ସମ୍ବର ମାଂସ ଜବତ, ୨ଗିରଫ

ବଇଣ୍ଡା,୧୩।୧୦(ଡି.ଏନ.ଏ.): ଆଠମଲ୍ଲିକ ବ୍ଲକ ଧଣ୍ଡାତୋପା ଜଙ୍ଗଲରେ ଧଣ୍ଡାତୋପା ବନବିଭାଗ ପକ୍ଷରୁ ଚଢାଉ କରାଯାଇ ୨୧ କେଜି ସମ୍ବର ମାଂସ ଜବତ କରାଯାଇଛି। ଏଥିସହିତ ବନ ବିଭାଗ ଏକ ସ୍କୁଟି, ବାଇଡିଙ୍ଗ ତାର, ୨ଟି ଟାଙ୍ଗିଆ, କଟୁରୀ, କାଚ, ବୋତଲକୁ ଜବତ କରିଥିବାବେଳେ ୨ ଜଣ ଶିକାରୀଙ୍କୁ ଗିରଫ କରିଛି। ସେମାନେ ହେଲେ ଠାକରଗଡ଼ ଭୋଗରା ଗ୍ରାମର ଅରୁଣ ସାହୁ, ଧଣ୍ଡାତୋପା ଗ୍ରାମର ଦିନବନ୍ଧୁ ପ୍ରଧାନ। ଏଥିରେ ସମ୍ପୃକ୍ତି ଥିବା ଧଣ୍ଡାତୋପା ଗ୍ରାମର ଶିକାରୀ ନାଗା ପ୍ରଧାନ, କୁମର ପ୍ରଧାନ, ଅମର ପ୍ରଧାନ, କାଳିଆ ପ୍ରଧାନ, ସୁବ୍ରତ ପ୍ରଧାନ ୫ ଜଣ ବନବିଭାଗ କର୍ମଚାରୀଙ୍କୁ ଦେଖି ଫେରାର ହୋଇଯାଇଛନ୍ତି।
ଘଟଣାରୁ ଜଣାପଡ଼ିଛି, ୭ ଜଣ ଶିକାରୀ ମିଶି ଧଣ୍ଡାତୋପା ଜଙ୍ଗଲକୁ ୧୧ କେଭି ବିଦ୍ୟୁତ୍‌ ତାରରୁ ହୁକ ପକାଇ ଏକ ସମ୍ବର ଶିକାର କରିଥିଲେ। ପରେ ମାଂସ କାଟି ବାହାରକୁ ଚାଲାଣ କରୁଥିବାବେଳେ ଖବରପାଇ ଆଠମଲ୍ଲିକ ବନବିଭାଗର ଏସ୍‌ସିଏଫ ରାଜେନ୍ଦ୍ର ଗୋଚ୍ଛାୟତ, ଧଣ୍ଡାତୋପା ରେଞ୍ଜର ରାହାସ ସାହୁ, ଫରେଷ୍ଟର ସୁବ୍ରତ କୁମାର ଶତପଥୀ, ଫରେଷ୍ଟର ଗାର୍ଡ କବିତା ବାଘ, ଚିନ୍ମୟ ଦେହୁରି ପ୍ରମୁଖ ଚଢାଉ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗରେ ଓଡ଼ିିଆ ଝିଅଙ୍କ ସଫଳତା: ଜେଇଇ (ମେନ୍‌)ରେ ଟପ୍ପର

କଟକ ଅଫିସ,୧୨।୩: ପଶ୍ଚିମବଙ୍ଗରେ ଜେଇଇ (ମେନ୍‌) ପରୀକ୍ଷାରେ ୯୯.୯୯ ପ୍ରତିଶତ ନମ୍ବର ରଖି ଓଡ଼ିଆ ଝିଅ ଆଦ୍ୟାଶା ପାତ୍ର ଟପ୍ପର ହୋଇଛନ୍ତି। ତାଙ୍କର ଏହି ସଫଳତା...

ବିବାହ ଭୋଜି ଖାଇବାକୁ ଯାଉଥିବା ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ: ୫୨ ଆହତ, ୧୮ ଗୁରୁତର

ଦାରିଙ୍ଗବାଡ଼ି,୧୮ା୬(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ପାଙ୍ଗାଲୀ ଗ୍ରାମ ନିକଟ ଶିଝିଗାଣ୍ଡା ଘାଟିରେ ବିବାହ ଭୋଜି ଖାଇବା ପାଇଁ ଯାଉଥିବା ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ...

