ସରକାରଙ୍କ ନିର୍ଦ୍ଦେଶକୁ ଉଲ୍ଲଂଘନ: ଖୋଲା ଥିବା ସ୍କୁଲ ଉପରେ ନିଆଯିବ କାର୍ଯ୍ୟାନୁଷ୍ଠାନ, ଗଠନ ହେଲା ସ୍କ୍ବାଡ

ଭୁବନେଶ୍ୱର,୧୮।୩(ବ୍ୟୁରୋ): ଓଡ଼ିଶାରେ କରୋନା ପ୍ରଭାବକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୩୧ ମାର୍ଚ୍ଚ ଯାଏ ସମସ୍ତ ସରକାରୀ ତଥା ବେସରକାରୀ ସ୍କୁଲ ଏବଂ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରିଦେଇଛନ୍ତି। ମାତ୍ର ରାଜ୍ୟର କିଛି ସ୍କୁଲ ଖୋଲାଥିବା ନେଇ ଅଭିଯୋଗ ହୋଇଛି। ଏହା ଜଣାପଡ଼ିବା ପରେ ସରକାରଙ୍କ ନିର୍ଦ୍ଦେଶକୁ ଉଲ୍ଲଂଘନ କରୁଥିବା ସ୍କୁଲ ବିଷୟରେ ତଦନ୍ତ କରିବା ନିମନ୍ତେ ବ୍ଲକ ଶିକ୍ଷାଧିକାରୀଙ୍କୁ ଡିଇଓ ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ ବ୍ଲକ ଶିକ୍ଷାଧିକାରୀ ସ୍କ୍ବାଡ ଗଠନ କରିଛନ୍ତି। ସେମାନେ ସ୍କୁଲ ଖୋଲା ଥିବା ନେଇ ତଦନ୍ତ କରିବେ ବୋଲି ଜଣାପଡ଼ିଛି।

ପ୍ରକାଶଯେ, କରୋନାକୁ ପ୍ରତିରୋଧ କରିବାକୁ ନେଇ ସତର୍କତାମୂଳକ ପଦକ୍ଷେପ ଏବଂ କଟକଣା ମାର୍ଚ୍ଚ ୩୧ ଯାଏ ଲାଗୁ କରିଥିଲେ। ଏବେ ଏହି ରେଗୁଲେଶନ ଅବଧିକୁ ଆସନ୍ତା ଏପ୍ରିଲ ୧୫ ଯାଏ ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଟୁଇଟ କରି ସୂଚନା ଦେଇଥିଲେ। ତେବେ ମାର୍ଚ୍ଚ ୧୩ ତାରିଖରେ ଦିଆଯାଇଥିବା ନିର୍ଦ୍ଦେଶାନାମାରେ ଶିକ୍ଷାନୁଷ୍ଠାନ, ସିନେମା ହଲ୍‌, ସୁଇମିଂ ପୁଲ, ଜିମ୍‌ ଆଦି ବନ୍ଦ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀମନ୍ଦିରରେ ପୋଲିସ ଭାଙ୍ଗିଲା ନିୟମ:ନୀତି ବ୍ୟାହତ

ପୁରୀ ଅଫିସ, ୬ା୧୧: ଶ୍ରୀମନ୍ଦିରରେ ଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ଭିଡ଼ ସମୟରେ ଏହାକୁ...

ବ୍ୟୟମଞ୍ଜୁରୀ ବିଲ୍‌ ଗୃହୀତ

ଭୁବନେଶ୍ୱର,୩୦ା୧୧(ବ୍ୟୁରୋ):ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ବିଧାନସଭା ଶୀତକାଳୀନ ଅଧିବେଶନରେ ରବିବାର ବ୍ୟୟମଞ୍ଜୁରୀ ବିଲ୍‌ ଗୃହୀତ ହୋଇଛି। ପୂର୍ବାହ୍ନ ଅଧିବେଶନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ ୨୦୨୦-୨୧ ବର୍ଷ...

ପୁଣି ଆଇସୋଲେଶନ

ଭୁବନେଶ୍ୱର,୨୬।୨ : କରୋନାର ଦ୍ୱିତୀୟ ସଂକ୍ରମଣକୁ ଦୃଷ୍ଟିରେ ରଖି ପୁଣି ଥରେ ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ଆଇସୋଲେଶନ ପ୍ରକ୍ରିୟା। ଏ ନେଇ ଜାରି ହୋଇଛି...

