Posted inଖେଳ

ସମୁଦ୍ର କୂଳରେ ବଂଶୀ ବଜାଉଛନ୍ତି ଧାଓ୍ବନ

ନୂଆଦିଲ୍ଲୀ, ୩।୯: ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଏକଦିବସୀୟ ସିରିଜ୍‌ ଶେଷ ହେବା ପରେ ଭାରତ ଫେରିଛନ୍ତି ଓପନର୍‌ ଶିଖର ଧାଓ୍ବନ୍‌। ଏବେ ସେ ନିଜ ପରିବାର ସହ ସମୟ ବିତାଉଛନ୍ତି। ଏସବୁ ଭିତରେ କ୍ରିକେଟ ଛଡା ଶିଖରଙ୍କ ଆଉ ଏକ ପ୍ରତିଭା ମଧ୍ୟ ଦର୍ଶକଙ୍କ ସାମ୍ନାକୁ ଆସିଛି। ସମୁଦ୍ର କୂଳରେ ବଂଶୀ ବଜାଉଥିବା ଭିଡିଓ ସେ ନିଜ ଇନଷ୍ଟାଗ୍ରାମରେ ଅପଲୋଡ କରିଛନ୍ତି। ପେଶାଦାର ବଂଶୀ ବାଦକଙ୍କ ଭଳି ଶିଖର ଖୁବ୍‌ ସୁନ୍ଦର ଭାବେ ବଂଶୀ ବଜାଉଛନ୍ତି। ଶିଖରଙ୍କ ବଂଶୀ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌ ହୋଇଛି। ସୂଚନାଯୋଗ୍ୟ, ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ସିରିଜ୍‌ରେ ଶିଖର ସେତେଟା ଖାସ୍‌ ପ୍ରଦର୍ଶନ କରିପାରି ନ ଥିଲେ। କିଛିଦିନ ଭିତରେ ଦକ୍ଷିଣ ଆଫ୍ରିକା ଦଳ ଭାରତ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏହାପୂର୍ବରୁ ଦକ୍ଷିଣ ଆଫ୍ରିକା ଦଳ ସେ ଭାରତ ‘ଏ’ ସହ ଅଭ୍ୟାସ ମ୍ୟାଚ୍‌ ଖେଳିବ। ଶିଖର ଧାଓ୍ବନ୍‌ ଭାରତ ‘ଏ’ ପକ୍ଷରୁ ଖେଳିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଛକା, ଚୌକାରେ ସ୍ବତନ୍ତ୍ର କୀର୍ତ୍ତିମାନ ସ୍ଥାପନ କରିବେ କୋହଲି

ଆବୁଧାବି, ୨୧।୧୦: ଚଳିତ ଆଇପିଏଲ୍‌ର ୩୯ତମ ମୁକାବିଲାରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଓ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ପରସ୍ପର ସାମ୍ନା ସାମ୍ନି ହେବେ।...

ରାହୁଲ ଦ୍ରାଭିଡ ନା ବାପା, କାହା କଥା ଆଗ ମାନିବେ କ୍ରିକେଟର୍‌ ଶୁଭମନ ଗିଲ୍‌: ମିଳିଲା ରୋଚକ ଉତ୍ତର

ଟିମ ଇଣ୍ଡିଆର ଯୁବ ବ୍ୟାଟ୍ସମ୍ୟାନ ଶୁଭମାନ ଗିଲ ରାହୁଲ ଦ୍ରାବିଡଙ୍କ କୋଚିଂ ଶୈଳୀକୁ ଏକ ବଡ଼ କଥା କହିଛନ୍ତି। ରାହୁଲ ଦ୍ରାବିଡ ଅନ୍ୟ କୋଚମାନଙ୍କଠାରୁ କିପରି...

ଅନ୍ତିମ ଦିବସରେ ଓଡ଼ିଶାକୁ ୩ ସ୍ବର୍ଣ୍ଣ ପଦକ

ଭୁବନେଶ୍ୱର, ୧୬ା୧୧(ସ୍ପୋଟର୍‌ସ ବ୍ୟୁରୋ): ଆସାମର ଗୁଆହାଟୀଠାରେ ଚାଲିଥିବା ୩୭ତମ ଜାତୀୟ ଜୁନିୟର ଆଥଲେଟିକ୍ସ ଚାମ୍ପିୟନଶିପ୍‌ ୨୦୨୨ର ଅନ୍ତିମ ଦିବସରେ ଓଡ଼ିଶା ୩ ସ୍ବର୍ଣ୍ଣ ପଦକ ହାସଲ...

ଧୋନୀଙ୍କୁ ପଛରେ ପକାଇ ବିରାଟ ହେଲେ ସବୁଠୁ ସଫଳ ଅଧିନାୟକ

ରବିନ୍ଦ୍ର ଜାଡେଜା ଏବଂ ମହମ୍ମଦ ଶାମିଙ୍କ ଜବରଦସ୍ତ ପ୍ରଦର୍ଶନ ବଳରେ ଭାରତ ଓ୍ବେଷ୍ଟଇଣ୍ଡିଜକୁ ୨୫୭ ରନରେ ପରାସ୍ତ ସିରିଜ୍‌କୁ ୨-୦ରେ କ୍ଲିନ୍‌ସୁଇପ୍‌ କରିଛି। ସିରିଜ୍‌ ହାତେଇବା...

ଭାବବିହ୍ବଳ ହେଲେ ସାନିଆ

ମେଲବର୍ନ,୨୭ା୧: ଅଷ୍ଟ୍ରେଲିଆନ୍‌ ଓପନ୍‌ ଗ୍ରାଣ୍ଡସ୍ଲାମ ଟେନିସ୍‌ ଟୁର୍ନାମେଣ୍ଟର ମିକ୍ସଡ ଡବଲ୍ସ ବର୍ଗରେ ରନର୍ସ ଅପ୍‌ ହେବା ସହିତ ଗ୍ରାଣ୍ଡସ୍ଲାମ କ୍ୟାରିୟରକୁ ବିଦାୟ ଜଣାଇଛନ୍ତି ଭାରତୀୟ ଟେନିସ...

ଓ୍ବିଲିୟମସନଙ୍କ ଶତକ: ଦୃଢ଼ ସ୍ଥିତିରେ ନ୍ୟୁଜିଲାଣ୍ଡ

ଖ୍ରୀଷ୍ଟଚର୍ଚ୍ଚ, ୫।୧(ଏପି)- କେନ୍‌ ଓ୍ବିଲିୟମସନ୍‌ଙ୍କ ଶତକ ସହାୟତାରେ ନ୍ୟୁଜିଲାଣ୍ଡ ଏଠାରେ ଚାଲିଥିବା ପାକିସ୍ତାନ ବିପକ୍ଷ ଟେଷ୍ଟରେ ନିଜର ସ୍ଥିତିକୁ ମଜଭୁତ କରିଛି। ଓ୍ବିଲିୟମସନ ଓ ହେନରି...

ଆଉ ଜଣେ ଖେଳାଳି ପଜିଟିଭ୍‌: ଦକ୍ଷିଣ ଆଫ୍ରିକା-ଇଂଲଣ୍ଡ ପ୍ରଥମ ଦିନିକିଆ ସ୍ଥଗିତ

କେପ୍‌ଟାଉନ (ଦକ୍ଷିଣ ଆଫ୍ରିକା), ୫ା୧୨ (ଏପି)-କୋଭିଡ୍‌ ଟେଷ୍ଟରେ ଆଉ ଜଣେ ଖେଳାଳି ପଜିଟିଭ୍‌ ହେବାରୁ ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁଥିବା ପ୍ରଥମ ଅନ୍ତର୍ଜାତୀୟ...

ଅନ୍ତର୍ଜାତୀୟ ଏଭରେଷ୍ଟ ଦିବସ ପାଳିତ

ଭୁବନେଶ୍ୱର, ୩୦।୫(କ୍ରୀଡ଼ା ପ୍ରତିନିଧି): ମେ’ ୨୯ ଅନ୍ତର୍ଜାତୀୟ ଏଭରେଷ୍ଟ ଦିବସ ପାଳିତ ହୋଇଯାଇଛି। ଓଡ଼ିଶାର ଏଭରେଷ୍ଟ ଆରୋହଣକାରୀ ଯୋଗବ୍ୟାସ ଭୋଇଙ୍କ ସହିତ କେସିଙ୍ଗାର ପର୍ବତାରୋହୀ ହରେଶ...

Advertisement
Archives

Model This Week