ଇକୋ ଭିଲେଜ ସତ୍ତ୍ୱେ ହେଉନି ଭିତ୍ତିଭୂମିର ବିକାଶ -ମୁଦୁଲିଗାଡ଼ିଆକୁ ଯିବାକୁ ମୁହଁ ମୋଡୁଛନ୍ତି ପର୍ଯ୍ୟଟକ

ନୟାଗଡ଼ ଅଫିସ,୨୫।୧୦: ନୟାଗଡ଼ ଜିଲା ଗଣିଆ ବ୍ଲକ ଛାମୁଣ୍ଡିଆ ପଞ୍ଚାୟତର ମୁଦୁଲିଗାଡିଆ ଇକୋ ଭିଲେଜ ମାନ୍ୟତା ପାଇବାର ୨ବର୍ଷ ବିତିଯାଇଛି। ହେଲେ ଏଠାରେ ଲାଗିରହିଥିବା ସମସ୍ୟା...

ମାଟ୍ରିକ ପରୀକ୍ଷା: ୬ରୁ ମିଳିବ ଆଡ୍‌ମିଟ୍‌ କାର୍ଡ

କଟକ ଅଫିସ,୨।୨: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା, ମଧ୍ୟମା ପରୀକ୍ଷା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ଆସନ୍ତା ୧୯ରୁ...

ବୃଦ୍ଧାଙ୍କୁ ଗଣବଳାତ୍କାର ଘଟଣାରେ ୨ ଗିରଫ

ବଡ଼ଗାଁ, ୧୪।୭ (ଡି.ଏନ.ଏ):ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ଅନ୍ତର୍ଗତ ଇତମା ନିକଟ ଝାରମୁଣ୍ଡା ଗ୍ରାମରେ ଜନୈକା ବୃଦ୍ଧା (୬୫ବର୍ଷ)ଙ୍କୁ ୯ ତାରିଖ ଗଣ ବଳାତ୍କାର ହୋଇଥିଲା।...

ବିନା ଲିଜ୍‌ରେ ପଥର ଖାଦାନ: ବଢୁଛି ପଥର ଫଟା, ହ୍ରାସ ପାଉଛି ସବୁଜିମା

ବ୍ରହ୍ମପୁର ଅଫିସ,୧୫ା୮-ଗଞ୍ଜାମ ଜିଲା କୁକୁଡାଖଣ୍ଡି ତହସିଲ ଅଞ୍ଚଳରେ ଥିବା କେରାଣ୍ଡିମାଳ ପର୍ବତକୁ ଏବେ ପଥର ମାଫିଆମାନେ ନିଜ କବଜାକୁ ନେଇ ବେଧଡକ ଓ ବେଆଇନ ଭାବେ...

ଆଜିଠୁ ଅଲାରନାଥଙ୍କ ଅନବସର ଦର୍ଶନ

ବ୍ରହ୍ମଗିରି,୨୫।୬(ଡି.ଏନ୍‌.ଏ.): ସ୍ନାନପୂର୍ଣ୍ଣିମାରେ ଚତୁର୍ଦ୍ଧାମୂର୍ତ୍ତି ସ୍ନାନ କରି ଅଣସର ପିଣ୍ଡିରେ ବିଜେ କରିଛନ୍ତି। ଏହି ଅବସରରେ ଶୁକ୍ରବାରଠାରୁ ବ୍ରହ୍ମଗିରିସ୍ଥିତ ଅଲାରନାଥଙ୍କ ପୀଠରେ ଅନବସର ଦର୍ଶନ ଆରମ୍ଭ ହେବ।...

ପୁରୀ ଗଣବଳାତ୍କାର ମାମଲା: ଆଉ ୩ ଅଭିଯୁକ୍ତ ଗିରଫ

ପୁରୀ ଅଫିସ,୯।୧୨: ପୋଲିସ କ୍ବାର୍ଟର୍ସରେ ନାବାଳିକା ଗଣବଳାତ୍କାର ମାମଲାରେ ସୋମବାର କୁମ୍ଭାରପଡ଼ା ପୋଲିସ ଦମ୍ପତି ସମେତ ୩ଜଣଙ୍କୁ ଗିରଫ କରିଛି। ଗିରଫମାନେ ହେଲେ ଭୁବନେଶ୍ବର ବାଘମରାର...

Advertisement
Archives

Model This Week