ସରକାରୀ ଡାକ୍ତରଖାନାରେ ପାଳନ ହେଉନି ସରକାରୀ ନିିୟମ: ରୋଗୀଙ୍କ କାମରେ ଆସୁନି ନିରାମୟ ଯୋଜନା

ରସୁଲପୁର,୯।୬(ଡି.ଏନ୍‌.ଏ.)- ରସୁଲପୁର ବ୍ଲକର ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସମ୍ପ୍ରତି ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। ଡାକ୍ତରଖାନାର ଦୁର୍ବଳ ଭିତ୍ତିଭୂମୀ ଏକ ଚିରାଚିତ ସମସ୍ୟା ହୋଇ ରହିଆସିଛି। ଅପରପକ୍ଷରେ ଡାକ୍ତରଙ୍କ ଖାମଖିଆଲ ମନୋଭାବ ଯୋଗୁ ଅନେକ ସମୟରେ ରୋଗୀମାନେ ସରକାରୀ ସୁବିଧାରୁ ବଞ୍ଚତ୍ତ ହେଉଥିବା ଅଭିଯୋଗ ହେଉଛି। ଡାକ୍ତରମାନେ ରୋଗୀ ଚିକିତ୍ସା କରୁଥିବାବେଳେ ସରକାରୀ ନିୟମକୁ ଠିକ୍‌ ଭାବେ ପାଳନ କରୁନାହାନ୍ତି। ଫଳରେ ସାଧାରଣ ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ନିରାମୟ ଯୋଜନା ସେମାନଙ୍କ କାମରେ ଆସୁନାହିଁ। ଏଭଳି ଅଭିଯୋଗ ଖୋଦ୍‌ ରୋଗୀମାନେ ଡାକ୍ତରଙ୍କ ବିରୋଧରେ ଆଣିଛନ୍ତି। ଏହି ବ୍ଲକ ଅଧିନସ୍ଥ ବାହାଦଲାପୁର ପଞ୍ଚାୟତ ମହମ୍ମଦପୁର ଗ୍ରାମର ଚନ୍ଦନ କୁମାର ସାହୁ(୫୦) ନାମକ ଜଣେ ରୋଗୀ ସ୍ତ୍ରୀ ଓ ପସୂତୀ ବିଭାଗର ଡାକ୍ତର ବିଶ୍ୱରଞ୍ଜନ କରଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି।
ପ୍ରକାଶ ଯେ, ଶନିବାର ପୂର୍ବାହ୍ନରେ ଚନ୍ଦନ ବିଲରେ କାମ କରୁଥିବାବେଳେ ଗୋଡ଼ରେ ଆଘାତ ପାଇଥିଲେ। କୋଦାଳରେ ତାଙ୍କ ଗୋଡ଼ରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ପରିବାର ଲୋକେ ତାଙ୍କୁ ତୁରନ୍ତ ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ସେତେବେଳେ ଡାକ୍ତର କର ବର୍ହି ବିଭାଗରେ ଦାୟିତ୍ୱରେ ଥିଲେ। ଚନ୍ଦନ ରକ୍ତସ୍ରାବକୁ ବନ୍ଦ କରିବା ପାଇଁ ଗୋଡ଼ରେ ଏକ କପଡ଼ା ବାନ୍ଧି ଥିଲେ। ଡାକ୍ତର କର କ୍ଷତ ସ୍ଥାନକୁ ନ ଦେଖି ଚିଠା ଲେଖିବା ଆରମ୍ଭ କରିଦେଇ ଥିଲେ। ବର୍ହିବିଭାଗରେ ରୋଗୀ କଲ୍ୟାଣ ସମିତି ପକ୍ଷରୁ ଛପା ଯାଇଥିବା ଚିଠାରେ କେବଳ ରୋଗୀଙ୍କ ନାଁ ଲେଖି ଛାଡ଼ି ଦେଇଥିଲେ। ଚିଠାରେ ଉଲ୍ଲେଖ ଥିବା ଅନ୍ୟସବୁ ସ୍ତମ୍ଭଗୁଡିକ ଖାଲି ଛାଡ଼ି ଦେଇଥିଲେ। ସେଥିରେ ରୋଗୀର ଠିକଣା, ତାରିଖ, ବୟସ, ସମୟ ଆଦି କୌଣସି ବିଷୟ ଉଲ୍ଲେଖ କରାଯାଇ ନଥିଲା ା ରୋଗୀକୁ ଚିକିତ୍ସା କରିବା ସମୟରେ ରୋଗର ପ୍ରକାର ଭେଦ, ଉକ୍ତ ରୋଗର ପାଇଁ କି କି ପରୀକ୍ଷାର ଆବଶ୍ୟକ, ପ୍ରାଥମିକ ଅବସ୍ଥାରେ କ’ଣ ଔଷଧ ପ୍ରଦାନ କରାଯିବ, ସେ ସବୁ ଔଷଧ ନିରାମୟ ଯୋଜନାରେ ଉପଲବ୍ଧ ଅଛି କି ନାହିଁ ଆଦି ସମ୍ପର୍କରେ ସ୍ପଷ୍ଟ ଭାବରେ ଚିଠାରେ ଉଲ୍ଲେଖ କରାଯିବାର ନିୟମ ରହିଛି। ଏପରି କି ଏହାକୁ ଡାକ୍ତରମାନେ ଚିଠା ଉପରେ ଇଂରାଜୀର ବଡ଼ ଅକ୍ଷରରେ ଉଲ୍ଲେଖ କରିବା ନେଇ କଡ଼ା ନିର୍ଦ୍ଦେଶ ବି ରହିଛି। ମାତ୍ର ଡାକ୍ତର କର ଏଥିପ୍ରତି ଆଦୌ ଗୁରୁତ୍ୱ ପ୍ରଦାନ କରି ନ ଥିଲେ। ଏଥିସହ ନିରାମୟ ଯୋଜନାରେ ପ୍ରାୟତଃ ୫୦ରୁ ଉର୍ଦ୍ଧ ପ୍ରକାରର ଗୁରୁତ୍ୱପୂର୍ଣ୍ଣ ଔଷଧ ଡାକ୍ତରଖାନରେ ଉପଲବ୍ଧ ଥିଲେ ସୁଦ୍ଧା ରୋଗୀଙ୍କୁ ତାହା ନେବାକୁ ପରାମର୍ଶ ଦିଆଯାଉ ନାହିଁ। ଫଳରେ ନିରାମୟ ଯୋଜନାରେ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ଔଷଧ ଖତ ଖାଉଥିବା ଅଭିଯୋଗ ହେଉଛି। ଏହିଭଳି ଅଭିଯୋଗ ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଛି। ଏ ଦିଗରେ ତଦାରଖ ଦାୟିତ୍ୱରେ ଥିବା ଅଧିକାରୀମାନେ ଏସବୁ ଜାଣି ବି ଚୁପ୍‌ ରହୁଛନ୍ତି ା ଶୁକ୍ରବାର ଚନ୍ଦନଙ୍କ ଅଭିଯୋଗ ସମ୍ପର୍କରେ ଡାକ୍ତର କରଙ୍କୁ ପଚାରିବାରୁ ସରକାରୀ ନିୟମ ସମ୍ପର୍କରେ ଅବଗତ ଥିବା କଥାକୁ ସ୍ବୀକାର କରିବା ସହ କାର୍ଯ୍ୟ ବ୍ୟସ୍ତତାବଶତଃ ଏଭଳି ଲେଖି ଦେଇଥାଇ ପାରନ୍ତି ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri