥିବା ସରକାରୀ ପ୍ରାଥମିକ, ଉଚ୍ଚ ପ୍ରାଥମିକ ସ୍କୁଲ ଏବଂ ଅଙ୍ଗନଓ୍ବାଡି ଗୃହ ମରାମତି ଓ ରକ୍ଷଣାବେକ୍ଷଣ କରିବ ଗ୍ରାମପଞ୍ଚାୟତ। ଏ ନେଇ ଏକ ନିର୍ଦ୍ଦେଶନାମା ପ୍ରତ୍ୟେକ ଜିଲାପାଳଙ୍କୁ ଦିଆଯାଇଛି। ଚତୁର୍ଦ୍ଦଶ ଏବଂ ଚତୁର୍ଥ ଅର୍ଥ କମିଶନରେ ଯୋଗାଇ ଦିଆଯାଇଥିବା ଅର୍ଥରେ ପଞ୍ଚାୟତ ଏହାକୁ ମରାମତି କରିବ। ଏଥିସହିତ ପାନୀୟ ଜଳ, ପାଚେରି, ରୋଷେଇ ଶାଳ, ପାଇଖାନା ଆଦି ମଧ୍ୟ ପଞ୍ଚାୟତ ନିର୍ମାଣ କରିବ। ସ୍କୁଲ କମିଟିର ସୁପାରିସ ଆଧାରରେ ପଞ୍ଚାୟତ ସ୍ତରରେ ଥିବା ସୁରକ୍ଷା କମିଟି ଏହାକୁ ଅନୁମୋଦନ କରିବ। ଖର୍ଚ୍ଚ ନେଇ ଯନ୍ତ୍ରୀ ଏକ ଆକଳନ ରିପୋର୍ଟ ଦେବେ। ବହୁ ପୁରୁଣା ସ୍କୁଲ ଗୃହଗୁଡ଼ିକ ଦୀର୍ଘବର୍ଷ ଧରି ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହୁଥିଲେ ମଧ୍ୟ ସେଗୁଡ଼ିକୁ ମରାମତି କରାଯାଉ ନ ଥିଲା। ସ୍କୁଲ ଓ ଗଣଶିକ୍ଷା ବିଭାଗ ଏହି ଦାୟିତ୍ୱ ପଞ୍ଚାୟତିରାଜ ବିଭାଗକୁ ହସ୍ତାନ୍ତର କରିଛି। ବାତ୍ୟା ଫନୀରେ କ୍ଷତିଗ୍ରସ୍ତ ହୋଇଥିବା ସ୍କୁଲ ଓ ଅଙ୍ଗନଓ୍ବାଡି ଘରଗୁଡ଼ିକ ମଧ୍ୟ ପଞ୍ଚାୟତ ଦ୍ୱାରା ମରାମତି ହେବ।
ପଞ୍ଚାୟତଗୁଡ଼ିକୁ ଅଧିକ କ୍ରିୟାଶୀଳ କରିବାକୁ ସମ୍ବିଧାନର ଅନୁଚ୍ଛେଦ ଏକାଦଶ ଅନୁଯାୟୀ ୨୯ଟି କ୍ଷମତା ଦିଆଯାଇଛି। ଚତୁର୍ଦ୍ଦଶ ଅର୍ଥକମିଶନ ସୁପାରିସ କ୍ରମେ ପଞ୍ଚାୟତଗୁଡ଼ିକୁ ଜନସଂଖ୍ୟା ଆଧାରରେ ୪୦ ଲକ୍ଷରୁ ୮୦ ଲକ୍ଷ ଟଙ୍କା ଯୋଗାଇ ଦିଆଯାଉଛି। ଗ୍ରାମାଞ୍ଚଳର ପରିମଳଠାରୁ ଆରମ୍ଭ କରି ଆଲୋକୀକରଣ, ପାନୀୟ ଜଳ, ରାସ୍ତାଘାଟ ନିର୍ମାଣ, ଶ୍ମଶାନଘାଟ, ଖେଳପଡ଼ିଆ, ଗ୍ରାମାଞ୍ଚଳ ପୋଖରୀ ସୁରକ୍ଷା ଆଦି ପଞ୍ଚାୟତ ତୁଲାଇବ। ସରପଞ୍ଚ, ଗ୍ରାମସେବକ ଏବଂ ବ୍ଲକ ଉନ୍ନୟନ ଅଧିକାରୀଙ୍କ ମାର୍ଫତ୍‌ରେ ଏହି ଅର୍ଥ ଖର୍ଚ୍ଚ କରାଯିବ। ୫୨ ହଜାର ସରକାରୀ ସ୍କୁଲ ଏବଂ ୭୨ ହଜାର ଅଙ୍ଗନଓ୍ବାଡି କେନ୍ଦ୍ରର ରକ୍ଷଣାବେକ୍ଷଣ ଦାୟିତ୍ୱ ପଞ୍ଚାୟତ ହାତରେ ନ୍ୟସ୍ତ କରାଯାଇଛି।
ଏହାଛଡ଼ା ଚଳିତ ବର୍ଷ ୧୭ଟି ଜିଲାର ପ୍ରତି ପଞ୍ଚାୟତରେ ରାସ୍ତା ପାର୍ଶ୍ୱ ଆଲୋକୀକରଣ କରାଯିବ। ପ୍ରଥମ ପର୍ଯ୍ୟାୟରେ ପ୍ରତି ପଞ୍ଚାୟତର ଅଧିକ ଜନସଂଖ୍ୟା ଥିବା ଗ୍ରାମକୁ ବିଦ୍ୟୁତୀକରଣ କରାଯିବ। ପର୍ଯ୍ୟାୟକ୍ରମେ ସମସ୍ତ ଗ୍ରାମକୁ ଅନ୍ତର୍ଭୁକ୍ତ କରାଯିବ। ଏଥିପାଇଁ ଜିଲାପାଳମାନଙ୍କୁ ୮୦ କୋଟି ଟଙ୍କା ଯୋଗାଇ ଦିଆଯାଇଛି। ଜଣେ ଠିକାଦାରଙ୍କୁ ୪ରୁ ୫ଟି ଜିଲା ଦାୟିତ୍ୱ ଦିଆଯାଇଛି। ଶକ୍ତି ବିଭାଗ ଜରିଆରେ ରାସ୍ତାପାର୍ଶ୍ୱ ଆଲୋକୀକରଣ ହେବ। ସହରାଞ୍ଚଳ ଭଳି ଗ୍ରାମାଞ୍ଚଳ ମଧ୍ୟ ଏଲଇଡି ଲାଇଟରେ ଝଲସିବ ବୋଲି ପଞ୍ଚାୟତିରାଜ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ୧୩ଟି ଜିଲାରେ ଗ୍ରାମାଞ୍ଚଳ ଆଲୋକୀକରଣ କାର୍ଯ୍ୟ ଚାଲୁ ରହିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPLରେ ଇତିହାସ ରଚିଲା RCB: ଦ୍ୱିତୀୟ ଥର ପାଇଁ ହାତେଇଲା ଟାଇଟଲ

ଅହମଦାବାଦ, ୩୧।୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ରେ ଇତିହାସ ରଚିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି)।…

ବିସ୍ଫୋରକ ଗଚ୍ଛିତ ଥିବା ଗୋଦାମରେ ଭୟଙ୍କର ବିସ୍ଫୋରଣ, ୫୦ରୁ ଅଧିକ ମୃତ

ମିଆଁମାରର ନମଖାମର ଏକ ଗୋଳାବାରୁଦ ଡିପୋରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏଥିରେ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ଅନୁମାନ କରାଯାଉଛି ।…

ବରଗଡ଼ ଆସୁଛନ୍ତି ଓଏସସିପିସିଆର୍‌ ସଭ୍ୟା, ଛତୁଆ କେନ୍ଦ୍ରରେ ତଦନ୍ତ କରିବ ଶିଶୁ ସୁରକ୍ଷା ଆୟୋଗ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ):  ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଓଏସସିପିସିଆର୍‌) ସଭ୍ୟା କଳ୍ପନା ଲେଙ୍କା ସୋମବାର ବରଗଡ଼ ଗସ୍ତରେ ଆସୁଥିବା ସୂଚନା ମିଳିଛି । ସେ…

ରାଜପଥରେ ଲୁଟ୍‌ପାଟ୍‌: ଡ୍ରାଇଭରଙ୍କଠାରୁ ଲୁଟି ବନ୍ଧାହେଲେ ୩ ଅଭିଯୁକ୍ତ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ): ଲୁହାପାତ୍ର(ଆଇରନ୍‌ ଭେସେଲ୍‌) ବୋଝେଇ କରି ଏକ ଗାଡ଼ି ରାୟପୁରରୁ ଅନୁଗୁଳ ଅଭିମୁଖେ ଯାଉଥିଲା । ଶନିବାର ରାତିରେ ୫୩ନମ୍ବର ଜାତୀୟ ରାଜପଥର ବରଗଡ଼ ଗ୍ରାମାଞ୍ଚଳ…

ମମତା ବାନାର୍ଜୀଙ୍କ ବୈଠକରେ ୮୦ରୁ ୬୦ ବିଧାୟକ ଗାୟବ, ଟିଏମସିରେ ହେବକି…..

କୋଲକାତା,୩୧ା୫: ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ଏକ ବଡ଼ ପରାଜୟ ପରେ, ତୃଣମୂଳ କଂଗ୍ରେସ (ଟିଏମସି) ଏକ ନୂତନ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିବା ପରି ମନେ ହେଉଛି…

ବିସ୍ଫୋରକ ଇନିଂସ, ୬ ବଲରେ ୬ ଛକା

ନୂଆଦିଲ୍ଲୀ, ୩୧ା୫: ନେପାଳର କୁଶାଲ ଭୁର୍ତେଲ ରବିବାର ଚାଇନା ବିପକ୍ଷ ୨୦୨୬ ଏସିଆନ ଗେମ୍ସ ଟି୨୦ଆଇ କ୍ୱାଲିଫାୟର ମ୍ୟାଚ୍‌ରେ ୬ ବଲରେ ୬ ଛକା ମାରିଛନ୍ତି। ସେ…

IPL Final: ୧୫୫ ରନ୍‌ରେ ଅଟକିଲା ଗୁଜରାଟ, ଟାଇଟଲ ଲକ୍ଷ୍ୟରେ ବେଙ୍ଗାଲୁରୁ

ଅହମଦାବାଦ, ୩୧ା୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି)…

ହରିଣ ମାରି ମାଂସ କାଟୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ, ଧନୁ ତୀର…

ପାଟଣା/କେନ୍ଦୁଝର,୩୧।୫(ବୀର କିଶୋର ଦାଶ/ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡୋବିଟ ଅଟେଇ ସଂରକ୍ଷିତ ବଣମହୁଲଡିହା ନିକଟରୁ ରବିବାର ସକାଳୁ ଏକ ଅଣ୍ଡିରା ହରିଣକୁ ଶିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri