ସରକାରଙ୍କ ଅବହେଳା ପ୍ରତିବାଦ: ଆନ୍ଦୋଳନକୁ ଓହ୍ଲାଇବ ମିଳିତ କ୍ରିୟାନୁଷ୍ଠାନ କମିଟି

କେନ୍ଦୁଝର,୯।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପ୍ରତି ସରକାରଙ୍କ ଅବହେଳା ପ୍ରତିବାଦରେ ପୁଣି ଆନ୍ଦୋଳନ ହେବ। ପୂର୍ବରୁ କରାଯାଇ ଆସୁଥିବା ପାଞ୍ଚ ଦଫା ଦାବି ଅଦ୍ୟାବଧି ପୂରଣ ହୋଇ ନ ଥିବାରୁ ଏଭଳି ନିଷ୍ପତ୍ତି ନେଇଛି ମିଳିତ କ୍ରିୟାନୁଷ୍ଠାନ କମିଟି। କମିଟିର ଷଷ୍ଠ ପ୍ରତିଷ୍ଠା ଦିବସରେ ଆୟୋଜିତ ଏକ ସଭାରେ ଏନେଇ ଆଲୋଚନା ହୋଇଛି। କମିଟିର ଆବାହକ ତଥା ଆଇନଜୀବୀ ରୁଦ୍ର ନାରାୟଣ ମହାନ୍ତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଜିଲାର ବିଭିନ୍ନ ଦଳ, ସଂଗଠନର ସଦସ୍ୟ ତଥା ସାଧାରଣ ଲୋକ ଉପସ୍ଥିତ ରହି ଆଲୋଚନା କରିଥିଲେ। କମିଟିର ଆନ୍ଦୋଳନ କ୍ରମେ ମେଡିକାଲ କଲେଜ ସ୍ଥାପନ କରାଯାଇଥିଲେ ଏଥିପାଇଁ ସରକାର ବଜେଟରେ ଅନୁଦାନ ଦେଲେ ନାହିଁ କିମ୍ବା ଗେଜେଟ ନୋଟିଫିକେସନ କଲେ ନାହିଁ। ଫଳରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏତଦ୍‌ବ୍ୟତୀତ ବୃହତ୍‌ ଇସ୍ପାତ ଶିଳ୍ପ ପ୍ରତିଷ୍ଠା, କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା, ଚମ୍ପୁଆ ଓ ଆନନ୍ଦପୁରକୁ ରେଳପଥ ସଂଯୋଗ, ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ଓ ବୈତରଣୀ ନଦୀକୁ ଲୋକାଭିମୁଖୀ ପରିଚାଳନା ଦାବି ପୂରଣ ହୋଇ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ଏଥିପାଇଁ ପୁଣି ଦାବି ଉପସ୍ଥାପନ କରାଯିବ। ଏଥିପ୍ରତି ସରକାର କର୍ଣ୍ଣପାତ ନ କଲେ ପୁନର୍ବାର କମିଟି ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତୋରଣ ନିର୍ମାଣରେ ଅନିୟମିତତା ଅଭିଯୋଗ: ଭିଜିଲାନ୍ସ ତଦନ୍ତ ଦାବି

ବରଗଡ଼,୨୭।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ଥାନାଛକ ସମ୍ମୁଖରେ ନିର୍ମିତ ଧନୁଯାତ୍ରା ମହୋତ୍ସବର ସ୍ଥାୟୀ ତୋରଣ ଭାଙ୍ଗିଯିବା ଘଟଣାକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି। ନିମ୍ନମାନର କାମ ହୋଇଥିବା ଯୋଗୁ…

ସିମନବାଡିରେ କ୍ରିକେଟ ଟୁର୍ନାମେଣ୍ଟର ଶୁଭାରମ୍ଭ: ଭାଇଚାରା ପାଇଁ…

ଦାରିଙ୍ଗବାଡି,୨୭।୫ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପାଟ୍ଟଖଣ୍ଡା ଖେଳ ପଡିଆଠାରେ ବ୍ଲକସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ ହୋଇଯାଇଛି। ଏହାକୁ ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀ…

ନିଜ ଗୋରୁ ନେଇ ଯାଉଥିବା ଲୋକଙ୍କୁ ଆଣ୍ଠେଇ ଆଣ୍ଠେଇ ରାସ୍ତାରେ ଚଲାଇବା ଘଟଣା: ଥାନା ଘେରାଉ କଲେ ଯାଦବ ସମାଜ, ପୂରା ଘଟଣା ଜାଣିଲେ…

ଚନ୍ଦାହାଣ୍ଡି,୨୭।୫(ହିମାଂଶୁ ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ଥାନା ଅଞ୍ଚଳରୁ ରାଇଘର ଅଞ୍ଚଳକୁ ନିଜ ଗାଈ ଗୋରୁ, ବଳଦକୁ ନେଇ ଯାଉଥିବା କିଛି ଲୋକଙ୍କୁ ବେଆଇନ ଭାବେ ଗୋଚାଲାଣ…

ସୌଜନ୍ୟତା ଭୁଲିଗଲେ ଜିଲାପାଳ: ପୂର୍ବତନ ଏମ୍‌ପିଙ୍କୁ ଚୌକି ଦେଲେନାହିଁ, ଠିଆ ହୋଇ କହିଲେ

ବଲାଙ୍ଗୀର/ଲୋଇସିଂହା,୨୭ା୫(ବୀରେନ୍ଦ୍ର କୁମାର ଝାଙ୍କର/ ସୁଶାନ୍ତ ବାରିକ):ପୂର୍ବତନ ଏମପି ତଥା ବର୍ଷୀୟାନ ରାଜନେତା ବାଳଗୋପାଳ ମିଶ୍ରଙ୍କୁ ବଲାଙ୍ଗୀର ଜିଲା ପ୍ରଶାସନ ପକ୍ଷରୁ ଅସମ୍ମାନ କରାଯାଇଥିବା ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାର…

OAS ପରୀକ୍ଷାରେ କମାଲ୍‌ କଲେ ଦେବଗଡର ପିୟୁଷ: ଦ୍ୱିତୀୟ ପ୍ରଚେଷ୍ଟାରେ ହାସଲ କଲେ ସଫଳତା

ଦେବଗଡ଼, ୨୭।୫(ଶଶାଙ୍କ ଶେଖର ଝାଙ୍କର): ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଓସିଏସ ପରୀକ୍ଷାଫଳ ମଙ୍ଗଳବାର ପ୍ରକାଶ ପାଇଛି । ଦେବଗଡ ସହରର ପିୟୁଷ ସାହୁ ୪୦…

ଜୁନ୍‌ ୧ରୁ ଅଗ୍ନିପଥ ଯୋଜନା:ଜାଣନ୍ତୁ କେମିତି କରିବେ ଆବେଦନ

କଟକ,୨୭।୫(କାର୍ତ୍ତିକ ସାହୁ):ଭାରତୀୟ ସେନାରେ ନିଯୁକ୍ତି ପାଇଁ ଅଗ୍ନିପଥ ଯୋଜନା ଏବଂ ନିୟମିତ କ୍ୟାଡ୍‌ର ଅନ୍‌ଲାଇନ ସାଧାରଣ ପ୍ରବେଶିକା ପରୀକ୍ଷା ଆସନ୍ତା ଜୁନ ୧ରୁ ୧୨ ତାରିଖ ପର୍ଯ୍ୟନ୍ତ…

ଏପିଆର କନଷ୍ଟେବଳଙ୍କୁ ଆକ୍ରମଣ, ଅଭିଯୁକ୍ତ ଗିରଫ

ହାଟଡିହୀ/ଛେନାପଦୀ,୨୭l୫(ଶୁଭକାନ୍ତ ନାୟକ/ନିରାକାର ପରିଡା): ଗତ ମାର୍ଚ୍ଚ ମାସ ୩୦ ତାରିଖ ବିଳମ୍ବିତ ରାତିରେ କେନ୍ଦୁଝର ଜିଲା ନନ୍ଦିପଦା ଥାନାର ଜଣେ କାର୍ଯ୍ୟରତ ଏପିଆର କନଷ୍ଟେବଳଙ୍କୁ ଆକ୍ରମଣ ଅଭିଯୋଗରେ…

ବରଗଡ଼ ଧନୁଯାତ୍ରା ତୋରଣ ଭଙ୍ଗା ଘଟଣା: ଜନପ୍ରିୟ ସରକାରକୁ ବଦନାମ କରିବାକୁ ଚାଲିଛି ଚକ୍ରାନ୍ତ,ବରଗଡ଼ ଏମପି…

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣା ସବୁଠି ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏହି ଘଟଣାର ତୁରନ୍ତ ଭିଜିଲାନ୍ସ ତଦନ୍ତ କରିବା ପାଇଁ ବରଗଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri