Posted inଫୁରସତ

ସମୁଦ୍ରରେ ଗାଁ : ୧୩ଶହ ବର୍ଷ ହେଲା ଭୂପୃଷ୍ଠରେ ପାଦ ରଖିନାହାନ୍ତି ଏଠାକାର ଲୋକେ

ସାଧାରଣତଃ ଭୂପୃଷ୍ଠରେ ଲୋକମାନେ ଘର କରି ବସବାସ କରିଥା’ନ୍ତି। ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଦୁନିଆରେ ଏଭଳି ବି ଜନଜାତି ଅଛନ୍ତି, ଯେଉଁମାନେ ୧୩ଶହ ବର୍ଷରୁ ଊର୍ଦ୍ଧ୍ୱ ହେବ ଭୂପୃଷ୍ଠରେ ପାଦ ରଖିନାହାନ୍ତି। ତେବେ ଏହା ପଛରେ ଏକ ବଡ଼ ଧରଣର କାରଣ ନିହିତ ଅଛି। ଚାଇନାରେ ବସବାସ କରୁଥିବା ଏହି ଜନଜାତି ସମ୍ପ୍ରଦାୟର ନାଁ ହେଉଛି ଟାଙ୍କା। ସେଠାକାର ଲୋକେ ଭୂପୃଷ୍ଠରେ ନୁହେଁ, ବରଂ ସମୁଦ୍ରରେ ରହିବା ପାଇଁ ବେଶ୍‌ ପସନ୍ଦ କରନ୍ତି। ପାଣି ହିଁ ତାଙ୍କ ସଂସାର। ଟାଙ୍କା ଜନଜାତିର ପ୍ରାୟ ୭ହଜାର ଲୋକ ସମୁଦ୍ରରେ ଭାସୁଥିବାର ଏକ ଗାଁ ତିଆରି କରିିଛନ୍ତି। ଚାଇନାର ଦକ୍ଷିଣ-ପୂର୍ବାଞ୍ଚଳରେ ପ୍ରାୟ ୭ହଜାର ମତ୍ସ୍ୟଜୀବୀଙ୍କ ପରିବାର ନିଜ ପରମ୍ପରାଗତ ଡଙ୍ଗାରେ ଘର କରି ରହୁଥିବା ବେଳେ ଏହି ଘରସବୁ ସମୁଦ୍ରରେ ଭାସୁଥିବା ଦେଖାଯାଏ। ସେଠାରେ ଏହି ବିଚିତ୍ର ଘରଗୁଡ଼ିକର ଏକ ବସ୍ତି ସୃଷ୍ଟି ହୋଇଯାଇଛି। ମତ୍ସ୍ୟଜୀବୀଙ୍କ ଏହି ବସ୍ତି ଫୁଜିଆନ ରାଜ୍ୟର ଦକ୍ଷିଣ-ପୂର୍ବର ନିନ୍‌ଗଡେ ସହର ନିକଟରେ ଥିବା ସମୁଦ୍ରରେ ଦେଖାଯାଏ। ଏଭଳି ଘରଗୁଡ଼ିକୁ ‘ଜିପସିଜ୍‌ ଅଫ୍‌ ଦ ସି’ କୁହାଯାଏ। ସୂଚନାଯୋଗ୍ୟ, ୭ଶହ ଶତାବ୍ଦୀ ତଳେ ଚାଇନାରେ ତାଙ୍ଗ ରାଜବଂଶର ଶାସନ ଚାଲିଥିଲା। ସେହି ସମୟରେ ଟାଙ୍କା ସମ୍ପ୍ରଦାୟର ଲୋକେ ଯୁଦ୍ଧରୁ ରକ୍ଷା ପାଇବା ପାଇଁ ସମୁଦ୍ରରେ ନିଜ ଡଙ୍ଗାରେ ରହୁଥିଲେ। ବୋଧହୁଏ ଏମାନେ କ୍ୱଚିତ୍‌ ଭୂପୃଷ୍ଠରେ ପାଦ ରଖୁଥିବା ବେଳେ ସେହି ଦିନଠାରୁ ସେମାନଙ୍କୁ ‘ଜିପସିଜ୍‌ ଅଫ୍‌ ଦ ସି’ ବୋଲି କୁହାଯାଏ।

 


Enter your email to get our daily news in your inbox.

All Right Reserved By Dharitri.Com

ପେଟର ଉପରି ଭାଗରେ ଦିଶୁଛି ହାର୍ଟ

ଆମେରିକାରେ ରହୁଥିବା ଭିରସାଭ୍ୟା ଗୋଞ୍ଚାରୋଭା ନାମକ ଏକ ଛୋଟ ଝିଅ ବିରଳ ସମସ୍ୟା ଦେଇ ଗତି କରୁଛନ୍ତି। ସେ ପାଣ୍ଟାଲୋଜି ଅଫ କଣ୍ଟ୍ରୋଲ ନାମକ ଏକ...

ଚକୋଲେଟ୍‌ର ଯାଦୁକର

ଏଇ ଦୁନିଆରେ ପ୍ରତିଭାର କିଛି ଅଭାବ ନାହିଁ। ଜଣେ ଜଣେ ବ୍ୟକ୍ତି ଏଭଳି ପ୍ରତିଭାର ଅଧିକାରୀ ହୋଇଥାଆନ୍ତି ଯେ, ଲାଗେ ତାଙ୍କ ପରି ଆଉ ଦ୍ୱିତୀୟ...

କରୋନା ସହ ଲଢିବା ପାଇଁ ରେସ୍ତୋରାଁରେ ମିଳୁଛି ଆୟର୍ବେଦୀୟ ଥାଳି ସହ ଆଲକୋହଲିକ କାଢା

ନୂଆଦିଲ୍ଲୀ,୩ ।୧୦: କରୋନା ମହାମାରୀ ଏବେ ସମସ୍ତଙ୍କ ମନରେ ଭୟ ସୃଷ୍ଟି କରିଥିବା ବେଳେ ଲୋକେ ବାହାରେ ଖାଦ୍ୟ ଗ୍ରହଣ କରିବାକୁ ମଧ୍ୟ ସାମାନ୍ୟ ଭୟ...

ସାର୍କ ସହିତ ଲଢ଼ି ସ୍ତ୍ରୀଙ୍କୁ ଉଦ୍ଧାର କଲେ ସ୍ବାମୀ: ଭିଡ଼ିଓ ଭାଇରାଲ

ସିଡ୍‌ନୀ, ୧୭।୮: ନିଜ ଲୋକଙ୍କ ଜୀବନ ବଞ୍ଚାଇବ ପାଇଁ ମଣିଷ ସବୁ କିଛି କରିପାରେ। ଏହାର ସଦ୍ୟତମ ଉଦାହରଣ ସିଡ୍‌ନୀରେ ଘଟିଛି। ଏଠାରେ ସାର୍କ କବଳରୁ...

ଗଛରେ ରାଖୀ ବାନ୍ଧିଲେ ସ୍କୁଲ ପିଲା

ମୋରାଦାବାଦ୍‌, ୩।୮: ପବିତ୍ର ରକ୍ଷାବନ୍ଧନକୁ ନିଆରା ଢଙ୍ଗରେ ଉତ୍ତରପ୍ରଦେଶ ମୋରାଦାବାଦର ସ୍କୁଲ ପିଲା ପାଳନ କରିଛନ୍ତି। ପରିବେଶ ସୁରକ୍ଷା ଅଭିଯାନକୁ ସ୍କୁଲ ପିଲା ଗୁରୁତ୍ୱ ଦେଇ...

୨୨ ବର୍ଷୀୟ ଅଦନାନଙ୍କ ଅଛନ୍ତି ୩ ସ୍ତ୍ରୀ: ଚତୁର୍ଥ ବିବାହ ପାଇଁ ଚାଲିଛି କନିଆ ଖୋଜା, ସହଯୋଗ କରୁଛନ୍ତି ପତ୍ନୀ

ଆଜିକାଲିର ଯୁବପିଢ଼ୀ ଶିଘ୍ର ବିବାହ କରିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି। ହେଲେ ପାକିସ୍ତାନର ଜଣେ ଯୁବକଙ୍କ କାହାଣୀ ଯଦି ଆପଣ ଶୁଣିବେ ଆଶ୍ଚର୍ଯ୍ୟ ହୋଇଯିବେ। କାରଣ...

୯୦ ଦିନର ଫୁଡ୍‌ ଚ୍ୟାଲେଞ୍ଜ

କୋଲକାତା: ସାରା ଦେଶରେ ଏବେ ଲକ୍‌ଡାଉନ୍‌ ପାଇଁ ଦେଶର ଆର୍ଥିକ ଅବସ୍ଥା ପ୍ରଭାବିତ ହୋଇଛି। ଆଗକୁ ହୁଏତ ଖାଦ୍ୟ ସଙ୍କଟ ଦେଖା ଦେଇପାରେ। ତେଣୁ ଏବେଠାରୁ...

ଟେଲିଗ୍ରାମ୍‌ ସେବା ଏବେ ଇତିହାସ ପୃଷ୍ଠାରେ

ନୂଆଦିଲ୍ଲୀ,୧୪।୭: ଗତ ୭ବର୍ଷ ତଳେ ୨୦୧୩ ଜୁଲାଇ ୧୪ ରାତ୍ର ୧୦ଟାରେ ଭାରତରେ ୧୬୩ବର୍ଷ ପୁରାତନ ଟେଲିଗ୍ରାମ୍‌ ସେବାକୁ ବନ୍ଦ କରିଦିଆଯାଇଥିଲା। ବ୍ରିଟିଶ୍‌ ଶାସନ ସମୟରେ...

Advertisement

BGU

Archives

Model This Week

Why Dharitri