ରୋଗୀଙ୍କ ଜୀବନ ସହ ଖେଳ: ଆମ୍ବୁଲାନ୍ସରେ ବର୍ଜ୍ୟବସ୍ତୁ ବୁହା

ତାଳଚେର,୮ା୮(ନି.ପ୍ର.)  ରୋଗୀଙ୍କ ଜୀବନ ରକ୍ଷାରେ ଆମ୍ବୁଲାନ୍ସର ଭୂମିକା ଗୁରୁତ୍ୱପୂର୍ଣ୍ଣ। ହେଲେ ଏନ୍‌ଟିପିସି ପରିଚାଳନାଧୀନ ତାଳଚେର ଥର୍ମାଲ (ଟିଟିପିଏସ୍‌) ହସ୍ପିଟାଲ କର୍ତ୍ତୃପକ୍ଷ ଆମ୍ବୁଲାନ୍ସରେ ବର୍ଜ୍ୟବସ୍ତୁ ପରିବହନ କରୁଛନ୍ତି।...

ଦିବ୍ୟାଙ୍ଗ ଅଙ୍ଗନଓ୍ବାଡି କର୍ମୀଙ୍କୁ ଘର ନିକଟ କେନ୍ଦ୍ରରେ ନିଯୁକ୍ତି ଦେବାକୁ ଓଏଚ୍‌ଆର୍‌ସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୬ା୭(ବ୍ୟୁରୋ): ଦିବ୍ୟାଙ୍ଗ ଅଙ୍ଗନଓ୍ବାଡି କର୍ମୀଙ୍କୁ ଘର ନିକଟ କେନ୍ଦ୍ରରେ ତୁରନ୍ତ ନିଯୁକ୍ତି ଦେବାକୁ ଓଡ଼ିଶା ମାନବିକ ଅଧିକାର କମିଶନ (ଓଏଚ୍‌ଆର୍‌ସି) ବଲାଙ୍ଗୀର ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।...

ପିଜି ପାଠ୍ୟକ୍ରମ ପାଇଁ ଏକକ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୧ା୧୨(ବ୍ୟୁରୋ):ଏଣିକି ପିଜି ପାଠ୍ୟକ୍ରମରେ ନାମ ଲେଖାଇବାକୁ ବିଭିନ୍ନ ବିଶ୍ୱବିଦ୍ୟାଳୟ ପକ୍ଷରୁ ପୃଥକ୍‌ ଭାବେ ପ୍ରବେଶିକା ପରୀକ୍ଷା ବଦଳରେ ଏକକ ପ୍ରବେଶିକା ପରୀକ୍ଷା କରାଯିବ। ଏହି ପ୍ରବେଶିକା...

ପାର୍ଟଟାଇମ ଚାକିରି ନାଁରେ ଆସୁଛି ଏସ୍‌ଏମ୍‌ଏସ୍‌: ଜାଲରେ ଫସୁଛନ୍ତି ଶିକ୍ଷିତ ବେକାରି

ଭୁବନେଶ୍ୱର,୨୪।୧(ବ୍ୟୁରୋ): ସାରା ଦେଶରେ ଅନଲାଇନ ଠକେଇ ମୁଣ୍ଡ ବ୍ୟଥା ପାଲଟିଛି। ସାଇବର ଠକ ଘରେ ବସି ନୂଆ ନୂଆ ତରିକାରେ ଲୋକଙ୍କୁ ଠକୁଛନ୍ତି। ମୋବାଇଲ୍‌ ଓ...

ଗଭୀର ନଳକୂଅ ଖନନ ଟଙ୍କା ମିଳିଲାନି: ବିଷପାନ କରିଥିବା ଚାଷୀଙ୍କୁ ନେଇ ୪ ଘଣ୍ଟା ଗଣଧାରଣା

କେସିଙ୍ଗା,୧୦।୯(ଡି.ଏନ.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ପଥର୍ଲା ଗ୍ରାମପଞ୍ଚାୟତ ବାହାଦୂରପଦର ଗ୍ରାମର ଡମ୍ବରୁଧର ପୋଢ଼ (୪୦) ଜଳନିଧି ଯୋଜନାରେ ଗଭୀର ନଳକୂଅ ଖନନ କରିଥିଲେ।...

Advertisement
Archives

Model This Week